୫ ଜିନିଷ ଯୋଗୁ ମସ୍ତିଷ୍କ ହୁଏ ବିକଶିତ

ଶରୀର ସହ ମସ୍ତିଷ୍କ ମଧ୍ୟ ସୁସ୍ଥ ରହିବା ନିହାତି ଜରୁରୀ। ତେବେ ଏହାର ବିକାଶ ଲାଗି ୫ ଜିନିଷ ସବୁଠୁ ଦରକାରୀ ହୋଇଥାଏ। ଜାଣନ୍ତୁ ସେ ସମ୍ପର୍କରେ…

ବ୍ରୋକଲି: ସବୁ ପରିବା ମଧ୍ୟରୁ ବ୍ରୋକଲିରେ ଅଧିକ ପୋଷକତତ୍ତ୍ୱ ଥାଏ। ଏହା ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ। ଏଥିରେ ପୂର୍ଣ୍ଣମାତ୍ରାରେ ମିନେରାଲ, ଆଣ୍ଟି ଅକ୍ସିଡାଣ୍ଟ, କ୍ୟାଲୋରି, ଫାଇବର ରହିଥାଏ। ଏହା ସହ ଶତପ୍ରତିଶତ ଭିଟାମିନ୍‌ ‘ଇ’ ମିଳିଥାଏ। ଏହା ମସ୍ତିଷ୍କର ବିକାଶରେ ସହାୟକ ହୋଇଥାଏ।

ପାଳଙ୍ଗ: ଏଥିରେ ଆଇରନ୍‌ ଓ ଭିଟାମିନ୍‌ ‘ଇ’ ମିଳିଥାଏ। ଏହା ମସ୍ତିଷ୍କକୁ ସମୃଦ୍ଧ କରିବା ସହ ଏଥିରେ ଥିବା ପୋଷକତତ୍ତ୍ୱ ସୁଚାର ରୂପେ ଚଳାଇଥାଏ।

ଶୁଖିଲା ଫଳ: ବାଦାମ, ଅଖରୋଟ୍‌ ଓ କାଜୁରେ ମଧ୍ୟ ଭିଟାମିନ୍‌ ‘ଇ’ ପ୍ରଚୁର ମାତ୍ରାରେ ରହିଥାଏ। । ଏଥିରୁୁ ପ୍ରତିଦିନ ମୁଠାଏ ଖାଇବା ଫଳରେ ମସ୍ତିଷ୍କ ବିକଶିତ ହୋଇଥାଏ।

ଅଭୋକଡା: ଏଥିରେ ଥିବା ଭରପୂର ଆଣ୍ଟି ଅକ୍ସିଡାଣ୍ଟ ତ୍ୱଚା, କେଶ ଓ ମସ୍ତିଷ୍କର ବିକାଶ କରିଥାଏ।

ଅଲିଭ୍‌ ତେଲ: ଖାଦ୍ୟ ପ୍ରସ୍ତୁତିରେ ଏହାର ବହୁଳ ବ୍ୟବହାର କରାଯାଇଥାଏ। ଏଥିରେ ଭିଟାମିନ୍‌ ‘ଇ’ ପ୍ରଚୁର ପରିମାଣରେ ରହିଥାଏ। ଏହା ଯେ କେବଳ ମସ୍ତିଷ୍କ ପାଇଁ ଲାଭଦାୟକ ତାହା ନୁହେଁ, ଏହା ହୃଦ୍‌ଘାତ ସମସ୍ୟାରୁ ମୁକ୍ତି ଦେଇଥାଏ।


All Right Reserved By

ଶରୀରରେ ଯଦି ଏହି ବ୍ୟତିକ୍ରମ ଥାଏ

ବିଭିନ୍ନ କାରଣ ହେତୁ କେତେକଙ୍କ ଶରୀରର କୌଣସି ଅଂଶରେ ବ୍ୟତିକ୍ରମ ବା କିଛି ଚିହ୍ନ ଦେଖା ଦେଇଥାଏ। ତେବେ ଏହା ଆମ ଶରୀରକୁ କୌଣସି କ୍ଷତି...

ଲୋ ବ୍ଲଡ୍‌ପ୍ରେସର

ସାଧାରଣତଃ ବ୍ଲଡ୍‌ପ୍ରେସର ଦୁଇ ପ୍ରକାର- ଲୋ ଏବଂ ହାଇ। ଲୋ ବ୍ଲଡ୍‌ପ୍ରେସର ଥିଲେ କେତେକ ବିଷୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ପଡିଥାଏ। ଖାଦ୍ୟ ତାଲିକାରେ...

ଡାଇବେଟିସ୍‌ରୁ ଦୂରେଇ ରଖେ ଏହି ସହଜ ଉପାୟ…

ଇନସୁଲିନ୍‌ସ୍ତରକୁ ସନ୍ତୁଳିତ କରିବା ପାଇଁ ପ୍ରତିଦିନ ସକାଳେ ମେଥି ପାଣି ପିଇବା ଭଲ। ଇନସୁଲିନ୍‌ସ୍ତର ନିୟନ୍ତ୍ରିତ ହେଲେ ଡାଇବେଟିସ୍‌ ହେବାର ଆଶଙ୍କା କମ୍‌ ହୋଇଥାଏ। ଏଥିରେ...

ଓଜନ କମାଇବାର ସହଜ ଉପାୟ

ଓଜନ ବଢ଼ିବା ଆଜିକାଲି ଏକ ସାଧାରଣ ସମସ୍ୟା। ଏହା ନିୟନ୍ତ୍ରଣରେ ନ ରହିଲେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ପରିଶ୍ରମ ଅନୁସାରେ ଆମକୁ ଆବଶ୍ୟକ...

ଷ୍ଟାଇଲ ଷ୍ଟେଟ୍‌ମେଣ୍ଟରେ ଅଜବ ‘କ୍ଲଚ୍‌’

କ୍ଲଚ୍‌ ଏବେ ଷ୍ଟାଇଲ ଷ୍ଟେଟ୍‌ମେଣ୍ଟ ପାଲଟିଛି। ପାର୍ଟି ପାଇଁ ତ ଏହାର ଚାହିଦା ବେଶି। ତେବେ ଏମିତି ବି କିଛି କ୍ଲଚ୍‌ ଅଛି, ଯାହା ଦେଖିବାକୁ...

ଏହିସବୁ ରୋଗୀ ଖାଆନ୍ତୁ ନାହିିଁ ଆମ୍ବ: ଜାଣନ୍ତୁ କ’ଣ ଉପୁଜିଥାଏ ସମସ୍ୟା

ଫଳର ରାଜା ଆମ୍ବ, ଯାହାକୁ ଖାଇବାକୁ ଅଧିକାଂଶ ଲୋକଙ୍କୁ ପସନ୍ଦ ହୋଇଥାଏ। ପୋଟାସିୟମ, କପର ଓ ଆଇରନରେ ଭରପୂର ଆମ୍ବ ଯେ ସମସ୍ତଙ୍କ ପାଇଁ ଲାଭଜନକ...

ସକାଳେ କାହିଁକି ଖାଇବେ ସଦାବିହାରୀ ପତ୍ର

ସଦାବିହାରୀ, ସଦାଫୁଲି ବା ନୟନ ତାରା ନାଁରେ ପରିଚିତ ଏହି ଫୁଲ ଦେଖିବାକୁ ଯେ ସୁନ୍ଦର ତା’ ନୁହେଁ ଏଥିରେ ରହିଛି ଔଷଧୀୟ ଗୁଣ। ଡାକ୍ତର...

ସମର୍ଥିତ ଆମ୍ବୁଲେଶନ ପ୍ରଶିକ୍ଷଣ

”ନ୍ୟୁରୋଲୋଜିକାଲ ଆଘାତ ପରେ ସାଧାରଣ ଅବସ୍ଥାକୁ ଫେରିବା ପ୍ରାୟ କଷ୍ଟକର । ବୟସ୍କମାନଙ୍କ ମଧ୍ୟରେ ବିକଳାଙ୍ଗତାର ମୁଖ୍ୟ କାରଣ ହେଉଛି ଷ୍ଟ୍ରୋକ୍‌। ଅଧାରୁ ଅଧିକ ଲୋକ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *