ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ପଞ୍ଚମ ଦିବସ: ଗୁଡ୍‌ମର୍ନିଂ କ୍ଲବ ୬-୧ରେ ବିଜୟୀ

ଭବାନୀପାଟଣା,୨୦।୯(ଡି.ଏନ.ଏ.)-ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ର ଗୁରୁବାର ପଞ୍ଚମ ଦିବସରେ ଗୁଡ୍‌ମର୍ନିଂ କ୍ଲବ ବନାମ ଏନ୍‌ଡିସିସି ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଗୁଡ୍‌ ମର୍ନିଂ କ୍ଲବ ୬-୧ ଗୋଲରେ ବିଜୟୀ ହୋଇଥିଲା। ଗୁଡ୍‌ ମର୍ନିଂ କ୍ଲବ ତରଫରୁ ଦେବ ଗଉଡ ୩ ଗୋଲ, ଲିଙ୍ଗରାଜ ସୁନାନୀ ୧ ଗୋଲ, ଟୁନା ଶବର ୧ ଓ ପପୁ ମାଝି ୧ ଗୋଲ ଦେଇଥିଲେ। ଏନ୍‌ଡିସିସି ତରଫରୁ ଅଜିତ୍‌ ଗୋଟାଏ ଗୋଲ ଦେଇଥିଲେ। ଫଳରେ ଗୁଡ୍‌ମର୍ନିଂ କ୍ଲବ ବିଜୟୀ ହୋଇଥିଲା। ପଞ୍ଚମ ଦିବସ ମ୍ୟାଚ୍‌ରେ ଅତିଥି ଭାବେ ରାଜିବ ସାହୁ ଅତିଥି ଭାବେ ଯୋଗଦେଇଥିଲେ। ପଞ୍ଚମ ଦିବସରେ ଅର୍ନ୍ତଜାତୀୟ ଫୁଟବଲ ରେଫରି ନବୀନ ନାଏକ, ମନୋଜ କୁମାର ବିଶ୍ୱାଳ, ପିଭି ରାଓ, ଦେବେନ୍ଦ୍ର ରାଉତ୍‌ ପ୍ରମୁଖ ଖେଳ ପରିଚାଳନା କରିଥିଲେ। କ୍ରୀଡା ସଂସ୍ଥା ସମ୍ପାଦକ ତଥା ଓଡିଶା ଆଥୋଲେଟିକ୍‌ ଆସୋସିଏଶନ୍‌ ସଭାପତି ଜଗମୋହନ ପଟ୍ଟନାୟକ ଓ ଉପସଭାପତି ସୁରେନ୍ଦ୍ର ନାଥ ତ୍ରୀପାଠି, ଫୁଟବଲ ସେକ୍ରେଟେରି କାଦର ଖାନ, ଆଥେଲେଟିକ୍‌ ସେକ୍ରେଟେରି ସମ୍ଭୁ ରାଉତ, ଆଇପିଇ ମହେନ୍ଦ୍ର ପଣ୍ଡା, ଜିଲାର ଭେଟେରାନ ଫୁଟବଲ ଖେଳାଳି ନଳିନୀ ମୁଣ୍ଡ, ଜଳେଶ୍ୱର ଗଉଡ, କିଶୋର ସାହୁ, ଅର୍ଜୁନ ନାଏକ, ସନ୍ତୋଷ ପ୍ରଧାନ, ଭିକାରୀ ଚରଣ ମିଶ୍ର, ଝୁନୁ ପଣ୍ଡା, ଅଶୋକ ପଟ୍ଟନାୟକ ଓ ଚକ୍ରଧର ସେଠୀ ସହଯୋଗ କରିଥିଲେ।


All Right Reserved By Dharitri.Com

ବାର୍‌ହା ଶିକାରୀ ଗିରଫ: ମାଂସ ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ

ଛେଣ୍ଡିପଦା,୨।୧୨(ସ୍ବ.ପ୍ର.) : ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ଜାମୁଣ୍ଡା ବିଟ ବଅଁରଡିହ ଅଞ୍ଚଳରୁ ରବିବାର ରାତିରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି...

ମରଣଯନ୍ତା ପାଲଟିଛି ପୁରୀ ସମୁଦ୍ର: ବୁଡ଼ିଯିବାରୁ ଅଳ୍ପକେ ବର୍ତ୍ତିଲେ ୩ ବଙ୍ଗୀୟ ଯୁବକ

ପୁରୀ ଅଫିସ,୧୬।୧୦: ଏବେ ମରଣଯନ୍ତା ପାଲଟିଛି ପୁରୀ ସମୁଦ୍ର। ପ୍ରଶାସନର ଅବହେଳା ଯୋଗୁ ସମୁଦ୍ରରେ ଗାଧୋଇ ପର୍ଯ୍ୟଟକମାନେ ଅକାଳରେ ପ୍ରାଣ ହରାଉଛନ୍ତି। ଅନେକ ପର୍ଯ୍ୟଟକ ଆହତ...

ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଭବାନୀପାଟଣା,୨୪।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅର୍ନ୍ତଗତ ସିଂଝରଣ ଗ୍ରାମରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ସିଂଝରଣ ଗ୍ରାମର...

ସନ୍ତାନ ପ୍ରସବ କରି ମହିଳାଙ୍କ ମୃତ୍ୟୁ: ଉତ୍ତେଜନା, ଡାକ୍ତରଖାନା ସମ୍ମୁଖରେ ଧାରଣା

କର୍ଲାମୁଣ୍ଡା,୨୧।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ମଙ୍ଗଳବାର ଜଣେ ଗର୍ଭବତୀ ସନ୍ତାନ ପ୍ରସବ କରି ମୃତ୍ୟୁ ବରଣ କରିବା ପରେ ଉତ୍ତେଜନା ଦେଖାଦେଇଛି। କେଉଁ କାରଣରୁ...

ଗର୍ଭବତୀଙ୍କୁ ଟ୍ରାକିଂ ପାଇଁ ଆପ୍‌

ଛତ୍ରପୁର,୧୨ା୯(ଡି.ଏନ.ଏ)-ଗଞ୍ଜାମ ଜିଲାର ସମନ୍ବିତ ଶିଶୁ ବିକାଶ ଯୋଜନା ସମ୍ବନ୍ଧୀୟ ବୈଠକ ବୁଧବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତା...

ଠାକୁରଗଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର:ଡାକ୍ତର ନିଯୁକ୍ତି ନ ହେଲେ ଆନ୍ଦୋଳନ ଚେତାବନୀ

ବଇଣ୍ଡା,୨୨।୯(ଡି.ଏନ.ଏ.)-ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଡାକ୍ତର ପଦବୀ ଖାଲି ପଡ଼ିଛି। ଫଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବାରମ୍ବାର ଦାବି...

ବାଇକ୍‌କୁ ଧକ୍କା ଦେଲା କାର୍‌: ୨ ଗୁରୁତର

ରାୟଗଡ଼ା ଅଫିସ,୧।୧: ରାୟଗଡ଼ା ସହରର ସିରିଗୁଡ଼ା ନିକଟରେ ଥିବା ଜୟଗୁରୁ ମନ୍ଦିର ସମ୍ମୁଖରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଏକ କାର୍‌ (ଓଡି୧୮ଡି ୭୭୪୭) କୋରାପୁଟ...

ମନ୍ଥର ଗତିରେ ମେଡ଼ିକାଲ ଗୃହ ନିର୍ମାଣ

ସଜନାଗଡ଼, ୧୭।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଏକ ଆଦିବାସୀ ବହୁଳ ଅଞ୍ଚଳ। ଉକ୍ତ ଅଞ୍ଚଳର ସମସ୍ତ ଲୋକ ଏହି ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି। ଉପଖଣ୍ଡ...

Leave a comment

Your email address will not be published. Required fields are marked *