ଜଟଣୀ ଗୋଶାଳାରେ ବ୍ୟାପକ କ୍ଷତି: ବିଦ୍ୟୁତ୍‌ ନ ଥିବାରୁ ପାଣି, ଖାଦ୍ୟର ଅଭାବ

ଜଟଣୀ,୨୨।୫(ଡି.ଏନ୍‌.ଏ.): ବାତ୍ୟା ‘ଫନୀ’ରେ ଜଟଣୀରେ ଥିବା ଶ୍ରୀଜଗନ୍ନାଥ ପୁରୀ ଗୋଶାଳାରେ ବ୍ୟାପକ କ୍ଷତି ଘଟିଛି। ପ୍ରାୟ ଦୁଇ ଶହରୁ ଅଧିକ ଗାଈ, ବାଛୁରି ଓ ବଳଦ ଏବେ ବି ଯନ୍ତ୍ରଣା ରହିଛନ୍ତି। ବିଦ୍ୟୁତ୍‌ ନ ଥିବାରୁ ପାଣି ଓ ଖାଦ୍ୟର ଅଭାବ ଦେଖାଯାଇଛି। ବିଦ୍ୟୁତ୍‌ ନ ଥିବାରୁ ମୋଟରରେ ପାଣି ଉଠିପାରୁ ନ ଥିବା ବେଳେ ନଡ଼ା କଟା ମେଶିିନ୍‌ ମଧ୍ୟ ଚାଲୁନାହିଁ। ଏହା ସହ ଗୋରୁଙ୍କ ଲାଗି ଥିବା ଖାଦ୍ୟସାମଗ୍ରୀ ଓଦା ହୋଇ ନଷ୍ଟ ହୋଇଯାଇଛି। ଗୋରୁଙ୍କ ପାଇଁ ଲଗାଯାଇଥିବା ପଙ୍ଖା ବୁଲୁ ନ ଥିବାରୁ ଅସୁସ୍ଥ ଥିବା ଗୋରୁ କଷ୍ଟ ପାଉଛନ୍ତି। ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଗୋଶାଳାର କର୍ମଚାରୀ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ଗଛପଡ଼ି ଘର ଆଜବେଷ୍ଟସ ଭାଙ୍ଗିଯାଇଛି। ପାଣି ଉଠାଇବା ଓ ନଡ଼ା କାଟିବା ମେଶିିନ୍‌ ଚଳାଇବା ପାଇଁ ଭଡ଼ାରେ ଜେନେରେଟର ଅଣାଯାଇଥିବା ଗୋଶାଳା ମ୍ୟାନେଜର ରାମ ଭରୋଶ କହିଛନ୍ତି। ଭଡ଼ା ବାବଦରେ ଘଣ୍ଟାକୁ ୧୫ଶହ ଟଙ୍କା ଦବାକୁ ପଡୁଛିି। ଏତେ ଟଙ୍କା ବ୍ୟୟ କରି ଜେନେରେଟର ଚଳାଇବା କଷ୍ଟକର ହେଉଥିବା ଗୋଶାଳାର ମ୍ୟାନେଜର ଭରୋଶ ଓ ସାମାଜିକ କର୍ମୀ ଏସ୍‌.ଜନ୍‌ କହିଛନ୍ତି ା ଖୁବ୍‌ଶୀଘ୍ର ବିଦ୍ୟୁତ୍‌ ସଂଯୋଗ ଦେବାକୁ ସେସୁ ଓ ଫେଡ୍‌କୋ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।


All Right Reserved By

ଏସ୍‌ସିବି ମେଡିକାଲରେ ବିଦ୍ୟୁତ୍‌ ବିଭ୍ରାଟ ସାଢ଼େ ୯ ଘଣ୍ଟା କଲବଲ ହେଲେ ରୋଗୀ

କଟକ ଅଫିସ, ୧୩ା୬: ବୁଧବାର ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ସାଢେ ୭ଟା ପର୍ଯ୍ୟନ୍ତ ଏସ୍‌ସିବି ମେଡିକାଲ ସର୍ଜରୀ ୱାର୍ଡର ଦୃଶ୍ୟ ଅତ୍ୟନ୍ତ ଦୁଃଖଦାୟକ ଥିଲା। କାହା...

ଦନ୍ତା ହାତୀ ଆକ୍ରମଣରେ ଜେଜେମା ମୃତ, ନାତୁଣୀ ଗୁରୁତର

ବେତନଟୀ, ୨୦।୬(ଡି.ଏନ୍‌.ଏ): ମୟୁରଭଞ୍ଜ  ଜିଲା ବେତନଟୀ ବନାଞ୍ଚଳ ଅଧିନ ଯୁଗୋଳ ପଞ୍ଚାୟତର ହଳଦୀପଦା ଗଁାରେ ବୁଧବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ୨ ଜଣଙ୍କୁ ଆକ୍ରମଣ...

ଦେଢ଼ଲକ୍ଷରେ ମହାଲକ୍ଷ୍ମୀଙ୍କ ଆଜ୍ଞାମାଳ, ଲଡ଼ୁ ନିଲାମ

ତାଳଚେର, ୯ା୭(ନି.ପ୍ର.)- ତାଳଚେର ଭଜନସନ୍ଧ୍ୟା କମିଟି ପକ୍ଷରୁ ସୋମବାର ହେରା ପଞ୍ଚମୀ ଉପଲକ୍ଷେ ମା’ ମହାଲକ୍ଷ୍ମୀଙ୍କ ଆଜ୍ଞାମାଳ ଓ ଲଡୁ ନିଲାମ କରାଯାଇଥିଲା। ମୁଖ୍ୟଅତିଥି ଭାବେ...

ପୋତି ହୋଇପଡ଼ିଛି ଡ୍ରେନ: ପୌରନିର୍ବାହୀ ଅଧିକାରୀଙ୍କୁ ଭେଟିଲେ ମହିଳା

ବାସୁଦେବପୁର, ୧୦।୭ (ଡି.ଏନ.ଏ.): ବାସୁଦେବପୁର ପୌରପାଳିକାର ବିଭିନ୍ନ ଡ୍ରେନ ପୋତି ହୋଇପଡ଼ିଛି। ବର୍ଷାଦିନ ପୂର୍ବରୁ ଏହି ଡ୍ରେନଗୁଡ଼ିକ ସଫା କରାଯାଇ ନ ଥିବାରୁ ଚଳିତବର୍ଷ ସହରାଞ୍ଚଳବାସୀ...

ସାଧବ ବୋହୂ ସହ ସେଲ୍‌ଫି

କାକଟପୁର, ୯।୭(ଡି.ଏନ୍‌.ଏ.): ବର୍ଷା ଦିନ ଆରମ୍ଭ ହେଲେ ସବୁଜ ଘାସ ଗାଲିଚା ଉପରେ ସାଧବ ବୋହୁ ଦେଖାଯିବା ସ୍ବାଭାବିକ କଥା। ମାତ୍ର ପରିବେଶ ପରିବର୍ତ୍ତନ ଯୋଗୁ...

ପୁରୀ ପୋଲିସ ରଥଯାତ୍ରା ପ୍ରସ୍ତୁତି: ପାର୍କିଂ, ଟ୍ରାଫିକ୍‌ ଉପରେ ଗୁରୁତ୍ୱ

ପୁରୀ ଅଫିସ, ୨୯ା୬: ଘୋଷଯାତ୍ରାକୁ ଆଉ ମାତ୍ର ୫ଦିନ। ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ବୋଲି ପୁରୀ...

ହାଓଡା ଢୁଲାଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣା: ୪ ମୃତ, ଜଣେ ଗୁରୁତର

ଭଦ୍ରକ ଅଫିସ, ୧୭।୭ – କଲିକତା ହାଓଡା ଢୁଲାଗଡ ଟୋଲପ୍ଲାଜା ନିକଟରେ ବୁଧବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୪ ଜଣ...

ଜନ୍ମ ଦିନରେ ମୃତ୍ୟୁ କୋଳକୁ ଗଲେ ବ୍ୟବସାୟୀ

ବଡବିଲ, ୧୪।୮(ସ୍ବ.ପ୍ର.): ଜନ୍ମ ଦିନରେ ମୃତ୍ୟୁମୁଖରେ ପଡିବା ଘଟଣା ବହୁତ କମ୍‌ ଦେଖିବାକୁ ମିଳିଥାଏ। କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳରେ ୱାର୍ଡ ନଂ-୪ ଉ.ପ୍ରା. ବିଦ୍ୟାଳୟ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *