ଭୁବନେଶ୍ୱର ରେଳ ଷ୍ଟେଶନ ହେବ ମଲ୍ଟି ମୋଡାଲ ହବ୍‌

ଭୁବନେଶ୍ୱର, ୨୦-୯(ବ୍ୟୁରୋ):ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେଶନକୁ ମଲ୍ଟି ମୋଡ଼ାଲ ହବ୍‌ରେ ବିକଶିତ କରାଯିବ। ଏନେଇ ଗୁରୁବାର ନୂଆଦିଲ୍ଲୀର ଉଦ୍ୟୋଗ ଭବନରେ ରେଲ୍‌ଓ୍ବେ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଉପସ୍ଥିତ ଥିଲେ। ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍‌ ଡିଭିଜନର ରେଳ ପ୍ରବନ୍ଧକ ଶଶିକାନ୍ତ ସିଂହ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀ ବୁଝାମଣା ପତ୍ରରେ ସ୍ବାକ୍ଷର କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ।
ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଓ ବିଡିଏ ଜମିରେ ଏହି ପ୍ରକଳ୍ପ ନିର୍ମାଣ ହେବ। ଷ୍ଟେଶନର ନୂତନ ଟର୍ମିନାଲ ବିଲ୍ଡିଂ, ସିଟି ବସ୍‌ ଟର୍ମିନାଲ, ପବ୍ଲିକ କାର୍‌ ପାର୍କିଂ, ଅଟୋ ଓ ଟ୍ୟାକ୍ସିର ଭିନ୍ନ ଭିନ୍ନ ପାର୍କିଂ, ଭୂତଳ ରାସ୍ତା ଓ ଅନ୍ୟାନ୍ୟ ସେବା ଉପଯୋଗୀ ବ୍ୟବସ୍ଥା ସହ ପ୍ଲାଟଫର୍ମ ଉପର ଦେଇ ଉଭୟ ପାର୍ଶ୍ୱକୁ ସଂଯୋଗ କନ୍‌କୋର୍ସ ନିର୍ମାଣ କରାଯିବ। ଉଭୟ ରେଲ୍‌ଓ୍ବେ ଓ ରାଜ୍ୟ ସରକାରଙ୍କ ଜମିରେ ନୂଆ ଷ୍ଟେଶନ ବିଲ୍ଡିଂ ସହ ଦୁଇ ଲାଇନ୍‌ ପ୍ଲାଟଫର୍ମ ନିର୍ମାଣ ହେବ। ପ୍ରସ୍ତାବିତ ୬ ମହଲା ବିଶିଷ୍ଟ ଷ୍ଟେଶନ ବିଲ୍ଡିଂରେ ପ୍ରଥମ ୩ ମହଲା ରେଲ୍‌ଓ୍ବେ ଓ ଉପର ୩ ମହଲା ବିଡିଏ ବ୍ୟବହାର କରିବ।
ପ୍ରସ୍ତାବିତ ଷ୍ଟେଶନର ବିକଶିତ ଅଞ୍ଚଳ ମଧ୍ୟରେ ଥିଏଟର ପ୍ଲାଜା, ଆର୍ଟ ପ୍ଲାଜା, ଶିଶୁ ପ୍ଲାଜା ଓ ଫୁଡ୍‌କୋର୍ଟର ବ୍ୟବସ୍ଥା ରହିବ। ଏଥିସହ ଗହଳି କମାଇବା ଲାଗି ବସ୍‌, ଅଟୋ ରିକ୍ସା, ଟ୍ୟାକ୍ସି, ଦୁଇ ଚକିଆ ଯାନ ପାଇଁ ଅଲଗା ସ୍ଥାନ ରହିବ। ସେହିଭଳି ସାଇକେଲ ଆରୋହୀ ଓ ପଥଚାରୀଙ୍କ ପାଇଁ ଭିନ୍ନ ଭିନ୍ନ ଯାତାୟାତ ପଥ ନିର୍ମାଣ କରାଯିବ। ଷ୍ଟେଶନ ଭିତରକୁ ପଶିବା ଲାଗି ଭୂତଳ ରାସ୍ତା ଓ ବାହାରିବା ଲାଗି ଉପର ମହଲାଦେଇ ସ୍ବତନ୍ତ୍ର ରାସ୍ତା ନିର୍ମାଣ କରିବାକୁ ଯୋଜନା ରହିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ରେଳ ମନ୍ତ୍ରଣାଳୟ ଓ ପୂର୍ବତଟ ରେଳପଥକୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଏହା ଏକ ଐତିହାସିକ ମୁହୂର୍ତ୍ତ। ଭୁବନେଶ୍ୱର ରେଳ ଷ୍ଟେଶନ ବିଶ୍ୱସ୍ତରୀୟ ଷ୍ଟେଶନରେ ପରିଣତ ହେବାକୁ ଯାଉଛି। ଭୁବନେଶ୍ୱର ପାଇଁ ଏହା ପ୍ରଥମ ଟ୍ରାଞ୍ଜିଟ ଅଭିମୁଖୀ ଉନ୍ନୟନ ପ୍ରକଳ୍ପ। ଏହା ଭବିଷ୍ୟତରେ ଭୁବନେଶ୍ୱରକୁ ଦେଶର ଏକ ବ୍ୟବସାୟିକ ଜିଲାରେ ପରିଣତ କରିବାକୁ ବାଟ ଫିଟାଇବ ବୋଲି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱରରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ ହେବାକୁ ଯାଉଛି ବୋଲି ବୁଝାମଣାପତ୍ର ସ୍ବାକ୍ଷର ସମୟରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି। କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗରେ ଓଡ଼ିଶା ବିକାଶର ଏହା ମାଇଲଖୁଣ୍ଟ ହେବ। ଷ୍ଟେଶନର ଉନ୍ନତି ହେଲେ ରାଜ୍ୟକୁ ଏକ ନୂଆ ପରିଚୟ ମିଳିବା ସହ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ। ଏହି ପ୍ରକଳ୍ପ ପାଇଁ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତି କାର୍ଯ୍ୟ ସିଙ୍ଗାପୁରର ସୁବର୍ଣ୍ଣା ଜୁରଙ୍ଗ ସଂସ୍ଥାକୁ ଦିଆଯାଇଥିବାରୁ ବିଡିଏକୁ ଧର୍ମେନ୍ଦ୍ର ଧନ୍ୟବାଦ ଜଣାଇଛନ୍ତି।


All Right Reserved By Dharitri.Com

ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା ଅଫିସ,୧୮।୬: କେନ୍ଦ୍ରାପଡା ଜିଲା ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କୁ ସୋମବାର ସ୍ନାନ ମଣ୍ଡପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦର୍ଶନ କରିଛନ୍ତି। ଶ୍ରୀଜୀଉଙ୍କ ଦର୍ଶନ ପରେ...

ଛାତ୍ରୀଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରୁଥିବା ଅଭିଯୋଗ: ପୃଥକ୍‌ ମାମଲା, ଟ୍ୟୁଶନ ଶିକ୍ଷକ ଗିରଫ

ନାଉଗଁ।, ୯।୧ (ସ୍ବ.ପ୍ର):ଚାକିରି କରାଇ ଦେବା ନଁ।ରେ ନାଉଗାଁ ବ୍ଲକ ନନ୍ଦୀ ଗ୍ରାମର ଜଣେ ଟ୍ୟୁଶନ ଶିକ୍ଷକ ଝିଅମାନଙ୍କୁ ନେଇ ପାରାଦୀପରେ ଦେହ ବ୍ୟବସାୟରେ ନିୟୋଜିତ...

ପ୍ରଦୀପ୍ତ ବିରୋଧୀ ଦଳ ନେତା

ଭୁବନେଶ୍ୱର,୨୫।୬(ବ୍ୟୁରୋ)- ପୂର୍ବତନ ମନ୍ତ୍ରୀ ତଥା ଭବାନୀପାଟଣା ଭାଜପା ବିଧାୟକ ପ୍ରଦୀପ୍ତ କୁମାର ନାଏକ ବିରୋଧୀ ଦଳ ନେତା ଭାବେ ମନୋନୀତ ହୋଇଛନ୍ତି। ଏନେଇ ଓଡ଼ିଶା ଭାଜପା...

ଦିଲ୍ଲୀ ଗଲେ କୋଶଲ ରାଜ୍ୟ ସମନ୍ବୟ ସମିତି ପ୍ରତିନିଧି

ବରଗଡ଼ ଅଫିସ, ୨୩।୭: ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିନେଇ ମଙ୍ଗଳବାର ସକାଳୁ କୋଶଲ ରାଜ୍ୟ ସମନ୍ବୟ ସମିତିର ଏକ ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତ...

ପଲ୍ୟୁସନ ଟେଷ୍ଟିଂ ଗାଡ଼ିିକୁ ହଟାଇଲେ ଲୋକେ

ବାରିପଦା ଅଫିସ,୧୧ା୯- ନୂତନ ମୋଟରଯାନ ଆଇନରେ ପରିବର୍ତ୍ତନ ହେବା ପରେ ଜରିମାନା ଭୟରେ ଗାଡ଼ି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। ରାଜ୍ୟ ସରକାର ଲୋକଙ୍କ...

୪ଜଣଙ୍କୁ ବଞ୍ଚାଇଥିବା ଟ୍ରାଫିକ୍‌ କନ୍‌ଷ୍ଟେବଳ ପୁରସ୍କୃତ

ଭୁବନେଶ୍ୱର,୫ା୧୨(ବ୍ୟୁରୋ): ୪ଜଣଙ୍କ ଜୀବନ ବଞ୍ଚାଇଥିବା ଜଣେ ଟ୍ରାଫିକ କନ୍‌ଷ୍ଟେବଳଙ୍କୁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପୁରସ୍କୃତ କରିଛନ୍ତି। କନ୍‌ଷ୍ଟେବଳ ଜଣକ ହେଲେ ଲଳିତ ମୋହନ ରାଉତ।...

ଧରିତ୍ରୀ ଦେଖାଇ ଆଇନଶୃଙ୍ଖଳା, ସ୍ବାସ୍ଥ୍ୟ ସେବା କଥା ଉଠାଇଲେ ନରସିଂହ; କଟକ ହତ୍ୟାକାଣ୍ଡକୁ ନେଇ ଉଦ୍‌ବେଗ

ଭୁବନେଶ୍ୱର,୨୫।୭(ବ୍ୟୁରୋ)- ରାଜ୍ୟରେ ଆଇନ ଶୃଙ୍ଖଳା ବୋଲି କିଛି ନାହିଁ। ଦିନ ଦି ପହରରେ ନାବାଳିକାଙ୍କୁ ବଳାତ୍କାର କରାଯାଉଛି। ପ୍ରଶ୍ନ ପଚାରିଲେ ଉତ୍ତର ମିଳୁ ନାହିଁ। ସବୁ...

ପୂଜା ପାଇଲେ ପଟି ଦିଅଁ:  ଆରମ୍ଭ ହେଲା ମହାପ୍ରଭୁଙ୍କ ଅଣସର ନୀତି

ପୁରୀ ଅଫିସ,୧୯ା୬: ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡୁ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଇ ଅଣସର ଗୃହକୁ...

Leave a comment

Your email address will not be published. Required fields are marked *