ବିଲରେ ଯୁବକଙ୍କୁ ହତ୍ୟା ଘଟଣାରେ ୨ ଗିରଫ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୦ା୯- ଫିରଙ୍ଗିଆ ପଞ୍ଚାୟତ ତଣ୍ଡ୍ରିଗାଁ ନାଳ ପାଖ ବିଲରେ କାଶିନିପଦର ପଞ୍ଚାୟତ ତଳପଡା ଗ୍ରାମର ବିମଳ କହଁରଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ କଟେଡମାହାର ବରୁଣ କହଁର ଓ ଲାମ୍ବାଗୁଡ୍ରି ଗ୍ରାମର ଅରବିନ୍ଦ କହଁର। ହତ୍ୟାକାଣ୍ଡରେ ବ୍ୟବହୃତ କାତି ସହ ଟର୍ଚ୍ଚ ଲାଇଟ, ମୋବାଇଲ ଫୋନକୁ ପୋଲିସ ଜବତ କରିଛି। ବିମଳଙ୍କ ସାଙ୍ଗ ବରୁଣ ଘଟଣାର ମାଷ୍ଟର ମାଇଣ୍ଡ । ପ୍ରେମ ସମ୍ପର୍କକୁ ନେଇ ବିମଳଙ୍କୁ ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି। ପୋଲିସ ସୂଚନା ଅନୁଯାୟୀ, ବିମଳ ଏବଂ ବରୁଣ ଦୁହେଁ ଭଲ ସାଙ୍ଗ। ସେମାନେ ବାଙ୍ଗାଲୋରରେ ରହି କାମ କରୁଥିଲେ। ବିମଳଙ୍କର ଏକାଧିକ ଝିଅଙ୍କ ସହ ପ୍ରେମ ସମ୍ପର୍କ ରହିଥିବା ବରୁଣ ଜାଣିଥିଲେ। ହତ୍ୟାକାଣ୍ଡ ଘଟିବାର ୨ମାସ ପୂର୍ବରୁ ବରୁଣଙ୍କ ଜଣେ ସମ୍ପର୍କୀୟାଙ୍କ ସହ ବିମଳଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଉଭୟେ ଫୋନରେ କଥା ହେଉଥିଲେ। ଏହା ଜାଣିବା ପରେ ଏଥିରୁ ନିବୃତ ରହିବାକୁ ବିମଳଙ୍କୁ ବରୁଣ କହିଥିଲେ। ହେଲେ ସେ ଏହାକୁ ମାନି ନ ଥିଲେ। ୨୦ଦିନ ପୂର୍ବରୁ ବରୁଣ ବାଙ୍ଗାଲୋରରୁ ଘରକୁ ଆସିଥିଲେ। ବିମଳ ୧ ତାରିଖରେ ଗାଁରେ ଆସି ପହଞ୍ଚିବେ ବୋଲି ସାଙ୍ଗ ହିସାବରେ ବରୁଣଙ୍କୁ କହିଥିଲେ। ଏହା ଜାଣିବା ପରେ ତାଙ୍କୁ ହତ୍ୟା କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ଘଟଣା ଦିନ ବରୁଣ ଏବଂ ଅରବିନ୍ଦ ଏକ ବାଇକରେ ଶଙ୍କରାଖୋଲ ଆସି ବିମଳଙ୍କୁ ସାଙ୍ଗରେ ନେଇଥିଲେ। ବୁଲାବୁଲି କରିବା ପରେ ଘଟଣାସ୍ଥଳକୁ ନେଇ ହତ୍ୟା କରିଥିଲେ ବୋଲି ଥାନାଧିକାରୀ ପି.ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୨ ତାରିଖ ଭୋରରେ ବିମଳଙ୍କ ମୃତଦେହ ତଣ୍ଡ୍ରିଗାଁ ନାଳ ପାଖରେ ପଡିଥିଲା। ଧାରୁଆ ଅସ୍ତ୍ରରେ ତାଙ୍କ ବେକକୁ ହଣା ଯାଇଥିବା ବେଳେ ମୁହଁକୁ ପଥରରେ ଛେଚି ଦିଆଯାଇଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା।


All Right Reserved By Dharitri.Com

‘କ୍ୟୁଆର-ଏସଏଏମ୍‌’ କ୍ଷେପଣାସ୍ତ୍ର ପରୀକ୍ଷଣ

ବାଲେଶ୍ୱର ଅଫିସ,୨୦।୧୨-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଡିଆର୍‌ଡିଓ (ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା) ପକ୍ଷରୁ ଆଇଟିଆର୍‌ (ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ) ୩ ନମ୍ବର ଲଞ୍ଚପ୍ୟାଡ୍‌ରେ ସ୍ବଳ୍ପ ଦୂରଗାମୀ...

ଚାଇନା ଫେରନ୍ତା ଯୁବକଙ୍କୁ ଖୋଜୁଛି ସ୍ବାସ୍ଥ୍ୟ ବିଭାଗ

ରଘୁନାଥପୁର, ୧୩ା୨ (ଡି.ଏନ.ଏ.): ସାରା ବିଶ୍ୱରେ କରୋନା ଭାଇରସ୍‌କୁ ନେଇ ଚିନ୍ତା ଘରିଛି। ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ଚାନ୍ଦପୁର ଗଁ।ର ଚାଇନା ଫେରନ୍ତା ଯୁବକଙ୍କୁ...

ଦରକାର ବେଳେ ଖୋଜା, ପରେ ଅଲୋଡ଼ା

ଭଣ୍ଡାରିପୋଖରୀ, ୧୩।୭(ଡି.ଏନ.ଏ.) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବନ୍ୟା ପ୍ଲାବିତ ଅଞ୍ଚଳ। ବୈତରଣୀ ନଦୀରେ ବନ୍ୟା ଆସିଲେ ବ୍ଲକର ବହୁ ଅଞ୍ଚଳ ଜଳମଗ୍ନ ହୋଇପଡ଼େ।...

ହିତାଧିକାରୀଙ୍କ ଚାଉଳ କାଟିବା ଘଟଣା: ବାଲିବିଲି ପଞ୍ଚାୟତ ରିଟେଲର ନିଲମ୍ବିତ

ବରୀ/ରତ୍ନଗିରି,୧୮ା୫(ସ୍ବ.ପ୍ର./ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ଅଧିନସ୍ଥ ବାଲିବିଲି ପଞ୍ଚାୟତର ସରକାରୀ ରିଟେଲର ଅନିରୁଦ୍ଧ ସାମଲ ନିଲମ୍ବତ ହୋଇଥିବା ନିଲମ୍ବିତ ରାଜ୍ୟ ଯୋଗାଣ ମନ୍ତ୍ରୀ ଟୁଇଟ୍‌...

ପୁନେରେ ଫସିଛନ୍ତି ସ୍କିଲ ଓଡ଼ିଶା ଛାତ୍ର

ବାଲେଶ୍ୱର ଅଫିସ,୨୩।୪-ବାଲେଶ୍ୱର ସଦର ବ୍ଲକ, ବସ୍ତା ଓ ଜଳେଶ୍ୱର ବ୍ଲକର ୧୩ଜଣ ଛାତ୍ର ସରକାରୀ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ (ସ୍କିଲ ଓଡ଼ିଶା)ରେ କୃତକାର୍ଯ୍ୟ ହୋଇ...

ସିଂହଦ୍ୱାର ସୌନ୍ଦର୍ଯ୍ୟକରଣ କାମ ଦେଖିଲେ ମୁଖ୍ୟ ପ୍ରଶାସକ; ନୂଆ ପାଦ ପ୍ରକ୍ଷାଳନ କାମ ଆରମ୍ଭ

ପୁରୀ ଅଫିସ,୩୦।୧୨:  ସିଂହଦ୍ୱାରରେ ସୌନ୍ଦର୍ଯ୍ୟକରଣ କାମ ଦ୍ରୁତଗତିରେ ଚାଲିଛି। ରବିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ଏହି ସୌନ୍ଦର୍ଯ୍ୟକରଣ କାମ ବୁଲି ଦେଖିଛନ୍ତି।...

ପରିବେଶର ସୁରକ୍ଷା ଲାଗି ବୃକ୍ଷରୋପଣ ଜରୁରୀ

ଖପ୍ରାଖୋଲ,୫।୬(ଡି.ଏନ.ଏ.): ଖପ୍ରାଖୋଲ ବ୍ଲକ ବଡଗୁର୍ଜିଭଟାଠାରେ ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ବୁଧବାର ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଉଚ୍ଚ ପ୍ରାଥମିକ...

ନାଳରେ ଭାସି ଯାଇଥିଲେ ବୃଦ୍ଧା : ୨୦ ଘଣ୍ଟା ପରେ ମୃତଦେହ ଉଦ୍ଧାର

ଝରିଗାଁ,୭।୯(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଧାମନାଗୁଡ଼ା ପଞ୍ଚାୟତ ଏକମ୍ବା ଗ୍ରାମର ଜଣେ ବୃଦ୍ଧା ନାଳ ପାରି ହେବା ସମୟରେ ଭାସି ଯାଇଥିଲେ। ପ୍ରାପ୍ତ ଖବରରୁ...

Leave a comment

Your email address will not be published. Required fields are marked *