Posted inଖେଳ

୨୦୦ କିଗ୍ରା ଭାର ଉଠାଇଲେ ମୀରାବାଈ

ପଟୟା, ୨୦।୯(ପି.ଟି.)- ପୂର୍ବତନ ଚାମ୍ପିୟନ ତଥା ଷ୍ଟାର୍‌ ଭାରୋତ୍ତୋଳିକା ମୀରାବାଈ ଚାନୁ (୪୯ କିଗ୍ରା) ତାଙ୍କ ଜାତୀୟ ରେକର୍ଡ ପ୍ରଦର୍ଶନଠାରୁ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଥାଇଲାଣ୍ଡର ପଟୟାଠାରେ ଚାଲିଥିବା ବିଶ୍ୱ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ପୋଡିୟମ ଫିନିଶ୍‌ କରିବାରେ ବିଫଳ ହୋଇଛନ୍ତି। ମହିଳା ୪୯ କିଗ୍ରା ବିଭାଗରେ ମୀରାବାଈ ଗୁରୁବାର ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରି ୪ର୍ଥ ସ୍ଥାନରେ ରହି ଅଳ୍ପକେ ପଦକ ହାସଲରୁ ବଞ୍ଚତ୍ତ ହୋଇଛନ୍ତି। ୨୫ ବର୍ଷୀୟା ଏହି ମଣିପୁର ଭାରୋତ୍ତୋଳିକା ସ୍ନାଚ୍‌ରେ ୮୭ କିଗ୍ରା ଭାର ଉଠାଇଥିଲେ। ସେହିଭଳି କ୍ଲିନ୍‌ ଆଣ୍ଡ ଜର୍କ ବିଭାଗରେ ୧୧୪ କିଗ୍ରା ଉଠାଇଥିଲେ। ଫଳରେ ମୋଟ୍‌ ଉପରେ ମୀରାବାଈ ୨୦୧ କିଗ୍ରା ଭାର ଉଠାଇବାରେ ସଫଳ ହୋଇଥିଲେ। ପୂର୍ବରୁ ସେ ୧୯୯ କିଗ୍ରା ଭାର ଉଠାଇ ଜାତୀୟ ରେକର୍ଡର ଅଧିକାରିଣୀ ରହିଥିଲେ। ଗତ ଏପ୍ରିଲରେ ଚାଇନାରେ ଅନୁଷ୍ଠିତ ଏସିଆନ୍‌ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ସେ ଏହି ୧୯୯ (୮୮+୧୧୧) କିଗ୍ରା ଭାର ଉଠାଇଥିଲେ। ଚାଇନାର ଜିଆଙ୍ଗ ହୁଇହୁଆ ୨୧୨ (୯୪+୧୧୮) କିଗ୍ରା ଭାର ଉଠାଇ ଏହି ଓଜନ ବର୍ଗରେ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିବା ସହ ସ୍ବର୍ଣ୍ଣ ପଦକ ଅକ୍ତିଆର କରିଥିଲେ। ପୂର୍ବରୁ ଚାଇନାର ହୋଉ ଝିଉହି (୨୧୦ କିଗ୍ରା)ଙ୍କ ନାମରେ ବିଶ୍ୱ ରେକର୍ଡ ରହିଥିଲା।


All Right Reserved By Dharitri.Com

Posted inଖେଳ View All

ଅପାଠୁଆ କ୍ରିକେଟର୍ସଙ୍କ ପାଠୁଆ ସ୍ତ୍ରୀ

ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ ଖେଳ ମାଧ୍ୟମରେ ସାରା ବିଶ୍ୱରେ ନାଁ କମାଇଛନ୍ତି। ଖେଳରେ ପ୍ରଭାବ ବିସ୍ତାର କରିଥିବା ଖେଳାଳିଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଶୁଣିଲେ...

ରଣଜୀ ଟ୍ରଫି କ୍ୱାର୍ଟରଫାଇନାଲରେ ବ୍ୟବହାର ହେବ ନାହିଁ ଡିଆରଏସ୍‌

ନୂଆଦିଲ୍ଲୀ,୧୮।୨- ରଣଜୀ ଟ୍ରଫି ନକଆଉଟ୍‌ରେ ସୀମିତ ଡିଆରଏସ୍‌ ବ୍ୟବହାର କରାଯିବ। ଫଳରେ କ୍ୱାର୍ଟର ଫାଇନାଲର କୌଣସି ମ୍ୟାଚ୍‌ ଡିଆରଏସ୍‌ ବ୍ୟବହାର ହେବ ନାହିଁ। କିନ୍ତୁ ଏହା...

ଜିମ୍ବାଓ୍ବେରେ ଦୁଇ ଟେଷ୍ଟ ମ୍ୟାଚ ଖେଳିବ ଶ୍ରୀଲଙ୍କା

କଲମ୍ବୋ, ୧୩ା୧ (ଏଏଫ୍‌ପି)-ଶ୍ରୀଲଙ୍କା କ୍ରିକେଟ ଟିମ୍‌ ଗୁରୁବାର ଜିମ୍ବୋଓ୍ବେ ଅଭିମୁଖେ ଯାତ୍ରା କରିବ। ଦଳ ସେଠାରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଅନ୍ତର୍ଜାତୀୟ...

ଜାତୀୟ ରେକର୍ଡ ସହ ମିରାବାଈଙ୍କୁ ସ୍ବର୍ଣ୍ଣ

କୋଲକାତା, ୪।୨ (ପି.ଟି.)- ଷ୍ଟାର୍‌ ଭାରତୀୟ ମହିଳା ଭାରୋତ୍ତୋଳିକା ତଥା ପୂର୍ବତନ ବିଶ୍ୱ ବିଜୟିନୀ ମିରାବାଈ ଚାଣୁ ନିଜ ନାମରେ ରହିଥିବା ଜାତୀୟ ରେକର୍ଡକୁ ଭଙ୍ଗ...

ବୁମ୍‌ରାଙ୍କ ବୋଲିଂ ଶୈଳୀକୁ ନକଲ କଲେ ବିରାଟ

ମାଞ୍ଚେଷ୍ଟର,୧୦।୭(ପିଟି)- ଶୀର୍ଷ ର଼୍ୟାଙ୍କ୍‌ଧାରୀ ଦିନିକିଆ ବ୍ୟାଟ୍ସମ୍ୟାନ ବିରାଟ କୋହଲି ବୁଧବାର ନଂ.୧ ବୋଲର ଯଶ୍‌ପ୍ରୀତ ବୁମ୍‌ରାଙ୍କ ବୋଲିଂ ଶୈଳୀକୁ ନକଲ କରିବାକୁ ଉଦ୍ୟମ କରିଛନ୍ତି। ନ୍ୟୁଜିଲାଣ୍ଡ...

ବିଜୟ ସହ ମେକ୍ସିକୋ ୭ମ

ଭୁବନେଶ୍ୱର, ୧୨।୬(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଶେଷ କରିଛି ମେକ୍ସିକୋ। ଯୁବ ମେକ୍ସିକୋ...

ଆଇସିସି ବିଶ୍ୱକପ: ସେମିଫାଇନାଲରେ ଭାରତ

ବର୍ମିଂହାମ,୩।୭(ପି.ଟି.)- ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ବିଶ୍ୱକପ୍‌ରେ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ଏଜବାଷ୍ଟନ ଗ୍ରାଉଣ୍ଡରେ ମଙ୍ଗଳବାର ଖେଳାଯାଇଥିବା ରୋମାଞ୍ଚକ...

ପାକିସ୍ତାନ ଖେଳାଳିଙ୍କୁ ବିରିୟାନି ମନା

କରାଚୀ,୧୮।୯: ଚଳିତ ବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍‌ରେ ପାକିସ୍ତାନ ଦଳର ଖେଳାଳିଙ୍କୁ ଫିଟ୍‌ନେସ ପାଇଁ ବହୁ ସମାଲୋଚିତ ହେବାକୁ ପଡ଼ିଥିଲା। ଖେଳାଳିଙ୍କ ଫିଟ୍‌ନେସ ସୁଧାରିବା...

Leave a comment

Your email address will not be published. Required fields are marked *