୪୦୦ ଜିଲାରେ ଆୟୋଜିତ ହେବ ଋଣ ମେଳା;୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଏନ୍‌ପିଏ ଘୋଷିତ ହେବନି ଏମ୍‌ଏସ୍‌ଏମ୍‌ଇ ଋଣ

ନୂଆଦିଲ୍ଲୀ,୨୦-୯: ସୁକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ଦୂରକରିବା ଲକ୍ଷ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି। ବ୍ୟାଙ୍କଗୁଡ଼ିକ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଏମ୍‌ଏସ୍‌ଏମ୍‌ଇଙ୍କ ଋଣକୁ ଅନାଦାୟ ଋଣ ବା ଏନ୍‌ପିଏ ଘୋଷଣା କରିବେ ନାହିଁ। ଏ ନେଇ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୀତାରାମନ୍‌ ଏଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି। ଏଠାରେ ବ୍ୟାଙ୍କ ମୁଖ୍ୟମାନଙ୍କ ସହ ଆଲୋଚନା ପରେ ସେ କହିଛନ୍ତି ଯେ, ଋଣ ପ୍ରଦାନ ପାଇଁ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଦେଶର ୪୦୦ ଜିଲାରେ ଋଣ ମେଳା ଆୟୋଜନ କରାଯିବ। ଏମ୍‌ଏସ୍‌ଏମ୍‌ଇ ଋଣକୁ ଏନ୍‌ପିଏ ଘୋଷଣା କରା ନ ଗଲେ ସେମାନଙ୍କୁ ସହାୟତା ମିଳିବ। ସେ କହିଛନ୍ତି ଯେ, କେତେକ ଅଣବ୍ୟାଙ୍କିଙ୍ଗ୍‌ କ୍ଷେତ୍ରକୁ ଚିହ୍ନଟ କରାଯାଇଛି ଯେଉଁମାନଙ୍କୁ ଋଣ ଉପଲବ୍‌ଧ କରାଯାଇପାରିବ। ଫଳରେ ଋଣ ନେବାକୁ ଇଚ୍ଛୁକ ବ୍ୟକ୍ତିବିଶେଷଙ୍କୁ ନଗଦ ଉପଲବ୍ଧ ହୋଇପାରିବ। ବ୍ୟାଙ୍କଗୁଡ଼ିକ ଆସନ୍ତା ୨୯ରୁ ପ୍ରଥମେ ୨୦୦ ଜିଲାରେ ଏନ୍‌ବିଏଫ୍‌ସି ଓ ଖୁଚୁରା ଋଣଗ୍ରହୀତାଙ୍କ ସହ ବୈଠକ କରିବ। ଅକ୍ଟୋବର ୧୦ରୁ ୧୫ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ୨୦୦ ଜିଲାରେ ଏଭଳି ବୈଠକ ଆୟୋଜନ କରାଯିବ। ଏହାଦ୍ୱାରା ପାର୍ବଣ ଋତୁ ସମୟରେ ଅଧିକରୁ ଅଧିକ ଋଣ ପ୍ରଦାନ କରିବା ନିଶ୍ଚିତ ହୋଇପାରିବ ବୋଲି ମନେ କରାଯାଉଥିବା ସୀତାରାମନ୍‌ କହିଛନ୍ତି।


All Right Reserved By Dharitri.Com

ଦରମା ବଢ଼ାଇବାରେ ଘରୋଇ କମ୍ପାନୀ କୁଣ୍ଠିତ

ନୂଆଦିଲ୍ଲୀ,୨୨।୮: ଚଳିତ ବର୍ଷ କମ୍‌ ଲୋକଙ୍କ ଦରମା ସେମାନଙ୍କ ମନମୁତାବକ ବଢ଼ିଛି। ଅର୍ଥନୀତିର ଅବସ୍ଥା ବିଗିଡିଯିବା କାରଣରୁ ଚଳିତ ବର୍ଷ ଘରୋଇ କମ୍ପାନୀଗୁଡ଼ିକ ହାତ ଖୋଲା...

ଜେଟ୍‌ ଅଂଶଧନ ଉପରେ ରିଲାଏନ୍ସର ନଜର

ନୂଆଦିଲ୍ଲୀ,୨୧ା୪: ଟେକ୍ସଟାଇଲରୁ ଆରମ୍ଭ କରି ଟେଲିକମ୍‌ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନିଜର ପ୍ରଭୁତ୍ୱ ବିସ୍ତାର କରିଥିବା ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବେ ବନ୍ଦ ହୋଇଯାଇଥିବା...

ସୁଗମ ହେବ ଏମ୍‌ଏସ୍‌ଏମ୍‌ଇକୁ ଋଣ ଯୋଗାଣ

ନୂଆଦିଲ୍ଲୀ,୯-୨: ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକୁ ଋଣ ଯୋଗାଣ ଧାରା ସୁଗମ ହେବ। ଯଦି ବିନା କୌଣସି କାରଣରେ ବ୍ୟାଙ୍କଗୁଡିକ ଏମ୍‌ଏସ୍‌ଏମ୍‌ଇଙ୍କୁ ଋଣ ଯୋଗାଣ ନେଇ...

ଡିଶ୍‌ ଟିଭି ସହ ମିଶିଯିବ ଏୟାରଟେଲ

ନୂଆଦିଲ୍ଲୀ,୭-୮:ଦେଶର ଦୁଇ ପ୍ରମୁଖ ଡିଟିଏଚ୍‌ କମ୍ପାନୀ ଚଳିତ ମାସ ଶେଷ ସୁଦ୍ଧା ମିଶିଯିବେ। ଏସେଲ ଗ୍ରୁପ୍‌ କମ୍ପାନୀ ଡିଶ୍‌ ଟିଭିକୁ ଖୁବଶୀଘ୍ର ଭାରତୀ ଏୟାରଟେଲ କିଣିବ।...

ଅରୁନ୍ଧତୀ ଜୁଏଲର୍ସର ରଜ ପରୀ-୨୦୧୯

ଭୁବନେଶ୍ୱର,୧୫-୬(ବ୍ୟୁରୋ): ପ୍ରମୁଖ ଗହଣା ଶୋ’ରୁମ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ରଜ ପରୀ-୨୦୧୯ର ଫାଇନାଲ ସ୍ଥାନୀୟ ଶହୀଦ ନଗରସ୍ଥିତ ଦୁର୍ଗାପୂଜା ମଣ୍ଡପ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ଶୀଘ୍ର ଅଭିବୃଦ୍ଧି ପଥକୁ ଫେରିବ ଭାରତ

ଡାଭୋସ,୨୫-୧ : ମାନ୍ଦାବସ୍ଥା ଦେଇ ଗତି କରୁଥିବା ଭାରତୀୟ ଅର୍ଥ ବ୍ୟବସ୍ଥା ଲାଗି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଶୁକ୍ରବାର ଆଶ୍ୱସ୍ତି ଭରା ଖବର ଆଣିଛି। ଭାରତରେ...

ଆମେରିକା ଅର୍ଥ ବ୍ୟବସ୍ଥା ଉପରେ ସଙ୍କଟ ବଢୁଛି

ନୂଆଦିଲ୍ଲୀ,୧୮-୩: କରୋନାର ପ୍ରଭାବରେ ଆମେରିକା ଅର୍ଥ ବ୍ୟବସ୍ଥା ଉପରେ ସଙ୍କଟ ସ୍ଥିତି ମାଡି ଆସୁଛି। ଷ୍ଟକ ବଜାର କାରବାର ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ଗଭୀର ଭାବେ...

ଏୟାର ଇଣ୍ଡିଆର ୧୦୦% ଅଂଶଧନ ବିକିବେ ସରକାର

ନୂଆଦିଲ୍ଲୀ,୧୩-୧୨: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ୧୦୦% ଅଂଶଧନ ବିକ୍ରି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନର ଅଂଶଧନ ବିକ୍ରି ନେଇ ରହିଥିବା ପ୍ରସ୍ତାବ ଅନ୍ତର୍ଗତ ଏଭଳି...

Leave a comment

Your email address will not be published. Required fields are marked *