ଶରୀର ପାଇଁ ଉପଯୋଗୀ କଞ୍ଚା ପିଆଜ

ପିଆଜ ବିଭିନ୍ନ ବ୍ୟଞ୍ଜନର ସୁଆଦ ବଢ଼ାଇଥାଏ। ତେବେ ଗ୍ରୀଷ୍ମରେ ଏହାର ବ୍ୟବହାର ଶରୀର ପାଇଁ ଖୁବ ଭଲ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଗ୍ରୀଷ୍ମରେ କଞ୍ଚା ପିଆଜ ଅଧିକ ପରିମାଣରେ ଖାଇବା ଉଚିତ୍‌। ଭାତ ହେଉ କିମ୍ବା ରୁଟି ଭୋଜନ ସମୟରେ କଞ୍ଚା ପିଆଜର ସାଲାଡ ଖାଆନ୍ତୁ। ନଚେତ ଦହିରେ ଟିକ୍‌ ଟିକ୍‌ କାଟି ପିଆଜକୁ ଖାଇପାରିବେ। ଏହା ଶରୀରର ପାଇଁ ବେଶ୍‌ ଲାଭଦାୟକ।
* ଗ୍ରୀଷ୍ମ ଋତୁରେ ଅଂଶୁଘାତ ହେବା ସାଧାରଣ କଥା। ହେଲେ ଆପଣ ଜାଣିଛନ୍ତି କି ଏଥିରୁ ବର୍ତ୍ତିବା ପାଇଁ କଞ୍ଚା ପିଆଜର ବ୍ୟବହାର ଅତ୍ୟନ୍ତ ଲାଭଦାୟକ। କଞ୍ଚା ପିଆଜ ଖାଇବା ଦ୍ୱାରା ଅଂଶୁଘାତ ହୋଇ ନ ଥାଏ। ଓ ଅଂଶୁଘାତ ହୋଇଥିଲେ ପିଆଜ ରସ ପିଇଲେ ଭଲ ହୋଇଥାଏ।
* ଗ୍ରୀଷ୍ମରେ ଅଧିକାଂଶ ମଧୁମେହ ରୋଗୀଙ୍କ ରକ୍ତ ଶର୍କରା ବୃଦ୍ଧି ପାଇଥାଏ। ଏହି ବର୍ଗର ଲୋକେ ଦ୍ବିପହର ଭୋଜନ ସମୟରେ କଞ୍ଚା ପିଆଜ ଫାଳେ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ।
* କଞ୍ଚା ପିଆଜ ଖାଇବା ଦ୍ବାରା ପେଟ ସମସ୍ୟା ମଧ୍ୟ ଦୂର ହୋଇଥାଏ।
* ପିଆଜ କର୍କଟ ରୋଗରୁ ମଧ୍ୟ ରକ୍ଷା କରିଥାଏ। ବିଭିନ୍ନ ବ୍ୟଞ୍ଜନରେ ଏହାର ଉପଯୋଗ କରିବା ସହ ସ୍ୟାଣ୍ଡୱିଚ ଘରେ ପ୍ରସ୍ତୁତ କରି କଞ୍ଚା ପିଆଜର ଉପଯୋଗ କରନ୍ତୁ। କଞ୍ଚା ପିଆଜରେ ଥିବା ବିଭିନ୍ନ ପୋଷକତତ୍ତ୍ବ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ।
* ସେହିପରି ଦୁର୍ଗନ୍ଧ ସମସ୍ୟା ଦେଖାଦେଲେ ମଧ୍ୟ କଞ୍ଚା ପିଆଜର ବ୍ୟବହାର କରିପାରିବେ। ଏହାକୁ ଖାଇଲେ ଦୁର୍ଗନ୍ଧ ସମସ୍ୟା ଦୂର ହୋଇଥାଏ ବୋଲି ବିଭିନ୍ନ ଅନୁସନ୍ଧାନରୁ ଜଣାପଡ଼ିଛି।


All Right Reserved By Dharitri.Com

ଜାଣି ରଖନ୍ତୁ…

ବର୍ଷାଦିନେ ପିଲାଙ୍କ ଦେହରେ ଫଙ୍ଗାଲ୍‌ ଓ ରିଙ୍ଗଓ୍ବର୍ମ ଇନ୍‌ଫେକ୍ସନର ଆଶଙ୍କା ଅଧିକ। ଏହା ଅପରିସ୍କାର ପାଣି କିମ୍ବା ପୋଷା ଜୀବଜନ୍ତୁଙ୍କ ଯୋଗୁ ହୋଇପାରେ। ତେଣୁ ଏଦିନେ...

ଉଚ୍ଚ ରକ୍ତଚାପରୁ ଦୂରେଇ ରହିବା ପାଇଁ ସପ୍ତାହରେ ୨ ଥର ଖାଆନ୍ତୁ ଏହି ଫଳ…

ବ୍ୟସ୍ତବହୁଳ ଜୀବନରେ ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ସୃଷ୍ଟି ହୋଇଥାଏ ଉଚ୍ଚରକ୍ତଚାପ। ଉଚ୍ଚ ରକ୍ତଚାପ ଦେଖାଯିବାର ଅନେକ କାରଣ ରହିଛି । କାମଚାପ, ମାନସିକ ଚିନ୍ତା,...

ସୁସ୍ଥ ସ୍ବାସ୍ଥ୍ୟ, ସୁନ୍ଦର ତ୍ୱଚା ପାଇଁ ଆଲୋଭେରା

ଆଲୋଭେରା ଶରୀର ସୁସ୍ଥ ରଖିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଆଲୋଭେରାକୁ ଆୟୁର୍ବେଦ ଭାଷାରେ ଘି କୁଆଁରୀ କୁହାଯାଏ। ଆଲୋଭେରା ବ୍ୟବହାର କଲେ...

ଚିନ୍ତା କମ୍‌ କରିବା ପାଇଁ ଆପଣାନ୍ତୁ କେତୋଟି ସହଜ ଉପାୟ

ଆଜିକାଲିର ବ୍ୟସ୍ତ ଜୀବନଶୈଳୀକୁ ନେଇ ଅଧିକାଂଶ ଲୋକ ଚିନ୍ତାରେ ରହିଥାନ୍ତି। ଚିନ୍ତା ଯୋଗୁ ଅନେକ ରୋଗ ହେବା ସମ୍ଭାବନା ମଧ୍ୟ ରହିଥାଏ। ବ୍ୟସ୍ତ ଜୀବନଶୈଳୀ ଯୋଗୁ...

ମଧୁମେହରେ କିଡ୍‌ନୀ ସମସ୍ୟା

”ଡାଇବେଟିସ୍‌(ମଧୁମେହ) ରୋଗୀଙ୍କ କିଡ୍‌ନୀ ଆକ୍ରାନ୍ତ ହେଲେ ସର୍ବପ୍ରଥମେ ପରିସ୍ରାରେ ଅଧିକ ମାତ୍ରାରେ ଆଲ୍‌ବୁମିନ୍‌ ନାମକ ଏକ ପ୍ରୋଟିନ ନିଷ୍କାସିତ ହୋଇଥାଏ। ତେଣୁ ପ୍ରତ୍ୟେକ ଡାଇବେଟିସ ରୋଗୀଙ୍କ...

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳୁ ଏଥିରୁ ଚାମୁଚେ…

ପ୍ରତିଦିନ ସକାଳେ କିଛି ସମୟ ବ୍ୟାୟାମ ପରେ ଚାମୁଚେ ଆଲୋଭେରା ବା ଘିକୁଆଁରୀ ରସ ପିଇଲେ ବହୁ ସୁଫଳ ମିଳିଥାଏ । ଏହା ରକ୍ତସଞ୍ଚାଳନ ବୃଦ୍ଧି...

ସକାଳେ ଗ୍ଲାସେ କମଳା ରସ…

ସକାଳେ ଗ୍ଲାସେ କମଳା ରସ ପିିଇଲେ ଅନେକ ଫାଇଦା ମିଳିଥାଏ । ଏଥିରେ ଲୌହ, କ୍ୟାଲସିୟମ୍‌, ପୋଟାସିୟମ, ଖଣିଜ, ଭିଟାମିନ ‘ଏ’ , ‘ବି ’...

ମାତ୍ର ଅଧ ଘଣ୍ଟାଏ…

ଏବେ ଶୀତ ଦିନ। ମାତ୍ର ଅଧଘଣ୍ଟାଏ, କଅଁଳ ଖରା ବସନ୍ତୁ। ମିଳିବ ଅନେକ ଫାଇଦା। ବିଭିନ୍ନ ସମୟରେ ଚିକିତ୍ସା ବିଜ୍ଞାନୀମାନେ ଏପରି ପରାମର୍ଶ ଦେଇଥାନ୍ତି। କଅଁଳ...

Leave a comment

Your email address will not be published. Required fields are marked *