ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଣିହାଁ,୧୯।୯(ଡି.ଏନ.ଏ.)- କଣିହାଁ ଥାନା ପୋଲିସ ଗୁରୁବାର ଡେରେଙ୍ଗ ଗ୍ରାମର ଜଣେ ବିବାହିତ ଯୁବକଙ୍କ ଅର୍ଦ୍ଧ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ଆଇଆଇସି ପ୍ରଭାତ କୁମାର ତ୍ରିପାଠୀ କହିଛନ୍ତି, ଡେରେଙ୍ଗ ଗ୍ରାମର ଯୁବକ ତପନ ସାହୁ ୪ ବର୍ଷ ପୂର୍ବେ ପରଜଙ୍ଗ ଥାନା ଅଞ୍ଚଳରେ ବିହାହ କରିଥିଲେ। ଦାମ୍ପତ୍ୟ କଳହକୁ ନେଇ ତାଙ୍କ ସ୍ତ୍ରୀ ୨ ବର୍ଷ ହେବ ବାପ ଘରେ ରହୁଛନ୍ତି। ତପନ ଘର ପାଖରେ ଏକ ଦୋକାନ କରି ଚଳୁଥିଲେ। ବୁଧବାର ରାତିରେ ସାଙ୍ଗଙ୍କ ସହ ଭୋଜି ପରେ ଘରକୁ ଆସି କବାଟ ବନ୍ଦ କରି ଫ୍ୟାନରେ ଶାଢିବାନ୍ଧି ଆତ୍ମହତ୍ୟା କରିଥିଲେ। ଗୁରୁବାର କବାଟ ଭଙ୍ଗାଯାଇ ତାଙ୍କ ଅର୍ଦ୍ଧ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଏ ନେଇ ନଂ. ୭/୧୯ରେ ଏକ ମାମଲା ରୁଜୁ କରାଯାଇ ତାଳଚେର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।


All Right Reserved By

ଦ.ପୂ. ରେଳପଥ ଜିଏମ୍‌ଙ୍କ ବଡ଼ବିଲ ଗସ୍ତ: ବଡ଼ବିଲ-ବାଂଶପାଣି ରେଳପଥ ଦାବି ଦୋହରାଇଲା ବିକାଶ ପରିଷଦ

ବଡ଼ବିଲ,୨୯।୯(ସ୍ବ.ପ୍ର.)- ଦ.ପୂ. ରେଳବାଇ ଜିଏମ ସଞ୍ଜୟ କୁମାର ମହାନ୍ତି ଶନିବାର ସାରେ କେନ୍ଦୁଝର ଜିଲା ବଡ଼ବିଲ ରେଳଷ୍ଟେଶନ ପରିଦର୍ଶନରେ ଆସି ପହଞ୍ଚିଥିଲେ। ଏହି ଅବସରରେ ବଡ଼ବିଲ...

ବାଲନ୍ଦାପଡ଼ାରେ ମାଓବାଦୀ କ୍ୟାମ୍ପ ଠାବ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୯ା୮- କନ୍ଧମାଳ ଜିଲା ଗୋଛାପଡା ଥାନା ବାଲନ୍ଦାପଡା ଅଞ୍ଚଳରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ବୁଧବାର ଗୁଳି ବିନିମୟ ହୋଇଛି। ଏଥିରେ କେହି ମୃତାହତ...

ମାଟ୍ରିକ ସାର୍ଟିଫିକେଟ ପାଇଁ ଅର୍ଥ ଆଦାୟ ଅଭିଯୋଗ

ପାତ୍ରପୁର,୪ା୭(ଡି.ଏନ୍‌.ଏ.)- ରାଜ୍ୟରେ ଦଶମ ଶ୍ରେଣୀ ପାସ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ୨ଦିନ ହେଲା ସାର୍ଟିଫିକେଟ ପ୍ରଦାନ କରାଯାଉଛି। ସରକାର ବିନା ଅର୍ଥରେ ଏହି ସାର୍ଟିଫିକେଟ ଦେଉଥିବାବେଳେ ପାତ୍ରପୁର...

୬ବର୍ଷର ପୁଅକୁ କଚାଡି ମାରିଲେ ବାପା

କପ୍ତିିପଦା,୩।୯(ଡି.ଏନ.ଏ.):ମୟୁରଭଞ୍ଜ ଜିଲା ଶରତ ଥାନା ଲାବଣ୍ୟଦେଇପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ମାନସିକ ବିକୃତ ବାପା ନିଜର ୬ ବର୍ଷର ପୁଅକୁ କଚାଡି ମାରିଦେଇଛନ୍ତି।...

ଧର୍ମେନ୍ଦ୍ରଙ୍କ ରୋଡ ଶୋରେ ଭାଜପା ଓ ବିଜେଡି କର୍ମୀ ମୁହାଁମୁହିଁ

ବାରିପଦା ଅଫିସ,୨୫।୪- ମୟୂରଭଞ୍ଜ ଜିଲା ଅଧୀନ ଲୋକସଭା ଓ ୭ ଟି ବିଧାନସଭା ପାଇଁ ଆସନ୍ତା ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ।...

ସାପ କାମୁଡ଼ାରେ ମହିଳା ମୃତ

ଗଞ୍ଜାମ,୬ା୯(ଡି.ଏନ.ଏ.): ଗଞ୍ଜାମ ଏନ୍‌ଏସି ୱାର୍ଡ ନଂ. ୬ ଓଡ଼ିଆ ଢାମଣା ସାହିର ଜଣେ ମହିଳାଙ୍କ ଶୁକ୍ରବାର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ସେ ହେଲେ ସୁବାସିନୀ...

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପୁନର୍ଜୀବିତ କରିବାକୁ ପ୍ରୟାସ; ଉତ୍ତରପ୍ରଦେଶ ଗଲେ ୧୫ ଗ୍ରାମର ବାସିନ୍ଦା

ବନ୍ତଳା, ୨୩ା୯ (ଡି.ଏନ.ଏ.) ମହାବଳ ବାଘ ମହାବୀରର ମୃତ୍ୟୁପରଠାରୁ ଅନୁଗୋଳ ଜିଲା ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପର ଭବିଷ୍ୟତ ସନ୍ଦିହାନ ହୋଇପଡ଼ିଛି। ବାଘୁଣୀ ସୁନ୍ଦରୀ ୧୦ମାସ ହେଲାଣି ବନ୍ଦୀ...

ବୀରମହାରାଜପୁରରୁ ପଦ୍ମନାଭ ବେହେରା ପଛୁଆ

ବୀରମହାରାଜପୁର,୨୩।୫: ବୀରମହାରାଜପୁର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ପଦ୍ମନାଭ ବେହେରା ପଛରେ ପଡ଼ିଛନ୍ତି। ୫ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ପଦ୍ମନାଭ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *