ନାବାଳିକାଙ୍କୁ ବିବାହ ପରେ ଯୌତୁକ ନିର୍ଯାତନା: ସ୍ବାମୀ ଗିରଫ, ଶାଶୁ, ଶ୍ୱଶୁର, ଦିଅର ଫେରାର

ପୁରୁଷୋତ୍ତମପୁର,୧୯ା୯(ଡି.ଏନ.ଏ.)- ସରକାର ବାଲ୍ୟ ବିବାହ ରୋକିବା ଲାଗି ସ୍ବତନ୍ତ୍ର ଆଇନ ପ୍ରଣୟନ କରିଛନ୍ତି। ବିବାହ କରୁଥିବା ଅଧିକାରୀ ଓ ବିବାହ ପଞ୍ଜିକୃତ ଅଧିକାରୀଙ୍କୁ ଉଭୟ ବର କନ୍ୟାଙ୍କ ଜନ୍ମଗତ ବୟସ ସମ୍ପର୍କିତ ପ୍ରମାଣପତ୍ରକୁ ତନଖି କରି କାର୍ଯ୍ୟ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ବୟସ ହୋଇ ନ ଥିବା ପିଲାଙ୍କୁ ବିବାହ କରୁଥିବା ଅଭିଭାବକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ମଧ୍ୟ କରୁଛନ୍ତି। କିଛିସଂସ୍ଥା ଜନ୍ମଗତ ବୟସ ସମ୍ପର୍କିତ ପ୍ରମାଣପତ୍ରକୁ ଭଲଭାବେ ଯାଞ୍ଚ ନକରି ବିବାହ କରିବାରେ ଲାଗିଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ।
ଏହି ଅଞ୍ଚଳର ଜଣେ ନାବାଳିକାଙ୍କୁ ଗତ ଜୁଲାଇରେ ଘରୁ ଉଠାଇନେଇ ଭୁବନେଶ୍ୱରରେ ଥିବା ଏକ ବିବାହ ସଂସ୍ଥାରେ ଜଣେ ଯୁବକ ବିବାହ କରିଥିଲେ। ଏବେ ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିବା ସମ୍ପୃକ୍ତ ନାବାଳିକାଙ୍କୁ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ କରିଛନ୍ତି। ନଂ.୨୦୬/୧୯ରେ ସ୍ବାମୀ, ଶଶୁର, ଶାଶୁ ଓ ଦିଅରଙ୍କ ନାମରେ ମାମଲା ରୁଜୁ ହୋଇଥିବା କହିଛନ୍ତି ଆଇଆଇସି ଜଗନ୍ନାଥ ମଲ୍ଲିକ। ଅଭିଯୁକ୍ତ ସ୍ବାମୀ କିଷାନ ମହାରଣାଙ୍କୁ ଗୁରୁବାର ଗିରଫ କରି ବ୍ରହ୍ମପୁର ପୋକ୍ସୋ କୋର୍ଟକୁ ଚାଲାଣ କରାଯାଇଛି। ଘଟଣା ସମ୍ପର୍କରେ ତଦନ୍ତକାରି ପୋଲିସ ଅଫିସର ଏସ୍‌ଆଇ ସ୍ନେହାମଞ୍ଜରି ସାହୁ କହିଛନ୍ତି, ନାବାଳିକାଙ୍କ ଅଭିଯୋଗ ପ୍ରକାରେ ତାଙ୍କୁ ଗତ ଜୁଲାଇ ୨୬ରେ ଛତ୍ରପୁର ଥାନା ଭିକାରିପଲ୍ଲୀ ଗ୍ରାମର କିଷାନ ମହାରଣା ଘରୁ ଉଠାଇ ନେଇ ଭୁବନେଶ୍ୱରରେ ଥିବା ଏକ ସଂସ୍ଥାରେ ଜୁଲାଇ ୩୦ରେ ବିବାହ କରିଥିଲେ। ସେଠାରୁ ଆସି ବ୍ରହ୍ମପୁରରେ ଓ ଛତ୍ରପୁରରେ ଘର ଭଡାନେଇ ରହିଥିଲେ। ଏହାପରେ ଯୌତୁକ ଦାବି କରି ନିର୍ଯାତନା ଆରମ୍ଭ କରିଥିଲେ। ଏପରିକି ନାବାଳିକାଙ୍କୁ ଆଣି ତାଙ୍କ ବାପଘରେ ଛାଡ଼ି ଚାଲି ଯାଇଥିଲେ। ଉଭୟ ପକ୍ଷଙ୍କ ଆଲୋଚନାପରେ କୌଣସି ସମାଧାନ ନ ହେବାରୁ ବୁଧବାର ଥାନାରେ ଅଭିଯୋଗ କରିଥିଲେ। ନାବାଳିକାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ନେଇ ଡାକ୍ତରୀ ମାଇନା କରାଯିବା ସହ କୋର୍ଟରେ ବୟାନ ରେକର୍ଡ କରାଯାଇଛି। ଏହା ସହ ଅଭିଯୁକ୍ତ ସ୍ବାମୀଙ୍କ ମଧ୍ୟ ଡାକ୍ତରୀ ମାଇନା କରାଯାଇଛି। ଅଭିଯୋଗକାରିଣୀ ନାବାଳିକା ହୋଇଥିବାରୁ ମାମଲାକୁ ବ୍ରହ୍ମପୁର ପୋକ୍ସୋ କୋର୍ଟକୁ ପଠା ଯାଇଛି।


All Right Reserved By Dharitri.Com

ନାଗରିକତ୍ୱ ସଂଶୋଧନ ଆଇନରେ କାହାର ନାଗରିକତା ଯିବନାହିଁ: ଏମ୍‌ପି ରୂପା ଗାଙ୍ଗୁଲି

ମାଲକାନଗିରି,୨୨ା୧(ଡି.ଏନ.ଏ.): ନାଗରିକତ୍ୱ ସଂଶୋଧନ ଆଇନ ପ୍ରଥମେ କଂଗ୍ରେସ ସରକାର ସମୟରେ ଆରମ୍ଭ ହୋଇ ଏକ କାର୍ଡ ଦେବାର ବ୍ୟବସ୍ଥା ଥିଲା। ମାତ୍ର ତାହା ସେମାନେ କରିପାରିଲେ...

ଥଇଥାନ ପାଇଁ ଜିଲାପାଳଙ୍କୁ ଭେଟିଲେ ବ୍ୟବସାୟୀ

ଭଦ୍ରକ ଅଫିସ, ୪।୭ – ଭଦ୍ରକ ସହରରୁ ଜବରଦଖଲ ଉଚ୍ଛେଦ ପରେ ରୋଜଗାର ହରାଇଥିବା ଦୋକାନୀମାନଙ୍କୁ ଥଇଥାନ ଦାବିରେ ସିପିଆଇ(ଏମ୍‌)ର ଜିଲା କମିଟି ବୁଧବାର ଜିଲାପାଳଙ୍କୁ...

ଗଞ୍ଜାମରେ ବିସ୍ଫୋରକ ସ୍ଥିତି: ସଙ୍ଗରୋଧ କେନ୍ଦ୍ରରେ ମୃତ୍ୟୁ ଘଟଣାର ତଦନ୍ତ, ମୃତକଙ୍କ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି

ବ୍ରହ୍ମପୁର ଅଫିସ,୧୧।୫: ଗଞ୍ଜାମ ଜିଲାରେ ସୁରଟ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ପାଇଁ କରୋନା ସଂକ୍ରମଣ ଏବେ ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି। ଦିନକୁ ଦିନ ଜିଲାର...

ବଜ୍ରପାତରେ ଯୁବତୀଙ୍କ ଜୀବନଗଲା

ଭଞ୍ଜନଗର,୧୯।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ହାତୀଗୁଡ଼ାରେ ଗୁରୁବାର ମଧ୍ୟାହ୍ନରେ ବଜ୍ରପାତ ଘଟି ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଛି। ସେ ହେଲେ ଟୁନି ପୋଲାଇ।...

ଜଗମୋହନ ମରାମତି ମାମଲା: ଆମିକସ୍‌ କ୍ୟୁରୀଙ୍କ ପକ୍ଷରୁ କ୍ଷୟକ୍ଷତି ରିପୋର୍ଟ ଦାଖଲ

କଟକ ଅଫିସ,୨୩।୭: ବାତ୍ୟା ଫନୀରେ ଶ୍ରୀମନ୍ଦିରରେ ହୋଇଥିବା ବିଭିନ୍ନ କ୍ଷୟକ୍ଷତିକୁ ନେଇ ସୋମବାର ଆମିକସ୍‌ କ୍ୟୁରୀ ଏନ୍‌. କେ. ମହାନ୍ତିଙ୍କ ପକ୍ଷରୁ ହାଇକୋର୍ଟରେ ଏକ ବିସ୍ତୃତ...

ଜାଲ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଶିକ୍ଷକ ଗିରଫ

କର୍ଲାମୁଣ୍ଡା,୮।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲସ୍ଥିତ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଜଣେ ନକଲି ଶିକ୍ଷକଙ୍କୁ ଗିରଫ କରାଯାଇଛି। ଜାଲ ପ୍ରମାଣପତ୍ର...

କୋଇଲା ବୋଝେଇ ବଗି ଛାଡ଼ି ଚାଲିଗଲା ଇଞ୍ଜିନ୍‌

ବସ୍ତା,୫।୩(ଡି.ଏନ.ଏ.)- ଦକ୍ଷିଣ-ପୂର୍ବ ରେଳପଥର ବସ୍ତା ଷ୍ଟେଶନ ନିକଟରେ ବୁଧବାର ସନ୍ଧ୍ୟା ୫ଟା ୫୦ ମିନିଟ୍‌ ସମୟରେ ଏକ କୋଇଲା ବୋଝେଇ ଟ୍ରେନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି...

କନବାର ଗାଁ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଗଲା

ବରଗଡ଼ ଅଫିସ୍‌,୧୮।୪: ଘାତକ କରୋନା(କୋଭିଡ୍‌-୧୯) ଭୂତାଣୁକୁ ନେଇ ସବୁଆଡ଼େ ଭୟ ଘାରିଛି । ଏହାକୁ ପ୍ରତିହତ କରିବା ପାଇଁ ସଚେତନତା, ସତର୍କତା ହିଁ ଏକମାତ୍ର ମାଧ୍ୟମ...

Leave a comment

Your email address will not be published. Required fields are marked *