Posted inUncategorized

୫୦ ବର୍ଷ ବୟସ ପୂର୍ବରୁ ଟାଇପ୍‌ ୨ ଡାଇବେଟିସ୍‌କୁ ଚିହ୍ନିହେବ

ଡାଇବେଟିସ୍‌ ବା ମଧୁମେହ ଏକ ନିରବଘାତି ରୋଗ ବୋଲି କୁହାଯାଇଥାଏ। କାରଣ ସମସ୍ତଙ୍କର ଧାରଣା ରହିଛି ଯେ ୫୦ବର୍ଷ ପାଖାପାଖି ହେଲେ ଡାଇବେଟିସର ଲକ୍ଷଣ ପ୍ରକାଶ ପାଇଥାଏ। କିନ୍ତୁ ଏବେ କାନାଡାର ଏକ ବିଶେଷଜ୍ଞ ଦଳ କହିଛନ୍ତି ମାତ୍ର ୮ ବର୍ଷ ବୟସର ଶିଶୁ ରକ୍ତକୁ ପରୀକ୍ଷା କଲେ ଟାଇପ୍‌-୨ ଡାଇବେଟିସ୍‌ ସମ୍ପର୍କରେ ସୂଚନା ମିଳିପାରିବ। ବିଶେଷଜ୍ଞଙ୍କ କହିବା କଥା ହେଲା ଡାଇବେଟିସ୍‌ର ଲକ୍ଷଣ ଧୀରେ ଧୀରେ ଆସିଥାଏ ଓ ବୟସ ବଢିବା ପରେ ଏହା ଅଧିକ ମାତ୍ରାରେ ପ୍ରକାଶ ପାଇଥାଏ। ନିକଟରେ ପ୍ରାୟ ୪ ହଜାର ଭିନ୍ନ ଭିନ୍ନ ବୟସର ବ୍ୟକ୍ତିଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ଏଥିରୁ ମିଳିଥିବା ତଥ୍ୟ ଅନୁଯାୟୀ ଏମାନଙ୍କ ରକ୍ତରେ କିଛି ସୁକ୍ଷ୍ମ ଅଣୁ ରହିଛି। ଯାହାକୁ ପରୀକ୍ଷା କଲେ ଟାଇପ୍‌-୨ ଡାଇବେଟିସର ସୂଚନା ମିଳିପାରୁଛି। ତେଣୁ ବିଶେଷଜ୍ଞମାନେ ମତ ରଖିଛନ୍ତି କମ୍‌ ବୟସରୁ ଡାଇବେଟିସର ନିରୁପଣ କରି ଯଦି ଚିକିତ୍ସା କରାଯାଏ ତେବେ ଭବିଷ୍ୟତରେ ଏହା ପ୍ରାଣଘାତି ହୋଇ ନ ଥାଏ।


All Right Reserved By Dharitri.Com

Posted inUncategorized View All

ବଢ଼ୁଛି ପାନୀୟଜଳ ସମସ୍ୟା: ଗ୍ରାମବାସୀଙ୍କ ବିକ୍ଷୋଭ

ତାଳଚେର,୨ା୬(ନି.ପ୍ର.)- ତାଳଚେର ବ୍ଲକ କଙ୍କିଳି ପଞ୍ଚାୟତର ନୂଆସାହି, କୃଷକସାହି ଓ ସଇନାଳି ଅଞ୍ଚଳରେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି। ୨/୩ ହଜାର ଲୋକ ପାଣି...

କୋହଲିଙ୍କ ‘ବିରାଟ’ ପ୍ରଶଂସକ

ଭାରତୀୟ ଅଧିନାୟକ ବିରାଟ କୋହଲି କ୍ରିକେଟ ପଡିଆରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛନ୍ତି। ଖୁବ୍‌ଶୀଘ୍ର ସେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି...

ଉତ୍ତର ଓଡ଼ିିଶା ବିଶ୍ୱବିଦ୍ୟାଳୟରେ ନୂତନ ପରୀକ୍ଷା ନିୟନ୍ତ୍ରକ

ବାରିପଦା ଅଫିସ,୩।୮- ମୟୂରଭଞ୍ଜ ଜିଲା ବାରିପଦା ସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ନୂତନ ପରୀକ୍ଷା ନିୟନ୍ତ୍ରକ ଭାବେ ଡ.ଲକ୍ଷ୍ମୀଧର ଗିରି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଡ....

ଟାଇଟଲରୁ ସାନିଆଙ୍କ ଅଲିମ୍ପିକ୍ସ ବର୍ଷ ଆରମ୍ଭ

ହୋବାର୍ଟ,୧୮।୧- ଦୀର୍ଘ ଦୁଇ ବର୍ଷ ପରେ କୋର୍ଟକୁ ଫେରିଥିବା ଭାରତୀୟ ମହିଳା ଟେନିସ ଷ୍ଟାର ସାନିଆ ମିର୍ଜା ତାଙ୍କ ପାର୍ଟନର ନାଡିଆ କିଚେନୋକଙ୍କ ସହ ମିଶି...

କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୨,୧୧୨: ସୁସ୍ଥ ହେଲେ ସବୁଠାରୁ କମ୍‌ ବୟସର ଶିଶୁ

ବେଜିଂ,୨୦।୨: କରୋନା ଭାଇରସ ସଂକ୍ରମଣରେ ଚାଇନାରେ ଏବେ ସୁଦ୍ଧା ୨,୧୧୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ୭୪,୧୮୫ ଏହି ମାରାତ୍ମକ କରୋନା ଭାଇରସରେ ସଂକ୍ରମିତ...

ଧାର ଟଙ୍କା ମାଗିବାକୁ ଯାଇ ବଳାତ୍କାରର ଶିକାର ହେଲେ ମହିଳା: ଅଭିଯୁକ୍ତ ଗିରଫ

ଦାରିଙ୍ଗବାଡ଼ି,୧୨।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଜଣେ ମହିଳା ତାଙ୍କ ପଡ଼ିଶା ଘରକୁ ଧାର ଦେଇଥିବା ଟଙ୍କା ମାଗିବାକୁ ଯାଇ ବଳାତ୍କାରର ଶିକାର ହୋଇଥିବା...

ପାହାଡ଼ରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ପାଲଲହଡ଼ା, ୧୦ା୧୧(ଡି.ଏନ.ଏ.) – ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଆଲୁରି ପଞ୍ଚାୟତ ବୁରୁବୁରା ଗ୍ରାମର କୁଲାଡେରା ଜଙ୍ଗଲ ନିକଟ ପାହାଡ଼ ଉପରୁ ଶନିବାର ଜଣେ ମହିଳାଙ୍କ...

ହୋଟେଲକୁ ସିଲ୍‌ କରିଦେଲା ପ୍ରଶାସନ

ବରଗଡ଼ ଅଫିସ୍‌,୨୬।୪: ବରଗଡ଼ ଜିଲା ପ୍ରଶାସନ ପକ୍ଷରୁ ସହରର ଏକ ହୋଟେଲକୁ ସିଲ୍‌ କରି ଦିଆଯାଇଛି । ଲକ୍‌ ଡାଉନ୍‌ କଟକଣା କୋହଳ ହୋଇଥିଲେ ହେଁ...

Leave a comment

Your email address will not be published. Required fields are marked *