Posted inଖେଳ

କୋହଲି ଏକମାତ୍ର ଖେଳାଳି

ନୂଆଦିଲ୍ଲୀ,୧୯।୯: ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୨ ରନ୍‌ର ଅପରାଜିତ ଇନିଂସ ଯୋଗୁ କୋହଲିଙ୍କ ଟି୨୦ ଫର୍ମାଟରେ ଆଭରେଜ ୫୦ ଅତିକ୍ରମ କରିଛି। ଏଥିଯୋଗୁ କ୍ରିକେଟର ପ୍ରତ୍ୟେକ ଫର୍ମାଟରେ ୫୦ରୁ ଅଧିକ ଆଭରେଜରେ ରନ୍‌ କରୁବାରେ କୋହଲି ବିଶ୍ୱରେ ଏକମାତ୍ର ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି। ଏ ନେଇ ଆଇସିସି ଟୁଇଟ କରି ଜଣାଇଛି। ଟେଷ୍ଟରେ କୋହଲିଙ୍କ ଆଭରେଜ ୫୩.୧୪ ଥିବାବେଳେ ଦିନିକିଆରେ ୬୦.୩୧ ଓ ଟି୨୦ରେ ୫୦.୮୫ ହାରରେ ରନ୍‌ କରୁଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ୭୯ ଟେଷ୍ଟ, ୨୩୯ ଦିନିକିଆ ଓ ୭୧ ଟି୨୦ ଖେଳିଥିବା କୋହଲି ଏପର୍ଯ୍ୟନ୍ତ ଯଥାକ୍ରମେ ୬୭୪୯, ୧୧୫୨୦ ଓ ୨୪୪୧ ରନ୍‌ କରିସାରିଛନ୍ତି। ଏଥିପୂର୍ବରୁ ୨୦୧୭ରେ ମଧ୍ୟ ସମସ୍ତ ଫର୍ମାଟରେ ଭାରତୀୟ ଅଧିନାୟକଙ୍କ ଆଭରେଜ ୫୦ରୁ ଅଧିକ ଥିଲା।


All Right Reserved By Dharitri.Com

Posted inଖେଳ View All

ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କୁ ବିବାହ କରିବେ ମନୀଷ ପାଣ୍ଡେ

ବେଙ୍ଗାଲୁରୁ,୧୦ା୧୦: ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ନିଜ ଜୀବନ ସାଥୀ ପାଇଯାଇଛନ୍ତି। ସେ ହେଉଛନ୍ତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଆଶ୍ରିତା ଶେଟ୍ଟି।  ଆସନ୍ତା...

ଟିମ୍‌ ଇଣ୍ଡିଆକୁ ଜବରଦସ୍ତ ଝଟ୍‌କା: ଇଞ୍ଜୁରି କାରଣରୁ ୩ ମ୍ୟାଚ୍‌ ଖେଳିପାରିବେନି ଧାଓ୍ବନ

ନଟିଂହାମ,୧୩।୬(ପି.ଟି.)- ଭାରତର ବିଶ୍ୱକପ୍‌ ଅଭିଯାନକୁ ଜୋରଦାର୍‌ ଝଟ୍‌କା ଲାଗିଛି। ବାମହାତ ବୁଢ଼ା ଅଙ୍ଗୁଳି ଭାଙ୍ଗିଯିବା କାରଣରୁ ଇନ୍‌ଫର୍ମ ତଥା ଅଭିଜ୍ଞ ଓପନର ଶିଖର ଧାଓ୍ବନ ଆଗାମୀ...

ସେହ୍ବାଗଙ୍କ ସ୍କୁଲରେ ଟ୍ରେନିଂ ନେଉଛନ୍ତି ପୁଲଓ୍ବାମା ଶହୀଦଙ୍କ ପୁଅ

ନୂଆଦିଲ୍ଲୀ,୧୭।୧୦- ଗତ ଫେବୃୟାରୀରେ ପୁଲଓ୍ବାମା ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ପୁଅ କ୍ରିକେଟ ଟ୍ରେନିଂ ନେଉଥିବାବେଳର କିଛି ଫଟୋ ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ...

ଭାରତ-ଭିଏତ୍‌ନାମ ମ୍ୟାଚ୍‌ ଡ୍ର

ହାନୋଇ (ଭିଏତ୍‌ନାମ), ୬।୧୧ (ପି.ଟି.): ଭାରତ ଓ ଭିଏତ୍‌ନାମ ମହିଳା ଫୁଟ୍‌ବଲ ଦଳ ମଧ୍ୟରେ ବୁଧବାର ଏଠାରେ ଖେଳାଯାଇଥିବା ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଡ୍ର’ରେ...

ଐତିହାସିକ ଟେଷ୍ଟରେ ଟସ୍‌ ଜିତିଲା ବାଂଲାଦେଶ, ପ୍ରଥମେ ବ୍ୟାଟିଂ ନିଷ୍ପତି

କୋଲକାତା,୨୨।୧୧: ଶୁକ୍ରବାରଠାରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରଥମ ଦିବାରାତ୍ର ଟେଷ୍ଟ ଆରମ୍ଭ ହୋଇଛି। କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ବାଂଲାଦେଶ...

ରୋଜର୍ସ କପ୍‌ ଫାଇନାଲରେ ନାଡାଲ

ମଣ୍ଟ୍ରିଲ,୧୧।୮(ଏଏଫ୍‌ପି): ସ୍ପେନ୍‌ ତାରକା ଟେନିସ ଖେଳାଳି ରାଫାଲ ନାଡାଲ ଏଠାରେ ଚାଲିଥିବା ମଣ୍ଟ୍ରିଲ ମାଷ୍ଟର୍ସ ଟେନିସ୍‌ ବା ରୋଜର୍ସ କପ୍‌ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲରେ...

ସିନିୟର ପୁରୁଷ ହକି କ୍ୟାମ୍ପ୍‌: ଜାତୀୟ ଶିବିରରେ ୬ ଓଡ଼ିଆ

ନୂଆଦିଲ୍ଲୀ, ୧।୯ (ପି.ଟି.)- ଆଗାମୀ ବେଲ୍‌ଜିୟମ ଓ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ଲାଗି ଜାତୀୟ ସିନିୟର ପୁରୁଷ ହକି ଦଳର କୋଚିଂ କ୍ୟାମ୍ପ୍‌ ସେପ୍ଟେମ୍ବର ୨ରୁ...

ରଣ୍‌ଜୀ ଭେନ୍ୟୁ ଘୋଷିତ: ଘରୋଇ ଗ୍ରାଉଣ୍ଡରେ ୫ ମ୍ୟାଚ୍‌ ଖେଳିବ ଓଡ଼ିଶା

କଟକ ଅଫିସ,୧୬ା୧୦- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ଚଳିତ ଘରୋଇ କ୍ରିକେଟ ଟୁର୍ନାମେଣ୍ଟର ଭେନ୍ୟୁ ତାଲିକା ଘୋଷଣା କରାଯାଇଛି । ଆସନ୍ତା ଡିସେମ୍ବର ୯ରୁ...

Leave a comment

Your email address will not be published. Required fields are marked *