ମଦଦୋକାନ ଭଙ୍ଗାରୁଜା ଘଟଣା : ଅଭିଯୁକ୍ତ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୧୯।୯: ଗଞ୍ଜାମ ଜିଲା ସ୍ଥାନୀୟ ପିଭିଏନ୍‌ ପେଟ୍ରୋଲ ପମ୍ପ ଛକରେ ଥିବା ବିୟର ପାର୍ଲର ଭଙ୍ଗାରୁଜା ଘଟଣାରେ ଟାଉନ ଥାନା ପୋଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ମେଘା ରେଡ୍ଡୀ। କେସ୍‌ ନଂ.୧୮୮/୧୯ରେ ମେଘାଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ଘଟଣାରୁ ପ୍ରକାଶ ଯେ, ବୁଧବାର ସନ୍ଧ୍ୟାରେ ମେଘା ମଦ ପିଇବା ପାଇଁ ବିୟର ପାର୍ଲର ଯାଇଥିଲେ। ସେଠାରେ ସେ ମଦ ପିଇବା ପରେ ପାର୍ଲରରେ କାମ କରୁଥିବା କର୍ମଚାରୀ ଜଣଙ୍କ କାଉଣ୍ଟରରେ ଟଙ୍କା ଦେବାକୁ କହିଥିଲେ। ଏଥିରେ ମେଘା ଉତ୍‌କ୍ଷିପ୍ତ ହୋଇ ବିୟର ପାର୍ଲର ଭଙ୍ଗାରୁଜା କରିବା ସହ ମ୍ୟାନେଜର ରବୀନ୍ଦ୍ର ନାଥ ସାହୁଙ୍କୁ ବିୟର ବୋତଲରେ ଆକ୍ରମଣ କରିଥିଲେ। ଏପରିକି ଥାନାରେ ଖବର ଦେଲେ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ମ୍ୟାନେଜର ସାହୁ ବୁଧବାର ରାତିରେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଗୁରୁବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।


All Right Reserved By Dharitri.Com

ତହସିଲଦାରଙ୍କୁ ଦୁର୍ବ୍ୟବହାର, ଗାଡ଼ିଭଙ୍ଗା ଘଟଣା: ନ୍ୟାୟ ପାଇଁ ଗୁହାରି କଲେ ମହିଳା

ସଜନାଗଡ଼, ୨୩।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ମିତ୍ରପୁର କାଠପାଳ ଛକଠାରେ ଗତ ୧୪ତାରିଖ ରାତି ପ୍ରାୟ ୧୧ଟାରେ ୩ଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ନୀଳଗିରି...

ଜାତୀୟ ପତାକାକୁ ଅସମ୍ମାନ, ଥାନାରେ ଅଭିଯୋଗ

ଭଞ୍ଜନଗର,୧୭।୮(ଡି.ଏନ.ଏ)-ଭଞ୍ଜନଗର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ସ୍ଥାନୀୟ ଜେଲ ପଡ଼ିଆରେ ଗୁରୁବାର ଚାଲିଥିଲା। ଏହି ସମୟରେ ସହରର ଜଣେ ବ୍ୟବସାୟୀ ନିଜ ପୋଷା କୁକୁର ବେକରେ ଓ...

ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୨୫ା୧୨- ଗଞ୍ଜାମ ଜିଲା ସ୍ବତନ୍ତ୍ର ପୋକ୍‌ସୋ ଜଜ ତଥା ଅତିରିକ୍ତ ଦୌରା ଜଜ (ଏଡିଜେ)-୨ ଜଗଦୀଶ ପ୍ରସାଦ ମହାନ୍ତି ମଙ୍ଗଳବାର ଏକ ବଳାତ୍କାର ମାମଲାର...

ଘରୋଇ ହିଂସା ରୋକିବାକୁ ପଦକ୍ଷେପ

କଟକ ଅଫିସ୍‌,୧୫ା୪ କରୋନା ମୁକାବିଲା ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେ ଲକ୍‌ଡାଉନ୍‌ ସମୟରେ...

ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ: କ୍ଷତି ପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାଜପଥ ଅବରୋଧ

ପାଟଣା,୧୩।୭(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ରେଙ୍ଗାଳବେଡା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଅଜଣା ଗାଡି...

ଛୁଟିରେ ଚାଲିଛି ଡ୍ରେନ୍‌ ନିର୍ମାଣ

ଆନନ୍ଦପୁର, ୭।୧୦ (ସ୍ବ.ପ୍ର.)- ପାର୍ବଣ ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଛୁଟିରେ ରହିଥିବା ବେଳେ ଏହି ସମୟରେ ଖପରାଖାଇ-ଘସିପୁରା ଭିଆଇପି ରୋଡ୍‌ର ଡ୍ରେନ୍‌ ନିର୍ମାଣ କାର୍ଯ୍ୟ...

ବନ୍ଦ ଖଣି ଚାଲୁ ଦାବିରେ ଆନ୍ଦୋଳନ

ଅନୁଗୋଳ ଅଫିସ,୧।୧୧: ଅନୁଗୋଳ ଜିଲା ସୋଲଡ଼ା ଗ୍ରାମ ସହ ଖୁରିଙ୍ଗା, ସତ୍ୟବାଦୀପୁର, ନାଥଗାଁ ଓ ତେଲିପୁର ଗ୍ରାମର ଶତାଧିକ ଲୋକ ଜିଲାପାଳ ଓ ଏସ୍‌ପିଙ୍କ କାର୍ଯ୍ୟାଳୟ...

କରୋନା କଟକଣାରେ ଫସି ଯାଇଛନ୍ତି ଆଇଟିବିପି ଯବାନ

ସମ୍ବଲପୁର,୨୭।୩ (ବ୍ୟୁରୋ)-କରୋନା କଟକଣା ଯୋଗୁ ଜଣେ ଯବାନଙ୍କୁ ହୀନସ୍ତା ହେବାକୁ ପଡିଛି । ଲକ୍‌ଡାଉନ ଘୋଷଣା ପରେ ତାଙ୍କୁ ହୋଟେଲରୁ ଜୋରଜବରଦସ୍ତ ବାହାର କରି ଦିଆଯାଇଥିଲା...

Leave a comment

Your email address will not be published. Required fields are marked *