ଜାମଶୁଳି କଲେଜରେ ପରୀକ୍ଷା ଫି’ ବୃଦ୍ଧିକୁ ନେଇ ଅଚଳାବସ୍ଥା ଜାରି

ବସ୍ତା, ୧୯।୯(ସ୍ବ.ପ୍ର.): ଦ୍ବିତୀୟ ଦିନରେ ମଧ୍ୟ ଜାମଶୁଳି କଲେଜରେ ପରୀକ୍ଷା ଫି’ ବୃଦ୍ଧିକୁ ନେଇ ଅଚଳାବସ୍ଥା ଜାରି ରହିଛି । କଲେଜର ମୁଖ୍ୟ ଫାଟକକୁ ତାଲା ପକାଇ ସମସ୍ତ +୩ ଛାତ୍ରୀଛାତ୍ର ପରିସର ଭିତରେ ନିଆଁ ଜାଳି ବିକ୍ଷୋଭ କରୁଥିବା ଜଣାପଡିଛି। ଫକୀର ମୋହନ ବିଶ୍ବବିଦ୍ୟାଳୟର ଅଧୀନରେ ଥିବା ଅନ୍ୟ କଲେଜରେ ପରୀକ୍ଷା ଫି’ ୧୫୦୦ ରୁ ୨୦୦୦ ମଧ୍ୟରେ ଥିବାବେଳେ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ ୩୦୦୦ ଟଙ୍କା ଧାର୍ଯ୍ୟ ତଥା ଅନ୍ୟ ଦାବି ନେଇ ଛାତ୍ରୀଛାତ୍ର ଧାରଣାରେ ବସଛନ୍ତି। ଛାତ୍ରୀଛାତ୍ରମାନେ କୌଣସି ଗଣମାଧ୍ୟମକୁ ଭିତରକୁ ଛାଡୁ ନ ଥିବାବେଳେ ବାଲେଶ୍ବର ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ମାଜିଷ୍ଟ୍ରେଟ ଭାବେ ଯାଇଥିବା ବସ୍ତା ତହସିଲଦାର ନରେନ୍ଦ୍ର ଖମାରୀଙ୍କୁ ମଧ୍ୟ ସେମାନେ ଭିତରକୁ ଛାଡି ନ ଥିବା ଜଣାଯାଇଛି। ପିଲାଙ୍କ କହିବା ଅନୁଯାୟୀ, ଯେଉଁ ଉପରିସ୍ଥ ଅଧିକାରୀ ତାଙ୍କର ସମସ୍ୟାଗୁଡିକୁ ତତ୍କାଳ ଭିତ୍ତିରେ ସମାଧାନ କରିପାରିବେ ତାଙ୍କୁ ଭିତରକୁ ପ୍ରବେଶ କରାଯିବ। ସଦ୍ୟ ମିଳିଥିବା ଖବର ଅନୁସାରେ ମାଜିଷ୍ଟେଟ ଫେରି ଯାଇଥିବାବେଳେ କଲେଜ ପରିସର ବାହାରେ ପୋଲିସ ପ୍ଲାଟୁନ୍‌ ମୃତୟନ କରାଯାଇଛି।


All Right Reserved By Dharitri.Com

ସୁସଜ୍ଜିତ ପୂଜା ମଣ୍ଡପରେ ତୋରଣ ଶୋଭା: ୧୭୮ ମଣ୍ଡପରେ ବିଜେ ମା’ ଜଗଜ୍ଜନନୀ

ବାରିପଦା ଅଫିସ,୬।୧୦- ମୟୂରଭଞ୍ଜ ଜିଲାରେ ଏଥର ୧୭୮ ମଣ୍ଡପରେ ଜଗଜ୍ଜନନୀ ମା’ ଦୁର୍ଗାଙ୍କ ଶାରଦୀୟ ପୂଜା ଅନୁଷ୍ଠିତ ହେଉଛି। କେବଳ ବାରିପଦା ସହରରେ ୨୬ ଟି...

ମତ୍ସ୍ୟ ବିଭାଗ ସଚିବଙ୍କ ବରଗଡ଼ ଗସ୍ତ: ଅଧିକାରୀଙ୍କୁ କଲେ ତାଗିଦ

ଅତାବିରା,୬।୧୨(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗର କମିଶନର ତଥା ସଚିବ ଆର୍‌. ରଘୁ ପ୍ରସାଦ ଶନିବାର ବରଗଡ଼ ଜିଲା ଗସ୍ତରେ ଆସି ଜିଲାର ବିଭିନ୍ନ ଅଞ୍ଚଳ...

ରିଲିଫ୍‌ ବଣ୍ଟନ ବେଳେ ଗଣ୍ଡଗୋଳ:ପଞ୍ଚାୟତ କାର୍ଯ୍ୟାଳୟରେ ସାମଗ୍ରୀ ଆଣିଥିବା ୩ ଟ୍ରକ୍‌ ଅଟକ

ନିରାକାରପୁର,୨୮ା୮(ଡି.ଏନ.ଏ.)-ନିରାକାରପୁର ବ୍ଲକ ଫନୀ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ଓାଲ୍ଡ ଭିଜନ ନାମକ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ମଙ୍ଗଳବାର ସକାଳେ ରିଲିଫ୍‌ ସାମଗ୍ରୀ ବଣ୍ଟନ କରାଯାଉଥିବାବେଳେ ଗଣ୍ଡଗୋଳ...

ଦୁର୍ଘଟଣାରେ କଲେଜ ଛାତ୍ର ମୃତ

କେନ୍ଦୁଝର, ୨୪।୧୦(ସ୍ବ.ପ୍ର.): ଟାଉନ ଥାନା ଠାକୁରପାଟଣା ଅଚିନ୍ତା ମଠ ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ବାଇକ୍‌ରୁ ତଳେ ପଡ଼ି ଜଣେ କଲେଜ...

ଜଳଶକ୍ତି ଅଭିଯାନ ସମ୍ପର୍କରେ ସ୍ବତନ୍ତ୍ର ଗ୍ରାମସଭା : ଜଳ ସଂରକ୍ଷଣ, ପ୍ରୋତ୍ସାହନ ନିମନ୍ତେ ଆଲୋଚନା

କର୍ଲାମୁଣ୍ଡା,୨୫।୮(ଡି.ଏନ.ଏ.) କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବିଭିନ୍ନ ପଞ୍ଚାୟତରେ ଜଳଶକ୍ତି ଅଭିଯାନ ସମ୍ପର୍କରେ ସ୍ବତନ୍ତ୍ର ଗ୍ରାମସଭା ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରେଗେଡା ଗ୍ରାମପଞ୍ଚାୟତଠାରେ...

ବଳାତ୍କାର ଘଟଣା : ୮ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

କଟକ ଅଫିସ,୨୧ା୧୦ : ନିଆଳି ଥାନା ଅଞ୍ଚଳରେ ଗତ ଅଗଷ୍ଟ ୮ରେ ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ଦିପୁନା ଭୋଇଙ୍କୁ ଗିରଫ...

କର୍ମଚାରୀଙ୍କୁ ଦରମା ନ ଦେବା ଅଭିଯୋଗ: ସଫେଇ ସଂସ୍ଥା ମୁଖ୍ୟ ଗିରଫ

ବାରିପଦା ଅଫିସ, ୨୫ା୧୦- ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଦୀର୍ଘ ଦିନ ହେବ ସଫେଇ କର୍ମଚାରୀଙ୍କୁ ଦରମା ପ୍ରଦାନ କରାଯାଉ...

କରତକଳ ଉପରେ ଚଢ଼ାଉ: ୩ ଲକ୍ଷ ଟଙ୍କାର ଯନ୍ତ୍ରାଂଶ, କାଠ ଜବତ

ବନ୍ତ,୩୦।୭(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ା ଥାନା ଅଧୀନ କୁଆଂଶମଢ଼ିଆଠାରେ ବେଆଇନ ଭାବେ ଚାଲୁଥିବା ଏକ କରତକଳ ଉପରେ ମଙ୍ଗଳବାର ସକାଳେ ବନବିଭାଗ ପକ୍ଷରୁ...

Leave a comment

Your email address will not be published. Required fields are marked *