ଲୋ-ବ୍ଲଡ୍‌ ପ୍ରେସରରୁ ଦୂରେଇ ରହିବା ପାଇଁ ସକାଳେ ଖାଆନ୍ତୁ …

ପେସ୍ତା ବାଦାମ ଶରୀର ପାଇଁ ବହୁ ଉପକାରୀ। ପ୍ରତିଦିନ ସକାଳେ ଏହାକୁ ଲହୁଣୀ ସହିତ ମିଶାଇ ଖାଇଲେ ଅନେକ ଫାଇଦା ମିଳିଥାଏ। ଏ ସମ୍ପର୍କରେ ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହା ଲୋ-ବ୍ଲଡ୍‌ ପ୍ରେସରକୁ ନିୟନ୍ତ୍ରଣ କରିଥାଏ। ସକାଳେ ୪ଟି ପେସ୍ତା ବାଦାମ ଚୋବାଇ ଖାଇଲେ କିଛି ଦିନ ମଧ୍ୟରେ ସୁଫଳ ମିଳିଥାଏ। ନିୟମିତ ଅଁଳା ରସରେ ମହୁ ମିଶାଇ ପେସ୍ତା ବାଦାମ ଖାଇଲେ ଲୋ-ବ୍ଲଡ୍‌ ପ୍ରେସର ହୋଇ ନ ଥାଏ। ପେସ୍ତା ବାଦାମରେ କାର୍ବସ୍‌, ଫାଇବର, ପ୍ରୋଟିନ୍‌, ଫ୍ୟାଟ୍‌, ପୋଟାସିୟମ୍‌, ଫସଫରସ୍‌, ଭିଟାମିନ୍‌ ବି-୬, ଥାଇମିନ୍‌, କପର୍‌, ମାଙ୍ଗାନିଜ୍‌ ଆଦି ରହିଛି। ଏହା ରକ୍ତରେ କୋଲେଷ୍ଟରଲ୍‌ସ୍ତରକୁ ନିୟନ୍ତ୍ରିତ କରିବା ସହିତ ରକ୍ତ ଶର୍କରାକୁ ସ୍ବାଭାବିକ କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।


All Right Reserved By Dharitri.Com

ଖରାଦିନ ପାଇଁ ଉପକାରୀ ‘ପୁଦିନା’

ନିୟମିତ ରୂପେ ଆମେ ଖାଦ୍ୟରେ ପୁଦିନାର ବ୍ୟବହାର କରିଥାଉ। ଏହା ଖାଦ୍ୟର ସ୍ବାଦକୁ ଆହୁରି ବଢ଼ାଇ ଦେଇଥାଏ। ପୁଦିନାର ବହୁତ ଉପକାରୀ ଗୁଣ ବିଷୟରେ ସମେସ୍ତ...

ଡାଇବେଟିସ୍‌ରୁ ଦୂରେଇ ରଖେ ଏହି ସହଜ ଉପାୟ…

ଇନସୁଲିନ୍‌ସ୍ତରକୁ ସନ୍ତୁଳିତ କରିବା ପାଇଁ ପ୍ରତିଦିନ ସକାଳେ ମେଥି ପାଣି ପିଇବା ଭଲ। ଇନସୁଲିନ୍‌ସ୍ତର ନିୟନ୍ତ୍ରିତ ହେଲେ ଡାଇବେଟିସ୍‌ ହେବାର ଆଶଙ୍କା କମ୍‌ ହୋଇଥାଏ। ଏଥିରେ...

ଟ୍ରେନ୍‌ ଉପରେ ମହାକାଶରୁ ରଖାଯିବ କଡ଼ା ନଜର: ୬ ହଜାର ଇଞ୍ଜିନ୍‌ରେ ଲଗା ସରିଛି ‘ଗଗନ ପ୍ରଣାଳୀ’

ନୂଆଦିଲ୍ଲୀ,୧୫।୧୦: ଆଉ ଗୋଟିଏ ବର୍ଷ ପରେ ୨୦୨୦ ସୁଦ୍ଧା ଟ୍ରେନ୍‌ ଉପରେ ମହାକାଶରୁ କଡ଼ା ନଜର ରଖାଯିବ। ଏନେଇ ସାଟେଲାଇଟ୍‌ ସହିତ ଟ୍ରେନ୍‌ ଲୋକୋମୋଟିଭ୍‌ ଇଞ୍ଜିନ୍‌...

୭୦୦ ମାମଲା, ୨୪୦୦ ଗିରଫ

ନୂଆଦିଲ୍ଲୀ,୯ା୩(ପି.ଟି.): ଦିଲ୍ଲୀରେ ନିକଟରେ ସିଏଏକୁ ନେଇ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାରେ ୭୦୨ ମାମଲା ଦାଏର କରାଯାଇଛି। ସେଥିରୁ ୪୯ ହେଉଛି ବେଆଇନ ଭାବେ ଅସ୍ତ୍ରଶସ୍ତ୍ର...

ବ୍ଲିଚିଂ ପାଉଡ଼ରରେ ବି କରିହେବ ଘର, କାର୍ଯ୍ୟାଳୟ ସାନିଟାଇଜ୍‌

ନୂଆଦିଲ୍ଲୀ,୨୨।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଦେଶବ୍ୟାପି ଲୋକଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପ୍ରସାରଣ ଜାରି ରଖିଛନ୍ତି। କରୋନାଠାରୁ ଦୂରେଇ ରହିବା...

ଆୟର ଗୋଟିଏ ଭାଗ ଅଜଣା ମୃତଦେହ ସଂସ୍କାରରେ ଖର୍ଚ୍ଚ କରନ୍ତି ଆୟୁବ

ମହୀଶୂର,୨୬।୮: କର୍ନାଟକର ମହୀଶୂରରେ ରୁହନ୍ତି ଆୟୁବ ଅହମ୍ମଦ। ନିଶା ତାଙ୍କର ଅଜଣା ମୃତଦେହକୁ ସଂସ୍କାର କରିବା। ଆଉ ଫୁଟ୍‌ପାଥରେ ରହୁଥିବା ଲୋକଙ୍କୁ ସାହାଯ୍ୟ କରିବା। ମାତ୍ର...

ୟୁପି ମନ୍ତ୍ରୀଙ୍କ ‘ସୁପ୍ରିମକୋର୍ଟ ଆମର’ ମନ୍ତବ୍ୟକୁ ନିନ୍ଦା

ନୂଆଦିଲ୍ଲୀ,୧୩-୯: ‘ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ହେବ, କାରଣ ସୁପ୍ରିମକୋର୍ଟ ଆମର। ଏ ଦେଶ, ନ୍ୟାୟପାଳିକା ଓ ମନ୍ଦିର ସବୁ ଆମର।’ ୨୦୧୮ ସେପ୍ଟେମ୍ବରରେ ଉତ୍ତରପ୍ରଦେଶର ମନ୍ତ୍ରୀ...

ନେହେରୁ ମେମୋରିଆଲ ହେଲା କଂଗ୍ରେସ ମୁକ୍ତ

ନୂଆଦିଲ୍ଲୀ,୬।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କ ସ୍ମୃତିରେ ନିର୍ମିତ ହୋଇଥିବା ନେହେରୁ ମେମୋରିଆଲ ଏବେ କଂଗ୍ରେସ ମୁକ୍ତ ହୋଇଛି। ଏହାର ପୁନର୍ଗଠନ କରାଯାଇଛି। ଏଥିରେ ଥିବା...

Leave a comment

Your email address will not be published. Required fields are marked *