Posted inଜାତୀୟ

ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ନ କରିପାରି ପ୍ରୟାଗରାଜରେ ସଫ୍ଟ ଲ୍ୟାଣ୍ଡିଂ କଲେ ଯୁବକ

ପ୍ରୟାଗରାଜ,୧୯।୯: ପ୍ରୟାଗରାଜରେ ୩ଦିନରୁ ଜାରି ରହିଥିବା ଡ୍ରାମା ବୁଧବାର ଶେଷ ହୋଇଛି। ଫିଲ୍ମ ସୋଲେରେ ଯେଉଁଭଳି ଧର୍ମେନ୍ଦ୍ର ଟାଓ୍ବାର ଉପରେ ଚଢ଼ି ବାସନ୍ତୀ ସହ ବିବାହ ପାଇଁ ଜିଦ୍‌ ଧରିଥିଲେ। ସେହିପରି ଚନ୍ଦ୍ରକୁ ଯାଇଥିବା ବିକ୍ରମ ଲ୍ୟାଣ୍ଡର ସହ ସମ୍ପର୍କ କରିବା ପାଇଁ ଜଣେ ଯୁବକ ମଧ୍ୟ ଏଭଳି ଏକ ଅଜବ ପଦକ୍ଷେପ ଆପଣାଇଛନ୍ତି। ଯାହା ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ସୋମବାର ରାତିରେ ପ୍ରୟାଗରାଜ ଯମୁନା ବ୍ରିଜର ଏକ ଟାଓ୍ବାର ଉପରେ ରଜନୀକାନ୍ତ ନାମକ ଯୁବକ ତ୍ରିରଙ୍ଗା ଧରି ଚଢ଼ିବା ସହ ତପସ୍ୟା କରିଥିଲେ। ବିକ୍ରମ ସହ ଇସ୍ରୋର ସମ୍ପର୍କ ଶୀଘ୍ର କରାଇଦେବା ପାଇଁ ରଜନୀକାନ୍ତ ଚନ୍ଦ୍ରକୁ ପ୍ରାର୍ଥନା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ତଳକୁ ଓହ୍ଲାଇବାକୁ ନିବେଦନ କରିଥିଲେ। ହେଲେ ଯୁବକ ଜଣକ କାହାରି କଥା ଶୁଣି ନ ଥିଲେ। ତେବେ ବୁଧବାର ଯୁବକଙ୍କୁ କ୍ରେନ ସାହାଯ୍ୟରେ ପୋଲିସ ତଳକୁ ଆଣିଛି। ଅନ୍ୟପଟେ ବିକ୍ରମ ସହ ସର୍ମ୍ପକ କରିବା ପାଇଁ ଇସ୍ରୋ ଦିନ ରାତି ଏକ କରି ଦେଇଥିବା ବେଳେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


All Right Reserved By Dharitri.Com

ଥରିଲା ହିମାଚଳ ପ୍ରଦେଶ

ଶିମ୍‌ଲା,୬।୧: ହିମାଚଳ ପ୍ରଦେଶର ଶିମ୍‌ଲାରେ ସୋମବାର ସକାଳେ ଏକ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୩.୬। ଏହା ମୃଦୁ...

ଟ୍ରାଫିକ୍‌ ପୋଲିସ ପୋଷାକରେ ଲାଗିଲା କ୍ୟାମେରା: ଆଇନ ଭଙ୍ଗ କରୁଥିବା ବ୍ୟକ୍ତିଙ୍କ କାର୍ଯ୍ୟକଳାପ ହେବ ରେକର୍ଡ

କୋଏମ୍ବାଟୁର,୧୮।୭: ତାମିଲନାଡୁ କୋଏମ୍ବାଟୁରରେ ବୁଧବାର ଟ୍ରାଫିକ୍‌ ପୋଲିସଙ୍କୁ ଏକ କ୍ୟାମେରା ବଣ୍ଟନ କରାଯାଇଛି। ଏହି କ୍ୟାମେରାକୁ ସେମାନେ ନିଜ ପୋଷାକରେ ଲଗାଇପାରିବେ। ଏହାଦ୍ୱାରା ଘଟଣାସ୍ଥଳରେ ଟ୍ରାଫିକ୍‌...

ମୋଦିଙ୍କ ମା’ଙ୍କୁ ଭେଟିଲେ ରାଷ୍ଟ୍ରପତି

ଗାନ୍ଧିନଗର,୧୩।୧୦: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଦୁଇ ଦିନିଆ ଗସ୍ତରେ ଗୁଜରାଟ ଯାତ୍ରା କରିଛନ୍ତି। ଏହି ଅବସରରେ ସେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ...

ରୋଗରୁ ଦୂରେଇ ରହିବା ପାଇଁ ପିମ୍ପୁଡି ଖାଆନ୍ତି ଏହି ଜନଜାତି…

ପିମ୍ପୁଡି ନିଜ ଶରୀରରେ ପ୍ରତିଷେଧକ ଶକ୍ତି ସୃଷ୍ଟି କରିବା ପାଇଁ ଏକ ପ୍ରକାର ଆଣ୍ଟିବାୟୋଟିକ୍ସ୍‌ ପ୍ରସ୍ତୁତ କରିଥାନ୍ତି। ଏହା ମନୁଷ୍ୟଠାରେ ଦେଖାଯାଉଥିବା କେତେକ ରୋଗର ନିଦାନ...

ଖୋଲିବ ୪୬୨ ଏକଲବ୍ୟ ସ୍କୁଲ

ରାଞ୍ଚି,୧୦ା୯(ଆଇଏଏନ୍‌ଏସ୍‌): ଦେଶର ଆଦିବାସୀ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ ତାରିଖରେ ଏକଲବ୍ୟ ସ୍କୁଲ ଶୁଭାରମ୍ଭ କରିବେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ...

ଜଳପଥ ଦେଇ ପ୍ରବେଶ କରିପାରନ୍ତି ପାକିସ୍ତାନୀ କମାଣ୍ଡୋ: କାଣ୍ଡଲା ବନ୍ଦରରେ ବଢିଲା ସୁରକ୍ଷା ବ୍ୟବସ୍ଥା

ଗାନ୍ଧୀ ନଗର,୨୯।୮: ଗୁଜରାଟର କାଣ୍ଡଲା ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଗୁପ୍ତ ସୂଚନା ଅନୁଯାୟୀ, ପାକିସ୍ତାନୀ କମାଣ୍ଡୋ ଜଳଭାଗ ଦେଇ ଭାରତ ସୀମାରେ ଥିବା...

ବୁରାରି ‘ହରର ହାଉସ୍‌’ ହେଲା ଡାଇଗ୍ନୋଷ୍ଟିକ ସେଣ୍ଟର

ନୂଆଦିଲ୍ଲୀ,୩୦।୧୨: ଗତବର୍ଷ ଜୁଲାଇରେ ବୁରାରିର ସନ୍ତ ନଗରରେ ଥିବା ଏକ ଘରେ ଗୋଟିଏ ପରିବାରର ୧୧ଜଣଙ୍କ ଆତ୍ମହତ୍ୟା ଘଟଣା ସେତେବେଳେ ଚହଳ ପକାଇଥିଲା। ଘଟଣା ପଛର...

ଶକ୍ତି ପରୀକ୍ଷାରେ ୟେଦୁରପ୍ପା ପାସ୍‌: ଗୃହରେ ଭଏସ୍‌ ଭୋଟ୍‌; ବିରୋଧୀ ଦାବୀ କଲେ ନି ଭୋଟିଂ

ବେଙ୍ଗାଲୁର୍‌,୨୯।୭: କର୍ନାଟକ କ୍ଷମତା ଦଖଲ ଡ୍ରାମା ଶେଷ ହୋଇଛି। ସୋମବାର ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ବିଧାନସଭାରେ ଆସ୍ଥା ଭୋଟ୍‌ରେ ବିଜୟୀ ହୋଇଛନ୍ତି। ବାଚସ୍ପତି କେ. ଆର୍‌....

Leave a comment

Your email address will not be published. Required fields are marked *