ସର୍ପାଘାତରେ ମହିଳାଙ୍କ ଜୀବନଗଲା, ଡାକ୍ତରଖାନାରେ ଗୁଣିଆଙ୍କ ଝଡ଼ାଫୁଙ୍କା

ଉଦଳା,୧୯।୯(ଡି.ଏନ୍‌.ଏ.) : ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନରେ ଥିବା କାଠପାଳ ଗ୍ରାମର ଆରତି ମାଝି(୫୦)ଙ୍କୁ ବୁଧବାର ସର୍ପାଘାତ ହେବାରୁ ପରିବାର ଲୋକେ ଉଦଳା ଡାକ୍ତରଖାନା ଚିକିତ୍ସା ପାଇଁ ଆଣୁଥିବା ବେଳେ ରାସ୍ତାରେ ତାଙ୍କର ଜୀବନ ଚାଲିଯାଇଥିଲା। ପରେ ଡାକ୍ତର ମଧ୍ୟ ମୃତ ଘୋଷଣା କରିଥିଲେ। ମାତ୍ର ପରିବାର ଲୋକେ ଡାକ୍ତରଙ୍କ ଘୋଷଣାକୁ ବିଶ୍ବାସ ନକରି ଗୁଣିଆର ସହାୟତା ନେଇ ଝଡ଼ାଫୁଙ୍କା କରି ଶେଷରେ ନିରାଶ ହୋଇଛନ୍ତି। ସୂଚନା ଯେ, ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଉଦଳା ଅଞ୍ଚଳରେ ବହୁତ ଲୋକଙ୍କ ଜୀବନ ହାନି ଘଟୁଥିବା ନଜରକୁ ଆସୁଛି। ସଚେତନତା ଅଭାବରୁ ଏପରି ଘଟୁଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।


All Right Reserved By Dharitri.Com

ଶିମିଳିପାଳରେ ପୋଷା ହାତୀ ବବ୍‌ଲୁର ଉତ୍ପାତ

ବାରିପଦା ଅଫିସ,୨୬ା୧୨: ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଧୀନ ଲୁଲୁଙ୍ଗଠାରେ ବନ ବିଭାଗର ପୋଷା ହାତୀ ବବ୍‌ଲୁ ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରୁଥିବା ଏକ ଭିଡିଓ...

ମାଟ୍ରିକ ପରୀକ୍ଷା ଲାଗି ପ୍ରଶ୍ନପତ୍ର ପହଞ୍ଚିଲା, ପ୍ରସ୍ତୁତି ଜୋର୍‌ଦାର

ଗଞ୍ଜାମ,୧୩।୨(ଡି.ଏନ୍‌.ଏ.): ଚଳିତମାସ ୧୯ ତାରିଖରେ ସାରା ରାଜ୍ୟରେ ହେବ ମାଟ୍ରିକ ପରୀକ୍ଷା l ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଜୋର୍‌ଦାର ଚାଲିଛି l ଗୁରୁବାର ମାଧ୍ୟମିକ ପରିଷଦ...

ପୁଣି ୨୨ କରୋନା ପଜିଟିଭ ଚିହ୍ନଟ: ଦେବଗଡ଼ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଛୁଇଁଲା

ଦେବଗଡ଼,୨୫ା୫(ଡି.ଏନ୍‌.ଏ): ଦେବଗଡ଼ ଜିଲାରେ ସୋମବାର ପୁଣି ୨୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ୨୨ ଆକ୍ରାନ୍ତ ତିଲେଇବଣି ବ୍ଲକ ଅନ୍ତର୍ଗତ ସଡୋ ପଞ୍ଚାୟତ କ୍ୱାରାଣ୍ଟାଇନ...

ଜିରୋ ବଜେଟରେ ପ୍ରାମାଣିକ ଚଳଚ୍ଚିତ୍ର

କଟକ ଅଫିସ,୧୫ା୪: ଦୃଢ ଇଚ୍ଛାଶକ୍ତି ଓ ନିଷ୍ଠା ଥିଲେ ଅସମ୍ଭବରେ ବି ଭରିଦେଇହେବ ସମ୍ଭାବନାର ରଙ୍ଗ। ମିଳିପାରିବ ସଫଳତା। କେତେଜଣ ଯୁବତୀ ଯୁବକ ଏହା ପ୍ରମାଣିତ...

ହାତୀର ସ୍ବାସ୍ଥ୍ୟବସ୍ଥାରେ ସୁଧାର ନାହିଁ, ଜାରି ରହିଛି ଚିକିତ୍ସା

କେନ୍ଦୁଝର, ୧।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ଉପରସୁମଠ ଗ୍ରାମ ଜଙ୍ଗଲରେ ଗତ ୪ ଦିନ ହେବ ଅସୁସ୍ଥ ହୋଇ...

ପୂଜାରେ ବାଣ୍ଟିବେ ସଚେତନତା ବାର୍ତ୍ତା

ଆରଡ଼ି, ୧।୯ (ଡି.ଏନ.ଏ.)- ସୋମବାର ବିଦ୍ୟାଦାତା ବିଘ୍ନବିନାଶକ ଗଜାନନଙ୍କ ପୂଜା। ଏଥିପାଇଁ ଗଁାଠୁ ସହର ସବୁଠି ଚାଲିଛି ପ୍ରସ୍ତୁତି। କାରିଗରମାନେ ଗଜାନନଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ...

ଦିଗପହଣ୍ଡିରେ ଖୋଲିବ ସବ୍‌ଜଜ୍‌ କୋର୍ଟ

ଦିଗପହଣ୍ଡି,୧୮ା୪(ଡି.ଏନ.ଏ.)- ଦିଗପହଣ୍ଡିରେ ଖୁବଶୀଘ୍ର ଅତିରିକ୍ତ ଦେୱାନୀ ବିଚାରପତି (ବରିଷ୍ଠ) ତଥା ଆସିଷ୍ଟାଣ୍ଟ ସେସନ୍‌ ଜଜ୍‌ କୋର୍ଟ ଖୋଲିବାକୁ ଯାଉଥିବା ଜଣାପଡ଼ିଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ...

ପୋଖରୀରୁ ନାବାଳକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଆର.ଉଦୟଗିରି,୩ା୬(ଡି.ଏନ.ଏ.)- ଗଜପତି ଜିଲା ନୂଆଗଡ ବ୍ଲକ ତାବରଡା ଗ୍ରାମ ପୋଖରୀରୁ ମଙ୍ଗଳବାର ସନ୍ଧ୍ୟାରେ ସାଙ୍ଗଙ୍କ ସହ ଗାଧୋଇ ଯାଇଥିବା ଜଣେ ନାବାଳକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର...

Leave a comment

Your email address will not be published. Required fields are marked *