ସାଲେପୁର ନାବାଳିକା ବଳାତ୍କାର, ହତ୍ୟା ମାମଲା: ଦୋଷୀ ମହମ୍ମଦ ମୁସ୍ତାକଙ୍କୁ ଫାଶୀ

କଟକ ଅଫିସ,୧୯।୯: ସାଲେପୁର ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ କଟକ ସ୍ପେଶାଲ ପୋକ୍ସୋ କୋର୍ଟ ଗୁରୁବାର ରାୟ ଶୁଣାଇଛନ୍ତି। ଦୋଷୀ ମହମ୍ମଦ ମୁସ୍ତାକଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି।

୨୦୧୮ ଏପ୍ରିଲ ୨୧ ତାରିଖରେ ସାଲେପୁର ଅଞ୍ଚଳରେ ଉକ୍ତ ନାବାଳିକା ଭାଇ ସହ ଖେଳୁଥିବା ବେଳେ ମୁସ୍ତାକ ତାଙ୍କୁ ଉଠାଇ ନେଇଥିଲେ। ଚକୋଲେଟ ବାହାନାରେ ସେ ତାଙ୍କୁ ବଳାତ୍କାର କରିବା ପରେ ମୁଣ୍ଡକୁ ଇଟାରେ ଛେଚି ଦେଇଥିଲେ। ଗୁରୁତର ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ନାବାଳିକାଙ୍କର ମୃତ୍ୟୁ ଘଟିଥିଲା। ଘଟଣାର ୧୯ ଦିନ ପରେ ପୋଲିସ ଚାର୍ଜଶିଟ ଦାଖଲ କରିଥିଲା।

ପ୍ରକାଶଯୋଗ୍ୟ, ଗତ ୨ ମାସ ମଧ୍ୟରେ ରାଜ୍ୟରେ ୪ ନାବାଳିକା ବଳାତ୍କାର ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି। ପ୍ରଥମେ ମୟୂରଭଞ୍ଜ, ଅନୁଗୋଳ, ଜଗତସିଂହପୁର ଜିଲାରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଥିବା ବେଳେ ଗୁରୁବାର କଟକ ଜିଲା ସାଲେପୁର ଦୋଷୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି।


All Right Reserved By

୧୫ ମେଟ୍ରିକଟନ ମାଙ୍ଗାନିଜ ଜବତ: ୮ ଗିରଫ

ବଡବିଲ,୮ା୧୦(ସ୍ବ.ପ୍ର.)- କେନ୍ଦୁଝର ଜିଲା ରୁଗୁଡି ପୋଲିସକୁ ସୋମବାର ରାତିରେ ବଡ଼ ସଫଳତା ମିଳିଛି। ମାଙ୍ଗାନିଜ ଚୋରାଚାଲାଣ ବେଳେ ପୋଲିସ ଚଢାଉ କରି ଘଟଣାସ୍ଥଳରୁ ୨ଟି ଟ୍ରକ,...

ସ୍ବପ୍ନ ଦେଇଛି ଜିଇବାର ସାହାରା:ନିଆରା ବ୍ୟକ୍ତିତ୍ୱ ଚନ୍ଦ୍ରଶେଖର

ସିମୁଳିଆ, ୯।୭(ଡି.ଏନ.ଏ.)-ବିଭିନ୍ନ ଅଞ୍ଚଳରେ ଖାଦ୍ୟରୁଚିରେ ଭିନ୍ନତା ପରିଲକ୍ଷିତ ହୁଏ। କେଉର୍ଁଠି ଘୁଗୁନି ଓ ଆଳୁଦମ ତ ଆଉ କେଉଁଠି ଦହିବରା ଭଳି ନାନା ଖାଦ୍ୟର ଅଧିକ...

୨୫୮ କିଲୋ ଗଞ୍ଜେଇ ଜବତ

ମାଲକାନଗିରି, ୩।୭(ଡି.ଏନ୍‌.ଏ.): ମାଲକାନଗିରିର ବିଭିନ୍ନ ଅଞ୍ଚଳରୁ ମଙ୍ଗଳବାର ରାତିରେ ପୋଲିସ ୨୫୮ କିଲୋ ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ଏଥିସହ...

ଡେଙ୍ଗୁ ନିରାକରଣ ଚିନ୍ତା: ସଚେତନତା ଅଭିଯାନକୁ ବ୍ୟାପକ କରିବାକୁ ଗୁରୁତ୍ୱ

ସୋନପୁର,୧୯।୭(ନି.ପ୍ର.): ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଡେଙ୍ଗୁ ନିରାକରଣ ମାସ ଉପଲକ୍ଷେ ଜିଲାସ୍ତରୀୟ ସଚେତନତା ସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସଭାରେ ଅଧ୍ୟକ୍ଷତା କରି...

ପୋଖରୀରେ ବୁଡ଼ି ଶିଶୁକନ୍ୟା ମୃତ

ବଇଣ୍ଡା,୨୩।୮(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା କାଶୀନାଥପୁର ଗ୍ରାମରେ ଗୁରୁବାର ପୋଖରୀରେ ବୁଡ଼ି ଅକୁର ମାଝିଙ୍କ ଅଢେଇ ବର୍ଷର ଶିଶୁକନ୍ୟା ଶିଲା ମାଝିଙ୍କ ମୃତ୍ୟୁ ହୋଇଛି। ପୋଲିସ...

ଏମ୍‌ସିଆଇ ସ୍ଥାନରେ ଜାତୀୟ ମେଡିକାଲ କମିଶନ

ଭୁବନେଶ୍ୱର,୧୮ା୭(ବ୍ୟୁରୋ): କେନ୍ଦ୍ର କ୍ୟାବିନେଟ୍‌ରେ ଜାତୀୟ ମେଡିକାଲ କମିଶନ ବିଲ୍‌ ୨୦୧୯କୁ ବୁଧବାର ଅନୁମୋଦନ ମିଳିଛି। ଏଣିକି ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆ (ଏମସିଆଇ) ସ୍ଥାନରେ ଜାତୀୟ...

ମୃତଦେହରୁ ଆଖି ଗାଏବ: ଅନୁଗୋଳ ସିଡିଏମ୍‌ଓ ଅଫିସ ଆଗରେ ଧାରଣା

ଅନୁଗୋଳ ଅଫିସ, ୨୩।୭: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଶବାଗାରରେ ଥିବା ମୃତଦେହରୁ ଆଖି ଗାଏବ ହୋଇଯାଉଛି। ଗତ ୪ ଦିନ ମଧ୍ୟରେ ଏପରି ୨ଟି...

ସବୁ ବର୍ଗର ସ୍କୁଲ୍‌ ପିଲାଙ୍କୁ ମିଳିବ ଡ୍ରେସ୍‌, ଜୋତା

ଭୁବନେଶ୍ୱର, ୧୮ା୯(ବ୍ୟୁରୋ): ସରକାରୀ ସ୍କୁଲଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ସମସ୍ତ ଛାତ୍ରୀଛାତ୍ରଙ୍କ ମିଳିବ ଡ୍ରେସ୍‌ ଓ ଜୋତା। ରାଜ୍ୟ ସରକାର ଏହି ବଡ଼...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *