Posted inଜାତୀୟ

ଅନ୍ତିମ ସଂସ୍କାର ପାଇଁ ବୃଦ୍ଧାଙ୍କ ମୃତଦେହକୁ କାନ୍ଧରେ ବୋହିଲେ ବୋହୂ ଓ ଝିଅ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ବାରାଣାସୀ,୧୯।୯: ଜଣେ ୭୫ ବର୍ଷ ବୟସ୍କା ବୃଦ୍ଧାଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାରରେ ପରିବାରର ବୋହୂ ଓ ଝିଅ ମାନେ ମିଳିମିଶି ମୃତଦେହକୁ କାନ୍ଧରେ ଶ୍ମଶାନକୁ ବୋହି ନେଇଛନ୍ତି। ସେଠାରେ ଝିଅ ବୃଦ୍ଧାଙ୍କୁ ମୁଖାଗ୍ନି ଦେଇଛନ୍ତି। ଏପରି ଏକ ନିଆରା ଘଟଣା ବାରାଣାସୀ ଜିଲାରେ ଘଟିଛି। ସ୍ଥାନୀୟ ଚେରଇଗାଓ୍ବଁ ଅଞ୍ଚଳରେ ଥିବା ବରିୟାସନ୍‌ପୁରରେ ବୃଦ୍ଧା ରଜ୍ଜୀ ଦେବୀଙ୍କ ମୃତ୍ୟୁ ବୁଧବାର ଘଟିଥିଲା। ବୃଦ୍ଧାଙ୍କ ଝିଅ ହୀରାମଣୀ ଏବଂ ପ୍ରେମା ମା’ଙ୍କୁ ମୁଖାଗ୍ନି ଦେବାକୁ ନିଜର ଇଛା ପ୍ରକାଶ କରିଥିଲେ। ପରିବାରର ପୁରୁଷ ସଦସ୍ୟମାନେ ଏହାକୁ ସମ୍ମାନର ସହିତ ଗ୍ରହଣ କରିଥିଲେ। ଏହାପରେ ପରିବାରର ବୋହୂ, ଝିଅ ଓ ଅନ୍ୟ ମହିଳା ସଦସ୍ୟ ବୃଦ୍ଧାଙ୍କ ମୃତ ଦେହକୁ କୋକେଇରେ ଗଙ୍ଗା ତଟରେ ଥିବା ଶ୍ମଶାନକୁ କାନ୍ଧରେ ବୋହି ନେଇ ଥିଲେ। ଝିଅ ହୀରାମଣି ମୁଖାଗ୍ନି ଦେଇଥିଲେ। ଏହାର ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ମମତାଙ୍କ ନାଁରେ ସୁପ୍ରିମକୋର୍ଟରେ ଆବେଦନ

କୋଲକାତା,୬।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ସୋମବାର ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। ମମତାଙ୍କୁ ପଦରୁ ହଟାଇବା ପାଇଁ ରାଜ୍ୟପାଳ...

ଆଶ୍ରମରୁ ୬ ଲକ୍ଷ ଟଙ୍କାର ଗହଣା ଚୋରି: ନ୍ୟାୟ ପାଇଁ ଓ୍ବେରଲେସ୍‌ ଟାଓ୍ବାରରେ ଚଢ଼ି ବସିଲେ ସାଧୁ ବାବା

ଜୟପୁର,୨୨।୧୦: ରାଜସ୍ଥାନ ସରଦାରସହର ଅଞ୍ଚଳରେ ଜଣେ ସାଧୁ ବାବା ନ୍ୟାୟ ପାଇଁ ଓ୍ବେରଲେସ୍‌ ଟାଓ୍ବାରରେ ଚଢ଼ି ବସିଥିବା ଘଟଣା ନେଇ ଏବେ ଚର୍ଚ୍ଚା ଜାରି ରହିଛି।...

ହଷ୍ଟେଲରୁ ଖାଦ୍ୟ ଚୋରି: ଛାତ୍ରଙ୍କୁ ୨୦ ହଜାର ଜରିମାନା

ଲକ୍ଷ୍ନୌ : ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ଘଟିଛି ଅଜବ ଘଟଣା। ଭୋକରେ ଥିବା ଜଣେ ଛାତ୍ର ହଷ୍ଟେଲରୁ ଖାଦ୍ୟ ଚୋରିକରି ଖାଇବାରୁ ତାଙ୍କୁ ୨୦ ହଜାର ଟଙ୍କା...

ଇୟର ଫୋନ୍‌ ହେଲା କାଳ: ଦୁର୍ଘଟଣା ପରେ ପତ୍ନୀଙ୍କୁ ଭିଡିଓ କଲ୍‌ କରି ମୃତ୍ୟୁ କୋଳରେ ଶୋଇଗଲେ ଯୁବକ

ପାଟନା,୨।୬: ବିହାରର ବେଗୁସରାଇରେ ଇୟର ଫୋନ୍‌ ଲଗାଇ ବାଇକ୍‌ ଚଲାଇବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଜାତୀୟ ରାଜପଥ ୨୮ରେ ରାଜାରାମ ପଣ୍ଡିତ ନାମକ ଜଣେ...

ନିଜ ଚାମ୍ବରରୁ ଏସି ହଟାଇ ଡାକ୍ତରଖାନାକୁ ଦେଲେ ଜିଲାପାଳ

ଭୋପାଳ, ୭।୬: ସାରା ଦେଶରରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ପଶୁପକ୍ଷୀଙ୍କଠାରୁ ଆରମ୍ଭ କରି ମଣିଷ ବି ଏହି ଅସହ୍ୟ ତାତିରେ ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି। ପ୍ରଚଣ୍ଡ...

ଏଏପିର ୫ ବିଦ୍ରୋହୀ ପ୍ରାର୍ଥୀ କେଜ୍‌ରିଓ୍ବାଲଙ୍କ ମୁଖ୍ୟ ସମସ୍ୟା

ନୂଆଦିଲ୍ଲୀ,୨୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ମଧ୍ୟରେ ପ୍ରଚାର ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଛି। ଆମ୍‌ ଆଦ୍‌ମୀ ପାର୍ଟି ଚଳିତ ଥର ୧୫ ଜଣ...

ହାର୍ଟଆଟାକ୍‌ର ପୂର୍ବ ସୂଚନା…

ଅନେକ ରୋଗୀଙ୍କ କ୍ଷେତ୍ରରେ ହାର୍ଟ ଫେଲ୍ୟୁର୍‌ ବା ହାର୍ଟ ଆଟାକ୍‌ ସମସ୍ୟା ଦୃଷ୍ଟି ଗୋଚର ହୋଇଥାଏ। ଏହାର ଅର୍ଥ ହେଉଛି ସମ୍ପୃକ୍ତ ରୋଗୀଙ୍କର ହାର୍ଟ ସାଧାରଣ...

କୃତ୍ରିମ ହାର୍ଟ ଲଗାଇବାର ବର୍ଷକ ପରେ କାମ କଲା ପ୍ରାକୃତିକ ହାର୍ଟ

ନୂଆଦିଲ୍ଲୀ,୧୧।୭: କୃତ୍ରିମ ହାର୍ଟ ଲାଗିବାର ବର୍ଷକ ପରେ ପୁଣିଥରେ ରୋଗୀଣା ହାର୍ଟ କାମ କରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଘଟଣା ଘଟିଛି...

Leave a comment

Your email address will not be published. Required fields are marked *