ବ୍ରାଉନ୍‌ସୁଗାର ଡିଲର ସେକ୍‌ ରାଜାଙ୍କ ଘର ଉପରେ ଚଢ଼ାଉ: ସିସି କ୍ୟାମେରା ଜଗୁଥିଲା କଳାବେପାର

ଭୁବନେଶ୍ୱର, ୧୯।୯(ବ୍ୟୁରୋ)/ ବାଲେଶ୍ୱର ଅଫିସ: ବ୍ରାଉନ୍‌ସୁଗାର ଡିଲର ସେକ୍‌ ରାଜା କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ହାତରେ ଧରାପଡିବା ପରେ ଅନେକ ଗୁମର ଫିଟିବାରେ ଲାଗିଛି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ରାଜସ୍ଥାନ, ନେପାଳ, ବାଂଲାଦେଶ, ଗୋଆରେ ରାଜାଙ୍କର ନେଟ୍‌ଓ୍ବର୍କ ରହିଛି। ବାଂଲାଦେଶରୁ ଜଳପଥରେ ବ୍ରାଉନସୁଗାର ଆଣି ବାଲେଶ୍ୱରରେ ପହଞ୍ଚାଇବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳ ଓ ଅନ୍ୟ ରାଜ୍ୟକୁ ଚାଲାଣ କରନ୍ତି ରାଜା। ତେବେ ତାଙ୍କ କଳା ସାମ୍ରାଜ୍ୟ ଓ ବହୁ କୋଟି ସମ୍ପତ୍ତିର ସୁରାକ ମିଳିବା ପରେ ଖୋଳତାଡ଼ ଆରମ୍ଭ ହୋଇଛି। ଭୁବନେଶ୍ୱର ସ୍ପେଶାଲ କୋର୍ଟ ଅନୁମତି ଦେବା ପରେ ବୁଧବାରଠାରୁ ଏସ୍‌ଟିଏଫ୍‌ ତାଙ୍କୁ ୭ଦିନିଆ ରିମାଣ୍ଡରେ ଆଣିଛି। ଏସ୍‌ଟିଏଫ୍‌ କାର୍ଯ୍ୟାଳୟରେ ଏସ୍‌ପି ରାହୁଲ ପିଆର୍‌ଙ୍କ ତତ୍ତ୍ୱାବଧାନରେ ଗଠିତ ସ୍ବତନ୍ତ୍ର ଟିମ୍‌ ତାଙ୍କୁ ଜେରା କରୁଛି। ଅନ୍ୟପକ୍ଷରେ ମଧ୍ୟାହ୍ନରେ ବାଲେଶ୍ୱର ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ସହଦେବଖୁଣ୍ଟା ମଡେଲ ଥାନା ଅନ୍ତର୍ଗତ ଅରଡ଼ବଜାର ମସଜିଦ୍‌ ଗଳିସ୍ଥିତ ରାଜାଙ୍କ ବିଳାସପୂର୍ଣ୍ଣ ବାସଭବନ ଉପରେ ଚଢ଼ାଉ କରିଥିଲା। ସେଠାରୁ ପୋଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ରାଜାଙ୍କ କଳାକାରବାରକୁ ସୁରକ୍ଷା ଦେବାକୁ ଘର ଓ ଗଳି ରାସ୍ତାକୁ ପୂରା ସିସିଟିଭି କ୍ୟାମେରା ଜଗୁଥିଲା। ବ୍ରାଉନସୁଗାର ବ୍ୟବସାୟୀଙ୍କ ସମେତ ପୋଲିସ ଓ ଅନ୍ୟ ଲୋକଙ୍କ ଯାତାୟାତ ଉପରେ ଏହା ନଜର ରଖୁଥିଲା। ସ୍ପେଶାଲ ସ୍କ୍ବାଡ୍‌ ଘର ଓ ବାହାରେ ଲାଗିଥିବା ୪ ସିସିିଟିଭି କ୍ୟାମେରା ସହ କମ୍ପ୍ୟୁଟର ହାର୍ଡଡିସ୍କକୁ ଜବତ କରିଛି। ହାର୍ଡଡିସ୍କକୁ ଯାଞ୍ଚ କଲାପରେ ରାଜାଙ୍କ କଳା ସାମ୍ରାଜ୍ୟ ସମ୍ପର୍କରେ ବହୁ ତଥ୍ୟ ମିଳିବ ବୋଲି ପୋଲିସ ଆଶା ରଖିଛି।
ଗତ ୧୬ ତାରିଖରେ ଏସ୍‌ଟିଏଫ୍‌ ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଯଦୁପୁର ଅଞ୍ଚଳରୁ ସେକ୍‌ ରାଜାଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ ନଗଦ ୧ଲକ୍ଷ ଟଙ୍କା, ଗୁଳି ଭର୍ତ୍ତି ପିସ୍ତଲ, ୧୩୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଏବଂ ୬ଟି ମୋବାଇଲ ଫୋନ୍‌ ଜବତ ହୋଇଥିଲା। ପୂର୍ବରୁ ଖୋର୍ଦ୍ଧାରୁ ଗିରଫ ହୋଇଥିବା ପଥର ତଥା ବ୍ରାଉନସୁଗାର ବେପାରୀ ଛୋଟା ଓ ଅନ୍ୟ କେତେଜଣ ସହଯୋଗୀଙ୍କୁ ପଚରାଉଚରାବେଳେ କିଙ୍ଗ୍‌ପିନ୍‌ ରାଜାଙ୍କ ସମ୍ପର୍କରେ ସୁରାକ ପାଇଥିଲା ଏସ୍‌ଟିଏଫ୍‌। ତାଙ୍କୁ ଧରିବା ପରେ ପୂରା ସାମ୍ରାଜ୍ୟକୁ ଧ୍ୱଂସ କରିବା ପାଇଁ ଏସ୍‌ଟିଏଫ୍‌ ଅଭିଯାନ ଆରମ୍ଭ କରିଛି। ତେବେ ବୁଧବାର ପୋଲିସ ବାଲେଶ୍ୱର ଅରଡ଼ବଜାରସ୍ଥିତ ରାଜାଙ୍କ ବାସଭବନ ଉପରେ ଚଢ଼ାଉବେଳେ ତାଙ୍କ ଘର ବନ୍ଦ ଥିବା ଦେଖିବାକୁ ମିଳିଥିଲା। ମସଜିଦ୍‌ ଗଳି ଆରମ୍ଭରୁ ତାଙ୍କ ଘର ଯାଏ ସିସି ଟିଭି କ୍ୟାମେରା ଲଗାଯାଇଥିବା ଦେଖି ପୋଲିସ ସତର୍କତାର ସହ ଆଗକୁ ବଢ଼ିଥିଲା। ତେବେ ସିସିଟିଭି କ୍ୟାମେରାର ହାର୍ଡଡିସ୍କ ରାଜାଙ୍କ ଭାଉଜ ସନ୍‌ୱାର ବିବିଙ୍କ ଘରେ ରହିଥିଲା। ସ୍ପେଶାଲ ସ୍କ୍ବାଡ୍‌ ସେସବୁକୁ ଜବତ କରିବା ସହ ପରିବାର ସଦସ୍ୟଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି। ବାଲେଶ୍ୱର ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌ରେ ଡିଏସ୍‌ପି ମନୋଜ ରାଉତ, ରେମୁଣା ଥାନା ଆଇଆଇସି ଶୁଭ୍ରାଂଶୁ ନାୟକ ପ୍ରମୁଖ ଥିଲେ।
ଏସ୍‌ଟିଏଫ୍‌ ଆଇଆଇସି ଆଲୋକ ଜେନା କହିଛନ୍ତି, ରାଜା ଅଧିକାଂଶ ସମୟରେ କଲିକତାରେ ରହି ଗୋଆ, ରାଜସ୍ଥାନ, ନେପାଳକୁ ଯାଉଥିଲେ। ସହଯୋଗୀ ଓ ଏଜେଣ୍ଟମାନେ ବ୍ରାଉନ୍‌ସୁଗାର ଠିକଣା ସ୍ଥାନରେ ପହଞ୍ଚାଉଥିଲେ। ତାଙ୍କ ସମ୍ପର୍କରେ ଅଧିକ ଖୋଳତାଡ଼ ଚାଲିଥିବା ସେ କହିଛନ୍ତି।


All Right Reserved By Dharitri.Com

ସିଇଟିରେ ହେବ ‘କ୍ରିଟିକାଲ ମେଶିନ୍‌ ଲର୍ନିଂ’ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ଦକ୍ଷତା ବିକାଶ ନିମନ୍ତେ ମୁମ୍ବାଇସ୍ଥିତ ସେମାରୁ ଚଳଚ୍ଚିତ୍ର ସଂସ୍ଥା ପକ୍ଷରୁ ଖୁବ୍‌ଶୀଘ୍ର ଭୁବନେଶ୍ୱରଠାରେ ଏକ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହାସହ ଟେକ୍‌ ମହିନ୍ଦ୍ରା...

ଶିକ୍ଷାନୀତିର ପରିବର୍ତ୍ତନ ଜରୁରୀ: ଅନନ୍ତ

ଭୋଗରାଇ, ୫।୮(ଡି.ଏନ.ଏ.)- ଶିକ୍ଷାନୀତିର ପରିବର୍ତ୍ତନ କରାଯାଇ ସାରାଦେଶରେ ଏକକ ପରୀକ୍ଷା କରାଯିବା ଜରୁରୀ ହୋଇପଡ଼ିଛି। ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ପ୍ରାଥମିକ ସ୍ତରରେ ଛାତ୍ରୀଛାତ୍ରଙ୍କ ଗୁଣାତ୍ମକ ଶିକ୍ଷା...

ନିରଞ୍ଜନ, ପଦ୍ମନାଭଙ୍କ ହ୍ୟାଟ୍ରିକ୍‌ ବିଜୟ

ସୋନପୁର,୨୪-୫(ନି.ପ୍ର.):ସୁବର୍ଣ୍ଣପୁର ଜିଲା ବିଜେଡିର ଦୁର୍ଗ ବୋଲି ପୁଣି ଥରେ ସାବ୍ୟସ୍ତ ହୋଇଛି। ସାଧାରଣ ନିର୍ବାଚନରେ ଦଳ କମାଲ କରିଛି। ମୋଦି ହାୱା ଏଠାରେ ଭାଜପାକୁ ବିଜୟୀ...

ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ପଦଯାତ୍ରା: ଭଦ୍ରକରେ ପହଞ୍ଚିଲେ ସତ୍ୟବ୍ରତ

ଭଦ୍ରକ ଅଫିସ, ୧।୮ – ଦୀର୍ଘଦିନ ଧରି ଓଡ଼ିଶାବାସୀଙ୍କ ଥିବା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ନେଇ ଜଗତସିଂହପୁର ଜିଲା ବାଲିକୁଦ ଅଞ୍ଚଳର ସତ୍ୟବ୍ରତ...

କୋଏମ୍ବାଟୁର-ଆସନ୍‌ସୋଲ ଚାଲିବ ସ୍ପେଶାଲ ଟ୍ରେନ୍‌ :ଭଦ୍ରକ ଓ ଭୁବନେଶ୍ୱର ଦେଇ ଚଳାଚଳ କରିବ

ଭୁବନେଶ୍ୱର, ୯ା୧୨(ବ୍ୟୁରୋ): ତାମିଲନାଡ଼ୁର କୋଏମ୍ବାଟୁରରୁ ପଶ୍ଚିମବଙ୍ଗର ଆସନସୋଲ ମଧ୍ୟରେ ଭୁବନେଶ୍ୱର ଓ ଭଦ୍ରକ ଦେଇ ଚଳାଚଳ କରିବ ସ୍ପେଶାଲ ଟ୍ରେନ୍‌। କୋଏମ୍ବାଟୁରରୁ ଡିସେମ୍ବର ୨୮ ଏବଂ...

ବର୍ଷାରେ ଭାସିଗଲା ଖୁସି : ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି

ପାରାଦୀପ,୨୭।୮(ସ୍ବ.ପ୍ର.): ପାରାଦୀପରେ ରବିବାର ସର୍ବାଧିକ ୮୯ ମିମି ବର୍ଷା ହୋଇଛି। ଏଥିରେ ନୋଳିଆ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଛି। ସ୍କୁଲ...

ମୋ ପୋଖରୀ ଯୋଜନାକୁ ଚାହିଁ ବସିଛନ୍ତି ହିତାଧିକାରୀ

ଭଞ୍ଜନଗର,୬।୧୦(ଡି.ଏନ.ଏ.)-ରାଜ୍ୟରେ ମାଛର ବେଶ୍‌ ଚାହିଦା ରହିଛି। ମାତ୍ର ଯେତିକି ମାଛ ଦୌନନ୍ଦିନ ରାଜ୍ୟରେ ଆବଶ୍ୟକ, ତାଠାରୁ କମ୍‌ ଉତ୍ପାଦନ ହେଉଛି। ତେଣୁ ପଡ଼ୋଶୀ ଆନ୍ଧ୍ର ଉପରେ...

ରାସ୍ତାରେ ଭାସୁଛି ଡ୍ରେନ୍‌ ପାଣି : ସମସ୍ୟାର ସମାଧାନ ଲାଗି ଦାବିପତ୍ର ପ୍ରଦାନ

ଆନନ୍ଦପୁର,୨୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଶାଳବଣି ଗ୍ରାମର ମୁଖ୍ୟ ରାସ୍ତା କଡ଼ରେ ଡ୍ରେନ୍‌ ପାଣି ଜମି ରହି ପୁତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଡ୍ରେନ୍‌ଗୁଡିକ...

Leave a comment

Your email address will not be published. Required fields are marked *