Posted inଜାତୀୟ

ମତ ବଦଳାଇଲେ ଶାହ: ହିନ୍ଦୀକୁ ଦ୍ୱିତୀୟ ଭାଷା କରିବା ଲାଗି ପ୍ରସ୍ତାବ ଦେଇଥିଲି

ନୂଆଦିଲ୍ଲୀ,୧୯ା୯: ହିନ୍ଦୀ ଦିବସରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହଙ୍କ ‘ଏକ ଦେଶ ଏକ ଭାଷା’ ନୀତି ପ୍ରଚଳନ ପ୍ରସ୍ତାବକୁ ନେଇ ବିବାଦ ଜୋର ଧରିଥିବାବେଳେ ବୁଧବାର ସେ ମତ ବଦଳାଇଛନ୍ତି। କୌଣସି ଆଞ୍ଚଳିକ ଭାଷା ବଦଳରେ ହିନ୍ଦୀକୁ କାର୍ଯ୍ୟକାରୀ କରିବା କଥା ସେ କହି ନ ଥିଲେ, ବରଂ ଏହାକୁ ଶିକ୍ଷାଦାନ ଲାଗି ଦ୍ୱିତୀୟ ଭାଷା ଭାବେ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଥିଲେ ବୋଲି ଶାହ ରାଞ୍ଚତ୍ରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି।
ହିନ୍ଦୀ ଦିବସରେ ସେ ଯାହା କହିଥିଲେ ତାକୁ ଭୁଲ୍‌ ଉପସ୍ଥାପନା କରାଯାଇଛି। ସେ ଗୁଜରାଟରୁ ଆସିଛନ୍ତି, ଯେଉଁଠି ହିନ୍ଦୀ ନୁହେଁ ଗୁଜରାଟୀ ପ୍ରାଥମିକ ଭାଷା। ତାଙ୍କ ଉଦ୍‌ବୋଧନକୁ ଲୋକେ ଭଲଭାବେ ଶୁଣନ୍ତୁ ବୋଲି ଶାହ କହିଛନ୍ତି। ଯଦି କେହି ଏହାକୁ ନେଇ ରାଜନୀତି କରେ ତେବେ ତାଙ୍କର କିଛି କହିବାର ନାହିଁ। ସୂଚନାଯୋଗ୍ୟ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ‘ଏକ ଦେଶ ଏକ ଭାଷା’ ନୀତିକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିରୋଧ କରାଯାଇଥିଲା।


All Right Reserved By Dharitri.Com

ବିଦେଶୀ କନ୍ୟା ଓ ଦେଶୀ ବର ପାଇଁ ରାତିରେ ଖୋଲିଲା କୋର୍ଟ

ରୋହତକ,୧୫ା୪: ଦେଶରେ ଲକ୍‌ଡାଉନ୍‌ ଯୋଗୁ ଯେପରି ସବୁ କିଛି ଥମିଯାଇଛି। ଏଥିରୁ ବିବାହ ମଧ୍ୟ ବାଦ୍‌ ପଡ଼ିନାହିଁ। ପୂର୍ବରୁ ଠିକ୍‌ ହୋଇ ସାରିଥିବା ବିବାହ ତାରିଖକୁ...

ଆକାଶ ମାର୍ଗରୁ କର୍ନାଟକ ବନ୍ୟାସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୫।୮: କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ବିଏସ୍‌ ୟେଦୁରପ୍ପା ସୋମବାର ଆକାଶ ମାର୍ଗରୁ କର୍ନାଟକ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି। ବନ୍ୟା ପରିସ୍ଥିତିକୁ...

ଡାକ୍ତରୀ ଛାତ୍ରୀ ପାୟଲ ତଡଓ୍ବି ମୃତ୍ୟୁ ମାମଲା: କୋର୍ଟରେ କାନ୍ଦିଲେ ୩ ଅଭିଯୁକ୍ତ ଡାକ୍ତର

ମୁମ୍ବାଇ, ୧୧।୬:ମୁମ୍ବାଇର ବିୱାଇଏଲ ନାୟର ହସ୍ପିଟାଲର ଛାତ୍ରୀନିବାସରେ ସଂରକ୍ଷିତ ବର୍ଗର ମହିଳା ଡାକ୍ତର ପାୟଲ ତଡଓ୍ବିଙ୍କ ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ୩ ଜଣ ଡାକ୍ତର କୋର୍ଟରେ...

ଉତ୍ତରାଖଣ୍ଡ ସରକାରୀ ହସ୍ପିଟାଲକୁ ଯିବାକୁ ଡରିଲେଣି ରୋଗୀ

ହଲଦଓ୍ବାନି,୨୮।୭: ଉତ୍ତରାଖଣ୍ଡର ସରକାରୀ ହସ୍ପିଟାଲରେ ଗତ ୯ ବର୍ଷ ମଧ୍ୟରେ ପ୍ରାୟ ୧୩ହଜାର ୧୮୭ ରୋଗୀଙ୍କ ମୃତ୍ୟୁ ହୋଇଥିବା ଏକ ରିପୋର୍ଟରୁ ଜଣାପଡିଛି। ଆର୍‌ଟିଆଇ କର୍ମୀ...

କୋଳକାତା ରାଜା ବଜାରରେ ଦୁଇ ମହଲା ଘରେ ଲାଗିଲା ନିଆଁ

କୋଲକାତା,୧୬।୨: ପଶ୍ଚିମବଙ୍ଗ ନାରକେଲଦାଙ୍ଗ ଅଞ୍ଚଳରେ ଥିବା ରାଜା ବଜାରରେ ଏକ ଦୁଇ ମହଲା ଘରେ ରବିବାର ଅପରାହ୍ନରେ ନିଆଁ ଲାଗିଯାଇଥିବା ଜଣାପଡିଛି। ଖବର ପାଇଁ ୧୨ଟି...

୯୨ ରାଷ୍ଟ୍ରାୟତ କମ୍ପାନୀରେ ବିନିବେଶ ଯୋଜନା: ମୋଦି ସରକାରଙ୍କୁ ଚେତାବନୀ ଦେଲା ସ୍ବଦେଶୀ ଜାଗରଣ ମଞ୍ଚ

ପୁଣେ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଦେଶର ୯୨ଟି ରାଷ୍ଟ୍ରାୟତ କମ୍ପାନୀରେ ବିନିବେଶ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଯୋଜନା କରିଛନ୍ତି। ଏସବୁ କମ୍ପାନୀ ମଧ୍ୟରେ...

ସୁସ୍ଥ ହୋଇ ଘରକୁ ଫେରିଥିବା କରୋନା ଯୋଦ୍ଧାଙ୍କୁ ଫୁଲ, ତାଳିରେ ସ୍ବାଗତ କଲେ ପଡ଼ୋଶୀ

ନୂଆଦିଲ୍ଲୀ,୮।୫:  ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ୍‌ ସଂକ୍ରମଣ  ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀରେ ଏପର୍ଯ୍ୟନ୍ତ ପ୍ରାୟ ୬୦୦୦ରୁ ଊର୍ଦ୍ଧ୍ୱ ଲୋକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।...

ବିବାହ ପରେ ନିଖୋଜ ବରଙ୍କ ମିଳିଲା ମୃତଦେହ

ଲକ୍ଷ୍ନୌ,୧୨।୨: ବିବାହ ପରେ ବରକନ୍ୟା ଘରକୁ ଫେରୁଥିବା ବେଳେ ରାସ୍ତାରୁ ହଠାତ୍‌ ବର ନିଖୋଜ ହୋଇଯାଇଥିଲେ। ପରଦିନ ଏକ ଘଞ୍ଚ ଜଙ୍ଗଲରୁ ତାଙ୍କ ମୃତଦେହ ମିଳିଥିଲା।...

Leave a comment

Your email address will not be published. Required fields are marked *