ପିଆଜ ଦର ବୃଦ୍ଧି ନେଇ ଖାଉଟି ଅସନ୍ତୁଷ୍ଟ

ଭୁବନେଶ୍ୱର, ୧୯।୯(ବ୍ୟୁରୋ): ରାଜ୍ୟରେ ପିଆଜ ଦର ବୃଦ୍ଧି ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନିତ୍ୟ ବ୍ୟବହାର୍ଯ୍ୟ ଏହି ସାମଗ୍ରୀ କିଲୋ ପିଛା ୩୮ରୁ ୪୨ ଟଙ୍କାରେ ବିକ୍ରି ହେଉଛି। ଖୁଚୁରା ପିଆଜ ବ୍ୟବସାୟୀମାନେ ଅଧିକ ପିଆଜ ରଖିବାକୁ ପଛଘୁଞ୍ଚା ଦେଉଛନ୍ତି। ରାଜଧାନୀସ୍ଥିତ ଏକ ନମ୍ବର ମାର୍କେଟର ଏକାଧିକ ବ୍ୟବସାୟୀଙ୍କ କହିବାନୁଯାୟୀ, ରାଜ୍ୟରେ ପିଆଜ ଉତ୍ପାଦନ ଆଶାନୁରୂପ ହେଉନାହିଁ। ପିଆଜ ପାଇଁ ନାସିକ ଉପରେ ନିର୍ଭର କରିବାକୁ ପଡ଼େ। ୨ ମାସ ପୂର୍ବେ ଯେଉଁ ଦରରେ ପିଆଜ ଆମଦାନୀ ହେଉଥିଲା ତାହା ସେପରି ହେଉନାହିଁ। ଦର ବୃଦ୍ଧି ହେଉଥିବାରୁ ଖାଉଟି କେବଳ କାମଚଳା ଭାବେ ପିଆଜ କ୍ରୟ କରୁଥିବା ଆମେ ଲକ୍ଷ୍ୟ କରୁଛୁ। ଏ ପରିସ୍ଥିତି ଆସନ୍ତା ୨ରୁ ୩ ସପ୍ତାହ ଯାଏ ରହିବ ବୋଲି ଆଶଙ୍କା କରାଯାଉଛି।
ଅପରପକ୍ଷରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ, ପିଆଜ ଉତ୍ପାଦନ ହେଉଥିବା ନାସିକରେ ବନ୍ୟା ହୋଇଛି। ବନ୍ୟା ଦ୍ୱାରା ରାଜ୍ୟକୁ ଆମଦାନୀ ବାଧାପ୍ରାପ୍ତ ହୋଇଛି। ତେଣୁ ରାଜ୍ୟରେ ପିଆଜ ଦରବୃଦ୍ଧି ଦେଖାଦେଇଛି।


All Right Reserved By Dharitri.Com

ବିଏମ୍‌ସି ହାତକୁ ଗଲା କୋଚିଲେଇ ହାଟ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଚଳିତବର୍ଷ ତା’ର ରାଜସ୍ବ ବଢାଇବା ଉଦ୍ୟମ ଜାରି ରଖିଛି। ଏହି ମର୍ମରେ ରସୁଲଗଡ଼ ଛକ ନିକଟରେ ଥିବା...

ଶିକ୍ଷକ ନିଯୁକ୍ତି ନେଇ ସ୍କୁଲରେ ପଡ଼ିଲା ତାଲା

ବଡ଼ସାହି,୧ା୧୦ (ସ୍ବ.ପ୍ର)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ସୋରିଷକୋଠା ଗ୍ରାମ ଉ.ପ୍ରା ବିଦ୍ୟାଳୟରେ ସୋମବାର ଗ୍ରାମବାସୀ ତାଲା ପକାଇଛନ୍ତି। ୮ଟି ଶ୍ରେଣୀ ପାଇଁ ଆବଶ୍ୟକ ଶିକ୍ଷକ ନ...

ଗଞ୍ଜେଇ ଜବତ, ୨ ଗିରଫ

ଫିରିଙ୍ଗିଆ,୧୩ା୮: ଫିରିଙ୍ଗିଆ ପୋଲିସ ମାଶ୍ରିପଡା ରାସ୍ତା ପୁକେରିମା ସାହିରେ ଚଢ଼ାଉ କରି ଏକ ବୋଲରରୁ ୧ କୁଇଣ୍ଟାଲ ୬ କେଜି ଗଞ୍ଜେଇ ଜବତ କରିଛି। ଏହି...

ପ୍ରଶ୍ନକାଳରେ ବିରୋଧୀ ଦଳ ନେତା, ଉପନେତା, ମୁଖ୍ୟ ସଚେତକ ଅନୁପସ୍ଥିତ

ଭୁବନେଶ୍ୱର,୨।୭(ବ୍ୟୁରୋ) ଗୃହରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଆଲୋଚନା ହୋଇଥାଏ। ଏହି ସମୟରେ ବିରୋଧୀ ଦଳର ମୁଖ୍ୟ ଭୂମିକା ରହିଥାଏ। ତେବେ ଦୁଇଦିନ...

ଲୟୋଲା ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା ଦ୍ୱାୟିତ୍ୱବାନ ନାଗରିକ ହେବାକୁ ପରାମର୍ଶ

ଭୁବନେଶ୍ୱର, ୨।୭(ବ୍ୟୁରୋ) ଲୟୋଲା ସ୍କୁଲ ପକ୍ଷରୁ ସୋମବାର ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ୯୦ ପ୍ରତିଶତରୁ ଅଧିକ...

ପୂଜା ପୂର୍ବରୁ କମିଟିକୁ ସେସୁର ଚେତାବନୀ : ହୁକ ପକାଇଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୦ା୯(ବ୍ୟୁରୋ) : ବିଭିନ୍ନ ପୂଜାପର୍ବରେ ବେଆଇନ ଭାବେ ବିଦ୍ୟୁତ୍‌ ସଂଯୋଗ ନିଆଯାଉଥିବା ଅଭିଯୋଗ ଆସୁଛି। ଆଗକୁ ଦୁର୍ଗାପୂଜା ଓ ଗଜକ୍ଷ୍ମୀ ପୂଜା ରହିଥିବାବେଳେ ଏହାପୂର୍ବରୁ ସେସୁ...

ଜିଲା ଚିଠି: ଏବେ ନବକଳେବର ରୂପ ଧାରଣ କରିଛି କଟକ, ହେଲେ କାହାଣୀ ଲାଗୁନି ନୂଆ

ଜିଲାପାଳ ନୂଆ, ସିଏମ୍‌ସି କମିଶନର ନୂଆ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ନୂଆ, ଏହାସାଙ୍ଗକୁ ବିଧାୟକ ମଧ୍ୟ ନୂଆ। ମୋଟାମୋଟି କଟକ ଏବେ...

୮ ଜିଲାରେ ସୁନାର ସନ୍ଧାନ

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟର ୮ଟି ଜିଲାରେ ସୁନାର ସନ୍ଧାନ ମିଳିଛି। ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଦିଆଯାଇଥିବା ସୂଚନାକୁ ଆଧାରକରି ରାଜ୍ୟ ସରକାର ଏହି ତଥ୍ୟ...

Leave a comment

Your email address will not be published. Required fields are marked *