Posted inଜାତୀୟ

ଭାରତରେ ସେନା ସବୁଠୁ ବିଶ୍ୱସ୍ତ

ନୂଆଦିଲ୍ଲୀ,୧୯ା୯(ଆଇଏଏନ୍‌ଏସ୍‌): ଭାରତର ସହରାଞ୍ଚଳରେ ବସବାସ କରୁଥିବା ୭୦ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକ ଦେଶର ସଶସ୍ତ୍ର ବାହିନୀ ଉପରେ ସର୍ବାଧିକ ଭରସା ରଖୁଥିବା କହିଛନ୍ତି। ଅନ୍ୟପକ୍ଷରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ରାଜନେତାଙ୍କ ପ୍ରତି ସଂଶୟ ପ୍ରକାଶ କରିଥିବା ଏକ ସର୍ଭେରୁ ଜଣାପଡ଼ିଛି। ବିଶ୍ୱସନୀୟତା ପେସା ସର୍ଭେରେ ବୈଜ୍ଞାନିକ ଓ ଶିକ୍ଷକ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ବଜାର ଗବେଷଣା ସଂସ୍ଥା ଇପ୍‌ସୋସ୍‌ ପକ୍ଷରୁ ଏହି ସର୍ଭେ କରାଯାଇଥିଲା। ରାଜନେତା ସବୁଠୁ ଭରସାହୀନ ପେସା ବୋଲି ସହରାଞ୍ଚଳର ୫୯ ପ୍ରତିଶତ ଲୋକ ମତ ଦେଇଥିଲେ। ଏହା ପଛକୁ ମନ୍ତ୍ରୀ ଓ ବିଜ୍ଞାପନ କାର୍ଯ୍ୟନିର୍ବାହୀ ରହିଛନ୍ତି। ୫୨ ପ୍ରତିଶତଙ୍କର ମନ୍ତ୍ରୀଙ୍କ ଉପରେ ଭରସା ନ ଥିବାବେଳେ ୪୧ ପ୍ରତିଶତଙ୍କର ବିଜ୍ଞାପନ ସହ ସମ୍ପୃକ୍ତ ଅଧିକାରୀଙ୍କ ଉପରେ ଭରସା ନାହିଁ। ବଳିଦାନ ମୂଲ୍ୟବୋଧ, ପ୍ରତିବଦ୍ଧତା ଏବଂ ଶୃଙ୍ଖଳା ଇତ୍ୟାଦି ଦୃଷ୍ଟିରୁ ସଶସ୍ତ୍ର ବଳ ହେଉଛି ଉତ୍ସର୍ଗୀକୃତ ବାହିନୀ ବୋଲି ଇପ୍‌ସୋସ୍‌ ଇଣ୍ଡିଆର କଣ୍ଟ୍ରି ସର୍ଭିସ ଲାଇନ ଗ୍ରୁପ୍‌ ଲିଡର ପାରିଜାତ ଚକ୍ରବତର୍ତ୍ତୀ କହିଛନ୍ତି। ସେହିପରି ବୈଜ୍ଞାନିକ ଓ ଶିକ୍ଷକ ବିଶ୍ୱସନୀୟ ପେସା, ଯାହାଙ୍କର ରାଷ୍ଟ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଅନ୍ୟପକ୍ଷରେ ବ୍ୟବସ୍ଥାକୁ ସ୍ବଚ୍ଛ କରିବା ଲାଗି ଉଦ୍ୟମ ସତ୍ତ୍ୱେ ରାଜନେତାମାନେ ଅଧିକାଂଶଙ୍କ ଭରସା ଜିତିପାରି ନାହାନ୍ତି। ସେହିପରି ବିଜ୍ଞାପନ ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ମଜାଦାର ଲେଖା ଓ ସୃଜନଶୀଳତା ସତ୍ତ୍ୱେ ସେମାନଙ୍କ ଉପରେ ଅନେକ ଭରସା କରି ନ ଥାନ୍ତି ବୋଲି ଚକ୍ରବର୍ତ୍ତୀ କହିଛନ୍ତି। ବିଶ୍ୱର ବିଶ୍ୱସନୀୟତା ସୂଚକାଙ୍କରେ ଚାଇନା ପରେ ଭାରତର ସ୍ଥାନ ଦ୍ୱିତୀୟରେ ରହିଛି। ସାରା ବିଶ୍ୱରେ ବୈଜ୍ଞାନିକ ସବୁଠୁ ବିଶ୍ୱସ୍ତ ହୋଇଥିବାବେଳେ ଦ୍ୱିତୀୟରେ ଡାକ୍ତର ଓ ତୃତୀୟରେ ଶିକ୍ଷକ ସର୍ବାପେକ୍ଷା ବିଶ୍ୱସନୀୟ ପେସା ମାନ୍ୟତା ହାସଲ କରିଛି।


All Right Reserved By Dharitri.Com

କାରଗିଲ୍‌ ଯୋଦ୍ଧା ବିଦେଶୀ ଘୋଷିତ ମାମଲା: ଯାଞ୍ଚ୍‌ ଅଧିକାରୀଙ୍କ ଉପରେ ଉଠିଲା ଅଙ୍ଗୁଳି

ନୂଆଦିଲ୍ଲୀ,୩।୬: କାରଗୀଲ୍‌ ଯୋଦ୍ଧା ମହମ୍ମଦ ସନାଉଲ୍ଲାହଙ୍କୁ ଏନଆର୍‌ସି ଆଇନ ଅନ୍ତର୍ଗତ ବିଦେଶୀ ଘୋଷଣା ମାମଲାରେ ନୂଆ ମୋଡ଼ ଆସିଛି। ଯାଞ୍ଚ୍‌ ଅଧିକାରୀଙ୍କ ଉପରେ ଏନେଇ ଅଙ୍ଗୁଳି...

ଅଗଷ୍ଟ ୫ରେ ଭେଲୋର ଭୋଟ

ଚେନ୍ନାଇ,୫।୭ : ତାମିଲନାଡ଼ୁର ଭେଲୋର ଲୋକ ସଭା ଆସନ ଲାଗି ଅଗଷ୍ଟ ୫ ତାରିଖରେ ଭୋଟଗ୍ରହଣ କରାଯିବ। ଏନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି।...

ରାଜନୀତି ସହ ଆର୍‌ଏସ୍‌ଏସ୍‌ର ସମ୍ପର୍କ ନାହିଁ: ଭାଗବତ

ମୋରାଦାବାଦ୍‌,୧୮।୧(ପି.ଟି.): ଦେଶବାସୀଙ୍କ ନୈତିକ ବିକାଶ, ସାଂସ୍କୃତିକ ଓ ମାନବିକ ମୂଲ୍ୟବୋଧର ଉତ୍‌ଥାନ ଲାଗି ଆର୍‌ଏସ୍‌ଏସ୍‌ କାମ କରିଆସୁଛି, ରାଜନୀତି ସହ ଏହି ସଙ୍ଗଠନର କୌଣସି ସମ୍ପର୍କ...

ଭାରତର ଏହି ୫ ସ୍ଥାନରେ ଅଛି ରାବଣ ମନ୍ଦିର

ସମଗ୍ର ଦେଶରେ ଏବେ ଶାରଦ ପୂଜାର ମାହୋଲ। ଚଳଚଞ୍ଚଳ ଗଁାଠୁ ସହର। ବିଭିନ୍ନ ପୂଜା ମଣ୍ଡପଗୁଡ଼ିକ ସୁନ୍ଦର ସୁନ୍ଦର ଆଲୋକମାଳା ଓ ସୁଉଚ୍ଚ ତୋରଣରେ ଝଲସୁଛି।...

ଭାରତରେ ଆମେରିକା ବୈଦେଶିକ ମନ୍ତ୍ରୀ ପୋମ୍ପିଓ: ଆଜି ମୋଦିଙ୍କୁ ଭେଟିବେ

ନୂଆଦିଲ୍ଲୀ,୨୬।୬: ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିୟୋ ତିନିଦିନିଆ ଭାରତ ଗସ୍ତରେ ଆସିଛନ୍ତି ମାଇକ ପୋମ୍ପିୟୋ। ଏହି ଗସ୍ତ ଅବସରରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ମୋଦିଙ୍କ ନେତୃତ୍ୱରେ ଦେଶର ଦ୍ରୁତ ବିକାଶ ଜାରି ରହିଛି: ଅମିତ ଶାହ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୁରୁବାର ଦେଶବାସୀଙ୍କୁ ଟୁଇଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

କଂଗ୍ରେସ ନେତା ବନଓ୍ବାରି ଲାଲ ଶର୍ମାଙ୍କ ପରଲୋକ

ଭୋପାଳ,୨୧।୧୨: ମଧ୍ୟପ୍ରଦେଶର କଂଗ୍ରେସ ନେତା ତଥା ଜଉରା ବିଧାୟକ ବନଓ୍ବାରି ଲାଲ ଶର୍ମାଙ୍କର ଶନିବାର ସକାଳେ ପରଲୋକ ହୋଇଛି। ଭୋପାଳରେ ଚିକିତ୍ସିତ ହେଉଥିବା ସମୟରେ ୬୧...

ତେଲେଙ୍ଗାନା ଗଣ ବଳାତ୍କାରକୁ ନେଇ କମ୍ପିଲା ଗୃହ

ନୂଆଦିଲ୍ଲୀ,୨।୧୨: ସଂସଦର ଶୀତ ଅଧିବେଶନ ସମୟରେ ସୋମବାର ତେଲେଙ୍ଗାନା ଗଣ ବଳାତ୍କାରକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। କେବଳ ସେତିକି ନୁହେଁ ଆମ୍‌ ଆଦମୀ ପାର୍ଟି(ଏଏପି)...

Leave a comment

Your email address will not be published. Required fields are marked *