ମାସେ ବନ୍ଦ ରହିବ ଭୁବନେଶ୍ୱର-ବ୍ୟାଙ୍କକ୍‌ ବିମାନ ସେବା

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଭୁବନେଶ୍ୱରକୁ ବ୍ୟାଙ୍କକ୍‌କୁ ଚଳାଚଳ କରୁଥିବା ଏୟାର ଇଣ୍ଡିଆର ଡାଇରେକ୍ଟ ଫ୍ଲାଇଟ୍‌ ସେବା ସେପ୍ଟେମ୍ବର ୨୩ରୁ ଅସ୍ଥାୟୀଭାବେ ବନ୍ଦ ରହିବ। ଏହା ଅକ୍ଟୋବର ଶେଷ କିମ୍ବା ନଭେମ୍ବର ଆରମ୍ଭରୁ ପୁଣି ଚଳାଚଳ କରିବ। ବୁଧବାର ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଳ ଦେବ। ସେ କହିଛନ୍ତି, ପର୍ଯ୍ୟଟନ ଶିଳ୍ପର ବିକାଶକୁ ନିଜରରେ ରଖି ବିମାନ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ହେଲେ ଯାତ୍ରୀଙ୍କ ସଂଖ୍ୟା କମ୍‌ ରହୁଥିବାରୁ ଅଧିକାଂଶ ସଂସ୍ଥା ବିମାନ ସେବା ଆରମ୍ଭ କରିବାକୁ ରାଜି ହେଉନାହାନ୍ତି। ଏହାସତ୍ତ୍ୱେ ଆମେ ଭୁବନେଶ୍ୱରରୁ ସିଙ୍ଗାପୁରକୁ ସିଧାସଳଖ ବିମାନ ସେବା ଯୋଗାଇ ଦେବାକୁ ଯୋଜନା କରୁଛୁ। ଏନେଇ ଏୟାର ଏସିଆ ସହ ଆଲୋଚନା ଚାଲିଛି। ଖୁବ୍‌ଶୀଘ୍ର ଦୁବାଇକୁ ମଧ୍ୟ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ସେ କହିଛନ୍ତି। ସେହିଭଳି ଝାରସୁଗୁଡ଼ା ବିମାନ ବନ୍ଦର ଏବେ ଦେଶର ୪ଟି ପ୍ରମୁଖ ସହର ତଥା ହାଇଦ୍ରାବାଦ, କଲିକତା, ଦିଲ୍ଲୀ, ରାୟପୁରକୁ ସଂଯୋଗ କରୁଥିବା ବେଳେ ଯାତ୍ରୀ ସଂଖ୍ୟା ମଧ୍ୟ ଭଲ ରହୁଛି। ଖୁବ୍‌ଶୀଘ୍ର ଝାରସୁଗୁଡାରୁ ବାଙ୍ଗାଲୋରକୁ ବିମାନ ଚଳାଚଳ ଆରମ୍ଭ ହେବାନେଇ ସଚିବ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆସନ୍ତା ନଭେମ୍ବର ୧ରୁ ୨୦୧୯ ଜୁନ୍‌ ୩୦ ପର୍ଯ୍ୟନ୍ତ ରନ୍‌ଓ୍ବେ ରି-କାର୍ପେଟିଂ ହେବାକୁ ଥିବାରୁ ୮ମାସ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ରନ୍‌ଓ୍ବେକୁ ବନ୍ଦ ରଖାଯିବ। ତେବେ ସେପ୍ଟେମ୍ବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପର୍ଯ୍ୟଟନ ଋତୁ ଥିବାବେଳେ ଏହି ସମୟ ମଧ୍ୟରେ ରନ୍‌ଓ୍ବେ ବନ୍ଦ ରହିଲେ ବିମାନ ସେବା ବିଶେଷଭାବେ ବାଧାପ୍ରାପ୍ତ ହେବ। ଏହାଦ୍ୱାରା ଉଭୟ ପର୍ଯ୍ୟଟନ ଏବଂ ହୋଟେଲ ଶିଳ୍ପ ବିଶେଷଭାବରେ କ୍ଷତିଗସ୍ତ ହେବ ବୋଲି ଆଶଙ୍କା କରିଛି ହୋଟେଲ୍‌ ଆଣ୍ଡ୍‌ ରେଷ୍ଟୁରାଣ୍ଟ୍‌ ଆସୋସିଏସନ୍‌ ଅଫ୍‌ ଓଡ଼ିଶା। ଭୁବନେଶ୍ୱର ବିମାନ ବନ୍ଦରରେ ଏବେ ଏୟାର ଟ୍ରାଫିକ୍‌ ବୃଦ୍ଧି ପାଇଥିବା ବେଳେ ପର୍ଯ୍ୟଟନ ଋତୁରେ ଏହା ଆହୁରି ବୃଦ୍ଧି ପାଇବ। ମାତ୍ର ଠିକ୍‌ ସେହି ସମୟରେ କମ୍‌ ବିମାନ ଚଳାଚଳ କଲେ ଓଡ଼ିଶାକୁ ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଇବ ବୋଲି କୁହାଯାଇଛି। ବାତ୍ୟା ଫନୀ ପରେ ଧୀରେ ଧୀରେ ପରିସ୍ଥିତିରେ ସୁଧାର ଆସୁଥିବା ବେଳେ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କୁ ବିମାନ ନମିଳିଲେ ପର୍ଯ୍ୟଟନ ଶିଳ୍ପକୁ ଏକ ବିରାଟ ବଡ଼ କ୍ଷତି ସହିବାକୁ ପଡ଼ିବ ବୋଲି ହୋଟେଲ୍‌ ଆଣ୍ଡ୍‌ ରେଷ୍ଟୁରାଣ୍ଟ୍‌ ଆସୋସିଏସନ୍‌ ଅଫ୍‌ ଓଡ଼ିଶା ଅଧ୍ୟକ୍ଷ ଜେ.କେ. ମହାନ୍ତି କହିଛନ୍ତି। ତେବେ ଏନେଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ ବୋଲି ପର୍ଯ୍ୟଟନ ବିଭାଗ ସଚିବ ଦେବ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ଚୋରି ଧରିବା ପାଇଁ ଖଟବୁଲା ପୋଲିସ ବଦଳରେ ଖୋଜାପଡୁଛି ଗୁଣିଆ

ନୟାଗଡ଼ ଅଫିସ,୨୩ା୬- ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଧରିବା ପାଇଁ ଖଟ ବୁଲୁଥିବା ଦେଖିବାକୁ ମିଳୁଛି। କୌଣସି ଗ୍ରାମରେ ଚୋରି ହେଲେ ଲୋକମାନେ ପୋଲିସ...

ବ୍ରହ୍ମବରଦା ଫାଣ୍ଡି ପାଇଁ ପରୀ ଯୋଜନା ମୂଲ୍ୟହୀନ: ଅପହରଣର ୫ମାସ ପରେ ବି ନାବାଳିକାଙ୍କ ମିଳୁନି ପତ୍ତା

ରସୁଲପୁର,୬।୮(ଡି.ଏନ୍‌.ଏ.)- ଧର୍ମଶାଳା ଥାନା ଅଧିନସ୍ଥ ରସୁଲପୁର ବ୍ଲକ ଅଞ୍ଚଳରେ ଅବସ୍ଥିତ ବ୍ରହ୍ମବରଦା ଫାଣ୍ଡି ପାଇଁ ପରୀ ଯୋଜନା ମୂଲ୍ୟହୀନ ହୋଇପଡ଼ିଛି। ୫ମାସ ତଳେ ଅପହରଣ ହୋଇଥିବା...

ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ୫-ଟି ସଚିବ, ତଦାରଖ କଲେ ବିକାଶମୂଳକ କାର୍ଯ୍ୟ

ପୁରୁଣା ଭୁବନେଶ୍ୱର,୪।୧୨(ଡି.ଏନ୍‌.ଏ.): ଲିଙ୍ଗରାଜ ମନ୍ଦିରକୁ ଅଚାନକ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ। ବୁଧବାର ଭୋର ସମୟରେ ସେ ମନ୍ଦିରରେ ପହଞ୍ଚି ଭିତର ଓ...

ଲାଞ୍ଚ ମାମଲା: ବରିଷ୍ଠ କିରାଣିଙ୍କୁ ୨ ବର୍ଷ ଜେଲ

ଫୁଲବାଣୀ ଅଫିସ, ୨୫ା୭-ଏକ ଲାଞ୍ଚ ମାମଲାର ବିଚାର କରି ବୁଧବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଭଗବାନ ପ୍ରଧାନ ଅଭିଯୁକ୍ତ ବରିଷ୍ଠ କିରାଣିଙ୍କୁ ୨ ବର୍ଷ...

ପୁରୀକୁ ଗଡ଼ିବ ୨୦୦ ସ୍ବତନ୍ତ୍ର ବସ୍‌

କଟକ ଅଫିସ, ୧୧।୬: ରଥଯାତ୍ରା ପାଇଁ ପୁରୀକୁ ଅଧିକ ସ୍ବତନ୍ତ୍ର ୨୦୦ ବସ୍‌ ଚାଲିବ। ୪ ଦିନ ଏହି ବସ୍‌ ଚାଲିବ। ଜୁଲାଇ ୪ ତାରିଖରେ...

ରାଜ୍ୟକୁ ଲୋଡ଼ା ଅଧିକ ଅଫିସର

ଭୁବନେଶ୍ୱର, ୭।୧୨: ରାଜ୍ୟରେ ଆଇନଶୃଙ୍ଖଳା ବ୍ୟାପାର ମୁଖ୍ୟତଃ ପୋଲିସ ଅଧିକାରୀଙ୍କ ଦ୍ୱାରା ପରିଚାଳନା କରାଯାଇଥାଏ। ରାଜ୍ୟରେ ଭାରତୀୟ ପୋଲିସ ସେବା(ଆଇପିଏସ୍‌) ଅଧିକାରୀମାନେ ଶୀର୍ଷସ୍ତରରେ ରହି ଏହାର...

ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣକଲେ ବି.କେ. ଶର୍ମା

ଭୁବନେଶ୍ୱର, ୮।୮(ବ୍ୟୁରୋ): ବରିଷ୍ଠ ଆଇପିଏସ୍‌ ଅଧିକାରୀ ବିଜୟ କୁମାର ଶର୍ମା ଗୁରୁବାର ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଡିଜିପି ଥିବା...

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ ଅଭିଯୋଗ ନମ୍ବର ଜାରି

ଭୁବନେଶ୍ୱର, ୨୧।୭ (ବ୍ୟୁରୋ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସାଧାରଣ ଲୋକଙ୍କ ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ ଏକୀକୃତ ଅଭିଯୋଗ...

Leave a comment

Your email address will not be published. Required fields are marked *