Posted inଜାତୀୟ

ଭରଣପୋଷଣ ପାଇଁ ସ୍ଥିର ହେବ ନିୟମାବଳୀ

ନୂଆଦିଲ୍ଲୀ,୧୯ା୯(ଆଇଏଏନ୍‌ଏସ୍‌): ବୈବାହିକ ମାମଲାରେ ଭରଣପୋଷଣ ପ୍ରଦାନ ସଂକ୍ରାନ୍ତ ନିୟମାବଳୀ ପ୍ରସ୍ତୁତି ପାଇଁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି। ଏନେଇ ଖଣ୍ଡପୀଠଙ୍କୁ ସହାୟତା କରିବାକୁ ଦୁଇଜଣ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ ଏବଂ ଅନିଥା ଶେନୟଙ୍କୁ ଆମିକସ୍‌ କ୍ୟୁରି ଭାବେ ନିଯୁକ୍ତି ଦିଆଯାଇଛି। ଗତ ସପ୍ତାହରେ ଏକ ଛାଡ଼ପତ୍ର ମାମଲାର ଶୁଣାଣି ବେଳେ ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରା ଏବଂ ଆର୍‌. ସୁଭାଷ ରେଡ୍ଡୀଙ୍କ ଖଣ୍ଡପୀଠ ସମ୍ପୃକ୍ତ ସ୍ବାମୀଙ୍କୁ ଭରଣଭୋଷଣ ବାବଦ ବକେୟା ଥିବା ୫ ଲକ୍ଷ ଟଙ୍କା ସ୍ତ୍ରୀଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଅଦାଲତ ଭରଣପୋଷଣ ପାଇଁ ନିୟମାବଳୀ ଧାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୪କୁ ଧାର୍ଯ୍ୟ କରାଯାଇଛି।


All Right Reserved By Dharitri.Com

ମୋଦି ଆସିବା ପରେ ଭଲ ହେଉଛି ବ୍ୟବସାୟ

ନୂଆଦିଲ୍ଲୀ,୨୧।୨: ରାଜଧାନୀ ଦିଲ୍ଲୀରେ ଲାଗିଥିବା ହୁନର ହାଟ ଏବେ ଆସିଛି ଚର୍ଚ୍ଚାକୁ। ବିଶେଷ କରି ଏହି ହୁନର ହାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ବିହାରର...

ବିଭିନ୍ନ ରାଜ୍ୟର ଉପନିର୍ବାଚନ ଫଳାଫଳ:୨୬ରେ ଏନ୍‌ଡିଏ, ୧୨ରେ କଂଗ୍ରେସ ବିଜୟୀ

ନୂଆଦିଲ୍ଲୀ,୨୫-୧୦:ଉତ୍ତରପ୍ରଦେଶର ୧୧ ବିଧାନସଭା ଆସନ ସମେତ ୧୭ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୧ ବିଧାନସଭା ଓ ୨ ଲୋକ ସଭା ଆସନ ଲାଗି...

କଂଗ୍ରେସ ରାଜ୍ୟର ଶତ୍ରୁ ନୁହେଁ: ସଞ୍ଜୟ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଭାରତୀୟ ଜନତା ପାର୍ଟି ପାଗ ଭିଡୁଥିବା ବେଳେ ଏପଟେ ଶିବସେନା ନେତା ସଞ୍ଜୟ ରାଉତ ଗୋଟିଏ ପରେ ଗୋଟିଏ...

ଡିଏମ୍‌କେରେ ଯୋଗଦେଲେ ତାମିଲନାଡୁ ଭାଜପା ଉପାଧ୍ୟକ୍ଷ

ଚେନ୍ନାଇ,୫।୧୨: ତାମିଲନାଡୁର ଭାରତୀୟ ଜନତା ପାର୍ଟି(ଭାଜପା) ଉପାଧ୍ୟକ୍ଷ ବିଟି. ଅରସକୁମାର ଗୁରୁବାର ଡିଏମ୍‌କେରେ ଯୋଗ ଦେଇଛନ୍ତି। ଡିଏମ୍‌କେ ଅଧ୍ୟକ୍ଷ ଏମ୍‌କେ ଷ୍ଟାଲିନଙ୍କ ଉପସ୍ଥିତିରେ ସେ ଅରିଭାଲୟମଠାରେ...

ବଦଳିଲା ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ପଦ୍ଧତି

ନୂଆଦିଲ୍ଲୀ,୩।୧୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌) ପକ୍ଷରୁ ୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ ଅଣାଯାଇଛି। ପ୍ରତି ବିଷୟରେ ଏଣିକି ୧ ନମ୍ବର...

ସମୁଦ୍ରରେ ବୁଡିଯାଉଥିବା ସୁରକ୍ଷାକର୍ମୀଙ୍କୁ ଉଦ୍ଧାର କଲେ ଚୋରା ଚାଲାଣକାରୀ ଦଳ

ମାଡ୍ରିଡ,୭।୧୦: ସ୍ପେନର ଦକ୍ଷିଣ ସମୁଦ୍ରରେ ଶୁକ୍ରବାର ଏକ ଫିଲ୍ମର ଦୃଶ୍ୟ ଭଳି ଘଟଣା ନଜର ଆସିଥିଲା। ସମୁଦ୍ର ମଧ୍ୟରେ ଗୋଟିଏ ବୋଟ୍‌ରେ ଏକ ଚୋରାଚାଲାଣକାରୀ ଦଳଙ୍କୁ...

ଖାପ୍‌ ପଞ୍ଚାୟତରେ ତାଲିବାନୀ ଶାସନ: ପ୍ରେମୀଯୁଗଳଙ୍କୁ ମୂତ୍ର, ଗୋବର ଖାଇବାକୁ ନିର୍ଦ୍ଦେଶ

ଝାନ୍ସି,୮ା୨: ଉତ୍ତରତପ୍ରଦେଶରେ ଖାପ୍‌ ପଞ୍ଚାୟତର ତାଲିବାନୀ ଶାସନ ଥମିବାର ନାଁ ଧରୁନି। ଦୈନିକ ଅଜବ ଅଜବ ଘଟଣା ସାମ୍ନାକୁ ଆସୁଛି। ଖାପ୍‌ ପଞ୍ଚାୟତ ନେଉଥିବା ନିଷ୍ପତ୍ତିକୁ...

ତେଜୁଛି ସିଏଏ ବିରୋଧୀ ଆନ୍ଦୋଳନ

ନୂଆଦିଲ୍ଲୀ/କୋଲକାତା/ ଓ୍ବାଶିଂଟନ,୨୮ା୧: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନ ଥମିବାର ନାଁ ନେଉନାହିଁ। ଗୋଟିଏ ପରେ ଗୋଟିଏ ରାଜ୍ୟ ବିଧାନସଭାରେ ସିଏଏ ବିରୋଧୀ ସଂକଳ୍ପନାମା...

Leave a comment

Your email address will not be published. Required fields are marked *