ଏନ୍‌କାଉଣ୍ଟରକୁ ଡରୁନାହାନ୍ତି ଅପରାଧୀ 

କେନ୍ଦ୍ରାପଡା ଅଫିସ, ୧୯ା୯: ଅପରାଧୀଙ୍କୁ କାବୁ କରିବା ପାଇଁ କେନ୍ଦ୍ରାପଡ଼ାରେ ବାରମ୍ବାର ପୋଲିସ ଏନ୍‌କାଉଣ୍ଟର କରୁଛି। ଗତ ୧୫ ମାସ ମଧ୍ୟରେ ଜିଲା ପୋଲିସ ୧୧ ଜଣ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରି ଗୁରୁତର କରିଛି । ଏହାସତ୍ତ୍ୱେ ଅପରାଧୀଙ୍କ ମନରେ ଭୟ ସଞ୍ଚାର ହେଉନାହିଁ। ଗତ ୨ମାସରେ ୩ଟି ଗୁଳିକାଣ୍ଡ ଘଟଣାକୁ ନେଇ ପୋଲିସର ପାରିବାପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରାଧୀମାନେ ଗୁଳି ଫୁଟାଇ ଫେରାର ହୋଇଯାଉଥିବା ବେଳେ ପୋଲିସ କିଛି କରିପାରୁନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ବୁଧବାର ପୂର୍ବାହ୍ନରେ ମାର୍ଶାଘାଇ ଥାନା ମାଣିତିରା ଗ୍ରାମରେ ଗୁଳିକାଣ୍ଡ ଘଟଣାରେ ଯୁବ ଔଷଧ ବ୍ୟବସାୟୀଙ୍କ ମୃତ୍ୟୁ ଘଟିିଛି। ସେ ହେଲେ ଏହି ଗ୍ରାମର ଉମେଶ ଚନ୍ଦ୍ର ସାହୁଙ୍କ ପୁଅ ଗଗନ ବିହାରୀ ସାହୁ(୨୮)। ଏନେଇ ସାଧାରଣରେ ଆତଙ୍କ ଖେଳିଯାଇଛି। ଗଗନ ବିହାରୀ ପ୍ରତିଦିନ ପରି ଘରକୁ ଫେରୁଥିବା ବେଳେ ମଣିକୁଣ୍ଡା ଛକ ନିକଟରେ ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କୁ ୩ ରାଉଣ୍ଡ ଗୁଳି କରି ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପୂର୍ବରୁ ଗତ ଜୁଲାଇ ୧୩ ସନ୍ଧ୍ୟାରେ ସହରର ଗୁଲନଗରଠାରେ ଧର୍ମରକ୍ଷା ସେନାର ଜିଲା ଆବାହକ ବିବେକାନନ୍ଦ ମହାରଣା ଓରଫ ବାବୁଲିଙ୍କୁ ୨ ଜଣ ଯୁବକ ଗୁଳିକରି ଫେରାର ହୋଇଯାଇଥିଲେ । ସେହିପରି ଗତ ଅଗଷ୍ଟ ୧୫ରେ ରାତି ପ୍ରାୟ ୧୦ଟାରେ ସଦର ଥାନା ଅନ୍ତର୍ଗତ କଳପଡା ପୋଲ ଉପରେ ଗୁଳିକାଣ୍ଡ ହୋଇଥିଲା । ଏହି ଘଟଣାରେ ପାଟକୁରା ଥାନା ଅନ୍ତର୍ଗତ ବଛରାଇ ଗ୍ରାମର ରାଜେଶ ମୁଦୁଲି ଓ ଅଙ୍ଗୁଳାଇ ଗ୍ରାମର ରଞ୍ଜନ ଭୂୟଁ। ଗୁରୁତର ହୋଇଥିଲେ । ବାରମ୍ବାର ଗୁଳିକାଣ୍ଡ ଘଟଣା ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ସୃଷ୍ଟି କରିଛି । ଏ ସମ୍ପର୍କରେ ବୁଦ୍ଧିଜୀବୀ ଚିତ୍ତରଞ୍ଜନ ଦାସ, ସନ୍ତୋଷ କୁମାର କର, ବାନାମ୍ବର ସାହୁ, ଆଶିଷ କୁମାର ସେନାପତି ପ୍ରମୁଖ କୁହନ୍ତି, ମଙ୍ଗଳବାର କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ କୁମାର ସିଂ ଜିଲା ଗସ୍ତ କରି ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିବା ସହ ଅପରାଧ ନିୟନ୍ତ୍ରଣ ପାଇଁ ଫାଇଭ-ଟି ସମ୍ପର୍କରେ ବୁଝାଇଲେ । ଏହାର ୨୪ ଘଣ୍ଟା ପୂରି ନ ଥିବା ବେଳେ ଜିଲାରେ ପୁନର୍ବାର ଗୁଳି ଫୁଟିଛି। ଏଠାରେ କଥାରେ କଥାରେ ଗୁଳି ଫୁଟୁଥିବା ବେଳେ ବନ୍ଧୁକ କେଉଁଠାରୁ ଆସୁଛି ସେନେଇ ଜିଲା ସ୍ପେଶାଲ ସ୍କ୍ବାର୍ଡ ଅଥବା ଜିଲା ପୋଲିସକୁ କୌଣସି ସୂଚନା ମିଳୁନାହିଁ। ପୂର୍ବରୁ ଟେଣ୍ଟର ଫିକ୍ସିଂ ଓ ଦାଦାବଟି ପାଇଁ ବନ୍ଧୁକ ଉଠୁଥିଲା ବେଳେ ଏବେ ସାଧାରଣ କଥାରେ ବନ୍ଧୁକ ଗର୍ଜୁଛି ବୋଲି ସେମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଲଗାତାର ଗୁଳିକାଣ୍ଡ ସମ୍ପର୍କରେ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା କୁହନ୍ତି, ବାବୁଲି ଗୁଳିକାଣ୍ଡ ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମଣିକୁଣ୍ଡା ଗୁଳିକାଣ୍ଡ ଘଟଣାର ପ୍ରାଥମିକ ତଦନ୍ତ ଚାଲିଛି । ଗଗନବିହାରୀ ଜଣେ ଯୁବ ଔଷଧ ବ୍ୟବସାୟୀ ହୋଇଥିବାରୁ ବ୍ୟବସାୟିକ ଶତ୍ରୁତା, ଦାଦାବଟି ସମ୍ପର୍କରେ ତଦନ୍ତ ହେବ ବୋଲି ସେ କହିଛନ୍ତି। ଏଥିସହ ପ୍ରେମ ବ୍ୟାପାର ଓ ଗଣେଶ ଭସାଣିରେ ଗ୍ରାମ ଗଣ୍ଡଗୋଳ ସମ୍ପର୍କରେ ତନଖି କରାଯାଇ ଖୁବ୍‌ଶୀଘ୍ର ଅପରାଧୀଙ୍କୁ ଧରାଯିବ ବୋଲି ଏସ୍‌ଡିପିଓ ପଣ୍ଡା ଆଶାବ୍ୟକ୍ତ କରିଛନ୍ତି ା


All Right Reserved By

ରେକର୍ଡ ଭାଙ୍ଗୁଛି ତାତି: ଆହୁରି ୩ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର,୨୬।୫(ବ୍ୟୁରୋ)-ଚଳିତବର୍ଷ ରାଜ୍ୟରେ ସମସ୍ତ ରେକର୍ଡ ଭାଙ୍ଗୁଛି ତାତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଦିନକୁ ଦିନ ବୃଦ୍ଧି ପାଉଥିବା ତାପମାତ୍ରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଶନିବାର...

ଡକାୟତି ଯୋଜନା ବିଫଳ : ୩ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ବାଲେଶ୍ୱର ଅଫିସ, ୩।୮: ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଗଳାପୋଲ ନିକଟସ୍ଥ ଭଟ୍ଟରମିଲ୍‌ ପରିସରରେ ଶୁକ୍ରବାର ମଧ୍ୟରାତ୍ରିରେ ୮ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ ଏକାଠି ହୋଇ...

ରଣପଶି ରେଲ୍‌ଓ୍ବେ ଓଭରବ୍ରିଜ୍‌ରେ ଫାଟ: ଦୋଷ ଢାଙ୍କିବାକୁ ପିଚୁ ପ୍ୟାଚ୍‌

ଢେଙ୍କାନାଳ ଅଫିସ,୧୭ା୭-ଢେଙ୍କାନାଳ ସଦର ବ୍ଲକ ରଣପଶି ନିକଟରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମିତ ରେଲୱେ ଓଭରବ୍ରିଜରେ ଫାଟ ସୃଷ୍ଟି ହୋଇଛି। ଏହି ଘଟଣା ପଦାକୁ ଆସିବା...

ସମୀରଙ୍କ ହାଟ୍ରିକ ବିଜୟ: କହିଲେ ଅଞ୍ଚଳର ବିକାଶ ମୋର ପ୍ରାଥମିକତା

ପୁରୀ ଅଫିସ, ୨୪।୫: ଜଗତ୍‌ସିଂହପୁର ଲୋକ ସଭା ଆସନ ଅନ୍ତର୍ଗତ ନିମାପଡ଼ା ବିଧାନସଭା ଆସନରୁ ବିଜେଡ଼ି ପ୍ରାର୍ଥୀ ସମୀର ରଞ୍ଜନ ଦାସ ବିଜୟୀ ହୋଇଛନ୍ତି। ସେ...

କାର୍‌-ଅଟୋ ଧକ୍କା: ଜଣେ ମୃତ, ୩ ଗୁରୁତର

ଭଣ୍ଡାରିପୋଖରୀ,୨୭।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ୧୬ନଂ. ଜାତୀୟ ରାଜପଥର ଆଖୁଆପଦାଠାରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଏକ କାର ଅଟୋକୁ ଧକ୍କା ଦେବାରୁ ଜଣଙ୍କର...

ବିଭାଗୀୟ ଉପଦେଷ୍ଟାଙ୍କୁ ମିଳିଲା ପାହ୍ୟା: ୬ଙ୍କୁ ରାଷ୍ଟ୍ରମନ୍ତ୍ରୀ, ୪ଙ୍କୁ ପ୍ରମୁଖ ସଚିବ, ଜଣେ ହେଲେ ମୁଖ୍ୟ ସଚିବ

ଭୁବନେଶ୍ୱର,୬।୯(ବ୍ୟୁରୋ): ନବ ନିଯୁକ୍ତ ବିଭିନ୍ନ ବିଭାଗୀୟ ଉପଦେଷ୍ଟାଙ୍କୁ ଶୁକ୍ରବାର ବିଭିନ୍ନ ପାହ୍ୟା ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଥିବା ବେଳେ ୪ଜଣଙ୍କୁ...

ବଢ଼ୁଛି ବନ୍ୟା ଜଳ: ୫ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ: ଗାଁ ଦାଣ୍ଡରେ ୪ ଫୁଟର ପାଣି

ଖୋର୍ଦ୍ଧା ଅଫିସ,୧୬।୮: ହୀରାକୁଦରେ ଗେଟ ଖୋଲିବା ଦ୍ୱାରା ମହାନଦୀର ଶାଖା ନଦୀ ରାଜୁଆରେ ବନ୍ୟା ଜଳ ବଢ଼ୁଛି । ଉପର ମୁଣ୍ଡରେ ବନ୍ୟାଜଳ ହ୍ରାସ ପାଉଥିବାବେଳେ...

ବିଭିନ୍ନ ଘଟଣାର ନ୍ୟାୟ ଦାବିରେ ଧାରଣା: ପୋଲିସ ପଦକ୍ଷେପ ନନେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ସିପିଆଇ

ଜୟପୁର,୭ା୬(ନି.ପ୍ର.): ଆତ୍ମହତ୍ୟା, ଗଣ ବଳାତ୍କାର ଓ ହତ୍ୟା, ମାନସିକ ନିର୍ଯାତନା ଘଟଣାରେ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସିପିଆଇ। ଏହି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *