ଜମୁଛି ନାଲ୍‌କୋ ବିଶ୍ୱକର୍ମା ପୂଜା

ବଅଁରପାଳ, ୧୯।୯ (ଡି.ଏନ୍‌.ଏ.) – ଅନୁଗୋଳ ଜିଲା ନାଲ୍‌କୋ ନଗରରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ବିଶ୍ୱକର୍ମା ପୂଜାରେ ପ୍ରବଳ ଗହଳି ହେଉଛି। ପ୍ରଥମ ଦିନରେ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ଭିଡ଼ ଆହୁରି ବଢ଼ିଥିବା ଦେଖିବାକୁ ମିଳିଛି। ପାଗ ଅନୁକୂଳ ଥିବାରୁ ବୁଧବାର ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିଲା।
ଚଳିତ ବର୍ଷ ବିଭିନ୍ନ ବିଭାଗ ପକ୍ଷରୁ ୨୩ଟି ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଛି। ଆକର୍ଷଣୀୟ ତୋରଣ ସାଙ୍ଗକୁ ମଣ୍ଡପର ସାଜସଜ୍ଜା ଆକର୍ଷଣୀୟ ହୋଇଛି। ପଟ୍‌ଲାଇନ୍ସର ପ୍ରାୟ ୧୨ ଫୁଟ ଉଚ୍ଚତାର ତୋରଣ ଲୋକଙ୍କୁ ଅଧିକ ଆକର୍ଷିତ କରିଛି। ସେହିପରି ମୋବାଇଲ ଇକ୍ୟୁପମେଣ୍ଟ, ନାଲକୋ ଠିକାଦାର ସଂଘ, କାଷ୍ଟହାଉସ-ବି, କାର୍ବନ ଏରିଆ, ସିପିପି ଅପରେଶନ୍‌, ରଡିଂଶପ୍‌ ଆଦିର ମଣ୍ଡପ ସହ ତୋରଣ ବେଶ୍‌ ମନୋଲୋଭା ହୋଇପାରିଛି। ପୂଜା ଅଞ୍ଚଳରେ ପଲ୍ଲିଶ୍ରୀ ମେଳା ସାଙ୍ଗକୁ ଦୋଳି, ମିନା ବଜାରରେ ଦର୍ଶକମାନଙ୍କ ମଧ୍ୟରେ ଭିଡ଼ ଜମୁଛି। ସେହିପରି ରଙ୍ଗିନ ଆଲୋକରେ ସମଗ୍ର ନାଲକୋ ଅଞ୍ଚଳ ବେଶ୍‌ ଝଲମଲ ହୋଇପଡ଼ିଛି। କମ୍ୟୁନିଟ୍‌ ସେଣ୍ଟର ଠାରୁ ନାଲକୋ ଷ୍ଟାଡିୟମ ପର୍ଯ୍ୟନ୍ତ ରଙ୍ଗ ବେରଙ୍ଗ ଆଲୋକ ସଜ୍ଜା କରାଯାଇଛି। ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନାଲ୍‌କୋ ପୂଜାକୁ ସୁପରିଚାଳନା ପାଇଁ ନାଲକୋ ୱେଲଫର କମିଟି ଅଧ୍ୟକ୍ଷ ରାଜାରାମ୍‌ ମିଶ୍ର, ମଣିରଞ୍ଜନ ପଟ୍ଟନାୟକ, କୋଅର୍ଡିନେଟ୍‌ର କେ.କେ. ବେହେରା ପ୍ରମୁଖ ବେଶ୍‌ ସହଯୋଗ କରୁଛନ୍ତି। ଚିତ୍ତରଞ୍ଜନ ଚୌଧୁରୀ ଧାରା ବିବରଣୀ ପ୍ରଦାନ କରୁଛନ୍ତି।


All Right Reserved By Dharitri.Com

ଆଜି ମହାଷଷ୍ଠୀ, ଉତ୍ସବମୁଖର ଅନୁଗୋଳ: ୧୧ ମଣ୍ଡପରେ ପୂଜା ପାଇବେ ଦଶଭୁଜା

ଅନୁଗୋଳ ଅଫିସ, ୪।୧୦- ଦୁର୍ଗାପୂଜା ପାଇଁ ସଜେଇ ହେଉଛି ଅନୁଗୋଳ ସହର। ଚଳିତବର୍ଷ ୧୧ ମଣ୍ଡପରେ ମା’ ଦଶଭୁଜାଙ୍କ ପୂଜାର୍ଚ୍ଚନା କରାଯିବ। ଶୁକ୍ରବାର ମା’ଙ୍କ ଷଷ୍ଠୀପୂଜା...

କୋଇଲା ଅଭାବ: ଟିଟିପିଏସ୍‌ର ୩ଟି ୟୁନିଟ୍‌ ବନ୍ଦ

ତାଳଚେର,୧୬ା୯(ନି.ପ୍ର.): କୋଇଲା ଅଭାବରୁ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌)ର ୩ଗୋଟି ୟୁନିଟ ରବିବାର ସନ୍ଧ୍ୟାରୁ ବନ୍ଦ ହୋଇଛି। ଫଳରେ ଉକ୍ତ ବିଦ୍ୟୁତ ପ୍ରକଳ୍ପରୁ ବିଦ୍ୟୁତ...

ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ

ବଇଣ୍ଡା, ୮ା୧୨(ଡି.ଏନ.ଏ.)- କିଶୋରନଗର ବ୍ଲକ ହଣ୍ଡପା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ଅଭିଯୋଗରେ ଜରପଡା ଥାନା ଅଞ୍ଚଳର ସୁଶାନ୍ତ...

ଭଡ଼ା ବୃଦ୍ଧି ନିଷ୍ପତ୍ତି ପୁନର୍ବିଚାର ଦାବିରେ ଧାରଣା

ତାଳଚେର,୩୦ା୧୦(ନି.ପ୍ର.)-ତାଳଚେର ପୌର ପରିଷଦ ପକ୍ଷରୁ ଆବଣ୍ଟିତ ହୋଇଥିବା ଦୋକାନ ଘର ଗୁଡ଼ିକରେ ବ୍ୟବସାୟ କରୁଥିବା ଦୋକାନୀଙ୍କ ଭଡ଼ା ବୃଦ୍ଧି ନିଷ୍ପତ୍ତିର ପୁନର୍ବିଚାର କରାଯିବା ଦାବିରେ ମଙ୍ଗଳବାର...

୫୩ ବର୍ଷରେ ଠାକୁରଗଡ଼ ଲକ୍ଷ୍ମୀପୂଜା: ୩ ଶହରୁ ୫ ଲକ୍ଷ ଟଙ୍କା ଅଟକଳ

ବଇଣ୍ଡା,୧୨।୧୦(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମରେ ହେବାକୁ ଥିବା ଲକ୍ଷ୍ମୀପୂଜା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ବହୁ ଆଡ଼ମ୍ବରରେ...

ବଦ୍ରାଙ୍କୁ ଜିଲା ପ୍ରଶାସନର ସମ୍ବର୍ଦ୍ଧନା

ଅନୁଗୋଳ ଅଫିସ, ୧୨।୯ – ଉପସ୍ଥିତ ବୁଦ୍ଧି ଖଟାଇ ଚଳନ୍ତା ଟ୍ରେନ୍‌ ତଳୁ ନିଜ ସହପାଠିନୀ ପ୍ରମିଳାଙ୍କୁ ଟାଣି ଆଣି ଜୀବନ ରକ୍ଷା କରିବାରେ ସକ୍ଷମ...

ଏନ୍‌ଟିପିସିରେ ଘୋର କୋଇଲା ସଙ୍କଟ

ତାଳଚେର, ୩୦ା୭ (ନି.ପ୍ର.) ଅନୁଗୋଳ ଜିଲା କଣିହାଁ ସ୍ଥିତ ମହାରତ୍ନ କମ୍ପାନୀ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପରେ ଘୋର କୋଇଲା ସଙ୍କଟ ଦେଖାଦେଇଛି। ଭରତପୁର କୋଇଲା ଖଣିଠାରେ...

ପ୍ରସ୍ତାବିତ ଧଉରାଗୋଠ ପ୍ରକଳ୍ପ ଦେଖିଲେ ସର୍ବୋଚ୍ଚ ଯନ୍ତ୍ରୀ: ଶୀଘ୍ର ମତାମତ ଦେବାକୁ ଗ୍ରାମବାସୀଙ୍କୁ ପରାମର୍ଶ

ଆଠମଲ୍ଲିକ/ବଇଣ୍ଡା,୨୫।୧୦(ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଅକ୍ଷୟ କୁମାର ବାନାର୍ଜୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗୁରୁବାର ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ ପ୍ରସ୍ତାବିତ...

Leave a comment

Your email address will not be published. Required fields are marked *