ଓଡ଼ଗାଁ ଶ୍ରୀରାମନବମୀ ଯାତ୍ରାର ପଞ୍ଚମ ସନ୍ଧ୍ୟା : ଶ୍ରୀରାମଙ୍କ ଶିବଧନୁ ଭଗ୍ନ, ସୀତା ବିବାହ

ଓଡ଼ଗାଁ,୧୮ା୪(ସ୍ବ.ପ୍ର.): ଓଡ଼ଗାଁରେ ବିଜେ ପ୍ରଭୁ ଶ୍ରୀରଘୁନାଥଜୀଉଙ୍କ ନବ ଦିନ ବ୍ୟାପୀ ଶ୍ରୀରାମନବମୀ ଯାତ୍ରା ଅନୁଷ୍ଠିତ ହେଉଛି। ଉତ୍ସବର ପଞ୍ଚମ ସନ୍ଧ୍ୟା ଅବସରରେ ଚୈତ୍ର ଶୁକ୍ଳ ଅନଙ୍ଗ ତ୍ରୟୋଦଶୀ ତିଥି, ବୁଧବାର ପ୍ରଭୁ ଶ୍ରୀରାମଙ୍କ ଶିବଧନୁ ଭଗ୍ନ, ଜନକନନ୍ଦିନୀ ସୀତାଙ୍କ ସହିତ ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ଏହି ଉତ୍ସବ ଦେଖିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ମନ୍ଦିର ରତ୍ନ ସିଂହାସନରେ ଶ୍ରୀରାମଙ୍କ ଧନୁ ଭଗ୍ନ ସହିତ ଜାନକୀ ବେନି ହସ୍ତରେ ବରଣମାଳା ଧରି ଦଣ୍ଡାୟମାନ ହୋଇଥିବା କମନୀୟ ଓ ଭାବଭରା ଦୃଶ୍ୟ ଭକ୍ତଙ୍କୁ ବିଭୋର କରିଥିଲା । ସନ୍ଧ୍ୟା ଆଳତି ଅବସରରେ ମନ୍ଦିର ଦୁଆର ଖୋଲିବା ପରେ ଜନକ ଦରବାରରେ ଧନୁଭଗ୍ନ ବେଶରେ ପ୍ରଭୁ ଶ୍ରୀରାମ ଭକ୍ତଙ୍କୁ ଦର୍ଶନ ଦେଇଥିବାବେଳେ ଦକ୍ଷିଣ ଦ୍ୱାରସ୍ଥିତ ଝୁଲଣ ମଣ୍ଡପରେ ଶ୍ରୀଜୀଉଙ୍କ ରାଜକୀୟ ଢଙ୍ଗରେ ବୈଦିକ ରୀତିରେ ବିବାହ ଉତ୍ସବ ନିମନ୍ତେ ପ୍ରସ୍ତୁତି ଚାଲିଥିଲା । ମହାରାଜା ଜନକଙ୍କ ଦରବାରରେ ଧନୁ ଭଗ୍ନ ପରେ ପ୍ରଭୁ ଶ୍ରୀରାମ, ଅନୁଜ ଲକ୍ଷ୍ମଣ, ସର୍ବ ଦେବଦେବୀ, ବିଜେ ରାଧାକାନ୍ତଜୀଉଙ୍କ ସମେତ ପ୍ରଶାସନିକ ଅଧିକାରୀ, ପୂଜକ ପରିଷଦ ଓ ସେବାୟତଙ୍କ ଏକ ବରଯାତ୍ରୀ ଦଳ ଶୋଭାଯାତ୍ରାରେ ମନ୍ଦିର ସିଂହଦ୍ୱାର ଦେଇ ପଟୁଆରରେ ବାହାରିଥିଲେ ା ବରଯାତ୍ରୀ ବାଣ, ରୋଶଣୀ, ନୃତ୍ୟସଙ୍ଗୀତ ସହିତ ଗ୍ରାମ ପରିକ୍ରମ କରି ସୁସଜ୍ଜିତ ବିବାହ ମଣ୍ଡପ ନିକଟରେ ପହଞ୍ଚତ୍ଥିଲେ । ସେଠାରେ ଶ୍ରୀଜୀଉଙ୍କ ବରଯାତ୍ରୀଙ୍କୁ ଅପେକ୍ଷା କରିଥିବା ଜନକନନ୍ଦିନୀ ଜାନକୀଙ୍କ କନ୍ୟାଯାତ୍ରୀ ଦଳରେ ବିଜେ ପ୍ରଭୁ ରାମେଶ୍ୱର, ବେଦଜ୍ଞ ପଣ୍ଡିତ, ପୂଜକ, ସେବାୟତ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ସମ୍ମାନର ସହିତ ଜ୍ୱାଇଁପୁଅ ଶ୍ରୀରାମଙ୍କୁ ବାଟବରଣ କରି ବିବାହମଣ୍ଡପକୁ ପାଛୋଟି ନେଇଥିଲେ । ବେଦଜ୍ଞ ପଣ୍ଡିତଙ୍କ ଦ୍ୱାରା ମନ୍ତ୍ର ପାଠ ସହ ବୈଦିକ ରୀତିରେ ଶ୍ରୀରାମଚନ୍ଦ୍ର ଓ ସୀତାଦେବୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା । ବରଯାତ୍ରୀ ଓ କନ୍ୟାଯାତ୍ରାରେ ସାମିଲ ଥିବା ସମସ୍ତ ଅତିଥିଙ୍କୁ ପ୍ରଶାସନ ତରଫରୁ ପ୍ରସାଦ ଆଦି ଆତିଥେୟତା ପ୍ରଦାନ କରାଯାଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବ ଦର୍ଶନ କରିବା ନିମନ୍ତେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଷଷ୍ଠ ଦିବସ ଅବସରରେ ପିତୃସତ୍ୟ ପାଳନ ଉଦ୍ଦେଶ୍ୟରେ ବନଗମନ କରୁଥିବା ଦୃଶ୍ୟରେ ଭଗବାନ ଶ୍ରୀରାମଙ୍କୁ ଭକ୍ତମାନେ ଶୁକ୍ରବାର ଦର୍ଶନ କରିବେ । ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ରଙ୍କ ସହିତ ପୂଜକ ପରିଷଦର କର୍ମକର୍ତ୍ତା ଓ ମନ୍ଦିର ପରିଚ୍ଛା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


All Right Reserved By Dharitri.Com

ଭାରତୀୟ ଚିକିତ୍ସକ ସଂଘ ପକ୍ଷରୁ ହାତଧୂଆ ଦିବସ

ଯାଜପୁର ଅଫିସ,୧୭।୧୦: ଭାରତୀୟ ଚିକିତ୍ସକ ସଂଘ ଯାଜପୁର ରୋଡ଼ ଆନୁକୂଲ୍ୟରେ ମଙ୍ଗଳବାର ଧନେଶ୍ୱର ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠରେ ବିଶ୍ୱ ହାତଧୁଆ ଦିବସ ପାଳିତ ହେଇଯାଇଛି। ସଂଘର...

ବାଟବଣା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା: ୨ ମାସ ହେଲାଣି ବନ୍ଦ ରହିଛି କାର୍ଯ୍ୟାଳୟ

ନୟାଗଡ଼ ଅଫିସ,୧୨।୭- ନୟାଗଡ଼ ଜିଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବାଟବଣା ହୋଇପଡ଼ିଥିବା ଅଭିଯୋଗ ହେଉଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭକରି ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଚିନିକଳ କର୍ମଚାରୀଙ୍କୁ ଉଠାଇ ନେଲା ପୋଲିସ

ବରଗଡ ଅଫିସ/ବିଜେପୁର, ୧୭ା୧୦- ବରଗଡ ଜିଲା ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ ଶୋ’ରେ ବିଜେପୁର ଅଞ୍ଚଳରେ ଦଳୀୟ ପ୍ରାର୍ଥିନୀ...

କଥା ବଦଳାଇଲେ ସୁର: କହିଲେ ‘ବିରୋଧୀ ଦଳ କଂଗ୍ରେସ ଭବନକୁ ବାଉନ୍ସର ପଠାଇଥାଇପାରନ୍ତି’

ଭୁବନେଶ୍ୱର,୨୧।୧(ବ୍ୟୁରୋ): କଂଗ୍ରେସ ଭବନରେ ବାଉନ୍ସର ପ୍ରବେଶ ଘଟଣାକୁ ପ୍ରଥମେ ବିଧାୟକ ସୁର ରାଉତରାୟ ତୀବ୍ର ବିରୋଧ କରିଥିବା ବେଳେ ମଙ୍ଗଳବାର ନିଜ କଥାକୁ ବଦଳାଇଛନ୍ତି। ପ୍ରସଙ୍ଗରେ...

ତେଣ୍ଟା ନାଳରେ ମାଛମରାକୁ ନେଇ ତେଜୁଛି ବିବାଦ: ବେଆଇନ ଆଡ଼ିବନ୍ଧ ଯୋଗୁ ଚାଷଜମିକୁ ଯାଇପାରୁନି ପାଣି, ବଢ଼ୁଛି ଚାଷୀ ଅସନ୍ତୋଷ

ବିିଞ୍ଝାରପୁର,୧୧।୮(ଡି.ଏନ୍‌.ଏ.)- ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବରପଦା ତେଣ୍ଟା ନାଳରେ ମାଛ ଧରିବାକୁ ସ୍ଲୁଇସ୍‌ ଗେଟ୍‌ ବନ୍ଦ କରିବା ସହିତ ଆଡିବନ୍ଧ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳର ଚାଷୀମାନଙ୍କ...

ପାରାଦୀପରେ ବିଜେଡିର ହ୍ୟାଟ୍ରିକ୍‌

ପାରାଦୀପ,୨୪।୫(ସ୍ବ.ପ୍ର.): ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ପାରାଦୀପ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟ ବିଜୟୀ ହୋଇଛନ୍ତି। ୨୦୦୯ରେ ଏହି ନିର୍ବାଚନମଣ୍ଡଳୀ ପୁନର୍ଗଠିତ ହେବା...

ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ: ୫ରୁ ନୃତ୍ୟ, ସଙ୍ଗୀତର ମହାକୁମ୍ଭ

ଭୁବନେଶ୍ୱର,୨୭।୮(ବ୍ୟୁରୋ):ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତର ମହାକୁମ୍ଭ ‘ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ’ ଆସନ୍ତା ସେପ୍ଟେମ୍ବର ୫ ରୁ ୧୧ ତାରିଖ ପର୍ଯ୍ୟନ୍ତ ୭ଦିନ...

୨୦୨୦ ଅକ୍ଟୋବର ୨ ସୁଦ୍ଧା ଗ୍ରାମାଞ୍ଚଳରୁ ବ୍ୟାନ୍‌ ହେବ ପ୍ଲାଷ୍ଟିକ୍‌

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ଏବେ ରାଜ୍ୟର ସମସ୍ତ ପୌରାଞ୍ଚଳରେ ପ୍ଲାଷ୍ଟିକ୍‌କୁ ବ୍ୟାନ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ୨୦୨୦ ଅକ୍ଟୋବର ୨ ତାରିଖ ସୁଦ୍ଧା ଗ୍ରାମାଞ୍ଚଳରୁ ସିଙ୍ଗଲ୍‌ ୟୁଜ୍‌...

Leave a comment

Your email address will not be published. Required fields are marked *