Posted inUncategorized

କଶ୍ମୀରରୁ କର୍ଫ୍ୟୁ ହଟିଲେ ଭାରତ ସହ ହେବ ଦ୍ୱିପାକ୍ଷିକ ଆଲୋଚନା: ଇମ୍ରାନ

ଇସ୍‌ଲାମାବାଦ,୧୮।୯: କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ କେତେବେଳେ କ’ଣ କରୁଛି, କ’ଣ କହୁଛି ନିଜେ ମଧ୍ୟ ଜାଣିପାରୁନାହିଁ। ଏନେଇ ପ୍ରତିଦିନ ପାକିସ୍ତାନର ବିବାଦୀୟ ମନ୍ତବ୍ୟ ସାମ୍ନାକୁ ଆସୁଥିବା ବେଳେ କଶ୍ମୀରକୁ ପ୍ରସଙ୍ଗ କରି ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ଟାର୍ଗେଟ କରିବାରେ ଲାଗିଛି। ଏଭଳି ସ୍ଥିତିରେ ବୁଧବାର ପୁଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ଯେପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରରେ ଜାରି ହୋଇଥିବା କର୍ଫ୍ୟୁ ନ ହଟିଛି ସେ ପର୍ଯ୍ୟନ୍ତ ଭାରତ ସହ ପାକିସ୍ତାନ କୌଣସି ଦ୍ୱିପାକ୍ଷିକ ଆଲୋଚନା କରିବ ନାହିଁ। ଅନ୍ୟପଟେ କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ଭିତରେ ଲାଗିରହିଥିବା ଉତ୍ତେଜନା ଏବେ ଚରମସୀମାରେ ପହଞ୍ଚିଛି। ଏହା ପୂର୍ବରୁ କଶ୍ମୀର ଉପରେ ପାକିସ୍ତାନ ସହ କୌଣସି ପ୍ରକାରର ଆଲୋଚନା ହେବ ନାହିଁ ବୋଲି ସଫା ସଫା ମନା କରିଦେଇଥିଲା ଭାରତ। ଏଥିସହ ଘାଟିରେ ଅନୁଚ୍ଛେଦ ୩୭୦ ହଟାଯିବା ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଥିଲେ।


All Right Reserved By Dharitri.Com

Posted inUncategorized View All

ଆୟୁଷ କମୁଛି ୭ ବର୍ଷ: ଇଣ୍ଡୋ-ଗାଙ୍ଗେଟିକ୍‌ ସମତଳ ଅଞ୍ଚଳ ଲୋକେ ଅଧିକ ପ୍ରଭାବିତ

ନୂଆଦିଲ୍ଲୀ/ସିକାଗୋ,୩୧।୧୦: ଭାରତରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏହାଦ୍ୱାରା ଲୋକଙ୍କ ହାରାହାରି ଆୟୁଷ ୭ ବର୍ଷ କମୁଛି ବୋଲି ସିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ୍‌...

ସଚିନଙ୍କ ସମକକ୍ଷ ହୋଇପାରନ୍ତି ଶାକିବ

ଲଡର୍‌ସ, ୫।୭- ବାଂଲାଦେଶ ବିଶ୍ୱକପ୍‌ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ି ସାରିଥିଲେ ମଧ୍ୟ ବରିଷ୍ଠ କ୍ରିକେଟର ଶାକିବ ଅଲ୍‌ ହାସନ ଦମ୍‌ଦାର ପ୍ରଦର୍ଶନ ଜାରି ରଖିଛନ୍ତି।...

କୁଳଭୂଷଣଙ୍କ ପାଇଁ ଭାରତ ଖର୍ଚ୍ଚ କଲା ମାତ୍ର ଏକ ଟଙ୍କା, ପାକିସ୍ତାନର ଖର୍ଚ୍ଚ ୨୦ କୋଟି

ହେଗ,୧୮ା୭: ଅନ୍ତର୍ଜାତୀୟ ଅଦାଲତ କୁଳଭୂଷଣ ଯାଦବଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରହିଥିବା ସ୍ଥଗିତାଦେଶକୁ ବଳବତ୍ତର ରଖିଛନ୍ତି। ଏହି ହାଇପ୍ରୋଫାଇଲ ମାମଲା ପାଇଁ ଭାରତ ମାତ୍ର ଏକ...

୭ କଏଦୀ, ୫ ଜେଲ କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ

ପୁରୀ ଅଫିସ,୨୬ା୫: ଆଶ୍ୱସ୍ତି ହୋଇଛନ୍ତି ପୁରୀ ଜେଲ୍‌ କର୍ତ୍ତୃପକ୍ଷ। ଜଣେ ଅଭିଯୁକ୍ତ ଜେଲ୍‌କୁ ଆସିବା ପରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ନେଇ ଚିନ୍ତାରେ ପଡ଼ିିଥିଲେ...

ଲକ୍‌ଡାଉନ୍‌ ସତ୍ତ୍ୱେ ମାନିଲେନି

ଭୁବନେଶ୍ୱର,୨୪।୩(ବ୍ୟୁରୋ)/ ପୁରୀ ଅଫିସ/ ଖୋର୍ଦ୍ଧା ଅଫିସ/କଟକ ଅଫିସ୍‌: କରୋନାକୁ ପରାଜିତ କରିବାକୁ ହେଲେ ଲୋକଙ୍କ ମଧ୍ୟରେ ସଚେତନତା ଆବଶ୍ୟକ। ବାହାରେ ନୁହେଁ, ଲୋକେ ଘରେ ରହି ହିଁ...

Leave a comment

Your email address will not be published. Required fields are marked *