Posted inଜାତୀୟ

ଚାଇନା ସୀମାରେ ପରାକ୍ରମ ଦେଖାଇଲା ଭାରତୀୟ ସେନା

ଲଦାଖ,୧୮।୯: ଭାରତୀୟ ସେନା ମଙ୍ଗଳବାର ଚାଇନା ସୀମା ଅର୍ଥାତ୍‌ ପୂର୍ବ ଲଦାଖ ଅଞ୍ଚଳରେ ଯୁଦ୍ଧାଭ୍ୟାସ କରିଛନ୍ତି। ଏହି ଅଭ୍ୟାସରେ ବଖତରବନ୍ଦ ସେନାର ସଦସ୍ୟ, ବାୟୁସେନା ଓ ଭାରତୀୟ ସେନା ସମେତ ବହୁ ଯବାନ ସାମିଲ ହୋଇଥିଲେ। ଏଥିସହ ନର୍ଦନ କମାଣ୍ଡୋ ଲେଫଟନାଣ୍ଟ ଜେନେରାଲ ରଣବୀର ସିଂହ ମଧ୍ୟ ଏହି ଯୁଦ୍ଧାଭ୍ୟାସରେ ଯୋଗଦେଇଥିଲେ। ଏଥିରେ ଭାରତୀୟ ଯବାନମାନେ ଆଧୁନିକ ଶୈଳୀ ଓ ଉପକରଣ ବ୍ୟବାହାର କରିଥିବା ଜଣାପଡ଼ିଛି। ତେବେ ଯୁଦ୍ଧାଭ୍ୟାସର ଏକ ଭିଡିଓ ସୋସିଆଲ ମିଡିଆରେ ଜାରି କରାଯାଇଛି। ଲଦାଖର ଏହି ଅଞ୍ଚଳ ଚାଇନା ସହ ଲାଗିଥିବାରୁ ଭାରତୀୟ ସେନାଙ୍କ ଏହି ଅଭ୍ୟାସ ପ୍ରଥମ ହୋଇଥିବା ବେଳେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ମଧ୍ୟ। କାରଣ ଏହି ରାସ୍ତା ଦେଇ ଚାଇନା ସେନା ଭାରତ ସୀମାରେ ଅନୁପ୍ରବେଶ କରୁଥିବା ବେଳେ ବହୁଥର ଦୁଇ ସେନାର ଯବାନମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଏହାରି ଭିତରେ ଏହି ଅଞ୍ଚଳରେ ଭାରତୀୟ ସେନାର ଯୁଦ୍ଧାଭ୍ୟାସ ଚାଇନାକୁ ଏକ ବାର୍ତ୍ତା ଦେଉଛି।


All Right Reserved By Dharitri.Com

ଦଳିତ ମହିଳାଙ୍କୁ ଗୃହ ବିଭାଗ ଦେଲେ ଜଗନ ମୋହନ

ଅମରାବତୀ,୯।୬: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ମନ୍ତ୍ରିମଣ୍ଡଳରେ ୫ ଉପମୁଖ୍ୟମନ୍ତ୍ରୀ ଓ ୨୫ ଜଣ ବିଧାୟକ ଶନିବାର ଶପଥ ଗ୍ରହଣ କରିଛନ୍ତି। ଏଥିରେ...

ଶଗଡ ଗାଡିରେ ବିବାହ କରିବାକୁ ଗଲେ ବର

ଭୋପାଳ, ୩୦।୫: ବିବାହରେ ଅଯଥା ଖର୍ଚ୍ଚ ରୋକିବା ପାଇଁ ଜଣେ ଯୁବକ ଅଭିନବ ପ୍ରନ୍ଥା ଆପଣାଇଛନ୍ତି। ପୁରୁଣା ପ୍ରଥା ଏବଂ ପରମ୍ପରାକୁ ବଜାୟ ରଖି ଶଗଡ...

ମୋଦିଙ୍କ ପ୍ରଥମ କାର୍ଯ୍ୟକାଳରେ ନିହତ ହୋଇଛନ୍ତି ୯୬୩ ଆତଙ୍କବାଦୀ: ଶାହ

ନୂଆଦିଲ୍ଲୀ,୧୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ୯୬୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ ୪୧୩ ଯବାନ ଶହୀଦ୍‌ ହୋଇଛନ୍ତି।...

ଝାଡଖଣ୍ଡ ବିଧାନସଭା ପାଇଁ ଆଜି ହେବ ତାରିଖ ଘୋଷଣା

ନୂଆଦିଲ୍ଲୀ,୧।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନକୁ ନେଇ ଶୁକ୍ରବାର ନିର୍ବାଚନ କମିଶନ ତାରିଖ ଘୋଷଣା କରିବେ। ଅପରାହ୍ନ ୪ଟା ୩୦ରେ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ଏହି...

ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ:ଗୁଆହାଟୀ-ଦିବ୍ରୁଗଡରେ ବାତିଲ ହେଲା ପରୀକ୍ଷା

ଗୁଆହାଟୀ,୧୦।୧୨: ଲୋକ ସଭାରେ ନାଗରିକତା ସଂଶୋଧନ ବିଲ୍‌ ପାସ୍‌ ହୋଇଯାଇଛି। ହେଲେ ଏହି ବିଲ୍‌କୁ ଆସାମରେ ବିରୋଧ କରାଯାଉଛି। ନର୍ଥ ଇଷ୍ଟ ଷ୍ଟୁଡେଣ୍ଟ ଅର୍ଗାନାଇଜେଶନ୍‌(ଏନ୍‌ଇଏସ୍‌ଓ) ଓ...

୧୦୯ ଘଣ୍ଟା ପରେ ବୋର୍‌ ଓ୍ବେଲ୍‌ରୁ ଉଦ୍ଧାର ହୋଇ ଜୀବନ ହାରିଲେ ୨ ବର୍ଷ ଶିଶୁ ଫତେହବୀର

ଚଣ୍ଡିଗଡ଼, ୧୧।୬: ପଞ୍ଜାବର ସଙ୍ଗରୁର୍‌ ଅଞ୍ଚଳରେ ୨ ବର୍ଷ ଶିଶୁ ଫତେହବୀର ସିଂ ଏକ ଖୋଲା ବୋର୍‌ଓ୍ବେଲ୍‌ରେ ଅସାବଧାନତାରୁ ଖସିପଡ଼ିଥିଲା। ଜୁନ୍‌ ୬ ସନ୍ଧ୍ୟାଠାରୁ ୨୬...

ମଝି ରାସ୍ତାରେ ଜଳିଲା ବସ୍‌: ୫୬ ଯାତ୍ରୀ ଉଦ୍ଧାର

ଅହମ୍ମଦାବାଦ୍‌, ୧୬।୬: ଗୁଜରାଟର ଅହମ୍ମଦାବାଦ୍‌-ବଡ଼ୋଦରା ଏକ୍ସପ୍ରେସ୍‌ ହାଇଓ୍ବେରେ ଘଟିଛି ଏକ ଅଭାବନୀୟ ଘଟଣା। ଆନନ୍ଦ ଜିଲାର ବାସଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ରେ ମଝି ରାସ୍ତାରେ...

ଅଭିନନ୍ଦନଙ୍କୁ ମିଳିବ ବୀର ଚକ୍ର

ନୂଆଦିଲ୍ଲୀ,୧୪।୮: ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ବୀର ଚକ୍ର ସମ୍ମାନରେ ସମ୍ମାନୀତ କରାଯିବ। ଏହା ଭାରତର ତୃତୀୟ ସମ୍ମାନ ଜନକ ମେଡାଲ। ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର...

Leave a comment

Your email address will not be published. Required fields are marked *