Posted inଜାତୀୟ

ଘରେ ୨୨ଟି ସିସିଟିଭି ଲଗାଇଲେ ସ୍ବାମୀ: ଏକଥା ଜାଣିବାରୁ ସ୍ତ୍ରୀ କଲେ ଏମିତି..

ବେଙ୍ଗାଲୁରୁ, ୨୨।୫: କର୍ନାଟକ ବେଙ୍ଗାଲୁରୁରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କ ଉପରେ ନଜର ରଖିବା ପାଇଁ ଘରେ ୨୨ଟି ସିସିଟିଭି କ୍ୟାମେରା ଲଗାଇଛନ୍ତି ସ୍ବାମୀ। ଏକଥା ଜାଣିବା ପରେ ସ୍ତ୍ରୀ ରାଗିଯାଇ ସ୍ବାମୀଙ୍କ ମୁଣ୍ଡକୁ କ୍ରିକେଟ ବ୍ୟାଟରେ ପିଟି ଦେଇଛନ୍ତି। ଏହାସହ ଅଦାଲତରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଉକ୍ତ ମହିଳାଙ୍କ ସ୍ବାମୀ ସୁଦର୍ଶନ ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟର। ସେ ସବୁବେଳେ ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବା ସହ କ୍ରୁର ବ୍ୟବହାର ମଧ୍ୟ କରୁଥିଲେ। ସ୍ତ୍ରୀଙ୍କ ଉପରେ ନଜର ରଖିବା ପାଇଁ ସୁଦର୍ଶନ ଗୁପ୍ତରେ ରୋଷେଇ ଘରଠାରୁ ଆରମ୍ଭ କରି ବେଡ୍‌ରୁମ୍‌ ପର୍ଯ୍ୟନ୍ତ ସିସିଟିଭି କ୍ୟାମେରା ଲଗାଇଥିଲେ। ହଠାତ୍‌ ଦିନେ ମହିଳା ଜଣଙ୍କ ଏହା ଦେଖିଦେବାରୁ ସ୍ବାମୀଙ୍କୁ ବ୍ୟାଟ୍‌ରେ ପିଟିଦେଇଥିଲେ। ଏମିତି ପୁରୁଷ ସହ ଆଉ ରହି ହେବନି କହି ପୋଲିସରେ ସେ ଅଭିଯୋଗ କରିଥିଲେ।


All Right Reserved By Dharitri.Com

ଶାହଙ୍କୁ ଭେଟିଲେ ମମତା: ଏନ୍‌ଆର୍‌ସିକୁ ନେଇ ଭୟ କରୁଛନ୍ତି ଲୋକେ; ହଇରାଣ ନ କରିବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ,୧୯।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଗୁରୁବାର ଭେଟିଛନ୍ତି। ଏହି ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଏନ୍‌ଆର୍‌ସି ନେଇ ଆଲୋଚନା ହୋଇଥିବା...

ଜମ୍ମୁ-କଶ୍ମୀର ଜନସାଧାରଣଙ୍କ ସହିତ ବିଶ୍ୱାସଘାତକତା କରିଛନ୍ତି ମୋଦି ସରକାର: ଓମାର ଅବଦୁଲା

ଶ୍ରୀନଗର,୫।୮: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସୋମବାର ଜମ୍ମୁ-କଶ୍ମୀରରେ ୩୭୦ ଧାରା ହଟିବା ନେଇ ଘୋଷଣା କରିଛନ୍ତି। ଏହା ସହିତ ଜମ୍ମୁ-କଶ୍ମୀରକୁ ଲଦାଖଠାରୁ ମଧ୍ୟ ଅଲଗା କରାଯାଇଥିବା...

ଚାଷୀଙ୍କ ପୁଅଙ୍କୁ ଆମେରିକା ପ୍ରଦାନ କରିବ ଗ୍ରେନେଲ୍‌ ପୁରସ୍କାର: ମିଳିବ ୭୦ ଲକ୍ଷ ଟଙ୍କା

ପାଟନା, ୩।୮: ବିହାରରେ ଜଣେ ଚାଷୀଙ୍କ ପୁଅଙ୍କୁ ଉଲ୍ଲେଖନୀୟ ସାମାଜିକ କାର୍ଯ୍ୟ ପାଇଁ ସମ୍ମାନ ଜନକ ଗ୍ରେନେଲ୍‌ ପୁରସ୍କାର ପ୍ରଦାନ କରାଯିବ। ଗୟା ଜିଲାର ହମ୍‌ଜାପୁର...

କମଲ ହାସନଙ୍କୁ ମିଳିଲା ଆଗୁଆ ଜାମିନ

ଚେନ୍ନାଇ,୨୦।୫: ଅଭିନେତାରୁ ରାଜନେତା ହୋଇଥିବା କମଲ ହାସନ କିଛିଦିନ ହେବ ବିବାଦ ଘେରରେ ରହିଛନ୍ତି। ମାହତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ପ୍ରଥମ ହିନ୍ଦୁ ଆତଙ୍କବାଦୀ...

ବିବାଦ ପରେ ୟୁ ଟର୍ଣ୍ଣ ନେଲେ ରବିଶଙ୍କର

ନୂଆଦିଲ୍ଲୀ,୧୩।୧୦: କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଦେଶର ଆର୍ଥିକ ସ୍ଥିତିକୁ ନେଇ ଯେଉଁ ବୟାନ ଦେଇଥିଲେ ତାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ବହୁ ବଡ...

୧୧ ଅକ୍ଟୋବରରେ ଭାରତ ଆସିବେ ଚାଇନା ରାଷ୍ଟ୍ରପତି

ନୂଆଦିଲ୍ଲୀ,୯।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ୧୧ ଓ ୧୨ ତାରିଖରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ଚେନ୍ନାଇଠାରେ ଏହି ସମୟରେ ଜିନପିଙ୍ଗ ପ୍ରଧାନମନ୍ତ୍ରୀ...

୯୦ ବୁଥ୍‌କୁ ଆସିଲେନି ଜଣେ ବି ଭୋଟର

ଶ୍ରୀନଗର,୧୯।୪: ଜମ୍ମୁ-କଶ୍ମୀର ଶ୍ରୀନଗରରେ ୨୦୧୯ ଲୋକ ସଭା ନିର୍ବାଚନକୁ ବର୍ଜନ କରିବାକୁ ପୂର୍ବରୁ ସୂଚନା ମିଳୁଥିଲା। ତେବେ ଗୁରୁବାର ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଲୋକ...

ବିବାଦୀୟ ଟୁଇଟ୍‌ ଡିଲିଟ୍‌ କଲେ ବିବେକ

ମୁମ୍ବାଇ,୨୧।୫: ବିଲିଉଡ୍‌ ଅଭିନେତା ବିବେକ ଓବରଏ ଟୁଇଟର୍‌ରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏକ ବିବାଦୀୟ ଫଟୋ ପୋଷ୍ଟ କରି ଆସିଥିଲେ ବିବାଦକୁ। ହେଲେ ମଙ୍ଗଳବାର...

Leave a comment

Your email address will not be published. Required fields are marked *