ପୁରୁଣା ବ୍ରହ୍ମପୁରରେ ମାଙ୍କଡ଼ ଆତଙ୍କ: ୩୦ରୁ ଊର୍ଦ୍ଧ୍ୱ ଆହତ, ମାରିଦେବାକୁ ଅଞ୍ଚଳବାସୀଙ୍କ ଦାବି

ବ୍ରହ୍ମପୁର ଅଫିସ,୨୨ା୫: ଗଞ୍ଜାମ ଜିଲା ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଗତ ଏକ ମାସ ହେଲା ଏକ ପାଗଳ ହନୁମାଙ୍କଡ଼ର ଆତଙ୍କ ଦେଖିବାକୁ ମିଳିଛି। ମାଙ୍କଡ଼ଟି ସ୍ଥାନୀୟ ଅଞ୍ଚଳର ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ କାମୁଡ଼ି ସାରିଲାଣି। ଭୟରେ ଲୋକମାନେ ଘରୁ ବାହାରକୁ ବାହାରୁ ନାହାନ୍ତି। ବନ ବିଭାଗ ଏହି ମାଙ୍କଡ଼କୁ ଧରିବା ପାଇଁ ବହୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଛି । ଏହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମାଙ୍କଡ଼କୁ ଗୁଳିକରି ମାରିଦେବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି ।
ପ୍ରାୟ ଏକ ମାସ ପୂର୍ବେ ଏହି ମାଙ୍କଡ଼ ଉକ୍ତ ଅଞ୍ଚଳରେ ବୁଲୁଥିବା ଲୋକେ ଦେଖିବାକୁ ପାଇଥିଲେ। ପ୍ରଥମେ କେହି ଏହାକୁ ଗୁରୁତର ସହ ନେଇ ନ ଥିଲେ । ହେଲେ ଦିନକୁ ଦିନ ମାଙ୍କଡ଼ର ଉତ୍ପାତ ଦେଖିବାକୁ ମିଳିଥିଲା । ରାସ୍ତା ଘାଟ ଯେଉଁଠି ଲୋକଙ୍କୁ ଦେଖିଲା ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା। ପୁରୁଣା ବ୍ରହ୍ମପୁର ଅଞ୍ଚଳର ପାଣ୍ଡବ ନଗର, ମାର୍ଥାପେଟା ସାହି, ରାଧାକୃଷ୍ଣ ସାହି, ମେଣ୍ଟୁ ଛକ, ତୋଟା ସାହି, ଗଣେଶ ନଗର, ଲକ୍ଷ୍ମୀନୃସିଂହ ସାହି ଏବଂ ପ୍ରହଲ୍ଲାଦ ନଗରରେ ମାଙ୍କଡ଼କୁ ଦେଖିବାକୁ ମିଳୁଛି । ବର୍ତ୍ତମାନ ସୁଦ୍ଧା ୩୦ରୁ ଊର୍ଦ୍ଧ୍ୱ ଲୋକେ ମାଙ୍କଡ଼ କାମୁଡ଼ାରେ ଆହାତ ହେଲେଣି । ସେମାନଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏ ନେଇ ସ୍ଥାନୀୟ ଲୋକେ ବନ ବିଭାଗର କର୍ମଚାରୀଙ୍କୁ ଜଣାଇବା ପରେ ସେମାନେ ଅଞ୍ଚଳ ସାରା ବୁଲିଥିଲେ ମଧ୍ୟ ମାଙ୍କଡ଼କୁ କାବୁ କରିପାରି ନାହାନ୍ତି। ବୁଧବାର ସକାଳେ ବ୍ରହ୍ମପୁର ରେଞ୍ଜ ରାଜା ରାଓ ସୁବୁଦ୍ଧିଙ୍କ ସମେତ ବନ ବିଭାଗର କର୍ମଚାରୀମାନେ ବାଟୁଳି, ଜାଲ ସହ ଅନ୍ୟାନ୍ୟ ସରଞ୍ଜାମ ଧରି ଅଞ୍ଚଳରେ ପହଞ୍ଚିଥିଲେ ମଧ୍ୟ ମାଙ୍କଡ଼କୁ କାବୁ କରିପାରି ନାହାନ୍ତି । ଗୋଟିଏ ପଟେ ବନ ବିଭାଗ ମାଙ୍କଡ଼କୁ ଧରିପାରୁ ନ ଥିବା ବେଳେ ଅନ୍ୟପଟେ ସ୍ଥାନୀୟ ଅଞ୍ଚଳର ଯୁବକମାନେ ହାତରେ ଠେଙ୍ଗା, ବାଡ଼ି ଧରି ସାହି ସାହି ବୁଲୁଛନ୍ତି । ନିଜ ନିଜ ଘର ଆଗରେ ଠେଙ୍ଗା ଧରି ଜଗିଛନ୍ତି । ପାଗଳ ମାଙ୍କଡ଼କୁ ମାରିଦେବା ପାଇଁ ସେମାନେ ଦାବି କରିଛନ୍ତି । ତେବେ ମାଙ୍କଡ଼କୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଯୋଜନା ଚାଲିଥିବା ବନ ବିଭାଗର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି ।


All Right Reserved By Dharitri.Com

ଗଞ୍ଜାମ ବସ୍‌ ବନ୍ଦ: ୫ ରୁ୍‌ଟ୍‌ରେ ଯାତ୍ରୀଙ୍କ ପାଇଁ ପ୍ରଶାସନର ସ୍ବତନ୍ତ୍ର ବସ୍‌

ବ୍ରହ୍ମପୁର ଅଫିସ, ୨୭।୧୧-ହଲଦିଆପଦର ବସଷ୍ଟାଣ୍ଡରୁ ଘରୋଇ ବସ୍‌ ଚଳାଚଳ ନେଇ ବିଡିଏର ନୋଟିସକୁ ବିରୋଧ କରି ବସ୍‌ ମାଲିକ ସଂଘ ବନ୍ଦ ଡାକରା ଦେଇଥିବାବେଳେ ପ୍ରଶାସନ...

ଗଁ। ରେ ମଦ ବନ୍ଦ କରିବା ଘଟଣା : ମହିଳାଙ୍କୁ ଅବକାରୀ କର୍ମଚାରୀଙ୍କ ଧମକ ଅଭିଯୋଗ

ହାତୀଓଟ,୧ା୮-ପୋଲସରା ବ୍ଲକ ଜକର ପଞ୍ଚାୟତ ଜକର ଗ୍ରାମର ୨୭ ସ୍ବୟଂ ସହାୟିକା ଗୋଷ୍ଠୀ ଓ ଗ୍ରାମବାସୀ ମିଶି ଗ୍ରାମରେ ମଦ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ...

ବିଇଡି ପରୀକ୍ଷା ଘୁଞ୍ଚାଇବା ନେଇ କୁଳସଚିବଙ୍କୁ ଦାବିପତ୍ର

ବ୍ରହ୍ମପୁର ଅଫିସ,୨୮ା୭-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିଇଡି ମହାବିଦ୍ୟାଳୟଗୁଡିକର ଦ୍ୱିତୀୟ ବର୍ଷ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଦାବି ହୋଇଛିା ଏନେଇ ଶନିବାର ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ବିଭିନ୍ନ...

ରୁପା ଅଳଙ୍କାର ଚୋରି ଘଟଣା: ୬ କେଜି ରୁପା ଉଦ୍ଧାର, ୩ ଗିରଫ

ବ୍ରହ୍ମପୁର ଅଫିସ, ୭।୯: ଗଞ୍ଜାମ ଜିଲା ବଡ଼ବଜାର ଥାନା ଅନ୍ତର୍ଗତ ମାଲସେନାପେଟା ସାହିରେ ଥିବା ଶ୍ରୀସାଇ ରିଫାଇନେରୀ ଏବଂ ରୁପା ଅଳଙ୍କାର ଦୋକାନରୁ ହୋଇଥିବା ଚୋରି...

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ: କଟକରୁ ଯୁବତୀ ଗିରଫ

ବ୍ରହ୍ମପୁର ଅଫିସ,୧୬ା୧୦-କୋଟିଏରୁ ଊର୍ଦ୍ଧ ଟଙ୍କା ଠକେଇ ମାମଲାରେ ବ୍ରହ୍ମପୁର ପୋଲିସ କଟକରୁ ଜଣେ ଯୁବତୀଙ୍କୁ ମଙ୍ଗବଳାର ଗିରଫ କରିଛି। ଅଭିଯୁକ୍ତା ରମ୍ଭାର ମଧୁସ୍ମିତା ମହାପାତ୍ର(୨୨)। ବୈଦ୍ୟନାଥପୁର...

କେନାଲରେ ବୁଡି ଯୁବକଙ୍କ ମୃତ୍ୟୁ

ପୁରୁଷୋତ୍ତମପୁର,୩।୮(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଉପକଣ୍ଠ ଦେଇଯାଇଥିବା ଥିବା ହିରାଧରବାଟି କେନାଲରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପୁରୁଷୋତ୍ତମପୁର ଏନ୍‌ଏସି...

ଆର୍‌ଡିସିଙ୍କ କାର୍ଯ୍ୟାଳୟରେ ସଂସ୍କାରବାଦୀଙ୍କ ଧାରଣା

ବ୍ରହ୍ମପୁର ଅଫିସ,୨୯ା୬-କେସି ହାଇସ୍କୁଲ ପରିସରରେ ଚାଲିଥିବା ବେସରକାରୀ ଇଂଲିଶ ମାଧ୍ୟମ ସ୍କୁଲ ଉଚ୍ଛେଦ ଦାବି ଏବେ ଜୋର ଧରିଛି ା ସାମାଜିକ ଅନୁଷ୍ଠାନ ସଂସ୍କାରବାଦୀ ପକ୍ଷରୁ...

ବାଘ ଠାବ ପାଇଁ ଟ୍ରାପ୍‌ କ୍ୟାମେରା ଲାଗିପାରୁନାହିଁ: ଗୁଣ୍ଡିରିବାଡ଼ିବାସୀ ଆତଙ୍କିତ, ଘୁରି ବୁଲିଛି ବନ ବିଭାଗ

ଭଞ୍ଜନଗର,୫।୧୧(ଡି.ଏନ.ଏ)- ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜ ଗୁଣ୍ଡିରିବାଡ଼ି, ତେନ୍ତୁଳିଆ, ଲଣ୍ଡେଇହିଲ୍‌ ଅଞ୍ଚଳବାସୀଙ୍କୁ ବିଗତ କିଛିଦିନ ହେବ ବାଘ ଆତଙ୍କ ଘାରିଛି। ସୋମବାର ରାତିରେ...

Leave a comment

Your email address will not be published. Required fields are marked *