Posted inଖେଳ

ପାକିସ୍ତାନ ଖେଳାଳିଙ୍କୁ ବିରିୟାନି ମନା

କରାଚୀ,୧୮।୯: ଚଳିତ ବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍‌ରେ ପାକିସ୍ତାନ ଦଳର ଖେଳାଳିଙ୍କୁ ଫିଟ୍‌ନେସ ପାଇଁ ବହୁ ସମାଲୋଚିତ ହେବାକୁ ପଡ଼ିଥିଲା। ଖେଳାଳିଙ୍କ ଫିଟ୍‌ନେସ ସୁଧାରିବା ଲାଗି ନୂଆକରି କୋଚ୍‌ ଓ ମୁଖ୍ୟ ଚୟନକର୍ତ୍ତା ଦାୟିତ୍ୱ ସମ୍ଭାଳିଥିବା ପୂର୍ବତନ ଅଧିନାୟକ ମିଶ୍‌ବା ଉଲ ହକ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦେଶର କ୍ରିକେଟରଙ୍କୁ ବିରିୟାନି ଖାଇବାକୁ ମନା କରିଛନ୍ତି। କେବଳ ଏତିକି ନୁହେଁ, ରେଡ୍‌ ମିଟ୍‌ ଓ ବିଭିନ୍ନ ନନ୍‌ଭେଜ ଆଇଟମକୁ ଦେଶର ଘରୋଇ ଟୁର୍ନାମେଣ୍ଟ ଓ ଜାତୀୟ କ୍ୟାମ୍ପରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କ ଡାଏଟ୍‌ରୁ ହଟାଇ ଦେଇଛନ୍ତି। ବିଶ୍ୱକପ୍‌ରେ ଭାରତୀୟ ଦଳଠାରୁ ଶୋଚନୀୟ ପରାଜୟ ପରେ ବହୁ ପ୍ରଶଂସକ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ସର୍ଫରାଜ ଅହମ୍ମଦଙ୍କୁ ତୁଳନା କରି ସମାଲୋଚନା କରିଥିଲେ। ମିଶ୍‌ବା ଘରୋଇ ଟୁର୍ନାମେଣ୍ଟ ଖେଳୁଥିବା ଖେଳାଳିଙ୍କ ଡାଏଟରୁ ଗରିଷ୍ଠ ଖାଦ୍ୟ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିଯୋଗୁ ଖେଳାଳିଙ୍କୁ ଆଉ ବିରିୟାନି କିମ୍ବା ଅତ୍ୟଧିକ ତେଲଯୁକ୍ତ ରେଡ୍‌ ମିଟ୍‌ କିମ୍ବା ମିଠା ଆଇଟମ ମିଳିବ ନାହିଁ। କେବଳ ନିରାମିଷ ଆଇଟମ ଓ ପାସ୍ତା ସହ ବିଭିନ୍ନ ପ୍ରକାର ଫଳ ଖାଇବାକୁ ଦିଆଯିବ। ଯାହାଫଳରେ ଖେଳାଳିଙ୍କ ଫିଟ୍‌ନେସରେ ସୁଧାର ଆସିପାରିବ। ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ଖେଳାଳିମାନେ ଜାତୀୟ ଦଳର ସଦସ୍ୟ ନ ଥିବାବେଳେ ଜଙ୍କ ଫୁଡ ଓ ଅତ୍ୟଧିକ ତେଲଯୁକ୍ତ ଖାଦ୍ୟ ଖାଆନ୍ତି। ଏଣୁ ପ୍ରତ୍ୟେକ ଖେଳାଳିଙ୍କ ଡାଏଟ୍‌ ପ୍ଲାନ ଓ ଫିଟ୍‌ନେସକୁ ନଜରରେ ରଖାଯିବ। ଯଦି କୌଣସି ଖେଳାଳି ଏଥିରେ ବ୍ୟତିକ୍ରମ କରନ୍ତି, ତାଙ୍କୁ ଦଳରୁ ବିଦା କରାଯିବ ବୋଲି ମିଶ୍‌ବା କହିଛନ୍ତି।


All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡ ପାଇଁ ନେଟ୍ସରେ ଅର୍ଜୁନଙ୍କ ବୋଲିଂ

ଲଣ୍ଡନ,୨୫।୬(ପି.ଟି.)- ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ଇଂଲଣ୍ଡ ଖେଳାଳି ଜୋରଦାର ଅଭ୍ୟାସ କରିଛନ୍ତି। ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଅଭ୍ୟାସ ସେସନ ଅବସରରେ ନେଟ୍ସରେ...

ଦିନିକିଆ ଅଧିନାୟକ ପଦ ଛାଡ଼ିଲେ ମୋର୍ତାଜା

ସିଏହେଟ୍‌, ୫।୩ (ଏଏଫ୍‌ପି)- ବରିଷ୍ଠ ବାଂଲାଦେଶ ଦ୍ରୁତ ବୋଲର ମାଶ୍ରାଫି ମୋର୍ତାଜା ଗୁରୁବାର ଦିନିକିଆ ଅଧିନାୟକ ପଦ ଛାଡ଼ିଛନ୍ତି। ଶୁକ୍ରବାର ଜିମ୍ବାଓ୍ବେ ବିପକ୍ଷରେ ଖେଳାଯିବାକୁ ଥିବା...

ଡୁ’ପ୍ଲେସି ଚଳିତ ବର୍ଷର ଶ୍ରେଷ୍ଠ ଦକ୍ଷିଣ ଆଫ୍ରିକାନ କ୍ରିକେଟର

ପ୍ରିଟୋରିଆ,୫ା୮- ଚଳିତ ବର୍ଷ ଚମତ୍କାର ପ୍ରଦର୍ଶନ ଲାଗି ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ଫାଫ ଡୁ’ପ୍ଲେସିଙ୍କୁ ପୁରସ୍କୃତ କରାଯାଇଛି। ପ୍ରିଟୋରିଆଠାରେ ଆୟୋଜିତ ବାର୍ଷିକ ଉତ୍ସବରେ କ୍ରିକେଟ...

ଜନ୍ମଦିନ ପାଳିଲେ: ନିଜକୁ ଦେଇଥିବା ପୁରୁଣା ଚିଠି ଶେୟାର କଲେ କୋହଲି

ନୂଆଦିଲ୍ଲୀ,୬।୧୧(ପି.ଟି.)- କ୍ରିକେଟ ସୁପରଷ୍ଟାର ବିରାଟ କୋହଲି ସୋମବାର ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ନିଜର ପ୍ରଶଂସକମାନଙ୍କୁ ଏକ ସ୍ବତନ୍ତ୍ର ଉପହାର ପ୍ରଦାନ...

ଧୋନୀଙ୍କ ବ୍ୟାଟ୍‌ରେ ଭିନ୍ନ ଲୋଗୋ

ନୂଆଦିଲ୍ଲୀ,୫।୭- ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କଦାପି ନିଜ ପ୍ରଶଂସକଙ୍କୁ ଚକିତ କରିବାକୁ ଭୁଲନ୍ତି ନାହିଁ। ୨୦୦୭ ଟି୨୦ ବିଶ୍ୱକପ୍‌ ଫାଇନାଲରେ ଅନ୍ତିମ...

କରୋନା ଭାଇରସ ପ୍ରଭାବ: ଶୁଟିଂ ବିଶ୍ୱକପ୍‌ରେ ଭାଗ ନେବ ନାହିଁ ଭାରତ

ନୂଆଦିଲ୍ଲୀ, ୨୮ା୨ (ପି.ଟି.)-କରୋନା ଭାଇରସ ସଂକ୍ରମଣର ଆଶଙ୍କା ଦର୍ଶାଇ ଆସନ୍ତା ମାସରେ ସାଇପ୍ରସରେ ହେବାକୁଥିବା ଶୁଟିଂ ବିଶ୍ୱକପ୍‌ରୁ ଭାରତ ଓହରିଯାଇଛି। ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ...

ପୃଥ୍ବୀ ଡୋପ୍‌ ଟେଷ୍ଟରେ ବିଫଳ: ୮ ମାସ ବାସନ୍ଦ

ନୂଆଦିଲ୍ଲୀ,୩୧।୭(ପି.ଟି.)- ଉଦୀୟମାନ ଭାରତୀୟ ଓପନର ପୃଥ୍ବୀ ଶ’ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ଫଳରେ ତାଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର କ୍ରିକେଟର...

ଓ୍ବେଷ୍ଟଇଣ୍ଡିଜ-ଏ’କୁ ଭଲ ସ୍ଥିତି ଦେଲେ ହୋଡ୍‌ଗେ, ବ୍ରୁକ୍ସ

ପୋର୍ଟ ଅଫ୍‌ ସ୍ପେନ, ୧।୮ (ପି.ଟି.)- ଭ୍ରମଣକାରୀ ଭାରତ-ଏ ବିପକ୍ଷରେ ସ୍ଥାନୀୟ କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ର...

Leave a comment

Your email address will not be published. Required fields are marked *