Posted inଜାତୀୟ

ଚନ୍ଦ୍ରରେ ହେବ ରାତି: ବିକ୍ରମ ଲ୍ୟାଣ୍ଡର ସହ ଆଉ ହୋଇ ନ ପାରେ ସମ୍ପର୍କ

ନୂଆଦିଲ୍ଲୀ,୧୮।୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଏବେ ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡର ସହ ସମ୍ପର୍କ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ଏବେ ଏହି ଆଶା କ୍ଷୀଣ ହୋଇ ଯାଇଥିବା ସୂଚନା ଦେଇଛି ଇସ୍ରୋ। ଏକ ଟୁଇଟ୍‌ କରି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି କି ବିକ୍ରମ ଲ୍ୟାଣ୍ଡର ସହ ସମ୍ପର୍କ କଟିଯିବା ପରେ ବି ଦେଶବାସୀ ଇସ୍ରୋକୁ ଯେଉଁଭଳି ଭାବେ ସହଯୋଗ କଲେ ସେଥିପାଇଁ ଧନ୍ୟବାଦ। ବିଶ୍ୱର ଆଶା ଓ ଭାରତୀୟଙ୍କ ସ୍ବପ୍ନକୁ ନେଇ ଆମେ ଆହୁରି ଆଗକୁ ଯିବୁ ବୋଲି ଟୁଇଟରରେ ଉଲ୍ଲେଖ କରାଯାଇଛି। ତେବେ ଭାରତୀୟମାନେ ଆମକୁ ଚନ୍ଦ୍ରମା ପର୍ଯ୍ୟନ୍ତ ପହଞ୍ଚିବାକୁ ଯେଉଁ ପ୍ରେରଣା ଦେଇଛନ୍ତି ସେଥିପାଇଁ ଇସ୍ରୋ ଧନ୍ୟବାଦ ଜଣାଇଛି। ଏମିତି ପ୍ରେରଣା ରହିଲେ ଇସ୍ରୋ ଖୁବ୍‌ଶୀଘ୍ର ଚନ୍ଦ୍ରରେ ପହଞ୍ଚିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୭ ପ୍ରାୟ ୧ଟା ୫୦ ମିନିଟ୍‌ ପାଖାପାଖି ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ଲ୍ୟାଣ୍ଡ ହୋଇଯାଇଥିଲା। ଯେତେବେଳେ ଏହା ହାର୍ଡ ଲ୍ୟାଣ୍ଡିଙ୍ଗ କରିଥିଲା ସେତେବେଳେ ଚନ୍ଦ୍ରରେ ଦିନ ହୋଇଥିଲା। ଅର୍ଥାତ୍‌ ସୂର୍ଯ୍ୟଙ୍କର ରଶ୍ମୀ ଚନ୍ଦ୍ର ଉପରେ ପଡିବା ଆରମ୍ଭ କରିଥିଲା। ଏହା ପାଖାପାଖି ୧୪ ଦିନ ପର୍ଯ୍ୟନ୍ତ ରହିଥିଲା। ଏବେ ଏହା ପୂରଣ ହେବାକୁ ଯାଉଛି। ଅର୍ଥାତ୍‌ ସେପ୍ଟେମ୍ବର ୨୦-୨୧ ବେଳକୁ ଚନ୍ଦ୍ରରେ ରାତି ହୋଇଯିବ। ଆଉ ଏଥିପାଇଁ ଖୁବ୍‌ କମ୍‌ ସମୟ ବାକି ଥିବାରୁ ଏବେ ଆଉ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ହୋଇ ପାରିବ ନାହିଁ ବୋଲି ଇସ୍ରୋ ଅନୁମାନ ଲଗାଇଛି। ଯଦି ଏହା ପୂର୍ବରୁ ସମ୍ପର୍କ ହୋଇଗଲା ତା’ହେଲେ ଠିକ୍‌ ଅଛି ନଚେତ୍‌ ବିକ୍ରମ ଲ୍ୟାଣ୍ଡର ସହ ଆଉ ସମ୍ପର୍କ ହୋଇ ପାରିବ ନାହିଁ ବୋଲି କହିଛି ଇସ୍ରୋ।


All Right Reserved By

ଭାରତୀୟ କ୍ରିକେଟ ଦଳକୁ ଶୁଭକାମନା ଜଣାଇ ଫଶିଗଲେ ଜେଡିୟୁ ନେତା

ପାଟନା, ୧୦।୭: ଆଇସିସି ବିଶ୍ୱକପରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ଖେଳାଯାଉଛି। ଭାରତର ବିଜୟ କାମନା କରି ଦେଶର ବିଭିନ୍ନ ସ୍ଥାନରେ ଯଜ୍ଞ, ପୂଜାର୍ଚ୍ଚନା...

ଭାଜପା ସପକ୍ଷରେ ପ୍ରଚାର କଲେ ପ୍ରବାସୀ ଭାରତୀୟ

ଅହମ୍ମଦାବାଦ,୧୬।୪: ଲୋକ ସଭା ନିର୍ବାଚନକୁ ଦେଖି ପ୍ରାୟ ୧୭ଶହ ପ୍ରବାସୀ ଭାରତୀୟ ଭାଜପା ସପକ୍ଷରେ ଘର ଘର ବୁଲି ପ୍ରଚାର କରିଥିବା ଦେଖିବାକୁ ମିଳିଛି। ଏମାନଙ୍କ...

ଦିଲ୍ଲୀରେ ଟ୍ୟୁସନ ଟିଚରଙ୍କ ଉନ୍ମତ୍ତକାଣ୍ଡ: ପତ୍ନୀ ଓ ୩ ପିଲାଙ୍କୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ,୨୨।୬: ରାଜଧାନୀ ଦିଲ୍ଲୀରେ ଏକ ବିଚଳିତ କରିଦେବା ଘଟଣା ସମ୍ନାକୁ ଆସିଛି। ଦିଲ୍ଲୀର ମହରୋଲି ଅଞ୍ଚଳର ଓ୍ବାର୍ଡ-୨ରେ ଜଣେ ବ୍ୟକ୍ତି ନିଜ ପତ୍ନୀ ଓ ୩...

ଘରୁ ଅସରପା ଦୂରେଇ ରଖିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଅଳିଆ ଆବର୍ଜନା ସ୍ଥାନରେ ଅସରପା ରହିଥାନ୍ତି। ଏହାଦ୍ୱାରା ଘର ମଇଳା ହୋଇଥାଏ। ତେବେ ଅସରପାଙ୍କୁ ଘରୁ ଦୂରେଇ ରଖିବା ପାଇଁ ଚିନି ସହିତ ବେକିଙ୍ଗ୍‌ ସୋଡ଼ା...

ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ଜମ୍ମୁ-କଶ୍ମୀରରେ ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ,୧୬।୮: ପାକିସ୍ତାନ ଆତଙ୍କବାଦୀଙ୍କ ଦ୍ୱାରା ଜମ୍ମୁ-କଶ୍ମୀରରେ ଆକ୍ରମଣ ଆଶଙ୍କା କରି ଶୁକ୍ରବାର ଅପରାହ୍ନରେ ଭାରତୀୟ ବାୟୁସେନା ଓ ସ୍ଥଳ ସେନାଙ୍କୁ ସଜାଗ ରଖାଯିବା ସହ ସେଠାରେ...

୧୧ ତିବ୍ବତୀୟ ଗିରଫ

ଚେନ୍ନାଇ,୧୨ା୧୦(ପି.ଟି.): ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ବିରୋଧ କରି ଚେନ୍ନାଇ ବିମାନ ବନ୍ଦର ଓ ସେ ରହିବାକୁ ଥିବା ଷ୍ଟାର ହୋଟେଲ ବାହାରେ ବିକ୍ଷୋଭ ପ୍ରଦର୍ଶନ...

ପୁଣି ଟିଏମସିକୁ ଲାଗିଲା ଝଟକା: ଜଣେ ବିଧାୟକ ସମେତ ବହୁ ନେତା ଭାଜପାରେ ସାମିଲ

ନୂଆଦିଲ୍ଲୀ,୨୯।୫: ପଶ୍ଚିମବଙ୍ଗର କ୍ଷମତାଧାରୀ ଦଳ ତୃଣମୂଳ କଂଗ୍ରେସକୁ ୨୪ ଘଣ୍ଟା ଭିତରେ ଦ୍ୱିତୀୟ ଝଟକା ଲାଗିଛି। ବୁଧବାର ଦିଲ୍ଲୀରେ ଟିଏମସିର ବିଧାୟକ ମୁନିରୁଲ ଇସଲାମ ଭାଜପାରେ...

ପାକିସ୍ତାନରେ ସଂଖ୍ୟାଲଘୁ ଯୁବତୀଙ୍କ ସହ ପ୍ରଥମେ ସମୟ ବିତାନ୍ତୁ ମଲାଲା: ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୫।୯: ନୋବେଲ ଶାନ୍ତି ପୁରସ୍କାର ବିଜେତା ଏବଂ ପାକିସ୍ତାନରେ ଶିକ୍ଷା ଅଧିକାର ପାଇଁ କାମ କରୁଥିବା ୨୨ବର୍ଷୀୟା ମଲାଲା ୟୁସୁଫ୍‌ଜାଇ ଜମ୍ମୁ-କଶ୍ମୀରକୁ ନେଇ ଏକ ଟୁଇଟ୍‌...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *