କେନ୍ଦ୍ରାପଡ଼ାରେ ଗୁଳିକାଣ୍ଡ: ଯୁବ ଔଷଧ ବ୍ୟବସାୟୀଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା ଅଫିସ,୧୮।୯: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ମଣିକୁଣ୍ଡ ଛକରେ ଘଟିଥିବା ଗୁଳିକାଣ୍ଡରେ ବୁଧବାର ସକାଳେ ଜଣେ ଯୁବ ଔଷଧ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମାଣିତ୍ରୀ ଗ୍ରାମର ଉମେଶ ଚନ୍ଦ୍ର ସାହୁଙ୍କ ପୁଅ ଗଗନ ବିହାରୀ (୨୮)।
ସୂଚନାଯୋଗ୍ୟ, ଗଗନ ମାଣିତ୍ରୀରୁ କେନ୍ଦ୍ରାପଡ଼ା ଯାଉଥିବା ବେଳେ ୨ ଦୁର୍ବୃତ୍ତ ଏକ ମୋଟରସାଇକେଲରେ ଆସି ତାଙ୍କୁ ଗୁଳିକରି ଚାଲିଯାଇଥିଲେ। ଗଗନଙ୍କ ମୁଣ୍ଡ, କାନମୂଳ ଓ ହାତରେ ୩ଟି ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଜିଲା ଚିକିତ୍ସାଳୟ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଏହି ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


All Right Reserved By Dharitri.Com

ଆଶା ଅସୁମାରି.. ଓଡ଼ିଶୀ ନୃତ୍ୟଶିଳ୍ପୀ ଶୁଚିସ୍ମିତା

କେନ୍ଦୁଝର, ୧୧ା୯(ଡି.ଏନ.ଏ.)-ଓଡିଶୀ ନୃତ୍ୟର ଛନ୍ଦ, ଭଙ୍ଗିମା ଓ ଲାଳିତ୍ୟ ନିଆରା। ନିଷ୍ଠା ଓ ସାଧନା ଦ୍ୱାରା ଏହି ନୃତ୍ୟକଳାରେ ପାରଦର୍ଶିତା ଲାଭ କରିବା ସମ୍ଭବ। ଏକଥାକୁ...

ବଜ୍ରପାତରେ ଚାଷୀ ମୃତ

ତିହିଡ଼ି,୨୧।୮(ଡି.ଏନ.ଏ.) : ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ କମାରିଆ ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତ...

ସାବିତ୍ରୀ ବଜାର: ଦରଦାମ୍‌ ଅନିୟନ୍ତ୍ରିତ

ଭଦ୍ରକ ଅଫିସ, ୩।୬ – ଆଜି ସାବିତ୍ରୀ ବ୍ରତ। ବ୍ରତଧାରୀମାନେ ସାବିତ୍ରୀଙ୍କୁ ପୂଜା କରି ନିଜ ସ୍ବାମୀଙ୍କ ମଙ୍ଗଳ କାମନା କରିଥାନ୍ତି। ଏଥିଲାଗି ସେମାନେ ସାବିତ୍ରୀଙ୍କୁ...

ଝାରସୁଗୁଡ଼ାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଝାରସୁଗୁଡା ଅଫିସ୍‌/ଲଖନପୁର,୧୪ା୯(ଡି.ଏନ୍‌.ଏ.): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ନବ କିଶୋର ଦାସଙ୍କ ନିର୍ବାଚନମଣ୍ଡଳୀ ଝାରସୁଗୁଡ଼ାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲା ମୁଖ୍ୟ ଚିକିସତ୍ାଳୟରେ ଡାକ୍ତର ଓ...

ହାଇୱା – ଟ୍ରକ ମୁହାଁମୁହିଁ ଧକ୍କା: ୩ ଗୁରୁତର

କୁତ୍ରା, ୨୨।୮ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା କୁତ୍ରା ଦେଇ ଯାଇଥିବା ୧୦ନଂ. ରାଜ୍ୟ ରାଜପଥର କୁତ୍ରା ଥାନା ପାଖରେ ଗୁରୁବାର ଦୁର୍ଘଟଣା ଘଟିଛି। ଭୁଲ ପାର୍ଶ୍ୱରେ...

ହମ୍ପସ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ବରଗଡ଼,୩ା୬(ଡି.ଏନ୍‌.ଏ.): ବରଗଡ଼ ଜିଲା ବରଗଡ଼ -ଭଟଲି ରାସ୍ତାର ବରଡୋଲ ଛକ ଓ ଗ୍ରାମର ରାସ୍ତା ଉପରେ ହମ୍ପସ ନିର୍ମାଣ ଦାବିରେ ସୋମବାର ସକାଳ ୬ଟାରୁ ଗ୍ରାମବାସୀ...

ନେହରୁବଙ୍ଗଳା ଅଞ୍ଚଳରୁ ଦୁଇଟି ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ପାରାଦୀପ, ୩୦ା୬(ସ୍ବ.ପ୍ର.) : ପାରାଦୀପସ୍ଥିତ ନେହରୁ ବଙ୍ଗଳା ଅଞ୍ଚଳରୁ ରବିବାର ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପରିଚୟ ମିଳିପାରି ନାହିଁ। ମୃତକ...

ଜାତୀୟ ଏକଦା ଦିବସରେ ଗଣଦୌଡ଼

ସଜନାଗଡ଼,୩୧।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନମଣ୍ଡଳିର ଭାଜପା ପକ୍ଷରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୫ତମ ଜନ୍ମଦିବସ ପାଳିତ ହୋଇଯାଇଛି। ଏହି ଦିବସକୁ ଜାତୀୟ ଏକତା ଦିବସ...

Leave a comment

Your email address will not be published. Required fields are marked *