ମ୍ୟାଲେରିଆ ପ୍ରବଣ ଜିଲାରେ ବଣ୍ଟନ ହେବ ୨୬ ଲକ୍ଷ ଔଷଧୀୟ ମଶାରି

ଭୁବନେଶ୍ୱର,୧୮ା୯(ବ୍ୟୁରୋ) : କେନ୍ଦ୍ର ସରକାର ଓଡ଼ିଶାକୁ ୨୬ଲକ୍ଷ ୫୪ହଜାର ଔଷଧୀୟ ମଶାରି ବଣ୍ଟନ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହାର ସୂଚାରୁରୂପେ କାର୍ଯ୍ୟକାରିତା ପାଇଁ ମଙ୍ଗଳବାର ସ୍ବାସ୍ଥ୍ୟ ବିଭାଗର ଷ୍ଟିଅରିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ଅଧ୍ୟକ୍ଷତା କରି ଔଷଧୀୟ ମଶାରି ବଣ୍ଟନ କ୍ଷେତ୍ରରେ ମ୍ୟାଲେରିଆ ପ୍ରବଣ ଜିଲାଗୁଡ଼ିକୁ ଅଗ୍ରାଧିକାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ କେନ୍ଦ୍ରରୁ ମିଳିଥିବା ଔଷଧୀୟ ମଶାରି ଅତ୍ୟଧିକ ମ୍ୟାଲେରିଆ ପ୍ରବଣ ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲାକୁ ପ୍ରଥମେ ଦିଆଯିବ। ଏହାପରେ ମ୍ୟାଲେରିଆ ନିୟନ୍ତ୍ରଣର ପୂର୍ବାବସ୍ଥାକୁ ଆସିଯାଇଥିବା ନୂଆପଡ଼ା, ମୟୂରଭଞ୍ଜ, ସୋନପୁର, ଅନୁଗୋଳ, ବରଗଡ଼ ଓ ଖୋର୍ଦ୍ଧା ଜିଲାକୁ ଏବଂ ପର୍ଯ୍ୟାୟକ୍ରମେ ନିୟନ୍ତ୍ରଣ ଅବସ୍ଥାକୁ ଆସିଯାଇଥିବା ଅବଶିଷ୍ଟ ୧୪ ଜିଲାକୁ ମଶାରି ବଣ୍ଟନରେ ସାମିଲ କରିବା ପାଇଁ ବୈଠକରେ ସ୍ଥିର ହୋଇଛି। ତେବେ ମଶାରି ବଣ୍ଟନ ଓ ଏହାର ଠିକ୍‌ ବ୍ୟବହାର ନେଇ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଚଳାଇବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୧୭ରେ କେନ୍ଦ୍ର ସରକାର ରାଜ୍ୟକୁ ୧କୋଟି ୧୩ଲକ୍ଷ ଔଷଧୀୟ ମଶାରି ପ୍ରଦାନ କରିଥିଲେ। ଏହାକୁ ବିଭିନ୍ନ ମ୍ୟାଲେରିଆ ପ୍ରବଣ ଜିଲାରେ ବଣ୍ଟନ କରାଯାଇଥିଲା। ଫଳରେ ରାଜ୍ୟରେ ମ୍ୟାଲେରିଆକୁ ପ୍ରାୟ ୮୦ ପ୍ରତିଶତ ନିୟନ୍ତ୍ରଣ କରାଯାଇ ପାରିଥିଲା, ଯାହାକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ ପ୍ରଶଂସା କରିଥିଲେ। ଏହି ମଶାରିର ଅବଧି ପ୍ରାୟ ୩ବର୍ଷ ଥିବାବେଳେ ଓଡ଼ିଶାକୁ ପୁର୍ନବାର ମଶାରି ଯୋଗାଇଦେବା ଲାଗି ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ। ତଦନୁଯାୟୀ କେନ୍ଦ୍ର ସରକାର ୨୬ଲକ୍ଷ ୫୪ହଜାର ମଶାରି ଯୋଗାଇ ଦେଇଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି ଅଧିକ ମଶାରି ମିଳିବାର ସମ୍ଭାବନା ରହିଛି। ଆସନ୍ତା ବର୍ଷ କେନ୍ଦ୍ର ସରକାର ରାଜ୍ୟକୁ ଆଉ ୧କୋଟି ୧୩ଲକ୍ଷ ମଶାରି ଯୋଗାଇଦେବାର ସୂଚନା ମିଳିଛି। ସେହି ମଶାରି ଆସିଲେ ୨୦୧୭ରେ ଯୋଗାଯାଇଥିବା ମଶାରିଗୁଡ଼ିକର ସ୍ଥାନ ନେବ ବୋଲି କର୍ତ୍ତୃପକ୍ଷ ସ୍ଥିର କରିଛନ୍ତି। ଏହା ବ୍ୟତୀତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)ରୁ ମଶାରି ଖରିଦ କରିବା ପାଇଁ ସରକାର ସ୍ଥିର କରିବା ପରେ ଏ ନେଇ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହୋଇଛି।


All Right Reserved By Dharitri.Com

୮ ଫୁଟର ଅଜଗର ଉଦ୍ଧାର

କୁକୁଡ଼ାଖଣ୍ଡି,୨୫।୬(ଡି.ଏନ.ଏ.)- ଆଙ୍କୁଶପୁର ସଦରଥାନା ସାମ୍ନା ଏକ ହୋଟେଲ ନିକଟରେ ୮ ଫୁଟର ଅଜଗର ସୋମବାର ମଧ୍ୟରାତ୍ରରେ ଉଦ୍ଧାର ହୋଇଛି। ଉଦ୍ଧାର ପରେ ଏହାକୁ ନିକଟସ୍ଥ ଟାମଣା...

୬ ଶିଶୁ ଶ୍ରମିକ ଉଦ୍ଧାର

ବାଲିଆପାଳ, ୮।୮(ସ୍ବ.ପ୍ର.)-ବାଲିଆପାଳ ବ୍ଲକ ବାଲିଆପାଳ ବଜାର ଏବଂ କାଳିପଦା ଅଞ୍ଚଳରେ ଚାଇଲ୍ଡଲାଇନ ଏବଂ ଶ୍ରମ ବିଭାଗ ପକ୍ଷରୁ ଗୁରୁବାର ମିଳିତ ଭାବେ ବିଭିନ୍ନ ଦୋକାନ ଉପରେ...

ସୁଲୁମାହା ଘାଟିରେ ଟ୍ରାକ୍ଟର ଧକ୍କାରେ ଦାଦା, ପୁତୁରାଙ୍କ ମୃତ୍ୟୁ ଘଟଣା: ମୃତଦେହ ରଖି ରାଜପଥ ଅବରୋଧ, ୧୦ ଲକ୍ଷ କ୍ଷତିପୂରଣ ଦାବି

ଦାରିଙ୍ଗବାଡ଼ି,୨୨।୬(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସୁଲୁମାହା ଘାଟିରେ ଶୁକ୍ରବାର ସଂନ୍ଧ୍ୟା ୭ଟାରେ ଟ୍ରାକ୍ଟର ଧକ୍କାରେ ବାଇକରେ ଯାଉଥିବା ଦାଦା, ପୁତୁରାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ...

କଲ୍ୟାଣମଣ୍ଡପ, ସଭାଗୃହ ସମ୍ମୁଖରେ ପାର୍କିଂ କଟକଣା: ଯାଞ୍ଚ ହେବ ନଥିପତ୍ର, ସର୍ଭେ ଆରମ୍ଭ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): କଲ୍ୟାଣ ମଣ୍ଡପ ଓ ସଭାଗୃହ କରି ବ୍ୟବସାୟ କରୁଥିଲେ ମଧ୍ୟ ଆବଶ୍ୟକ ପାର୍କିଂ ସୁବିଧା ରଖାଯାଉନି। ଫଳରେ ଏଠାକୁ ଆସୁଥିବା ଲୋକେ ସମ୍ମୁଖ ରାସ୍ତାରେ...

ସୁବ୍ରତଙ୍କୁ ପ୍ରଥମ ଶାସ୍ତ୍ରୀୟ ଭାଷା ସମ୍ମାନ

ଭୁବନେଶ୍ୱର,୧୭ା୮(ବ୍ୟୁରୋ): ଯୁବ ଭାଷା ଗବେଷକ ଡ. ସୁବ୍ରତ କୁମାର ପୃଷ୍ଟି ପାଇବେ ପ୍ରଥମ ଶାସ୍ତ୍ରୀୟ ଭାଷା ସମ୍ମାନ। ୭୩ତମ ସ୍ବାଧୀନତା ଦିବସ ଅବସରରେ ଏନେଇ ରାଷ୍ଟ୍ରପତି ଭବନରୁ...

ଆବାସ ଗୃହ ବଣ୍ଟନରେ ଅନିୟମିତତା: ଜଣେ ହିତାଧିକାରୀ ହାତୋଉଛନ୍ତି ୨ ଗୃହ

ନୂଆଗାଁ, ୩ା୧୦ (ଡି.ଏନ.ଏ.): ଝାଟିମାଟି ଘରେ ରହୁଥିବା ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘରଟିଏ ପାଇବା ପାଇଁ ଚାତକ ପରି ଚାହିଁ ରହିଛନ୍ତି। ଏପରିସ୍ଥଳେ...

ଚତୁର୍ଥୀ ରାତିରେ ଶାଶୁଘର ଛାଡ଼ିଲେ ନବବଧୂ, ସ୍ବାମୀଙ୍କୁ ଦର୍ଶାଇଲେ ମାନସିକ ବିକାରଗ୍ରସ୍ତ

ଗୋପ,୧୫।୭(ଡ଼ି.ଏନ୍‌.ଏ.) : ଅଗ୍ନିକୁ ସାକ୍ଷୀ ରଖି ସାରାଜୀବନ ସଂସାର କରିବାକୁ ଆସିଥିବା ନବବଧୂ ରବିବାର ସନ୍ଧ୍ୟାରେ ଚତୁର୍ଥୀ ରାତିରେ ଶାଶୁଘର ଛାଡି ବାପା ଘରକୁ ଚାଲି...

ଓଡ଼ିଶାରେ ୫୦୩ ଆର୍‌ଆଇ, ଅମିନ ପଦବୀ ଖାଲି

ଭୁବନେଶ୍ୱର,୨୭।୬(ବ୍ୟୁରୋ): ରାଜ୍ୟରେ ଆର୍‌ଆଇ ଏବଂ ଅମିନ ପଦବୀ ଖାଲିପଡ଼ିଥିବା ନେଇ ବିଧାନସଭାରେ ଉଭୟ ବିରୋଧୀ ଏବଂ ଶାସକ ଦଳର ସଦସ୍ୟମାନେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି।...

Leave a comment

Your email address will not be published. Required fields are marked *