କାଳିଆ ଯୋଜନା: ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୩.୪୧ ଲକ୍ଷ : ୨୦ ହଜାର ସରକାରୀ ଚାକିରିଆ ପାଇଛନ୍ତି ଟଙ୍କା

ଭୁବନେଶ୍ୱର,୧୮ା୯(ବ୍ୟୁରୋ) : ରାଜ୍ୟର ପ୍ରାୟ ୧୨,୦୦୦ ବଡଚାଷୀ, ୯୦୦୦ ନାବାଳିକା/ନାବାଳକ ଏବଂ ପ୍ରାୟ ୨୦,୦୦୦ ସରକାରୀ ଚାକିରିଆ ଚାଷୀ ଭାବେ କାଳିଆ ସୁବିଧା ପାଇଛନ୍ତି। ଅନୁରୂପଭାବେ ଗୋଟିଏ ଗୋଟିଏ ମନୋନୀତ ପରିବାରର ୩ ଲକ୍ଷ ହିତାଧିକାରୀ ଏକାଧିକ ବ୍ୟକ୍ତି ଦର୍ଶାଇ କାଳିଆ ସହାୟତା ନେଇ ସାରିଛନ୍ତି। ଏହିପରି ଭାବେ ରାଜ୍ୟର ପ୍ରାୟ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ କାଳିଆ ଯୋଜନାରେ ସହାୟତା ପାଇଛନ୍ତି। ତୃଣମୂଳସ୍ତରରେ ଯୋଗ୍ୟ ହିତାଧିକାରୀ ଯାଞ୍ଚ ହେବା ବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି। ତନ୍ମଧ୍ୟରୁ ୧୨,୦୦୦ ବଡଚାଷୀଙ୍କଠାରୁ କିପରି ସହାୟତା ରାଶି ଫେରସ୍ତ ଆସି ପାରିବ ସେ ନେଇ ଉଦ୍ୟମ ଆରମ୍ଭ ହୋଇଛି।
କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ଯେଉଁ ୯୦୦୦ ନାବାଳିକା/ନାବାଳକ ସହାୟତା ରାଶି ପାଇଛନ୍ତି, ସେହି ପରିବାରଙ୍କୁ ମିଳିବାକୁ ଥିବା ପରବର୍ତ୍ତୀ କିସ୍ତି ଉକ୍ତ ରାଶିରେ ବ୍ୟବସ୍ଥିତ(ଆଡଜଷ୍ଟ) କରାଯିବ । ଅନୁରୂପଭାବେ ୨୦,୦୦୦ ସରକାରୀ କର୍ମଚାରୀ ଏବଂ ପେନ୍‌ସନ୍‌ ଭୋଗୀଙ୍କ ପାଖକୁ ଯାଇଥିବା ସହାୟତା ରାଶି ଫେରସ୍ତ କରିବା ପାଇଁ ପ୍ରବର୍ତ୍ତାଯିବ। ଯଦି ଏଥିରେ ଆଶାନୁରୂପ ସଫଳତା ନ ମିଳେ, ତେବେ ସେମାନେ ପାଉଥିବା ବେତନ ଅଥବା ପେନ୍‌ସନ୍‌ରୁ ଏହି ରାଶି ଭରଣା କରାଯିବ। ସେହିଭଳି ଗୋଟିଏ ଗୋଟିଏ ମନୋନୀତ ପରିବାରର ଏକାଧିକ ବ୍ୟକ୍ତି ଦର୍ଶାଇ ସହାୟତା ପାଇଥିବା ୩ ଲକ୍ଷ ହିତାଧିକାରୀଙ୍କ ଠାରୁ ମଧ୍ୟ ଟଙ୍କା ଫେରସ୍ତ ଅଣାଯିବ । ସେହିମାନଙ୍କ କ୍ଷେତ୍ରରେ ପରିବାରର ଜଣଙ୍କୁ ସହାୟତା ପାଇଁ ଯୋଗ୍ୟ ବିବେଚିତ କରି, ଅନ୍ୟମାନେ ପାଇଥିବା ରାଶି ପରବର୍ତ୍ତୀ କିସ୍ତିରେ ବ୍ୟବସ୍ଥିତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ୧୨,୦୦୦ ବଡଚାଷୀଙ୍କ ଠାରୁ କିଭଳି ସହାୟତା ରାଶି ଫେରସ୍ତ ଅଣାଯାଇ ପାରିବ, ସେଥିଲାଗି ସରକାରୀସ୍ତରେ ବିଚାରବିମର୍ଶ କରାଯାଉଛି। ଏକ ଆନୁମାନିକ ହିସାବରୁ ଜଣାପଡିଛି ଯେ, ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରାୟ ୧୭୦.୫ କୋଟି ଟଙ୍କାର ଅର୍ଥ କାଳିଆ ଯୋଜନାରେ ଦିଆଯାଇଛି। ହେଲେ ବିଭାଗ ପକ୍ଷରୁ ୩.୨୯ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କଠାରୁ କିପରି ଅର୍ଥ ଫେରସ୍ତ ଅଣାଯିବ, ତାହାର ରୂପରେଖ ପ୍ରସ୍ତୁତ ହୋଇଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଚଳିତ ସେପ୍ଟେମ୍ବର ମଧ୍ୟରେ ସମସ୍ତ ଯୋଗ୍ୟ ହିତାଧିକାରୀ ଖରିଫ ୨୦୧୯ ପାଇଁ କାଳିଆ ଯୋଜନା ସହାୟତା ପାଇବେ। ଯେଉଁ ଯୋଗ୍ୟ ହିତାଧିକାରୀ ତାଲିକାରୁ ବଞ୍ଚିତ ହୋଇଥିବା ମନେ କରୁଛନ୍ତି, ସେମାନେ ଉପଯୁକ୍ତ ଦସ୍ତାବିଜ ସହ http://kalia.co.in ମାଧ୍ୟମରେ ଆବେଦନ କରିପାରିବେ। ଅଦ୍ୟାବଧି ୪୦ ଲକ୍ଷ ୨୧ ହଜାର ୧୧୩ ଦରଖାସ୍ତର ତଥ୍ୟ ଯାଞ୍ଚ ସରିଛି। ସେଥିରୁ କେତେଜଣ ବାଦ୍‌ ପଡିବେ, ତାହାର ମଧ୍ୟ ତୃଣମୂଳସ୍ତରରେ ତର୍ଜମା ହୋଇଛି। ସେହିପରି ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା, ପି-ପାସ୍‌ , ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା(ଏସ୍‌ଏଫ୍‌ଏସ୍‌ଏସ୍‌), ସାମାଜିକ ଆର୍ଥିକ ଜାତିଭିତ୍ତିକ ଜନଗଣନା (ଏସ୍‌ଇସିସି) ଏବଂ ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା (ଏଚ୍‌ଆରଏମ୍‌ଏସ୍‌ରେ) ଥିବା ପରିସଂଖ୍ୟାନକୁ ତର୍ଜମା କରାଯାଇଛି। ଏବେସୁଦ୍ଧା ପ୍ରାୟ ୧୦ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇସାରିଲାଣି। ଯୋଗ୍ୟ ବିବେଚିତ ଏହି କ୍ଷୁଦ୍ର ଓ ନାମମାତ୍ର ଅଥବା ଭୂମିହୀନ କୃଷି ପରିବାରଙ୍କୁ ଚଳିତ ମାସରେ ସହାୟତା ରାଶି ପ୍ରଦାନ କରାଯିବ।
ସୂଚନାଯୋଗ୍ୟ, ୫୧ ଲକ୍ଷ ୫ ହଜାର ୨୯୦ ଜଣ ହିତାଧିକାରୀ ବିଭିନ୍ନ ବର୍ଗରେ ସହାୟତା ପାଇଥିଲେ। ୨୦୧୮ ଡିସେମ୍ବରରେ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଚଳିତ ଅଗଷ୍ଟ ୬ରୁ ୩୧ ମଧ୍ୟରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା।


All Right Reserved By Dharitri.Com

ପରିବା ପାଇଁ ଗଲେ ନେଇପାରିବେନି ବାଇକ୍‌

ଭୁବନେଶ୍ୱର,୩୦ା୩(ବ୍ୟୁରୋ)- ଲକଡାଉନ ସମୟରେ ଅନେକ ଲୋକେ ପରିବା ପାଇଁ ଗଲେ ବାଇକ ନେଇଯାଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ପରିବା ଆଣିବା ନଁାରେ ସହର ବୁଲୁଛନ୍ତି। ଏହାକୁ...

ବରମୁଣ୍ଡାରୁ ପଳାଶୁଣୀ ନୋ ଓଭରଟେକିଂ ଜୋନ

ଭୁବନେଶ୍ୱର,୩।୯(ବ୍ୟୁରୋ): ବାଇକ ଓ କାର ଚାଳକଙ୍କ ପରେ କମିଶନରେଟ ପୋଲିସର ନଜର ଏବେ ବସ୍‌ ଉପରେ। ବସ୍‌ ପାଇଁ କଡାକଡି କଟକଣା ଲାଗୁ ହୋଇଛି। ବରମୁଣ୍ଡାରୁ...

ନିଯୁକ୍ତି ବାଟ ଫିଟୁନି

ଝାରସୁଗୁଡ଼ା ଏକ ଶିଳ୍ପ ବହୁଳ ଜିଲା। ଏଠାରେ ପ୍ରାୟ ୧୧ଟି ବୃହତ୍‌ ଓ ମଧ୍ୟମ ଶ୍ରେଣୀର ଶିଳ୍ପାନୁଷ୍ଠାନ ରହିଛି। ମାତ୍ର ସରକାରଙ୍କ କୋହଳ ନୀତି ଯୋଗୁ...

ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଅଟକ

କବିସୂର୍ଯ୍ୟନଗର,୧୭ା୮-ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଏକ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ୬ ବର୍ଷିୟା ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଛି। ଗୁରୁତର ଅବସ୍ଥାରେ...

ସରକାରୀ ଡାକ୍ତରଖାନାକୁ ଦିଆଯିବ ବିଶ୍ୱସ୍ତରୀୟ ଡାକ୍ତରୀ ଯନ୍ତ୍ରପାତି: ନିର୍ଦ୍ଧାରିତ ସମୟରେ ନ ଦେଲେ କମ୍ପାନୀ ହେବେ କଳା ତାଲିକାଭୁକ୍ତ

ଭୁବନେଶ୍ୱର,୮।୭(ବ୍ୟୁରୋ): ସରକାରୀ ଡାକ୍ତରଖାନାଗୁଡ଼ିକ ଲାଗି ବିଶ୍ୱସ୍ତରୀୟ ଯନ୍ତ୍ରପାତି କିଣାଯିବ। ବିଶେଷଜ୍ଞ କମିଟିର ପରାମର୍ଶ କ୍ରମେ ଏହାକୁ କିଣିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...

ନକଲି ସାର୍ଟିଫିକେଟ୍‌ ଦେଇ କାର୍ଯ୍ୟ କରୁଛନ୍ତି କର୍ମଚାରୀ: ଯାଞ୍ଚ କରିବାକୁ ଓସେପାର ନିର୍ଦ୍ଦେଶ

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ନକଲି ସାର୍ଟିଫିକେଟ୍‌ ଦେଇ କାର୍ଯ୍ୟ କରୁଛନ୍ତି ସରକାରୀ ଅଧିକାରୀ। ଓଡ଼ିଶା ପ୍ରାଇମେରି ଏଜୁକେଶନ ପ୍ରୋଗ୍ରାମ ଅଥରିଟି(ଓପେପା)/ ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି(ଓସେପା)...

ବିଦ୍ୟାଳୟ ଗୃହ ଉନ୍ନତୀକରଣ ଦାବି

କେନ୍ଦ୍ରାପଡା ଅଫିସ, ୨୬।୯: କେନ୍ଦ୍ରାପଡ଼ା ବ୍ଲକ କୁତରଙ୍ଗ ଉଚ୍ଚ ବିଦ୍ୟାଳୟ ଗୃହ ଉନ୍ନତୀକରଣ ଦାବି କରି ପଞ୍ଚାୟତବାସୀ ଜିଲାପାଳଙ୍କୁ ବୁଧବାର ଏକ ଦାବିପତ୍ର ଦେଇଛନ୍ତି। ଏ...

ଶାଳଗାଁ ନିକଟରେ ରେଳ ଦୁର୍ଘଟଣା ଘଟଣା: ଆହତଙ୍କ ସୂଚନା ପାଇଁ ହେଲ୍ପଲାଇନ୍‌ ନଂ-୧୦୭୨ ଜାରି

କଟକ ଅଫିସ,୧୬।୧: କଟକ ନିର୍ଗୁଣ୍ଡି ଷ୍ଟେଶନ ନିକଟ ଶାଳଗାଁଠାରେ ଲୋକମାନ୍ୟ ତିଳକ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ...

Leave a comment

Your email address will not be published. Required fields are marked *