Posted inUncategorized

ଚାଷ ପାଇଁ ଭିତ୍ତିଭୂମି ନାହିଁ : ଚିନ୍ତାରେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୧୮ା୯ : ଶିଳ୍ପ ଓ ଅନ୍ୟାନ୍ୟ ଭିତ୍ତିଭୂମି ନ ଥିବାରୁ କେନ୍ଦ୍ରାପଡ଼ା ଜିଲାବାସୀ କୃଷିକୁ ଆଦରି ନେଇଛନ୍ତି। ଜିଲାର ୬୮ ପ୍ରତିଶତ ଅଞ୍ଚଳରେ ଖରିଫ ଚାଷ କରି ଜୀବିକାନିର୍ବାହ କରୁଛନ୍ତି। ତେବେ ଚାଷ ପାଇଁ ଭିତ୍ତିଭୂମି ନ ଥିବାରୁ ଚାଷୀଙ୍କ ଚିନ୍ତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜିଲାରେ ଚାଷ ପାଇଁ ସରକାରୀ ସାର ମିଳୁ ନ ଥିବାବେଳେ ଅଳ୍ପ ଦିନ ଭିତରେ ସରକାରୀ ବିହନରେ ପଡ଼ିଥିବା ତଳିରୁ ଥୋଡ଼ ବାହାରୁଥିବା ଅଭିଯୋଗ ହୋଇଛି। ସେହିପରି ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନ ଥିବାରୁ ଓ ଧାନରେ ପୋକ ବାହାରୁଥିବାରୁ ଅନେକ ସମୟରେ ଫସଲ ନଷ୍ଟ ହେଉଛି। କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ବାରୋ, ଚକ୍ରୋଡା ଓ ଓସ୍ତପୁର ଆଦି ପଞ୍ଚାୟତରେ ଧାନ ଫସଲରେ କାଣ୍ଡବିନ୍ଧା ଓ ପତ୍ରମୋଡା ରୋଗ ଦେଖାଦେଇଛି। ଏନେଇ ଏସବୁ ପଞ୍ଚାୟତର ଅନେକ ଚାଷୀ ମଙ୍ଗଳବାର ଜିଲା କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଚକ୍ରୋଡାର ଗୌରାଙ୍ଗ ବାରିକ, ଦଧିବାମନ ନାୟକ, ବାରୋ ପଞ୍ଚାୟତର ବସନ୍ତ କୁମାର ପ୍ରଧାନ, ମହେନ୍ଦ୍ର ନାୟକ, ଶଙ୍କର ବାରିକ ଏବଂ ଓସ୍ତପୁରର ବାବାଜି ପ୍ରଧାନ କୁହନ୍ତି, ଚାଷ ଜମିରେ ପୋକ ଲାଗିଥିବାରୁ ରିହାତି ଦରରେ ସରକାରୀ ସାର ଏବଂ କୀଟନାଶକ ଔଷଧ ଯୋଗାଇଦେବା ପାଇଁ କୃଷି ଅଧିକାରୀଙ୍କୁ ଭେଟିଥିଲୁ। ଆସନ୍ତା ସପ୍ତାହରେ ଏହା ଆସିବ କହି ସେ ଆମକୁ ଫେରାଇ ଦେଇଛନ୍ତି। ମାତ୍ର ସେତେବେଳକୁ ସବୁ ଫସଲ ନଷ୍ଟ ହୋଇଯାଇଥିବ ବୋଲି ଚାଷୀ ଅଭିଯୋଗ କରିଛନ୍ତି। ସେହିପରି ସରକାରୀ ଧାନ ବିହନରେ ପଡ଼ିିଥିବା ତଳିରୁ ମାତ୍ର ୨୬ ଦିନରେ ଥୋଡ଼ ବାହାରିବା ସମସ୍ୟାର ସମାଧାନ ଖୋଜି ପାଉ ନ ଥିବା ବେଳେ ସାର ମିଳୁ ନ ଥିବାରୁ ଖୋଲା ବଜାରରୁ ଅଧିକ ଦରରେ କିଣିବାକୁ ଚାଷୀ ବାଧ୍ୟ ହେଉଛନ୍ତି। ଏପରିକି ୟୁୁରିଆ ବସ୍ତାପ୍ରତି ୫୦୦ ଟଙ୍କା ଦରରେ ଖୋଲା ବଜାରରୁ କିଣିବାକୁ ପଡ଼ୁଛି ବୋଲି ଚାଷୀ କହିଛନ୍ତି। ଏହାଛଡା ମୌସୁମୀ ବର୍ଷା ଓ ମହାନଦୀ, ବାହ୍ମଣୀ ସିଷ୍ଟମରେ ଆସିଥିବା ବନ୍ୟା ଜଳ ଅଦ୍ୟାବଧି ତଳୁଆ ଅଞ୍ଚଳରେ ଥିବା ଚାଷ ଜମିଗୁଡିକରେ ଜମି ରହିଛି। ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନ ଥିବାରୁ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି।
ସୂଚନାଯୋଗ୍ୟ, ଜିଲାରେ ୧, ୭୨, ୩୧୩ ଜଣ ଚାଷୀ ଥିଲାବେଳେ ୧,୮୨,୧୮୪ ହେକ୍ଟର ଚାଷୋପଯୋଗୀ ଜମି ରହିଛି। ଚଳିତ ବର୍ଷ ୧ଲକ୍ଷ ୫୨ ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।  ଅଦ୍ୟାବଧି ଜିଲାରେ ୧,୨୪,୪୬୦ ହେକ୍ଟରରେ ଧାନ ଚାଷ ହୋଇଥିବା ନେଇ ଜିଲା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି।
ଏ ସମ୍ପର୍କରେ କୃଷକ ନେତା ଗୟାଧର ଧଳ କୁହନ୍ତି, ଜିଲାରେ ଆଳି, ରାଜକନିକା ଓ ରାଜନଗର ବ୍ଲକରେ ଆଦୌ କେନାଲ ନାହିଁ। ମହାକାଳପଡ଼ାରେ ମାତ୍ର ୨୦ ପ୍ରତିଶତ ଚାଷ ଜମିକୁ କେନାଲ ମାଧ୍ୟମରେ ଜଳସେଚନ ହେଉଛି। ତେବେ ଜିଲାର ଅନ୍ୟାନ୍ୟ ବ୍ଲକରେ ମୋଟ ୪୫,୯୧୪ ହେକ୍ଟର ଚାଷ ଜମିରେ ଜଳସେଚନ ହେଉଥିବା ଦର୍ଶାଇ ଦୀର୍ଘବର୍ଷ ଧରି ଜଳକର ଆଦାୟ ହେଉଛି। ଅପରପକ୍ଷରେ ଚଳିତ ଖରିଫ ଋତୁରେ ମୋଟ ୪୦,୨୦୭ ହେକ୍ଟର ଅଞ୍ଚଳକୁ କେନାଲ ମାଧ୍ୟମରେ ଜଳସେଚନ ହେଉଥିବା କୃଷି ବିଭାଗ ପକ୍ଷରୁ ଜଣାପଡିଛି ା ସେହିପରି ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନ ଥିବାରୁ ଗହଗାପାଟର ୮୧୬ ହେକ୍ଟର ଜମିରେ ପାଣି ଜମି ନଷ୍ଟ ହୋଇଥିବା ଧଳ କହିଛନ୍ତି। ଜିଲାର ଅନେକ ଚାଷୀ ଋଣ କରି ଚାଷ କରିଥିବାବେଳେ ଏସବୁ ସମସ୍ୟା ଯୋଗୁ ଋଣ ଶୁୁଝିବା ନେଇ ଚିନ୍ତାରେ ପଡ଼ିଛନ୍ତି।
ଏ ସମ୍ପର୍କରେ କୃଷି ଉପନିର୍ଦ୍ଦେଶକ ଶରତଚନ୍ଦ୍ର ଦାସ କୁହନ୍ତି, ରାଜନଗର ଓ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅଳ୍ପ ଦିନରେ ଧାନ ଗଛରୁ ଥୋଡ ବାହାରିବା ସମସ୍ୟା ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ସୋମବାର ୫ ଜଣ କୃଷି ବୈଜ୍ଞାନିକ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି। ତଦନ୍ତ ରିପୋର୍ଟ ଆସିଲେ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିସହ ସାରର ଅଭାବ ସମ୍ପର୍କରେ ସେ କୁହନ୍ତି, ଆସନ୍ତା ବୁଧବାର ଭଦ୍ରକରୁ ସାର ଆସିବ। ଏହି ସାର ଆସିବା ପରେ ଜିଲାରୁ ସାର ଅଭାବଜନିତ ସମସ୍ୟା ଦୂର ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।


All Right Reserved By Dharitri.Com

Posted inUncategorized View All

ଟଁକା ଅଭାବୁ ଉଚଶିକ୍ଷାରୁ ବଁଚିତ ସବିତା

ଲାଠୋର, ୨୦।୧୧ (ଡି.ଏନ.ଏ.)- ସରକାର ଶିକ୍ଷାର ବିକାଶ ଲାଗି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ଅନେକ୍‌ ଗରିବ୍‌ ଛାତ୍ରୀଛାତ୍ର କଷ୍‌ଟେମଷ୍‌ଟେ ମାଟ୍ରିକ ପାସ୍‌...

ପାଉଁଶ ପ୍ରଦୂଷଣ

ଜିଲାରେ କୋଇଲାକୁ ଜାଳେଣି ଭାବେ ବ୍ୟବହାର କରୁଥିବା ଅନେକ ଶିଳ୍ପାନୁଷ୍ଠାନ ରହିଛି। ଏହି ଶିଳ୍ପାନୁଷ୍ଠାନରୁ ପ୍ରତିଦିନ ରାସାୟନିକ ମିଶ୍ରିତ ଶହ ଶହ ଟନ ପାଉଁଶ (ଫ୍ଲାଏଆଶ୍‌)...

ପୋଲ ତଳୁ ମୃତଦେହ ଉଦ୍ଧାର: ଦୁର୍ଘଟଣା ସନ୍ଦେହ

କେନ୍ଦୁଝର,୧୨।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ନୟାକୋଟ ଥାନା ଗଜପୁର ଗ୍ରାମ ରାସ୍ତାର ଏକ ପୋଲତଳୁ ବୁଧବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ଗଜପୁର...

ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ

ଭଦ୍ରକ ଅଫିସ,୨୬।୧୦: ଭଦ୍ରକ ଗ୍ରାମାଞ୍ଚଳ ଥାନା ବଜାର ଅଧିନସ୍ତ ବଜାର ରାନ୍ଦିଆ ବଜାରରେ ଥିବା ଏସବିଆଇ ଏଟିଏମରୁ ଲୁଟ ଉଦ୍ୟମ। କେହି ଦୁର୍ବୃତ୍ତ ଏଟିଏମ୍‌ର ସମ୍ମୁଖ...

ଶ୍ରେଣୀଗୃହରେ ଶିକ୍ଷକ ଶୋଇଥିବା ଭିଡିଓ ଭାଇରାଲ

ଦାରିଙ୍ଗବାଡ଼ି,୩୧।୧(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି। କେଉଁଠି ଶିକ୍ଷକ ଅଭାବ ତ ଆଉ କେଉଁଠି ଛାତ୍ରୀଛାତ୍ର ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଚଳିତ...

କେସାପାଲି-ଭାଲିଆକଟା ରାସ୍ତା କାମରେ ଅନିୟମିତତା

ସମ୍ବଲପୁର,୨୫ା୫ (ବ୍ୟୁରୋ): ଗ୍ରାମାଞ୍ଚଳରେ ଗମନା ଗମନ ସୁବିଧା ପାଇଁ ସରକାର ରାସ୍ତା ନିର୍ମାଣକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ରାଜକୋଷରୁ ଟଙ୍କା ଦେଉଛନ୍ତି । ହେଲେ...

Leave a comment

Your email address will not be published. Required fields are marked *