ପ୍ରଧାନମନ୍ତ୍ରୀ ଆବାସ ପାଇଁ ନିହ ପକାଇଲେ ବ୍ଲକ ଅଧ୍ୟକ୍ଷା

ନୂଆପଡା ଅଫିସ,୧୮ା୯ – ସରକାର ଗରିବ ଲୋକଙ୍କୁ ଅଗ୍ରାଧିକାର ଭିତିରେ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ ଦେବାରେ ଏକ ଅଭିଯାନ ଚଳାଇଥିବାବେଳେ ବର୍ତ୍ତମାନ ସମସ୍ତ ଗୃହ ନିର୍ମାଣ ପ୍ରକ୍ରିୟାକୁ ସୁନିଶ୍ଚିତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବର୍ତ୍ତମାନ ବ୍ଲକସ୍ତରରେ ଅଧ୍ୟକ୍ଷମାନେ ଲୋକଙ୍କ ନିକଟକୁ ଯାଇ ଘର ନିହ ପକାଇ ଶୁଭ ଦେଉଛନ୍ତି । ଏହି ଅବସରରେ ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ ସ୍ଥାନୀୟ ସାରାବଙ୍ଗ ଗ୍ରାମପଞ୍ଚାୟତ ଗସ୍ତ କରି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏଠିକାର ଲାଞ୍ଜିମାର ଗାଁରେ ଜଣେ ହିତାଧିକାରଙ୍କ ଆବାସ ନିର୍ମାଣ ସକାଶେ ଅଧ୍ୟକ୍ଷା ସାହୁନିହ ଖୋଳିଥିଲେ । ହିତାଧିକାରୀଙ୍କୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନିର୍ମାଣ କଲେ ପୁରସ୍କାର ଦେବାର ବ୍ୟବସ୍ଥା ରହିଥିବା କହିଥିଲେ । ଏହା କେବଳ ଯେ ଏକ ଘର ନୁହେଁ ବରଂ ମନ୍ଦିର ବୋଲି କହିଥିଲେ। କାର୍ଯ୍ୟକ୍ରମରେ ବିଭାଗୀୟ ଯନ୍ତ୍ରୀ, ୱାର୍ଡ ସଭ୍ୟାସଭ୍ୟମାନେ ଯୋଗଦେଇଥିଲେ।


All Right Reserved By Dharitri.Com

ସ୍କାନରରେ ଜିଲାପାଳ କାର୍ଯ୍ୟାଳୟ କର୍ମଚାରୀ

ଅନୁଗୋଳ ଅଫିସ, ୧୬।୯: ଅନୁଗୋଳ ଜିଲାପାଳଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫୯ ଲକ୍ଷ ଟଙ୍କା ଗାଏବ ଘଟଣାରେ ଗିରଫ ହୋଇଥିବା ସମ୍ପୃକ୍ତ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଶକ୍ତି ବେଦାନ୍ତଙ୍କ...

ସିଡିଏମଓଙ୍କ ନିଲମ୍ବନ ଆଦେଶକୁ ବିରୋଧ କରି ଭାଜପାର ବନ୍ଦପାଳନ

ସୁନ୍ଦରଗଡ଼,୧୪।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିଲମ୍ବନ ଆଦେଶକୁ ବିରୋଧ କରି ସୋମବାର ଜିଲା ଭାଜପା ପକ୍ଷରୁ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।...

ବିଧାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ଲାଞ୍ଜିଗଡ଼,୧୪।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡରେ ଆଜକୁ ୩ ଦିନ ହେଲା ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ନଦୀରେ ଜଳସ୍ରୋତ ବୃଦ୍ଧି ପାଇ ବନ୍ୟା ପରିସ୍ଥିତି...

ଜିଲା ପରିଷଦ ଅଧ୍ୟକ୍ଷ ପଦ ଫେରିପାଇଲେ ପୁରୁଷୋତ୍ତମ

ରାୟଗଡ଼ା ଅଫିସ ,୧୯ା୯- ରାୟଗଡ଼ା ଜିଲା ଦୌରାଜଜ୍‌ଙ୍କ ଦ୍ୱାରା ଅସିଦ୍ଧ ଘୋଷଣା ହୋଇଥିବା ଜିଲାପରିଷଦ ଅଧ୍ୟକ୍ଷ ପଦକୁ ଗୁରୁବାର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁରୁଷୋତ୍ତମ ଗମାଙ୍ଗ ପୁଣି...

୧୫ରୁ ନେପାଳରେ ଅନ୍ତର୍ଜାତୀୟ ପ୍ରବାସୀ ଓଡ଼ିଆ ସମାବେଶ: ଓଡ଼ିଶାରୁ ଯାତ୍ରାକଲେ ୨୦ ଜଣିଆ ଦଳ

ଢେଙ୍କାନାଳ ଅଫିସ, ୧୪ା୯ – ନେପାଳର ଆଧ୍ୟାତ୍ମିକ ସହର କାଠମାଣ୍ଡୁରେ ସେପ୍ଟେମ୍ବର ୧୫ରୁ ୩ଦିନ ଧରି ଆୟୋଜିତ ହେଉଛି ଅନ୍ତର୍ଜାତୀୟ ପ୍ରବାସୀ ଓଡ଼ିଆ ସମାବେଶ। ବିଶ୍ୱ...

କାର୍‌-ମିଲ୍କଭ୍ୟାନ ମୁହାଁମୁହିଁ: ଜଣେ ମୃତ, ଜଣେ ଗୁରୁତର

ଝାରସୁଗୁଡ଼ା ଅଫିସ/ଲଖନପୁର,୧।୧୨(ଡି.ଏନ.ଏ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅଧୀନ ମହିମା ଛକ ନିକଟ ୪୯ନଂ. ଜାତୀୟ ରାଜପଥରେ ରବିବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି...

ଦେବ ଦୀପାବଳି ଉତ୍ସବ: ଦଶରଥ ଓ କୌଶଲ୍ୟାଙ୍କୁ ଦୀପଦାନ

ପୁରୀ ଅଫିସ,୨୭-୧୧:ମାର୍ଗଶିର ଅମାବାସ୍ୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପିତୃପୁରୁଷ ଦଶରଥ ଓ କୌଶଲ୍ୟାଙ୍କୁ ଦୀପଦାନ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାଧୂପ ନୀତି ବଢିବା ପରେ ଦେବ ଦୀପାବଳି...

ଏବିଭିପି ପକ୍ଷରୁ ଭିସୁଟରେ ର଼୍ୟାଗିଂର ପ୍ରତିବାଦ

ଭବାନୀପାଟଣା,୨୫।୮(ଡି.ଏନ.ଏ.) ସମ୍ବଲପୁର ଜିଲା ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‌)ରେ ର଼୍ୟାଗିଂକୁ ଏବିଭିପି ପକ୍ଷରୁ ଶନିବାର ପ୍ରତିବାଦ କରାଯାଇଛି। ଭବାନୀପାଟଣାସ୍ଥିତ ସ୍ଥାନୀୟ କଲେଜ ଛକ ଏବଂ...

Leave a comment

Your email address will not be published. Required fields are marked *