ଦାସିଆ ଅଜାଙ୍କ ସଂଗ୍ରହାଳୟରେ ଚନ୍ଦ୍ରପୃଷ୍ଠର ପଥର

ନୂଆଗାଁ,୧୮ା୯ (ଡି.ଏନ.ଏ.): ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଚନ୍ଦ୍ରୟାନ -୨କୁ ଚନ୍ଦ୍ରପୃଷ୍ଠରେ ଅବତରଣ କରି ଚନ୍ଦ୍ରରେ ଥିବା ଅନେକ ତଥ୍ୟ ଉନ୍ମୋଚନ କରି ମହାକାଶ ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି କରିବା ପାଇଁ ପ୍ରୟାସ ଜାରି ରଖିଛି। କିନ୍ତୁ ଏହାର ବହୁବର୍ଷ ପୂର୍ବରୁ ଚନ୍ଦ୍ରପୃଷ୍ଠରୁ ଆସିଥିବା ତିନିଖଣ୍ଡ ପଥର ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତର ଦାସିଆ ଅଜାଙ୍କ ସଂଗ୍ରହାଳୟରେ ଗଚ୍ଛିତ ରହିଛି। ଉକ୍ତ ପଥର ତିନିଖଣ୍ଡକୁ ୧୯୮୪ ମସିହାରୁ ଦାସିଆ ଅଜାଙ୍କ ସଂଗ୍ରହାଳୟରେ ଗବେଷକ, ପର୍ଯ୍ୟଟକ ଓ ଦର୍ଶକମାନଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯାଇଛି। ପଣ୍ଡିତ ନୀଳକଣ୍ଠ ଦାସଙ୍କ ପୁତ୍ର ପ୍ରଫେସର ଡା. ବିକ୍ରମ ଦାସ ଆମେରିକାରେ ରହୁଥିବା ସମୟରେ ଚନ୍ଦ୍ର ପୃଷ୍ଠର ଏହି ପଥର ଓ ୬୫ ବର୍ଷ ପୂର୍ବର ଡାଇନୋସର ହାଡ଼ ସଂଗ୍ରହ କରି ଓଡ଼ିଶାକୁ ଆଣିଥିଲେ। ସେହି ସମୟରେ ଏହି ପଥର ଓ ଉତ୍କଳମଣି ଗୋପବନ୍ଧୁଙ୍କ ବ୍ୟବହୃତ ବାକ୍ସକୁ ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ କରିବା ପାଇଁ ପ୍ରଫେସର ଦାସଙ୍କୁ ସରକାର ପ୍ରସ୍ତାବ ଦେଇଥିଲେ ମଧ୍ୟ ତାହା କରାଯାଇପାରି ନ ଥିଲା। ପ୍ରଫେସର ଦାସ ଦାସିଆ ଅଜାଙ୍କ ସଂଗ୍ରହାଳୟ ଦେଖିବା ପରେ ଏହି ବିରଳ ପଦାର୍ଥଗୁଡିକୁ ପ୍ରଦର୍ଶିତ କରିବା ଉଦ୍ଦେଶ୍ୟରେ ଦାସିଆ ଅଜାଙ୍କୁ ପ୍ରଦାନ କରିଥିଲେ। ସଂଗ୍ରହାଳୟର ସମ୍ପାଦକ ତଥା ଦାସିଆ ଅଜାଙ୍କ ନାତି ଦୀପକ କୁମାର ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି।


All Right Reserved By Dharitri.Com

ଅଧାରେ ଶ୍ରେଣୀଗୃହ, ବାରଣ୍ଡାରେ ପଢୁଛନ୍ତି ପିଲା

ବୋରିଗୁମ୍ମା,୩୧ା୧(ଡି.ଏନ୍‌.ଏ.) – ବୋରିଗୁମ୍ମା ବ୍ଲକର ୩୦ଟି ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ ଖୋଲିବା ପାଇଁ ଲକ୍ଷ୍ୟ ରହିଥିଲା। ସେହି ଅନୁସାରେ ନୂଆ ଉଚ୍ଚ ବିଦ୍ୟାଳୟ ନିର୍ମାଣ ନ...

ବଦଳିଲା ପାଗ, ମାଘ ମେଳାରେ ଭିଡ଼

ଢେଙ୍କାନାଳ ଅଫିସ,୧୦ା୨: ଢେଙ୍କାନାଳ ଜିଲା ମହିମା ଧର୍ମ ପୀଠ ମହିମାଗାଦି ଯୋରନ୍ଦାରେ ବିଶ୍ୱ ପ୍ରସିଦ୍ଧ ମାଘ ମେଳାର ରବିବାର ଥିଲା ତୃତୀୟ ଦିବସ। ବର୍ଷାପାଗ ଯୋଗୁ ଶନିବାର...

ଚିକିତ୍ସାରେ ଅବହେଳା ଅଭିଯୋଗ

ଅନୁଗୋଳ ଅଫିସ, ୨୪।୨: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ରୋଗୀଙ୍କ ଚିକିତ୍ସାରେ ଅବହେଳା ହେଉଥିବା ଅଭିଯୋଗ ଆସିଛି। ଡାକ୍ତରଖାନାର ୩ ମହଲା ବିଲ୍ଡିଂରେ ଥିବା ବେଡ...

ଭବାନୀପାଟଣାରେ ପୋଲିସ ମହାନିର୍ଦ୍ଦେଶକ: ମାଓବାଦୀଙ୍କ ଗତିବିଧି ଉପରେ କଲେ ସମୀକ୍ଷା

ଭବାନୀପାଟଣା,୨୨।୨(ଡି.ଏନ୍‌.ଏ.): ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ଶନିବାର କଳାହାଣ୍ଡି ଜିଲା ଗସ୍ତକରି ମାଓବାଦୀଙ୍କ ଗତିବିଧି, ମାଓବାଦୀ ଦମନ ଓ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ସମ୍ପର୍କରେ ସ୍ଥାନୀୟ...

ମୟୂରଭଞ୍ଜ ଜିଲା ଚିଠି: ପର୍ଯ୍ୟଟନ ଶିଳ୍ପ

ମୟୂରଭଞ୍ଜ ଜିଲାରେ ରହିଛି ବହୁ ପର୍ଯ୍ୟଟନ ସ୍ଥଳ। ପ୍ରସ୍ତାବିତ ଜାତୀୟ ଉଦ୍ୟାନ ଶିମିଳିପାଳ ସହିତ ବହୁ ଜଳପ୍ରପାତ, ମନ୍ଦିର, ଐତିହାସିକ ସ୍ଥାନ ରହିଛି। ହେଲେ ଏହି...

ସିଏଏକୁ ସମର୍ଥନ କରି ଭାଜପାର ଶୋଭାଯାତ୍ରା

ରାୟଗଡ଼ା ଅଫିସ,୩୧।୧: ନାଗରିକ ସଂଶୋଧନ ଆଇନ (ସିଏଏ)କୁ ସମର୍ଥନ କରି ରାୟଗଡ଼ା ଜିଲା ଭାଜପା ପକ୍ଷରୁ ଶୁକ୍ରବାର ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜଗନ୍ନାଥ...

ଧର୍ମଗଡ଼ଠାରେ ବୌଦ୍ଧିକ ସମାବେଶ: ଧର୍ମଗଡ ଅଞ୍ଚଳର ବିକାଶ ପାଇଁ ମୁଁ ସର୍ବଦା ସଙ୍କଳ୍ପ ବଦ୍ଧ: ଶକ୍ତିମନ୍ତ୍ରୀ

ଧର୍ମଗଡ,୨୮।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡଠାରେ ଜୀବନ ବିନ୍ଦୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବୁଧବାର ସ୍ଥାନୀୟ ଅଞ୍ଚଳର ଉନ୍ନତି ସହିତ ଏକ ବିକଶିତ ଧର୍ମଗଡ କିଭଳି କରାଯାଇପାରି...

ଭିମ୍‌ସାର ଘଟଣା ଭିନ୍ନ ରୂପ ନେଲା: ସୀମା ଭୁଲିଯାଇଥିଲେ ଡାକ୍ତର

ସମ୍ବଲପୁର,୨୨ା୧୦(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର)ରେ ଡାକ୍ତର ସୂର୍ଯ୍ୟକାନ୍ତ ପାଟ୍ଟଯୋଶୀଙ୍କୁ ରବିବାର ମାଡ଼...

Leave a comment

Your email address will not be published. Required fields are marked *