ଶୋଚନୀୟ ଅବସ୍ଥାରେ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ: ୫୫ ବର୍ଷ ହେଲା ଚାଲିଛି ଭଡ଼ାଘରେ

ତାଳଚେର,୧୮ା୯(ନି.ପ୍ର.)-ତାଳଚେର ବଲଣ୍ଡାଠାରେ ଥିବା ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ନିୟୋଜନ କାର୍ଯ୍ୟାଳୟ (ସ୍ପେଶିଆଲ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଫିସ) ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘ ୫୫ ବର୍ଷ ହେଲା ଏମ୍‌ସିଏଲ୍‌ର ଏକ ଭଡା ଘରେ ଚାଲୁଥିବା ଏହି ଅଫିସ ଗୃହ ୩ ମାସ ହେଲା ଭାଙ୍ଗି ଯାଇଥିଲେ ବି ମରାମତି କରାଯାଉ ନାହିଁ। ସେହିପରି ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କ ଅଭାବ ମଧ୍ୟ ଅସନ୍ତୋଷର କାରଣ ହୋଇଛି।
୧୯୬୪ରେ ବଲଣ୍ଡାସ୍ଥିତ ଏମ୍‌ସିଏଲ୍‌ର ଏକ କ୍ୱାର୍ଟର୍ସରେ ଏହି କାର୍ଯ୍ୟାଳୟ ଖୋଲା ଯାଇଥିଲା। ସେବେଠାରୁ ଏହି ଅଫିସ ଭଡ଼ାଘରେ ଚାଲିଆସୁଛି। ବର୍ଷକୁ ୧୭ ହଜାର ଟଙ୍କା ଭଡା ବାବଦକୁ ଦିଆଯାଉଛି। ବାର୍ଷିକ ପ୍ରାୟ ୧୫ଶହ ଯୁବତୀ ଯୁବକ ଏଠାରେ ସେମାନଙ୍କ ନାମ ପଞ୍ଜୀକରଣ କରୁଛନ୍ତି। ଏବେ ବି ୧୦ ହଜାର ୩୩୫ ଜଣ ଯୁବତୀ ଯୁବକ ନାମ ପଞ୍ଜୀକରଣ କରି ଚାକିରି ଅପେକ୍ଷାରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ଯୁବତୀଙ୍କ ସଂଖ୍ୟା ୨୦୪୭ ହୋଇଥିବା ବେଳେ ଯୁବକଙ୍କ ସଂଖ୍ୟା ୮୨୮୮ ରହିଛି। ରାଜ୍ୟ ସରକାର ତାଳଚେର ଅଞ୍ଚଳରୁ ବାର୍ଷିକ ଶତାଧିକ କୋଟି ଟଙ୍କା ରାଜସ୍ବ ନେଉଥିଲେ ହେଁ ୫୫ ବର୍ଷ ହେଲା ଏକ ସରକାରୀ କାର୍ଯ୍ୟାଳୟର ନିଜସ୍ବ କୋଠା ନ ଥିବା ଅସନ୍ତୋଷର କାରଣ ହୋଇଛି। ଗତ ଜୁନ୍‌ରେ ହୋଇଥିବା ବର୍ଷା ପବନରେ ଏହି କାର୍ଯ୍ୟାଳୟ ଗୃହ କ୍ଷତିଗ୍ରସ୍ତ ହୋଇଛି। ଛାତରୁ ପାଣି ଗଳୁଥିବା ବେଳେ ବିଦ୍ୟୁତ୍‌ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଗଛ ପଡି ପ୍ରତୀକ୍ଷା ଗୃହ ଭାଙ୍ଗି ଯାଇଛି। ସେହିପରି ଆବଶ୍ୟକ କର୍ମଚାରୀଙ୍କ ଅଭାବ ମଧ୍ୟ ରହିଛି। ଅଫିସରଙ୍କ ସମେତ ଜୁନିୟର କ୍ଲର୍କ, ୨ ପିଅନ, ରାତ୍ର ଜଗୁଆଳି ପଦବୀ ଖାଲି ପଡିଛି। ହେଡ୍‌ କ୍ଲର୍କ ଓ ଜଣେ ବରିଷ୍ଠ କିରାଣିଙ୍କୁ ନେଇ ଅଫିସ ଚାଲିଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ ଅଫିସ ବଡବାବୁ ସଞ୍ଜୟ ପରିଡା କହିଛନ୍ତି, ସମସ୍ୟା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷ ଅବଗତ ଅଛନ୍ତି। ଘର ମରାମତି ନିମନ୍ତେ ଏମ୍‌ସିଏଲ୍‌କୁ ଅନୁରୋଧ କରାଯାଇଛି। ଖୁବଶୀଘ୍ର ଏହା ମରାମତି ହେବ ବୋଲି ଆଶା କରାଯାଉଛି।


All Right Reserved By Dharitri.Com

୨୦ହଜାର ଲୁଟ୍‌ ଘଟଣା: ଜେଲ୍‌ ଗଲେ ୨ ଅଭିଯୁକ୍ତ

ରୂପ୍‌ସା, ୧୯।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଆଙ୍କୋ ମାର୍କେଟ୍‌ ଛକରୁ ଧରାପଡ଼ିଥିବା ୨ଲୁଟେରାଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ...

ସ୍ବଚ୍ଛ ଭାରତ ମିଶନ୍‌ ବାଟବଣା: ବ୍ୟକ୍ତିଗତ ନୁହେଁ ଗୋଷ୍ଠୀକୁ ଦେଉଛନ୍ତି ଗୁରୁତ୍ୱ

ନୟାଗଡ଼ ଅଫିସ/ନୂଆଗାଁ(ଡି.ଏନ.ଏ.),୧୯।୯: ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ସ୍ବଚ୍ଛ ଭାରତ ମିଶନ(ଗ୍ରାମୀଣ)ଜରିଆରେ ପାଇଖାନା ନିର୍ମାଣ କାର୍ଯ୍ୟ ବାଟବଣା ହେଉଥିବା ଅଭିଯୋଗ ହେଉଛି। ନୂଆଗାଁ ବ୍ଲ୍ଳକରେ ମୋଟ...

ମ୍ୟୁନିସିପାଲିଟି ମାର୍କେଟ କମ୍ଲେକ୍ସ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ ଅଫିସ,୨୦ା୧୦: କିଛି ଦିନର ବ୍ୟବଧାନ ପରେ ପୁରୀରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ରବିବାର ସକାଳେ ମାର୍କେଟ ଛକସ୍ଥିତ ମ୍ୟୁନିସିପାଲିଟି ମାର୍କେଟ କମ୍ଲେକ୍ସକୁ...

ଭୀମରାଓପେଟାରେ ଜୁଆଆଡ୍ଡା ଉପରେ ଚଢ଼ାଉ: ୨ପୂର୍ବତନ କର୍ପୋରେଟରଙ୍କ ସମେତ ୧୫ ଗିରଫ, ୭ ଲକ୍ଷ ୬୮ ହଜାର,୧୬ମୋବାଇଲଜବତ

ବ୍ରହ୍ମପୁର ଅଫିସ ,୧୧।୧୦: ଗଞ୍ଜାମ ଜିଲା ଟାଉନ ଥାନା ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଭିମାରାଓପେଟାରେ ଏକ ଘର ଭିତରେ ଚାଲିଥିବା ଜୁଆ ଆଡ୍ଡା ଉପରେ...

ବାଇକ ଦୁର୍ଘଟଣାରେ ଜଣେ ମୃତ, ରାସ୍ତାରୋକୋ

ଧରାକୋଟ,୧୮।୬(ଡି.ଏନ.ଏ.)- ଧରାକୋଟ ଥାନା ଜାନିବିଲିଠାରେ ଜାତୀୟ ରାଜପଥ ନଂ.୫୯ରେ ମଙ୍ଗଳବାର ବାଇକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଜାନିବିଲି ଗ୍ରାମର ଦେବରାଜ ଗୌଡ଼...

ଆଇନଜୀବୀ ବିନୟାନନ୍ଦଙ୍କ ପରଲୋକ

ଢେଙ୍କାନାଳ ଅଫିସ, ୯ା୯ : ଢେଙ୍କାନାଳର ବରିଷ୍ଠ ଆଇନଜୀବୀ ବିନୟାନନ୍ଦ ମହାପାତ୍ରଙ୍କ ରବିବାର ମୁକ୍ତାଦେଈପୁର ଶାସନସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୭୭ବର୍ଷ ହୋଇଥିଲା। ସେ କିଛିଦିନ...

ବୁଢ଼ାବୁଢ଼ି ଭତାରୁ ବଁଚିତ୍‌ କୁଆଦେଇ : ବଢ଼ୁଛେ ବଏସ୍‌, କମୁଛେ ଆଶ୍‌

ଲାଠୋର, ୯ା୬ (ଡି.ଏନ୍‌.ଏ):  ସରକାର ୬୦ ବଛର୍‌ରୁ ଅଧ୍‌କା ବୁଢ଼ାବୁଢ଼ି, ବିଧବା, ଦିବ୍ୟାଙ୍ଗମାନକୁ ମାସିକ ୫ଶହ ଟଁକା ଭତା ଯୁଗେଇ ଦେଉଛନ୍‌। ସେନ୍‌ତା ୮୦ ବଛର୍‌ରୁ...

‘କସ୍‌ମୋପଲିଟାନ୍‌’ କଭର୍‌ଷ୍ଟୋରୀରେ ଦୂତି

ଭୁବନେଶ୍ୱର,୯ା୭(ବ୍ୟୁରୋ)- ଅନ୍ତର୍ଜାତୀୟସ୍ତରରେ ଖ୍ୟାତିଅର୍ଜନ କରିଥିବା ଓଡ଼ିଆ କ୍ରୀଡାବିତ୍‌ ଦୂତି ଚାନ୍ଦ ବିଶ୍ୱର ସର୍ବାଧିକ ପ୍ରସାରିତ ଫ୍ୟାଶନ ମାଗାଜିନ୍‌ ‘କସ୍‌ମୋପଲିଟାନ୍‌’ର କଭର୍‌ ଷ୍ଟୋରୀରେ ସ୍ଥାନ ପାଇବାର ଗୌରବ...

Leave a comment

Your email address will not be published. Required fields are marked *