ଏବେ ବି ପୂଜା ପାଉଛି ୧୯୩୯ ମସିହାର ଗାଡ଼ି: ଅଲୋଡ଼ା ହୋଇଥିଲେ ବି ନିଆରା

କେନ୍ଦୁଝର, ୧୮।୯( ସ୍ବ.ପ୍ର.)-ବ୍ରିଟିଶ ଅମଳର ୧୩୩୯ ମସିହାର ଏକ ଟ୍ରକ ଏବେ ବି ପୂଜା ପାଉଛି। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ହେଁ ଏହା ସତ୍ୟ। ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ଅବସରରେ ପ୍ରତ୍ୟେକ ବର୍ଷ କେନ୍ଦୁଝର ଜିଲାର ବଲାଣି ଖଣି ଡାକ୍ତରଖାନା ସମ୍ମୁଖରେ ପଡିରହିଥିବା ଏହି ଗାଡିକୁ ପ୍ରତ୍ୟେକ ବର୍ଷ ପୂଜା କରିଥାନ୍ତି ଏକ ଶିଖ୍‌ ପରିବାର। ବଡ଼ବିଲ ଅଞ୍ଚଳର ଗୁରୁଚରଣ ସିଂଙ୍କ ପରିବାର ପ୍ରତ୍ୟେକ ବର୍ଷ ଗାଡି ନିକଟରେ ପହଞ୍ଚି ଏହାକୁ ପାଣିରେ ସଫା କରି ଫୁଲ ଝାଲର ଲଗାଇ ପୂଜା କରିଥାନ୍ତି। ୧୩୩୯ର ଏହି ଟ୍ରକଟିକୁ ଗୁରୁଚରଣ ସିଂହଙ୍କ ଜେଜେ ବାପା ପାଲ ସିଂହ କିଣି ଥିବାବେଳେ ସେବେ ଠାରୁ ଏହା ବଲାଣି ଲୌହ ଖଣିରେ ଚାଲୁଥିଲା। ପରେ ଏହି ଗାଡି ଟିକୁ ତାଙ୍କ ପୁଅ ଲାଖା ସିଂହ ଦେଖା ଶୁଣା କରୁଥିଲେ। ପରେ ଏହି ଗାଡି ଆଉ ଚାଲିବା ଯୋଗ୍ୟ ନ ରହିବାରୁ ତାକୁ ଏକ ସୁରକ୍ଷିତ ଜାଗାରେ ରଖି ପ୍ରତ୍ୟେକ ବର୍ଷ ବିଶ୍ୱକର୍ମା ପୂଜାରେ ପୂଜା କରନ୍ତି। ତେବେ ଗତ ବର୍ଷ ଲାଖା ସିଂହଙ୍କ ପରଲୋକ ହେବା ପରେ ଏହି ପରମ୍ପରାକୁ ତାଙ୍କ ପରିବାର ଲୋକେ ବଜାୟ ରଖିଛନ୍ତି ବୋଲି ଗାଡି ମାଲିକଙ୍କ ନାତିମାନେ କହିଛନ୍ତି। ଏକଦା ଏହି ଟ୍ରକ ତାଙ୍କ ପରିବାର ପାଇଁ ରୋଜଗାରର ମାଧ୍ୟମ ସାଜିଥିଲା। ଏଣୁ ଏବେ ଅଲୋଡା ହୋଇଯାଇଥିଲେ ହେଁ ଏହାକୁ ସେମାନେ ଅଣଦେଖା କରି ପାରୁନାହାନ୍ତି।


All Right Reserved By Dharitri.Com

ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ

ଭଦ୍ରକ ଅଫିସ, ୨୦ା୧୧- ଭଦ୍ରକ ଅତିରିକ୍ତ ଜିଲା ତଥା ଦୌରା ଜଜ୍‌ ପ୍ରଣତି ସାହା ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ଶରତ ମଳିକଙ୍କୁ...

ଦନ୍ତା ଆକ୍ରମଣରେ ମା’ ଗୁରୁତର, ବର୍ତ୍ତିଲେ ଝିଅ

ଭଞ୍ଜନଗର,୨୯।୧୦(ଡି.ଏନ.ଏ.)- ଘୁମୁସର ଉତ୍ତର ଓ ଦକ୍ଷିଣ ବନଖଣ୍ଡରେ ମଙ୍ଗଳବାର ସୁଦ୍ଧା ପ୍ରାୟ ୩୫ରୁ ଉର୍ଦ୍ଧ୍ୱ ହାତୀ ଥିବା ଜଣାପଡ଼ିଛି। ସନ୍ଧ୍ୟା ହେଲେ ହାତୀମାନେ ଜଙ୍ଗଲରୁ ବାହାରି...

ଶ୍ରମ ଆଇନରେ ସଂଶୋଧନକୁ ସିଆଇଟିୟୁ ପକ୍ଷରୁ ବିରୋଧ

ବ୍ରହ୍ମପୁର ଅଫିସ,୨।୮: ଶ୍ରମ ଆଇନରେ ସଂଶୋଧନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଶ୍ରମିକ ସଂଗଠନ ସିଆଇଟିୟୁ। ଶୁକ୍ରବାର ବ୍ରହ୍ମପୁରସ୍ଥିତ...

ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା

ବୁଗୁଡ଼ା,୭ା୧୨(ଡି.ଏନ.ଏ.): ବୁଗୁଡ଼ା ବ୍ଲକ ମତାଝରି ଗ୍ରାମରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୩ ବଖରା ଜଳିଯାଇଛି । ଘର ନିକଟ ଅଳିଆ ଗଦାରୁ...

ଏକତରଫା ପ୍ରେମରେ ବିଫଳ ହେବା ପରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ମାରଣାସ୍ତ୍ରରେ ବାପା-ଝିଅଙ୍କୁ ଆକ୍ରମଣ

ଭଦ୍ରକ ଅଫିସ,୧।୧୨: ଭଦ୍ରକ ଗ୍ରାମାଞ୍ଚଳ ଥାନା କେନ୍ଦୁଆପଦା ଡାଳିମ୍ବଗଡ଼ିଆ ଛକରେ ଶନିବାର ରାତିରେ ଜଣେ ବ୍ୟକ୍ତି ଏବଂ ତାଙ୍କ ଝିଅଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ...

ହାତୀ ଆକ୍ରମଣରେ ବୃଦ୍ଧଙ୍କ ଜୀବନଗଲା

ଠାକୁରମୁଣ୍ଡା,୭ା୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଯଶିପୁର ବ୍ଲକ...

ମେଡିକାଲ ପାଇଁ ସ୍ପଟ୍‌ ଆଡମିଶନ

ଭୁବନେଶ୍ୱର,୩।୮(ବ୍ୟୁରୋ): ଖାଲିଥିବା ମେଡିକାଲ ଓ ଡେଣ୍ଟାଲ କଲେଜ ପାଇଁ ସ୍ପଟ୍‌ ଆଡମିଶନ ହେବ। ରବିବାରଠାରୁ ୩ ଦିନ ଧରି ଏହି ସ୍ପଟ୍‌ ଆଡମିଶନ ଚାଲିବ। ବର୍ତ୍ତମାନ...

ପୁଣି ବାହାରୁ ରୋଗୀ କିଣିଲେ ମେଡିସିନ: ସମ୍ପର୍କୀୟ ତାତିଲା ପରେ ଚେତିଲେ କର୍ତ୍ତୃପକ୍ଷ

ଅନୁଗୋଳ ଅଫିସ, ୧ା୧୧- ୫-ଟି ସଚିବଙ୍କ ତାଗିଦ ପରେ ବି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କ ମଧ୍ୟରୁ ଅନେକଙ୍କୁ ବାହାରୁ ଔଷଧ କିଣିବାକୁ...

Leave a comment

Your email address will not be published. Required fields are marked *