‘କୃଷି କାର୍ଯ୍ୟ ସହ ଜଙ୍ଗଲକୁ ସମନ୍ବିତ କରାଯାଉ’

ସିମୁଳିଆ/ବାଲେଶ୍ୱର ଅଫିସ, ୧୮।୯(ଡି.ଏନ.ଏ.)-ସଚେତନତା ଅଭାବରୁ ପରିବେଶରେ ଅସନ୍ତୁଳନ ବଢିଚାଲିଛି। ଦିନକୁ ଦିନ ଗଛ ସଂଖ୍ୟା କମି ଯାଉଛି। ଫଳରେ ଜଳବାୟୁ ପରିବର୍ତ୍ତନ, ଭୂତାପନ ଓ ସମୁଦ୍ରର ଜଳସ୍ତର ବୃଦ୍ଧି ପରି ବିଭିନ୍ନ ସମସ୍ୟା ମୁଣ୍ଡ ଟେକୁଛି ା ଗଛ ଲଗାଇ ପରିବେଶକୁ ସୁରକ୍ଷା ଦେବା ଲାଗି କୃଷି କାର୍ଯ୍ୟ ସହିତ ଜଙ୍ଗଲ କାର୍ଯ୍ୟକ୍ରମକୁ ସମନ୍ବିତ କରିବାର ଆବଶ୍ୟକତା ଦେଖାଦେଇଛି ବୋଲି ରାଣିତାଲ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ‘ବିଶାଳ ବୃକ୍ଷରୋପଣ ଅଭିଯାନ ଓ କୃଷକ ଗୋଷ୍ଠୀ’ କାର୍ଯ୍ୟକ୍ରମରେ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।
ଆଞ୍ଚଳିକ ଗବେଷଣା କେନ୍ଦ୍ରର ଅଧ୍ୟକ୍ଷ ପ୍ରଫେସର ଡ. ଶ୍ୟାମସୁନ୍ଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲାର ଡିଏଫ୍‌ଓ ପୂର୍ଣ୍ଣିମା ପି. ମୁଖ୍ୟଅତିଥି ରୂପେ ଯୋଗଦେଇ ପରିବେଶ ସଚେତନତା ଉପରେ ଗୁରୁତ୍ୱାରୋପ କରି ଜଙ୍ଗଲର ପୁନରୁଦ୍ଧାର ଓ ବୃକ୍ଷରୋପଣ ଦିଗରେ କୃଷକମାନେ ସଚେତନ ହେବା ଦରକାର ବୋଲି କହିଥିଲେ। ଅନ୍ୟତମ ଅତିଥି ରୂପେ ଜିଲା ଉଦ୍ୟାନବିତ୍‌(ଏ.ଡି.ଏଚ୍‌)ଊର୍ମିଳା ମହାପାତ୍ର ଚାଷୀମାନେ ବିଭିନ୍ନ ସରକାରୀ ଯୋଜନାରେ ଥିବା ବୃକ୍ଷରୋପଣର ସୁବିଧା ସୁଯୋଗ ନେବା ସକାଶେ ପରାମର୍ଶ ଦେଇଥିଲେ। ଏପରି କି ଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ବୃକ୍ଷରୋପଣ କରାଯିବା ଓ ଗ୍ରାମ ସଭାରେ ନିଜ ଜମିରେ ଗଛ ଲଗାଇବା ପାଇଁ ନାମ ପଞ୍ଜୀକରଣ କରାଯାଉ ବୋଲି ସେ ମତ ଦେଇଥିଲେ। ଗବେଷଣା କେନ୍ଦ୍ରର ଅଧ୍ୟକ୍ଷ ପ୍ରଫେସର ଡ. ଶ୍ୟାମସୁନ୍ଦର ମହାପାତ୍ର ଗଛ ଲଗାଇବା ସମ୍ପର୍କରେ ଅନୁରୂପ ମତବ୍ୟକ୍ତ କରିଥିଲେ। କୃଷି ବିଜ୍ଞାନକେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡ. ଅରବିନ୍ଦ ଦାସ ଅତିଥି ପରିଚୟ ଦେଇଥିଲେ। ଉତ୍ସବରେ ବିଭିନ୍ନ ଅଞ୍ଚଳର ୯୭ ଚାଷୀ ଯୋଗଦେଇଥିଲେ। ଖଳାଗଡ଼ିଆର ଚାଷୀ ଶଙ୍କର୍ଷଣ ଯେନା ଓ ଜଗଦଳପୁରର ଚାଷୀ ନାରାୟଣ ମହାପାତ୍ର ରାଜପଥ ପାର୍ଶ୍ୱରେ ବୃକ୍ଷରୋପଣ ଲାଗି ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବିଭିନ୍ନ ଚାଷୀ ଓ ଜନସାଧାରଣଙ୍କୁ ବିଭିନ୍ନ ଚାରା ବଣ୍ଟନ କରାଯାଇଥିଲା। କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅତିଥିମାନେ ବୃକ୍ଷରୋପଣ କରି ସଚେତନତାର ବାର୍ତ୍ତା ଦେଇଥିଲେ। ଇଫ୍‌କୋ କମ୍ପାନୀ ଏହି ଉତ୍ସବର ମୁଖ୍ୟ ସହଯୋଗୀ ଥିଲା। ମତ୍ସ୍ୟ ବୈଜ୍ଞାନିକ ଡ. ଅମ୍ବିକା ପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ସେହିପରି ବାଲିଆପାଳସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ମଧ୍ୟ ବୃହତ୍‌ ବୃକ୍ଷରୋପଣ ଅଭିଯାନ ଏବଂ କୃଷକ ଗୋଷ୍ଠୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୦୦୨ଜଣ ଚାଷୀ ଭଉଣୀ ଓ ଭାଇ ଅଂଶଗ୍ରହଣ କରିଥିଲେ। କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡ. ସୁନୀଲ କୁମାର ମହାପାତ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋଚନା କରିଥିଲେ। ଇଫ୍‌କୋରୁ ଆସିଥିବା ଜିଲା ଉପପ୍ରବନ୍ଧକ ଶେଷଦତ୍ତ ସୋନି ଇଫ୍‌କୋ ଉପତ୍ାଦ ଓ ପରିବେଶ ସନ୍ତୁଳନ ସମ୍ପର୍କରେ ଉପସ୍ଥିତ ଚାଷୀମାନଙ୍କୁ ବୁଝାଇଥିଲେ। ଏହି ଅବସରରେ ଶାଗୁଆନ, ନିମ୍ବ, ଆକାଶିଆ, ମାଲାବାର ନିମ୍ବ ଆଦି ୮୦୦ରୁ ଊର୍ଦ୍ଧ୍ୱ ଚାରା ଚାଷୀମାନଙ୍କୁ ପ୍ରଦାନ କରାଯିବା ସହ ବୈଜ୍ଞାନିକ ପ୍ରଣାଳୀରେ ଲଗାଇବା ପାଇଁ ପରାମର୍ଶ ଦିଆଯାଇଥିଲା।


All Right Reserved By Dharitri.Com

ଦିନକର କାହାଣୀ :ସଭିଏ ଲାଗନ୍ତି ଆପଣାର

ବାହାନଗା, ୧୬।୭(ଡି.ଏନ.ଏ.)-ଏକାକୀ ଚାଲିବାର ସଂକଳ୍ପ ନେଇ ଜୀବନରେ କର୍ମପ୍ରବଣତାକୁ ଆଦରି ନେଇଛନ୍ତି କାଳେନ୍ଦ୍ରୀ ମାଝି (୪୪)। ସରଳ, ସାଦାସିଧା ଓ ମେଳାପି ସ୍ବଭାବର ହୋଇଥିବାରୁ ସମସ୍ତେ...

ନିୟମ ଉଲ୍ଲଂଘନ କରୁଛନ୍ତି ବାଲି ବ୍ୟବସାୟୀ

ବାରିପଦା ଅଫିସ, ୧୮ା୨- ଜିଲାର ବିଭିନ୍ନ ସ୍ଥାନରେ ନିଲାମ ନେଇଥିବା ବାଲିଘାଟ ବ୍ୟବସାୟୀମାନେ ସରକାରୀ ନିୟମକୁ ଉଂଲଘନ କରୁଛନ୍ତି। ବାଲି ଖୋଳିବା ପାଇଁ ସରକାରଙ୍କଠାରୁ ପାଇଥିବା...

ମା’ ଭଦ୍ରକାଳୀଙ୍କ ଘୋଡ଼ା ମେଳଣ ବାତିଲ

ଭଦ୍ରକ ଅଫିସ, ୧୧ା୪-ଶୁକ୍ରବାର ମା’ ଭଦ୍ରକାଳୀଙ୍କ ଐତିହାସିକ ଘୋଡ଼ା ମେଳଣ ବାତିଲ ହୋଇଛି। ଆଖପାଖ ଗାଁର କୈବର୍ତ୍ତ ଲୋକମାନେ ଘୋଡ଼ାକୁ ଆଣି ପୂଜା କରନ୍ତି। ଏହି...

ଅନୁଗୋଳ ପୋଲିସର ଜୋରଦାର ଯାଞ୍ଚ

ଅନୁଗୋଳ ଅଫିସ, ୨୬।୨ – ବର୍ଷା ପାଗ ସତ୍ତ୍ୱେ ମଙ୍ଗଳବାର ଅନୁଗୋଳ ପୋଲିସ ପକ୍ଷରୁ ସହରରେ ଜୋରଦାର ଚେକିଂ କରାଯାଇଛି। ସହର ଉପକଣ୍ଠରେ ନାକାବନ୍ଦୀ କରାଯାଇ...

ଗଞ୍ଜାମ ଜିଲାପରିଷଦ ସଭାପତି ଦାୟିତ୍ୱ ନେଲେ ସ୍ନେହଲତା

ଛତ୍ରପୁର, ୧୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପରିଷଦ ସଭାପତି ଭାବେ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁର ବିଧାୟକଭାବେ ନିର୍ବାଚିତ ହେବା ପରେ ସୁବାସ...

ବିପଦସଙ୍କୁଳ ବଙ୍ଗରଦୁଆ ଘାଟି, ଧସୁଛି ଅତଡ଼ା

ଦାରିଙ୍ଗବାଡ଼ି,୯।୨(ଡି.ଏନ.ଏ)-ଦାରିଙ୍ଗବାଡ଼ି ଠାରୁ ବ୍ରାହ୍ମଣୀଗାଁ ଦେଇ ଗଜପତି ଜିଲାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ବଙ୍ଗରଦୁଆ ଘାଟି ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ପୂର୍ବରୁ ଉକ୍ତ...

ଆରମ୍‌ ହେଲା ବଡ଼କଟାର ପୁନରୁଧାର କାମ୍‌

ଅତାବିରା, ୨୮।୬ (ଡି.ଏନ୍‌.ଏ): ଅନେକ ଜାଗାରେ ପରଶାସନିକ ଅବହେଲାର ଲାଗି ଗଁାଗଁଲିମାନକେ ଥିବାର ବଁଧ୍‌କଟା ତୁପି ହେଇଯାଉଛେ। ବଛର ବଛର ଧରି ଉନ୍‌ନତିକରନ୍‌ ନାଇଁ ହେବାର...

ବିଦ୍ୟାଳୟ ପରିସରରେ ପାଣି: ଗେଟରେ ତାଲା ପକାଇଲେ ଅଭିଭାବକ

ସୋର, ୨୮ା୯(ଡି.ଏନ୍‌.ଏ.)-ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ କମରପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ବର୍ଷା ଜଳରେ ଉବୁଟୁବୁ ହେଉଛି। ନର୍ଦ୍ଦମା ପାଣି ଶ୍ରେଣୀଗୃହକୁ ପଶିବା ସହ...

Leave a comment

Your email address will not be published. Required fields are marked *