Posted inଖେଳ

ଭିତ୍ତିଭୂମିକୁ ଗାମ୍ବାଉଙ୍କ ପ୍ରଶଂସା

ଭୁବନେଶ୍ୱର, ୧୮।୯(ପି.ଟି)- ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇଏସ୍‌ଏଲ୍‌)ର ନୂଆ କ୍ଲବ ତଥା ଫ୍ରାଞ୍ଚାଇଜି ଓଡ଼ିଶା ଏଫ୍‌ସି କୋଚ୍‌ ଜୋସେଫ୍‌ ଗାମ୍ବାଉ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। କ୍ଲବର ହୋମ ଗ୍ରାଉଣ୍ଡରେ ଥିବା ଭିତ୍ତିଭୂମି ଓ ଟ୍ରେନିଂ ସୁବିଧାସୁଯୋଗକୁ ସେ ପ୍ରଶଂସା କରିଛନ୍ତି। ତେବେ ଦୁଇଦିନିଆ ଗସ୍ତରେ ଏଠାକୁ ଆସିଥିବା ଗାମ୍ବାଉ ପ୍ରାକ୍ଟିସ ଗ୍ରାଉଣ୍ଡର ଉନ୍ନତି ନେଇ କେତେକ ମତାମତ ଦେଇଥିଲେ। ବୁଧବାର ସେ ଦୋହା ଯାତ୍ରା କରି ଦଳରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସ୍ପେନ୍‌ କୋଚ୍‌ ଗାମ୍ବାଉ ଗତବର୍ଷ ଦିଲ୍ଲୀ ଡାଇନାମୋସ୍‌ର କୋଚ୍‌ ରୂପେ କାର୍ଯ୍ୟ କରିଥିଲେ। ତେବେ ଦିଲ୍ଲୀ ଡାଇନାମୋସ ଓଡ଼ିଶା ଏଫ୍‌ସିରେ ପରିଣତ ହେବା ପରେ ତା’ର ବେସ୍‌ ମଧ୍ୟ ସ୍ଥାନାନ୍ତର ହୋଇଥିଲା। ଆଗାମୀ ୫ ବର୍ଷ ପାଇଁ କଳିଙ୍ଗ ଷ୍ଟାଡିୟମ ଓଡ଼ିଶା ଏଫ୍‌ସିର ନୂଆ ହୋମ୍‌ ଗ୍ରାଉଣ୍ଡ ରୂପେ ମାନ୍ୟତା ପାଇଛି। ଏଠାରେ ଥିବା ସୁବିଧାସୁଯୋଗ ଓ ଟ୍ରେନିଂ ବ୍ୟବସ୍ଥାର ମୂଲ୍ୟାଙ୍କନ ପାଇଁ ସେ ସୋମବାର ଭୁବନେଶ୍ୱରରେ ପହଞ୍ଚିଥିଲେ।
ପୂର୍ବରୁ କେବେ ଭୁବନେଶ୍ୱର ଆସି ନ ଥିଲି। ଭାରତର ଅନ୍ୟ ସହର ତୁଳନାରେ ଏହା ବହୁତ ଭଲ ବୋଲି ସେ କହିଛନ୍ତି। ଏଠାରେ ଦୁଇଦିନର ରହଣି ମଧ୍ୟରେ ଅଭ୍ୟାସ ପଡିଆରେ କିଛିଟା ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛି। ଆଗାମୀ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟ ସରକାର ଗ୍ରାଉଣ୍ଡରେ ଅବଶ୍ୟକୀୟ ପରିବର୍ତ୍ତନ କରିବେ ବୋଲି ଆଶା କରୁଥିବା କଥା ଗାମ୍ବାଉ କହିଛନ୍ତି। ଓଡ଼ିଶା ଏଫ୍‌ସି ଦଳ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ବେଶ୍‌ ସନ୍ତୁଳିତ ମନେହେଉଛ। କେତେକ ବିଦେଶୀ ଖେଳାଳିଙ୍କ ଉପସ୍ଥିତି ଦଳକୁ ଆହୁରି ଦୃଢ଼ କରିଛି ବୋଲି ମଙ୍ଗଳବାର ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଯୁବ ବାର୍ସିଲୋନାର ଏହି ପୂର୍ବତନ କୋଚ୍‌ କହିଛନ୍ତି। ଯୁବ ଖେଳାଳିମାନେ ଅଧିକରୁ ଅଧିକ ଶିକ୍ଷା କରିବାକୁ ବେଶ୍‌ ଆଗ୍ରହୀ ଅଛନ୍ତି। ଦୁଇ ଜଣ ସ୍ଥାନୀୟ ଖେଳାଳି ଶୁଭମ୍‌ ଷଡଙ୍ଗୀ ଓ ୧୭ ବର୍ଷୀୟ ଗୋଲକିପର ଅଙ୍କିତ୍‌ ଭୂୟାଁ ଦଳରେ ସ୍ଥାନ ପାଇଛନ୍ତି। ଦୁଇ ଗୋଲ କିପର ଫ୍ରାନ୍‌ସିସ୍କୋ ଡୋରୋନସୋରୋ ଓ ମାର୍କୋସ ଟେବାରଙ୍କୁ ମଧ୍ୟ ଦଳ ବଜାୟ ରଖିଛି ବୋଲି ଗାମ୍ବାଉ କହିଛନ୍ତି। ଏହି ଦୁଇ ଖେଳାଳିଙ୍କୁ ବାଦ୍‌ଦେଲେ ଡିଫେଣ୍ଡର କାର୍ଲୋସ ଡେଲଗାଣ୍ଡୋ, ମିଡ୍‌ଫିଲ୍ଡର ଜିସ୍କୋ ହେର୍ନାଣ୍ଡେଜ୍‌, ଷ୍ଟ୍ରାଇକର ଅରିଡେନ ସାଣ୍ଟାନା ଓ ମିଡଫିଲ୍ଡର ମାର୍ଟିନ ପେରେଜ ଗୁଏଡ୍ସଙ୍କ ସହ ଦଳ ଚୁକ୍ତିରେ ସ୍ବାକ୍ଷର କରିଛି। ଦଳ ଏବେ ଦୋହାରେ ସେସନ ପୂର୍ବର ପ୍ରସ୍ତୁତି ଚଳାଇଛନ୍ତି। ସେଠାରେ ଖେଳାଳିମାନେ ପୂର୍ବତନ ବାର୍ସିଲୋନା ଖେଳାଳି ଜାଭି ହେର୍ନାଣ୍ଡେଜ୍‌ଙ୍କ ସହ ପ୍ରସ୍ତୁତି ନେଇ ଆଲୋଚନା କରିଥିବା ବିଭିନ୍ନ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା। ଜାଭିଙ୍କ ଉପସ୍ଥିତି ଖେଳାଳିଙ୍କୁ ବେଶ୍‌ ସହାୟତା ପ୍ରଦାନ କରିଛି ବୋଲି ସେ କହିଛନ୍ତି। ଆସନ୍ତାମାସରେ ପ୍ରଥମ ସପ୍ତାହରେ ଖେଳାଳିମାନେ ଏଠାରେ ଆସି ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ଖେଳାଳିମାନେ ଏଠାରେ ଅଭ୍ୟାସ କରିବେ। ଏହାପରେ ଦଳ ଜାମସେଦପୁର ଗସ୍ତ କରି ସେଠାରେ ଲିଗ୍‌ର ପ୍ରଥମ ମ୍ୟାଚ୍‌ ଖେଳିବ। ନଭେମ୍ବର ୨୪ ତାରିଖରେ ଆଟଲେଟିକୋ ଡି କୋଲକାତା ବିପକ୍ଷରେ ଓଡ଼ିଶା ଏଫ୍‌ସି ତା’ର ପ୍ରଥମ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିବ।


All Right Reserved By Dharitri.Com

Posted inଖେଳ View All

ଜାହିରଙ୍କୁ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ,୨୬।୧- ପୂର୍ବତନ ଭାରତୀୟ ପେସର ଜାହିର ଖାଁଙ୍କୁ ରବିବାର ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀରେ ଭୂଷିତ କରାଯାଇଛି। ୨୦୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର...

ଗୁରୁ ନାନକ ଦେବଙ୍କ ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଇଲେ ବିରାଟ କୋହଲି

ଇନ୍ଦୋର,୧୨।୧୧: ଆଜି ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ସାରା ଦେଶରେ ଧୂମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସମେତ ବହୁ ନେତା...

ଏହି ଦୁଇ ଭାରତୀୟ କ୍ରିକେଟର ଗୋଟିଏ ମ୍ୟାଚ୍‌ରେ ଉଇକେଟ୍‌ କିପିଂ କରି ମଧ୍ୟ ନେଇଛନ୍ତି ଉଇକେଟ୍‌

କ୍ରିକେଟରେ ଉଇକେଟ କିପିଂ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ସବୁ ଦଳ ଏକ ଅଭିଜ୍ଞ ଉଇକେଟ କିପର ନେଇ ଖେଳିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଯଦି ଉଇକେଟ...

ଶ୍ରୀଲଙ୍କା ଲାଗି କର ବା ମର ସ୍ଥିତି

ଚେଷ୍ଟର-ଲି-ଷ୍ଟ୍ରିଟ୍‌,୩୦।୬(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଗାଣିତିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଶ୍ରୀଲଙ୍କାର ସେମିଫାଇନାଲ ଆଶା ଏବେ ମଧ୍ୟ ଉଜ୍ଜୀବିତ ରହିଛି। ସୋମବାର ଶ୍ରୀଲଙ୍କା ତା’ର ପରବର୍ତ୍ତୀ...

୩୪ ବର୍ଷରେ କ୍ରିକେଟର ଜାହିର ଖାଁଙ୍କ ସ୍ତ୍ରୀ ସାଗରିକା: ରଶ୍‌ ଫିଲ୍ମର କିସିଂ ସିନ୍‌ ଯୋଗୁ ରାତାରାତି ପାଲଟିଥିଲେ ଷ୍ଟାର…

ମୁମ୍ବାଇ,୮।୧: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ତଥା କ୍ରିକେଟର ଜାହିର ଖାଁଙ୍କ ସ୍ତ୍ରୀ ସାଗରିକା ଘାଟଗେ ବୁଧବାର ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୬ ଜାନୁୟାରୀ...

ଇଂଲଣ୍ଡ କବ୍‌ଜାରୁ ଟାଇଟଲ ଛଡ଼ାଇଲେ ଶରଥ

କଟକ ଅଫିସ,୨୦ା୭- ପୁରୁଷ ବିଭାଗରେ ଭାରତର ସ୍ବର୍ଣ୍ଣ ପଦକ ଜିତିବାର ଆଶା କିଛି ସମୟ ପାଇଁ ମଉଳି ଯାଇଥିଲା। ପ୍ରାରମ୍ଭରୁ ଇଂଲଣ୍ଡ ଦମଦାର ପ୍ରଦର୍ଶନ କରୁଥିବା...

ସୁପର ଓଭର ଶେଷ ବଲରେ ଛକା ମାରି ଆୟର୍ଲାଣ୍ଡକୁ ଜିତାଇଲେ ଓବ୍ରେନ

ଗ୍ରେଟର ନୋଏଡା,୧୧।୩- ସୁପର ଓଭରର ଅନ୍ତିମ ବଲରେ କେଭିନ ଓବ୍ରେନଙ୍କ ଛକା ଯୋଗୁ ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଆୟର୍ଲାଣ୍ଡ ସାନ୍ତ୍ୱନାମୂଳକ...

ରୋମାଞ୍ଚକ ସ୍ଥିତିରେ ଲଡର୍‌ସ ଟେଷ୍ଟ

ଲଣ୍ଡନ, ୨୫ା୭ (ଏଏଫ୍‌ପି)-ଲଡର୍‌ସଠାରେ ଚାଲିଥିବା ଆୟର୍ଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚରେ ଜ୍ୟାକ୍‌ ଲିଚ୍‌ ଏବଂ ଜାସନ ରୟ ସେମାନଙ୍କର ପ୍ରଥମ ଟେଷ୍ଟ ଅର୍ଦ୍ଧଶତକ ହାସଲ...

Leave a comment

Your email address will not be published. Required fields are marked *