Posted inଜାତୀୟ

ମହଙ୍ଗା ପଡ଼ିଲା କିନ୍ନରଙ୍କ ସହ ବନ୍ଧୁତା: ଯୁବକଙ୍କୁ ହରାଇବାକୁ ପଡ଼ିଲା ନିଜର ଗୁପ୍ତାଙ୍ଗ

ସାହଜାହଁ।ପୁର,୨୨।୫: ଉତ୍ତରପ୍ରଦେଶ ସାହଜହଁ।ପୁରରେ ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଲା କିନ୍ନରଙ୍କ ସହ ବନ୍ଧୁତା କରିବା। କିନ୍ନରମାନେ ତାଙ୍କର ଗୁପ୍ତାଙ୍ଗ କାଟି ଦେଇଥିବା ଜଣାପଡ଼ିଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଉକ୍ତ ସହରର ୨୦ ବର୍ଷୀୟ ଯୁବକ ଜନପଦ ଫରୁଖାବାଦର ୩ଜଣ କିନ୍ନରଙ୍କ ସହ ବନ୍ଧୁତାସ୍ଥାପନ କରିଥିଲେ। ଯୁବକ ଜଣଙ୍କ ବିବାହରେ ଯାଇ ନାଚିବାକୁ ବେଶ୍‌ ପସନ୍ଦ କରୁଥିବା ବେଳେ କିଛି କିନ୍ନରଙ୍କୁ ଏହା ଭଲ ଲାଗି ନ ଥିଲା। କିଛି ଦିନ ପୂର୍ବରୁ ତାଙ୍କୁ କିନ୍ନର କରିବାକୁ ଷଡ଼ଯନ୍ତ୍ର କରାଯାଉଥିବା ଜାଣି ଯୁବକ ସେମାନଙ୍କ ସହ ବନ୍ଧୁତା କାଟି ଦେଇଥିଲେ। ହେଲେ ୧୦ଦିନ ପୂର୍ବରୁ ୩ଜଣ କିନ୍ନର ତାଙ୍କ ଘରକୁ ଆସି ଏକ ବିବାହରେ ଯିବାକୁ କହି ପୀଡ଼ିତଙ୍କୁ ଫରୁଖାବାଦକୁ ନେଇଯାଇଥିଲେ। ସେଠାରେ ଥିବା ତାଙ୍କ ଘରେ ତାଙ୍କୁ ବନ୍ଦୀ କରି ବହୁ ମାରପିଟ କରିବା ସହ ନିଶାଦ୍ରବ୍ୟ ଖୁଆଇ ତାଙ୍କର ଗୁପ୍ତାଙ୍ଗକୁ କାଟିଦେଇଥିଲେ। ଏହାପରେ ୧୦ ଦିନ ପର୍ଯ୍ୟନ୍ତ ତାଙ୍କୁ ବନ୍ଦୀ କରି ରଖିଥିବା ବେଳେ ସୁଯୋଗ ଦେଖି ଯୁବକ ଜଣଙ୍କ ସେଠାରୁ ଫେରାର ହୋଇଯାଇଥିଲେ। ପରିବାର ଲୋକଙ୍କୁ ଏହି ଘଟଣା ବାବଦରେ ଜଣାଇବା ପରେ ଏନେଇ ଥାନାରେ ସେ ଅଭିଯୋଗ କରିଥିଲେ। ପୋଲିସ ପୀଡ଼ିତ ଯୁବକଙ୍କୁ ଚିକିତ୍ସା ପାଇଁ ଟ୍ରମା ସେଣ୍ଟର ପଠାଇବା ସହ ମାମଲା ରୁଜୁ କରି ତଦନ୍ତ ଚଳାଇଛି।


All Right Reserved By Dharitri.Com

ରବିବାର ସକାଳ ୬ଟା ୫୧ରୁ ଚନ୍ଦ୍ରାୟନ-୨ର ୨୦ ଘଣ୍ଟିଆ କାଉଣ୍ଟ୍‌ ଡାଉନ୍‌

ନୂଆଦିଲ୍ଲୀ,୧୩।୭: ଭାରତର ଚନ୍ଦ୍ର ମିଶନ ଅନ୍ତର୍ଗତ ଚନ୍ଦ୍ରାୟନ-୨ ଜୁଲାଇ ୧୫ ଭୋର୍‌ ୨ଟା ୫୧ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯିବ।...

ପାଣି ଟାଙ୍କି ଉପରୁ ଡେଇଁପଡ଼ି ଛାତ୍ରୀଙ୍କ ଆତ୍ମହତ୍ୟାା

ଭୋପାଳ,୨୫।୯: ମଧ୍ୟପ୍ରଦେଶ ଶିବପୁରୀ ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଛାତ୍ରୀ ପାଣି ଟାଙ୍କି ଉପରୁ ଡେଇଁପଡ଼ି ଆତ୍ମହତ୍ୟା କରିଛନ୍ତି। ପୋଲିସ...

କରମବୀର ସିଂହ ହେଲେ ନୌସେନା ମୁଖ୍ୟ: କହିଲେ, ଭାରତୀୟ ସେନା ହେବ ଆହୁରି ଶକ୍ତିଶାଳୀ

ନୂଆଦିଲ୍ଲୀ, ୩୧।୫: ଆଡମିରାଲ କରମବୀର ସିଂହ ଭାରତୀୟ ନୌସେନାର ୨୪ତମ ମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି। ଆଡମିରାଲ ସୁନୀଲ ଲାମ୍ବାଙ୍କ ସ୍ଥାନ ନେଇଛନ୍ତି କରମବୀର। ମେ...

ଆଇଏସ୍‌ଆଇଠାରୁ ପାଣ୍ଠି ଯୋଗାଡ଼ କରୁଛନ୍ତି ଭାଜପା ଏବଂ ବଜରଙ୍ଗ ଦଳ: ଦିଗ୍‌ବିଜୟ ସିଂ

ନୂଆଦିଲ୍ଲୀ,୧।୯: କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂଙ୍କ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ଦିଗ୍‌ବିଜୟ ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନ ଗୋଇନ୍ଦା ସଂସ୍ଥା...

ମସୁରୀରେ ମର୍ମନ୍ତୁଦ ଦୁର୍ଘଟଣା: ଖାଲରେ କାର ପଡ଼ି ଗଲା ୪ଜୀବନ

ଡେରାଡୁନ,୮।୬: ମସୁରୀରେ ଶନିବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଶିଶୁ ସମେତ ୪ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, କିଛି ଯାତ୍ରୀ...

ରାଜୀବ ଗାନ୍ଧୀ ହତ୍ୟା ମାମଲା: ନଳିନୀଙ୍କୁ ମିଳିଲା ୩୦ ଦିନର ପାରୋଲ

ଚେନ୍ନାଇ,୫।୭: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନଙ୍କୁ ମାଡ୍ରାସ ହାଇକୋର୍ଟ ୩୦ ଦିନର...

୨ ଦିନ ପରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ପୁଞ୍ଚ୍‌ରେ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୧୫।୧୦: ପାକିସ୍ତାନ ୨ ଦିନ ଚୁପ୍‌ ରହିବା ପରେ ଜମ୍ମୁ-କଶ୍ମୀର ପୁଞ୍ଚ୍‌ ଜିଲାରେ ମଙ୍ଗଳବାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ପୂର୍ବାହ୍ନ...

ୟୁରୋପିୟାନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଦ୍ୱାରା ସମ୍ମାନୀତ ହେଲେ ଅନୀଲ

ମୁମ୍ବାଇ,୧୮।୫: ଶିଶୁମାନଙ୍କ ଅଧିକାରକୁ ନେଇ ଲଗାତାର ଭାବେ କାମ କରି ଆସୁଛନ୍ତି ବଲିଉଡ୍‌ ଅଭିନେତା ଅନୀଲ କପୁର। ଏଥିପାଇଁ ଶୁକ୍ରବାର ମୁମ୍ବାଇଠାରେ ତାଙ୍କୁ କାଉନସିଲ୍‌ ଅଫ୍‌...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *