Posted inଜାତୀୟ

ପୋଲିସକୁ ଦେଖି ଅପହରଣକାରୀ ନିଜକୁ ମାରିଲେ ଗୁଳି

ପ୍ରୟାଗରାଜ, ୨୨।୫: ଉତ୍ତର ପ୍ରଦେଶର ପ୍ରୟାଗରାଜ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ମଙ୍ଗଳବାର ଜଣେ ଠିକାଦାରଙ୍କୁ ପୁଅକୁ ଅପହରଣ କରିନେଇଥିବା ଜଣେ ଅପହରଣକାରୀ ପୋଲିସକୁ ଦେଖି ଭୟରେ ନିଜକୁ ଗୁଳି ମାରିଛନ୍ତି। ସୂଚନାଯୋଗ୍ୟ, ଅଲ୍ଲାପୁରରେ ରହୁଥିବା ରଣବୀର ସିଂହଙ୍କ ଜଣେ ଠିକାଦାର। ତାଙ୍କ ୬ବର୍ଷୀୟ ପୁଅ ଇଂରାଜୀ ମିଡିୟମ ସ୍କୁଲରେ ପ୍ରଥମ ଶ୍ରେଣୀରେ ପଢୁଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଜିମ୍‌କୁ ଅଭ୍ୟାସ ପାଇଁ ଯାଇଥିବାବେଳେ ରଣବୀରଙ୍କ ଜଣେ ପୁରୁଣା ଗାଡି ଡ୍ରାଇଭର ସଞ୍ଜୟ ଶିଶୁଟିକୁ ଅପହରଣ କରିନେଇଥିଲେ। ଏନେଇ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରି ଅପହରଣକାରୀଙ୍କ ପାଖରେ ପହଞ୍ଚିଥିଲା। ଶିଶୁଟି ଉଦ୍ଧାର କରାଯାଇଥିଲା। ପୋଲିସକୁ ଦେଖି ସଞ୍ଜୟ ନିଜକୁ ଗୁଳି ମାରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ତିନିମାସ ତଳେ ସଞ୍ଜୟଙ୍କୁ ଚାକିରିରୁ ବହିଷ୍କାର କରିଥିଲେ ରଣବୀର। ଏହି ରାଗରେ ସେ ଏଭଳି କାଣ୍ଡ କରିଥିବା ପୋଲିସ କହିଛି।


All Right Reserved By Dharitri.Com

ହସ୍ପିଟାଲରେ ରୋଗୀଙ୍କୁ ପିଟିଲେ ଡାକ୍ତର: ଭିଡିଓ ଭାଇରାଲ

ଜୟପୁର,୪।୬: ରାଜସ୍ଥାନ ଜୟପୁରର ସଓ୍ବାଇ ମାନସିଂ ହସ୍ପିଟାଲରେ ଜଣେ ଡାକ୍ତର ରୋଗୀଙ୍କୁ ପିଟିବାର ଭିଡିଓ ଭାଇରାଲ ହୋଇଛି। ସୋମବାର ଏହି ଭିଡିଓ ଭାଇରାଲ ହେବାପରେ ରାଜସ୍ଥାନ...

କଶ୍ମୀର ସେଓକୁ ଝୁରୁଛନ୍ତି ଲାଲୁ

ରାଞ୍ଚି,୧୨।୮: ଜେଲ୍‌ରେ ବନ୍ଦୀ ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ବର୍ତ୍ତମାନ ନିଜ ପସନ୍ଦର କଶ୍ମୀର ସେଓକୁ ଝୁରୁଥିବା...

ସୈନିକ ସ୍କୁଲରେ ନାମ ଲେଖାଇବେ ଛାତ୍ରୀ: ରାଜନାଥ

ନୂଆଦିଲ୍ଲୀ,୧୮।୧୦: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଘୋଷଣା କରିଛନ୍ତି ଏଣିକି ସୈନିକ ସ୍କୁଲରେ ଛାତ୍ରୀମାନେ ନାମ ଲେଖାଇ ପାରିବେ। ୨୦୨୧-୨୨ ବର୍ଷରେ ଛାତ୍ରୀମାନେ ସୈନିକ...

୮ ଫୁଟ ୧ ଇଞ୍ଚ ଉଚ୍ଚା ଧର୍ମେନ୍ଦ୍ର ଯୋଗୀଙ୍କୁ ମାଗିଲେ ସହାୟତା

ଲକ୍ଷ୍ନୌ,୧୭।୮: ଭାରତର ସବୁଠାରୁ ଉଚ୍ଚା ବ୍ୟକ୍ତି ଧର୍ମେନ୍ଦ୍ର ନିଜ ଚିକିତ୍ସା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହାୟତା ଲୋଡ଼ିଛନ୍ତି। ତାଙ୍କର ହିପ୍‌ ଟ୍ରାନ୍ସପ୍ଲାଣ୍ଟ୍‌ ଲାଗି...

ମନ୍ଦିରରେ ଦଳାଚକଟା: ୪ ମୃତ

କୋଲକାତା, ୨୩।୮: ଜନ୍ମାଷ୍ଟମୀ ଅବସରରେ ପଶ୍ଚିମବଙ୍ଗରେ ଏକ ଅଘଟଣ ଘଟିଛି। ୨୪ ପରଗଣା ଜିଲାରେ ଥିବା ଲୋକନାଥ ବାବା ମନ୍ଦିରରେ ଜନ୍ମାଷ୍ଟମୀରେ ଭକ୍ତଙ୍କ ପ୍ରବଳ ଭିଡ...

ନିଜ ପଦରୁ ଇସ୍ତଫା ଦେଲେ ମଣିପୁରର ୧୨ କଂଗ୍ରେସ ବିଧାୟକ

ଇମ୍ଫାଲ,୩୦।୫: ଲୋକ ସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସରେ ସଙ୍କଟ ଲାଗି ରହିଛି। ମଣିପୁର ବିଧାନସଭାର ୧୨ ଜଣ ବିଧାୟକ ଗୁରୁବାର ମଣିପୁର ପ୍ରଦେଶ କଂଗ୍ରେସ...

ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଇଡିର ଆବେଦନ ଖାରଜ: ବିଚାର ବିଭାଗୀୟ ହାଜତକୁ ଗଲେ ଚିଦାମ୍ବରମ୍‌

ନୂଆଦିଲ୍ଲୀ,୩୦।୧୦: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମଙ୍କୁ ମିଳିଲାନି ଆଶ୍ୱସ୍ତି। ବୁଧବାର ଦିଲ୍ଲୀର ସ୍ବତନ୍ତ୍ର...

ପ୍ରଜାପତି, ୪ ଆଇଏଏସ୍‌ ଅଧିକାରୀଙ୍କ ନାଁରେ ସିବିଆଇ ମାମଲା ରୁଜୁ

ନୂଆଦିଲ୍ଲୀ,୧୧ା୭(ପି.ଟି.): ଉତ୍ତରପ୍ରଦେଶ (ୟୁପି) ଖଣି ଦୁର୍ନୀତି ଘଟଣାରେ ସିବିଆଇ ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତି ଏବଂ ୪ ଜଣ ଆଇଏଏସ୍‌ ଅଫିସରଙ୍କ ବିରୋଧରେ ମାମଲା ରୁଜୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *