୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଜୋର୍‌ ଧରିଲା: ନିର୍ଭୁଲ ମାର୍କିଂ ପାଇଁ ଡିଜିପିଏସ୍‌ ସର୍ଭେ;ଖୋଲିଲା କଣ୍ଟ୍ରୋଲ ରୁମ୍‌, ସିଧା ସଳଖ କଥା ହେବେ କ୍ଷତିଗ୍ରସ୍ତ

ପୁରୀ ଅଫିସ, ୧୭ା୯: ଶ୍ରୀମନ୍ଦିର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରୀଠାରୁ ୭୫ ମିଟର ମଧ୍ୟରେ ଥିବା ମଠ, ହୋଟେଲ, ଲଜିଂ, ଧର୍ମଶାଳା, ଦୋକାନ ସବୁ ଉଚ୍ଛେଦ କରାଯିବ। କୌଣସି ବାସଗୃହ ରହିବ ନାହିଁ। ଏଥିପାଇଁ ପ୍ରଥମେ ସିଂହଦ୍ୱାରକୁ ଲାଗି ରହିଥିବା ସରକାରୀ ଏବଂ ବେସରକାରୀ ନିର୍ମାଣକୁ ଉଚ୍ଛେଦ କରାଯାଇଥିବା ବେଳେ ଅସୁରକ୍ଷିତ ଦର୍ଶାଇ ଲଙ୍ଗୁଳି, ଏମାର ଏବଂ ବଡ଼ ଆଖଡା ମଠ ଭଙ୍ଗାଯାଇଛି। ସୋମବାରଠାରୁ ୭୫ ମିଟର ଉଚ୍ଛେଦ ପାଇଁ ମାପଚୁପ ଆରମ୍ଭ କରାଯାଇଥିବା ବେଳେ ଦ୍ୱିତୀୟ ଦିନରେ ଡିଜିପିଏସ୍‌ ସର୍ଭେରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ମାର୍କିଂ କରାଯାଇଛି। ଏଥିସହ ପୂର୍ବ ଏବଂ ଉତ୍ତର ପାର୍ଶ୍ୱରେ କେଉଁ ପର୍ଯ୍ୟନ୍ତ ୭୫ ମିଟର ରହିଛି ତାହା ମାପ କରାଯାଇ ଚିହ୍ନ ଦିଆଯାଇଛି। ତେବେ ନିର୍ଭୁଲ ମାର୍କିଂ ଲାଗି ଡିଜିପିଏସ୍‌ ସର୍ଭେ କରାଯାଇଥିବା ଜିଲାପାଳ ବଲୱନ୍ତ ସିଂ କହିଛନ୍ତି।

ଗଣମାଧ୍ୟମକୁ ସର୍ଭେ ଏବଂ କ୍ଷତିଗ୍ରସ୍ତଙ୍କ ଥଇଥାନ ସଂକ୍ରାନ୍ତରେ ସୂଚନା ଦେଇ ଜିଲାପାଳ କହିଥିଲେ, ୭୫ ମିଟର ଐତିହ୍ୟ ସୁରକ୍ଷିତ ଅଞ୍ଚଳ ମଧ୍ୟରେ ଜମି ଅଧିଗ୍ରହଣ ହେବ। ଏଥିଲାଗି ସୋମବାରଠାରୁ ବିଧିବଦ୍ଧ ଭାବେ ସର୍ଭେ ଆରମ୍ଭ ହୋଇ ଡିମାର୍କେଶନ କରାଯାଉଛି। ଏଥିସହ ଜମି ଅଧିଗ୍ରହଣ ଆଇନ-୨୦୧୩ର ପ୍ରପୋଜାଲ ମଧ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। ଏହି ସର୍ଭେ ପରେ ଉଚ୍ଛେଦ କାର୍ଯ୍ୟ ଚାଲିବ। ତେବେ ସାଧାରଣତଃ ରାଜସ୍ବ ବା ଜମିଜମା ସଂକ୍ରାନ୍ତୀୟ କାମ ମାନୁଆଲ ଭାବେ କରାଯାଇଥାଏ। ଫାଙ୍କା ଜମିରେ ମାନୁଆଲରେ ମାପଚୁପ କିମ୍ବା ଚିହ୍ନ ଦେବାରେ ସେମିତି ସମସ୍ୟା ହୁଏ ନାହିଁ। କିନ୍ତୁ ଯେଉଁଠି ବହୁତ ନିର୍ମାଣ ଥାଏ ସେଠାରେ ମାନୁଆଲରେ ମାପଚୁପ କଲାବେଳେ ଭୁଲ୍‌ଭଟକା ହେବାର ସମ୍ଭାବନା ଅଧିକ ରୁହେ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ୭୫ ମିଟର ପରିଧି ମଧ୍ୟରେ ବହୁ ମଠ, ମନ୍ଦିର, ବାସଗୃହ, ବ୍ୟବସାୟ ପ୍ରତିଷ୍ଠାନ ରହିଛି। ବିଶେଷକରି ପଶ୍ଚିମ ପାର୍ଶ୍ୱରେ ଅଧିକାଂଶ ବାସଗୃହ ରହିଥିବା ବେଳେ ଉତ୍ତର ଏବଂ ଦକ୍ଷିଣ ପାର୍ଶ୍ୱରେ ବି ପୁରୁଣା କୋଠା ରହିଛି। ତେଣୁ ମାପଚୁପ ଏବଂ ଚିହ୍ନଟକୁ ନିର୍ଭୁଲ କରିବା ଲାଗି ଡିଜିପିଏସ୍‌ ସର୍ଭେ (ଡିଫରେନ୍‌ସିଆଲ ଗ୍ଲୋବାଲ ପୋଜିସନିଂ ସିଷ୍ଟମ) କରାଯାଉଛି। ଏହାଦ୍ୱାରା କାର୍ଯ୍ୟ ଶୀଘ୍ର ଏବଂ ତ୍ରୁଟିଶୂନ୍ୟ ହୋଇପାରିବ। ଡିଜିପିଏସ୍‌ର ମାପ ଏବଂ ଚିହ୍ନଟକୁ ମାନୁଆଲ ସହିତ ମଧ୍ୟ କ୍ରସ୍‌ ଚେକ୍‌ କରାଯିବ। ସେହିପରି ସୁରକ୍ଷିତ ଅଞ୍ଚଳ ମଧ୍ୟରେ ଥିବା ଘରୋଇ ଲୋକ ହୁଅନ୍ତୁ କି ମଠ ମହନ୍ତ ଅବା ବ୍ୟବସାୟୀ ସେମାନଙ୍କର ଯଦି କୌଣସି ଆପତ୍ତି ଅଭିଯୋଗ ଥାଏ ତେବେ ସିଧାସଳଖ ପ୍ରଶାସନ ସହିତ ଆଲୋଚନା କରିପାରିବେ। ଏଥିଲାଗି ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାରଠାରୁ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ ଏହାର ମୁଖ୍ୟ ରହିଛନ୍ତି। କଣ୍ଟ୍ରୋଲ ରୁମ୍‌କୁ ଆସି ତାଙ୍କ ଅଭିଯୋଗ ଉପସ୍ଥାପନ କରିବା ସହ କ୍ଷତିପୂରଣ କିମ୍ବା ପୁନର୍ବାସ ଥଇଥାନ ସଂକ୍ରାନ୍ତରେ ଯାହା ବି କିଛି ସନ୍ଦେହ ଥିବ ତାହା ବୁଝିପାରିବେ। ଅତିରିକ୍ତ ଜିଲାପାଳଙ୍କ ସହିତ ଶିକ୍ଷାନବୀଶ ଆଇଏଏସ୍‌ ଅଧିକାରୀ ମଧ୍ୟ କଣ୍ଟ୍ରୋଲ ରୁମ୍‌ରେ ଉପସ୍ଥିତ ରହିବେ। କିନ୍ତୁ ଏଥିରେ ଅନ୍ୟ କାହାରିକୁ ମାଧ୍ୟମ ନ କରିବାକୁ ଜିଲାପାଳ କ୍ଷତିଗ୍ରସ୍ତଙ୍କୁ ଅନୁରୋଧ କରିଛନ୍ତି। ସେହିପରି ୫ ଶିକ୍ଷାନବୀଶ ଆଇଏଏସ୍‌ ଅଧିକାରୀଙ୍କ ବିଭିନ୍ନ ପ୍ରକାର ଦାୟିତ୍ୱ ଦିଆଯାଇଛି।


All Right Reserved By Dharitri.Com

ମା’ଙ୍କ ପ୍ରେରଣାରେ ମାସ୍କ ତିଆରି କଲେ ନର୍ସ

ସୋରଡା,୬ା୪(ଡି.ଏନ୍‌.ଏ.)- ସୋରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନର୍ସ ଜ୍ୟୋସ୍ନାରାଣୀ ମା’ଙ୍କ ପ୍ରେରଣାରେ ଘରେ ମାସ୍କ ତିଆରି କରୁଛନ୍ତି। ସକାଳୁ ପୋଲିସି ଥାନାର ସମସ୍ତ କର୍ମଚାରୀ, ଅଧିକାରୀ, ଗଣମାଧ୍ୟମ...

ରାସ୍ତାରୁ ଖୋଳା ଚାଲିଛି ନିମ୍ନମାନର ପିଚୁ

ଭଦ୍ରକ ଅଫିସ,୭।୩: ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ(୨) ଅଧୀନ ସଦର ବ୍ଲକର ସରଗଡ଼ିଆ-ଚନ୍ଦନପୁର ରାସ୍ତାକାମ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ଉଠିଥିଲା। ଏହି ନିମ୍ନମାନର ରାସ୍ତାକାର୍ଯ୍ୟକୁ...

ଗରାଖକଁର ପହେଲା ପସନ୍‌ ପ୍ରହଲ୍ଲାଦକଁର ଦହିବରା

  ଜାମଟିକ୍ରା, ୧୩।୮ (ଡି.ଏନ୍‌.ଏ.): ସମାଜର ପରିବରତନ୍‌ ସଂଗେ ଲୁକ୍‌କର ଖାଏଦ୍‌ ରୁଚି ବି ବଦଲୁଛେ। ଆଏଜ୍‌କାଲି ଅନେକ ଜାଗାରେ ରାସ୍‌ତା ତରେ, ବଜାରରେ ନାନା...

‌କଟକଣା ମାନିଲେନି, ୮ ଵାଇକ ଜଵତ

ମାଧପୁର, ୪।୪ : ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ବଜାରରେ ଲକଡାଉନ କଟକଣା ନ ମାନି ବାହାରେ ବୁଲିବା ଅଭିଯୋଗରେ ଶନିବାର ସନ୍ଧ୍ୟାରେ ପୋଲିସ ୮...

ହାଇଦ୍ରାବାଦରୁ ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ ଦୁର୍ଘଟଣା : ୨ୟ ଡ୍ରାଇଭର ମୃତ

ଖୋର୍ଦ୍ଧା ଅଫିସ,୫।୫ : ଖୋର୍ଦ୍ଧା ଟାଙ୍ଗି ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ କୁହୁଡ଼ି ଛକରେ ହାଇଦ୍ରାବାଦ ରୁ ପ୍ରବାସୀ ଓଡିଆଙ୍କୁ ଧରି ଫେରୁଥିବା ବସ...

ତାଲିମରେ ସ୍ଥାନୀୟ ପିଲାଙ୍କୁ ଗୁରୁତ୍ୱ ଦିଅ

ଅନୁଗୋଳ ଅଫିସ, ୨୧।୨ – ବୈଷୟିକ ଶିକ୍ଷା ଗ୍ରହଣ କରିଥିବା ପିଲାମାନଙ୍କୁ ଅନୁଗୋଳ ଜିଲାରେ ଥିବା ବିଭିନ୍ନ ଶିଳ୍ପସଂସ୍ଥାରେ ଆପ୍ରେଣ୍ଟିସ୍‌ ତାଲିମ ଦେବା ସମ୍ପର୍କିତ ଏକ...

କରୋନା କଟକଣାରେ ସାମାଜିକ ଦୂରତା: ବିଜେପୁରରେ ଘରକୁ ଘର ବଣ୍ଟା ଯାଉଛି ଭତ୍ତା

ବିଜେପୁର,୨୭।୩(ଡି.ଏନ୍‌.ଏ.): କରୋନା କଟକଣା ଯୋଗୁ ଗତ ମଙ୍ଗଳବାର ମଧ୍ୟ ରାତ୍ରରୁ ସମସ୍ତ ଜିଲା ଲକ୍‌ଡାଉନ୍‌ କରାଯାଇଛି।ଏହି ଭାଇରସକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ରକ୍ଷା...

ଆମ୍ବ, ପରିବା ଚାଷ ଦେଇଛି ରୋଜଗାର

ଫିରିଙ୍ଗିଆ, ୧୦ା୬-ଚାଷ କରି ଆତ୍ମ ନିର୍ଭରଶୀଳ ହୋଇ ପାରିଥିଲେ ମଧ୍ୟ ଦିନକୁ ଦିନ ପାଣି ସମସ୍ୟା ଏଥିରେ ଅନ୍ତରାୟ ସାଜୁଛି। ନଦୀ, ଚୂଆରୁ ପାଣି ଆଣି...

Leave a comment

Your email address will not be published. Required fields are marked *