୨୬ ଦିନରେ ଧାନ ଗଛରୁ ଥୋଡ଼ ବାହାରିବା ଘଟଣା, ତଦନ୍ତ କଲେ ସିଆର୍‌ଆର୍‌ଆଇ ବୈଜ୍ଞାନିକ

ପଟ୍ଟାମୁଣ୍ଡାଇ, ୧୭।୯ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ଚାଷୀମାନେ ତଳି ରୋଇବାର ମାତ୍ର ୨୬ ଦିନରେ ଧାନ ଗଛରୁ ଥୋଡ଼ ବାହାରିଥିବା ନେଇ ଚାଷୀମାନେ ଅଭିଯୋଗ କରିଥିଲେ। ସୋମବାର ଅପରାହ୍ନରେ କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ର (ସିଆରଆରଆଇ)ର ପ୍ରମୁଖ ବୈଜ୍ଞାନିକ ଡ. ସୁଶାନ୍ତ କୁମାର ଦାଶ, ଡ. ଶ୍ରୀକାନ୍ତ ଲେଙ୍କା, ଡ. ଜିତେନ୍ଦ୍ରିୟ ମେହେର, ଡ. ବିପିନ ବିହାରୀ ପଣ୍ଡା ଓ ଡ. ପ୍ରଶାନ୍ତ କୁମାର ପ୍ରମୁଖ ପଟ୍ଟାମୁଣ୍ଡାଇଠାରେ ପହଞ୍ଚତ୍ ଧାନ କ୍ଷେତ ବୁଲି ଅନୁଧ୍ୟାନ କରିଛନ୍ତି। ତେବେ ଚାଷୀମାନେ ଯେଉଁ ସୁପର ଶାରଳା ବିହନ କିଣି ଧାନ ଚାଷ କରିଛନ୍ତି, ତାହା ଖରିଫ ଋତୁ ପାଇଁ ଆଦୌ ଉପଯୋଗୀ ନୁହେଁ। ଚାଷୀମାନେ ଧାନ କିସମ ସମ୍ପର୍କରେ ଜାଣି ନ ଥିବାରୁ ବିହନ ଦୋକାନୀ ଚାଷୀମାନଙ୍କୁ ଠକି ଦେଇଛନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଅନ୍ୟପଟେ ଗତବର୍ଷ ଜଣେ ଚାଷୀ ସୁପର ଶାରଳା ଧାନ ଚାଷ କରି ଅଧିକ ଅମଳ କରିଥିବା ବେଳେ ଚଳିତ ବର୍ଷ ଆଣିଥିବା ବିହନ ସେହି କିସମର ନୁହେଁ ବୋଲି ବୈଜ୍ଞାନିକମାନେ ତଦନ୍ତ କଲାପରେ ଜାଣିପାରିଛନ୍ତି। ତଦନ୍ତ ବେଳେ ପଟ୍ଟାମୁଣ୍ଡାଇ କୃଷି ଜିଲା ଅଧିକାରୀ ଜୟନାରାୟଣ ମହାପାତ୍ର ଓ ବ୍ଲକ ସହକାରୀ କୃଷି ଅଧିକାରୀ ଭଦ୍ରନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପଟ୍ଟାମୁଣ୍ଡାଇ ବ୍ଲକ ନୀଳକଣ୍ଠପୁର ପଞ୍ଚାୟତର ଗୋବିନ୍ଦପୁର, ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ଷଣ୍ଢପଲ୍ଲୀ କୈଳାସୀ ଗ୍ରାମର ୧୫ ଜଣ ଭାଗ ଚାଷୀ ସୁପର ଶାରଳା ଧାନ ବିହନ ଚଢା ଦରରେ କିଣି କ୍ଷତିରେ ପଡ଼ିଛନ୍ତି। ବିଭୁ ମଲିକ, ଅଜୟ ନାୟକ, ସୁବ୍ରତ ବାରିକ, ପ୍ରେମାନନ୍ଦ ସାହୁ, ସୁଶାନ୍ତ ମଲିକ, ସୁବୋଧ ଦାସ, ନିତ୍ୟାନନ୍ଦ ରାଉଳ, ଧୀରେନ୍ଦ୍ର ମଲିକ, ନାରାୟଣ ରାଉଳ, ମନ୍ମଥ ନାୟକ, ହାଡିବନ୍ଧୁ ନାୟକ, ଜିତେନ୍ଦ୍ର ପଲାଇ, ଗୋଲେଖ ଗିରି ପ୍ରମୁଖ ଭାଗଚାଷୀ ତଦନ୍ତ ବେଳେ ପଟ୍ଟାମୁଣ୍ଡାଇ କୃଷି ଜିଲ୍ଲା ଅଧିକାରୀ ଓ ବ୍ଲକ ସହକାରୀ କୃଷି ଅଧିକାରୀଙ୍କୁ ଭେଟି କ୍ଷତି ପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି। ଅପରପକ୍ଷେ ଚାଷୀମାନଙ୍କୁ ନିମ୍ନମାନର ଧାନ ବିହନ ବିକ୍ରି କରିଥିବା ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଯାଇ ନ ଥିବା ଜଣାପଡ଼ିଛି।


All Right Reserved By Dharitri.Com

ବାଲିମେଳା ଡ୍ୟାମ୍‌ର ୨ ଗେଟ୍‌ ଖୋଲିଲା

ଚିତ୍ରକୋଣ୍ଡା,୨୭ା୧୦(ଡି.ଏନ୍‌.ଏ.): ଚିତ୍ରକୋଣ୍ଡା-ବାଲିମେଳା ଡ୍ୟାମ୍‌ରେ ଜଳସ୍ତର ୧୫୧୬ ଫୁଟ ରହିବା ପରେ ରବିବାର ସକାଳ ୮ଟା ୪୦ରେ ସ୍ଲୁଇସ୍‌ ଗେଟ୍‌କୁ ଛାଡ଼ି ୨ଟି ଗେଟ୍‌ ଖୋଲାଯାଇଛି। ଏଥିରେ...

ନିଷ୍ଟ କଲେଜରେ ଛାତ୍ର ଅଶାନ୍ତି : ଧାରଣାରେ ବସିଲେ କର୍ମଚାରୀ

ଗୋପାଳପୁର,୪ା୨-ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପାଲୁର ହିଲ୍‌୍‌ସ୍ଥିତ ନିଷ୍ଟ କଲେଜରେ ଛାତ୍ର ଅଶାନ୍ତି ଲାଗି ରହିଛି। ଏଥିପାଇଁ ପ୍ରଶାସନିକ ବିବାଦକୁ ଦାୟୀ କରାଯାଇଥିବା ଅଭିଯୋଗ ହୋଇଛି।...

ଝାଡାବାନ୍ତିରେ ୧୫୧ ଆକ୍ରାନ୍ତ

ଦେଓଗାଁ,୧୫।୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ବଡବନ୍ଧ ପଞ୍ଚାୟତ ଅନ୍ତର୍ଗତ କରୁଆଁଝର ଗାଁରେ ଗୁରୁବାର ସନ୍ଧ୍ୟାରୁ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଗାଁର ଡଲି ମାହାକୁର (୨୧)...

ଏସିଆନ୍‌ କୋଚ୍‌ ଭାବେ ଏହେସାସ ହୋତାଙ୍କ ସଫଳତା

ବୀରମହାରାଜପୁର, ୧୦।୬ (ଡି.ଏନ୍‌.ଏ): ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରର କ୍ରୀଡ଼ା କ୍ଷେତ୍ରରେ ଲଗାତର ପାରଦର୍ଶିତା ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିବା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରର ଯୁବ କ୍ରୀଡାବିତ୍‌...

ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ, ଧର୍ମଗଡ ବିଧାୟକ

କଲମପୁର,୯।୮(ଡି.ଏନ.ଏ.)-୩ ଦିନ ଧରି ଲଗାଣ ବର୍ଷାରେ କଳାହାଣ୍ଡି ଜିଲା କଲମପୁର ବ୍ଲକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଅଞ୍ଚଳର ନଈକୂଳିଆ ଟେମରା, ପୋରୁଆଗୁଡା, ଖଙ୍ଗାରଗୁଡା, ସାନକୁଟ୍ରୁ,...

ପୋଷ୍ୟ ସନ୍ତାନ ଗ୍ରହଣ କଲେ କେରଳ ଦମ୍ପତି

ବାଲେଶ୍ୱର ଅଫିସ, ୨୩।୧- ବାଲେଶ୍ୱର ଶିଶୁ ମଙ୍ଗଳ କମିଟିର ୪ ବର୍ଷର କନ୍ୟାସନ୍ତାନକୁ ବୁଧବାର କେରଳର କେ.ବି. ସୁବାସ ଓ ରୀତା ସୁବାସ ନାମ୍ନୀ ଦମ୍ପତି...

ଅସୁସ୍ଥ ମାଈ ହାତୀର ମୃତ୍ୟୁ

କଟକ ଅଫିସ, ୩୦।୯: କଟକ ବାଙ୍କୀ ଅନ୍ତର୍ଗତ ବାଆଁରା କୂଆମଡ଼ା ଜଙ୍ଗଲରେ ଅସୁସ୍ଥ ମାଈ ହାତୀର ସୋମବାର ମୃତ୍ୟୁ ଘଟିଛି। ହାତୀଟି ୫ ଦିନ ହେବ...

୫ ବର୍ଷ ପରେ ଘରକୁ ଫେରିଲେ ନାବାଳିକା: ଚୋରା ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ, ଦଲାଲ ଗିରଫ

ବଡବିଲ, ୧୫।୫(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ନାବାଳିକା ଚାଲାଣ ର଼୍ୟାକେଟ୍‌ କିଭଳି ସକ୍ରିୟ ରହିଛି ତାହାର ଏକ ନଜିର ପଦାକୁ ଆସିଛି। ବଲାଣୀ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ...

Leave a comment

Your email address will not be published. Required fields are marked *