କଙ୍କଡ଼ା ବିଛା କାମୁଡ଼ିବାରୁ ମହିଳା ମୃତ

ଗୋପାଳପୁର,୧୭ା୯-ଗୋଳନ୍ଥରା ଥାନା ଚାନ୍ଦପୁର ଗ୍ରାମରେ ସୋମବାର କଙ୍କଡ଼ା ବିଛା କାମୁଡ଼ିିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚନ୍ଦ୍ରମଣି ବେହେରା (୨୨)। ଚାନ୍ଦପୁର କୁମ୍ଭାର ସାହିର ଚନ୍ଦ୍ରମଣି ୨ ବର୍ଷ ପୂର୍ବେ ବି.ତୁରୁବୁଡ଼ିରେ ବିବାହ କରିଥିଲେ। ଗତ ଏକ ମାସ ହେଲା ସେ ବାପ ଘରକୁ ଆସିଥିଲେ। ସୋମବାର ମାଟି ଦିପାଳିକୁ ଛାତ ଉପରେ ଶୁଖାଇଲା ସମୟରେ ଏକ ବିଷାକ୍ତ କଙ୍କଡ଼ା ବିଛା ତାଙ୍କୁ କାମୁଡ଼ି ଦେଇଥିଲା। ପରିବାର ଲୋକେ ଚନ୍ଦ୍ରମଣିଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ବାପ ଏ ନେଇ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ନଂ. ୨୩/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ମଙ୍ଗଳବାର ସନ୍ଧ୍ୟାରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।


All Right Reserved By Dharitri.Com

ନଳକୂପରେ ନାହିଁ ପିଣ୍ଡି

ଘସିପୁରା,୧୧।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଗୋହିରା ପଞ୍ଚାୟତ ଓସ୍ତପୁରା ଗ୍ରାମରେ ଦୀର୍ଘଦିନ ହେବ ପାନୀୟଜଳ ସମସ୍ୟା ଲାଗି ରହିଛି। ଏହା ଏକ ବଣପାହାଡ଼ଘେରା ଅଞ୍ଚଳ।...

ସିଟି ହସ୍ପିଟାଲ ଦାବି: ଧାରଣାକୁ ଓହ୍ଲାଇଲା ଭାଜପା

ବରଗଡ଼ ଅଫିସ,୧।୨: ବରଗଡ଼ ସହରରେ ଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା ଦାବିରେ ଆନ୍ଦୋଳନ ତେଜି ଉଠିଛି। ଏହି ଦାବି ନେଇ...

ନୂଆବର୍ଷକୁ ସ୍ବାଗତ ଲାଗି ପର୍ଯ୍ୟଟନସ୍ଥଳୀ ଉତ୍ସବମୁଖର

ଭୋଗରାଇ, ୧।୧(ଡି.ଏନ.ଏ.)-ରାତି ପାହିଲେ ଆସିବ ନୂଆବର୍ଷ ୨୦୨୦। ୨୦୧୯ବର୍ଷର ଶେଷଦିନକୁ ସ୍ମରଣୀୟ କରିବା ପାଇଁ ସବୁଆଡେ ପରିବେଶ ଉତ୍ସବମୁଖର ହୋଇପଡିଛି। ବାଲେଶ୍ୱର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ...

ଚୋରା ଚାଲାଣ କାଠ ଜବତ

କେନ୍ଦୁଝର,୧୯।୨ (ସ୍ବ.ପ୍ର.): କେନ୍ଦୁଝର ବନ ବିଭାଗ ପକ୍ଷରୁ ବିଭିନ ସ୍ଥାନରୁ ଚୋରା ଚାଲାଣ କାଠ ସହିତ ତିନୋଟି ଗାଡି ଜବତ କରାଯାଇଛି। ବାଉରୀପଦା ନିକଟରୁ ଦୁଇଟି...

ମଦଭାଟି ଉପରେ ଚଢାଉ: ୪ ମହିଳାଙ୍କ ସମେତ ୯ ଗିରଫ

ଦାରିଙ୍ଗବାଡି,୨୪।୬(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଏବଂ ଦାରିଙ୍ଗବାଡ଼ି ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୧୫ ଲିଟର ଦେଶୀ ଚୋରାମଦ ଜବତ କରାଯାଇଛି। ଏଥିରେ...

ଛାତରୁ ଠେଲି ବୃଦ୍ଧଙ୍କୁ ହତ୍ୟା: ଦମ୍ପତି ଅଟକ

ପୁରୀ ଅଫିସ,୫।୧: ପୁରୀ ଟାଉନ ଥାନା ଅଧୀନ ପଥୁରିଆ ସାହିରେ ରବିବାର ପୂର୍ବାହ୍ନରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ନାରାୟଣ ମହାରଣା(୭୫)। ଘର ଭଡ଼ାକୁ...

ଭୋଟ ଗଣତି କେନ୍ଦ୍ରରେ ଅଧିକାରୀଙ୍କ ସମୀକ୍ଷା

ବ୍ରହ୍ମପୁର ଅଫିସ,୨୨ା୫ : ଚଳିତ ସାଧାରଣ ନିର୍ବାଚନର ଭୋଟ୍‌ ଗଣତି ପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି। ବ୍ରହ୍ମପୁରର ଶିଳ୍ପ ତାଲିମ ଅନୁଷ୍ଠାନ(ଆଇଟିଆଇ)ରେ ଦିଗପହଣ୍ଡି, ଚିକିଟି...

ଦେଉଳିବନ୍ଧ ଉନ୍ନତୀକରଣ କାର୍ଯ୍ୟରେ ବିଳମ୍ବ

ଗୋପାଳପୁର,୯।୬-ରଙ୍ଗେଇଲୁଣ୍ଡା ବ୍ଲକ ରାଳବସ୍ଥିତ ଦେଉଳିବନ୍ଧର ଉନ୍ନତୀକରଣ କାର୍ଯ୍ୟ ଠିକ୍‌ ଭାବେ ହେଉ ନ ଥିବା ଅଭିଯୋଗ ହେଉଛି। ୨୦୧୮ ଡିିସେମ୍ବର ୭ରୁ ଆରମ୍ଭ ହୋଇ ଏହି...

Leave a comment

Your email address will not be published. Required fields are marked *