ଅନୁଗୋଳରେ ମୋବାଇଲ ଅବକାରୀ ବିଭାଗର ଚଢ଼ାଉ: ୯ଶହ ଲିଟର ଦେଶୀ ମହୁଲି ଜବତ, ୨ ଗିରଫ

ଅନୁଗୋଳ ଅଫିସ,୨୨।୫: ଅନୁଗୋଳ ମୋବାଇଲ ଅବକାରୀ ବିଭାଗ ବୁଧବାର ଚଢ଼ାଉ କରି ୯ଶହ ଲିଟର ଦେଶୀ ମହୁଲି ଜବତ କରିଛି। ଜରାସିଂହାରୁ ଚୋରାରେ ଏହି ଦେଶୀ ମଦ ଚାଲାଣ ହେଉଥିବା ଜଣାପଡ଼ିଛି। ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଥିବା ଜିଲା ମୋବାଇଲ ଅବକାରୀ ଇନ୍‌ସପେକ୍ଟର କେଏସ୍‌ ତିଓ୍ବାରୀ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ଏକ ସ୍କରପିଓ(ଓଆର-୦୫-ଜେଡ୍‌- ୧୦୦୧) ଓ ସ୍କୁଟି (ଓଡି-୧୯-ଏଫ୍‌-୨୦୭୩)ରେ ଦେଶୀ ମହୁଲି ଚାଲାଣ ହେଉଥିଲା। ବିଶେଷ ସୁତ୍ରରୁ ଖବର ପାଇ ପୋଲିସ ଏହାକୁ ଜବତ କରିଛି। ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଲେ ପରଜଙ୍ଗ ଥାନା ଅଧୀନ କନ୍ଦରସିଂହାରର କାଳିଆ ନାଏକ ଓ ଗତି ପ୍ରଧାନ। ଏହାଛଡ଼ା ଅନ୍ୟଜଣେ ଫେରାର ଥିବା ଅବକାରୀ ମୋବାଇଲ ବିଭାଗ ପକ୍ଷରୁ କୁହାଯାଇଛି।


All Right Reserved By

ଓଭରବ୍ରିଜ୍‌ କଡ଼ ପାଲଟିଛି ଆବର୍ଜନା ସ୍ଥଳ

କୋରେଇ,୨|୮(ସ୍ବ.ପ୍ର.)- ପାଣିକୋଇଲି ଓଭର ବ୍ରିଜ୍‌ ପାର୍ଶ୍ୱ ଏବେ ଆବର୍ଜନା ସ୍ଥଳ ପାଲଟିଛି। ଏଠାରେ ରହିଥିବା ବିଭିନ୍ନ ବ୍ୟବସାୟୀମାନେ ପ୍ରତ୍ୟହ ଆବର୍ଜନାକୁ ପୋଡିବା ପରିବର୍ତ୍ତେ ଓଭରବ୍ରିଜ କଡ଼ରେ...

ଧରାପଡିଲେ ଚୋରଗ୍ୟାଙ୍ଗ: ୯ ଗିରଫ, ୩୯ ମୋବାଇଲ, ୩ ବାଇକ ଜବତ

ବାଲେଶ୍ୱର ଅଫିସ, ୧୬।୭-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ଏକ ଚୋରଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗରେ ୯ଜଣ ଚୋର ଅଛନ୍ତି। ସେମାନଙ୍କଠାରୁ...

କାମ କରି ଅର୍ଥ ପାଇନାହାନ୍ତି ପୂର୍ବତନ ସରପଞ୍ଚ: ନ୍ୟାୟ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି,ଅଗଷ୍ଟ ୧୫ରେ ସିଂହଦ୍ୱାର ଆଗରେ ଆତ୍ମାହୁତି ଧମକ

ପୁରୀ ଅଫିସ, ୪ା୮: ଭିଏଲ୍‌ଡବ୍ଲ୍ୟୁଙ୍କ ନାମରେ ଓ୍ବାର୍କ ଅର୍ଡର। କାମ କଲେ ସରପଞ୍ଚ। ୧୫ଲକ୍ଷ ଟଙ୍କା ଅନୁଦାନ ମିଳିବା ପରେ ତାକୁ ହଡ଼ପ କରିନେଲେ ଭିଏଲ୍‌ଡବ୍ଲ୍ୟୁ।...

ଚୋରି ଘଟଣା: ୪ ଗିରଫ

କଟକ ଅଫିସ,୧୬ା୯ : ଦୁଇଟି ଚୋରି ଘଟଣାରେ ମଙ୍ଗଳାବାଗ ପୋଲିସ ରବିବାର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଯୋବ୍ରା...

୧୬ ହଜାର ଟଙ୍କା ପାଇଁ ବୃଦ୍ଧଙ୍କୁ ପିଟି ପିଟି ମାରିଦେଲେ ଲୋକେ

ପାଟଣା,୨୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କୁଣ୍ଡଳା ପଞ୍ଚାୟତ ଫୁଲ ପାହାଡ଼ି ଗାଁର ଭାଲୁଘରା ସାହିର ଜଣେ ୫୫ ବର୍ଷୀୟ ବୃଦ୍ଧଙ୍କ ମୃତଦେହକୁ ଶନିବାର ପୋଲିସ...

୭ମ ରାଉଣ୍ଡ: ରମେଶ ଚନ୍ଦ୍ର ସାଏ ଆଗରେ

ବଇଣ୍ଡା, ୨୩ା୫(ଡି.ଏନ.ଏ.)- ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ୭ମ ରାଉଣ୍ଡ ସୁଦ୍ଧା ୭୫୩୩ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ରମେଶଚନ୍ଦ୍ର...

ସରକାରୀ ବସ୍‌ ଛାତ ଉପରେ ଯାତ୍ରୀ ପରିବହନ: ଓଏସ୍‌ଆର୍‌ଟିସି ଇନ୍‌ଚାର୍ଜଙ୍କୁ କାରଣ ଦର୍ଶାଅ ନୋଟିସ

ଦାରିଙ୍ଗବାଡି,୨୮ା୬(ଡି.ଏନ୍‌.ଏ.) – ହାତିମୁଣ୍ଡା ଠାରୁ ଫୁଲବାଣୀ ଯାତାୟତ କରୁଥିବା ସରକାରୀ ବସ୍‌ରେ ବେଆଇନ ଭାବେ ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀଙ୍କୁ ବୁହାଯାଉଛି। ଏହି ଘଟଣାରେ ଆଞ୍ଚଳିକ ପରିବହନ...

ଦୁର୍ବୃତ୍ତଙ୍କ ଟାର୍ଗେଟରେ ପିଇଓ : ବାରମ୍ବାର ହେଉଛି ଆକ୍ରମଣ

ନୟାଗଡ଼ ଅଫିସ,୨ା୯: ନୟାଗଡ଼ ଜିଲାରେ ଟାର୍ଗେଟ କଲାଭଳି ଦୁର୍ବୃତ୍ତମାନେ ପିଇଓ (ପଞ୍ଚାୟତ ନିର୍ବାହୀ ଅଧିକାରୀ)ଙ୍କ ଉପରେ ଆକ୍ରମଣ କରୁଛନ୍ତି। ଅଧିକାଂଶ ଘଟଣା ପଛରେ ଟଙ୍କା ହିଁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *